Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷମାନେ ଏହି ୩ଟି କାର୍ଯ୍ୟ କରିବାରେ ଜମାରୁ ବି ଲାଜ କରନ୍ତୁ ନାହିଁ ନହେଲେ କାନ୍ଦି କାନ୍ଦି ମରିବେ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୁରୁଷମାନେ ଏହି ୪ ଟି କାମ କଲାବେଳେ କେବେବି କରନ୍ତୁ ନାହିଁ ଲାଜ।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର ନୀତି ଲେଖାଯାଇଅଛି। ଯେଉଁ ନୀତିରେ ମଣିଷର ସୁଖ ଏବଂ ଦୁଃଖ ବିଷୟରେ ଲେଖାହୋଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ତାଙ୍କର ଚାଣକ୍ୟ ନୀତିରେ ଏହିପରି ଅନେକ ନୀତି ଲେଖି ଯାଇଛନ୍ତି। ଯାହାକୁ କି କୌଣସି ମଣିଷ ତାଙ୍କର ଜୀବନରେ ଏହାକୁ ମାନିଥାଏ ତେବେ ସେ ତାଙ୍କ ଜୀବନରେ ସରଳ ସୁନ୍ଦର ଏବଂ ସଫଳ ଜୀବନ ଅତିବାହିତ କରିଥାଏ। ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଏପରି ୩ ଟି କାମ ରହିଛି ଯାହାକୁ ମନୁଷ୍ୟ କରିବା ସମୟରେ କେବେବି ଲଜ୍ୟା କରିବା ଉଚିତ ହୋଇନଥାଏ। ଖାସ କରି ପୁରୁଷ ଲୋକମାନେ ଲଜ୍ୟା କରନ୍ତୁ ନାହିଁ। ଆମ ଶାସ୍ତ୍ର ଅନୁସାରେ ମଧ୍ୟ ଯେଉଁମାନେ ଏହି କାମ କରିବାକୁ ଲଜ୍ୟା କରିଥାନ୍ତି କିମ୍ବା କୁଣ୍ଠାବୋଧ କରିଥାନ୍ତି ସେମାନଙ୍କୁ ବଡ଼ ବଡ଼ କ୍ଷତି ସହିବାକୁ ପଡିଥାଏ ଏବଂ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୩ ଟି କାର୍ଯ୍ୟ ବିଷୟରେ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧୁର ସମ୍ପର୍କ। ଆଜିର ସମୟରେ ପ୍ରାୟତଃ ଲୋକମାନେ ଶାରୀରିକ ସମ୍ବଦ୍ଧ ବନେଇବା ସମୟରେ ଲଜ୍ୟା ଅନୁଭବ କରିଥାନ୍ତି। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ସ୍ୱାମୀ ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶାରୀରିକ ସମ୍ପର୍କ ପାଇଁ କେବେବି ଲଜ୍ୟା କରିବା ଉଚିତ ନୁହେଁ। ଏମିତି କଲେ ସମ୍ପର୍କ ଖରାପ ହୋଇଥାଏ ଯାହା ପରେ ସମ୍ପର୍କକୁ ବିଛେଦ କରିଦେଇଥାଏ। ଏବଂ ପରେ ପର ପୁରୁଷ କିମ୍ବା ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରିଥାଏ। ଏଣୁ ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ବଦ୍ଧ ବନେଇବା ସମୟରେ କେବେବି ଲଜ୍ୟା କରନ୍ତୁ ନାହିଁ।

ଭୋଜନ କରିବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ। ପ୍ରାୟ ସମୟରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସେମାନେ କେବେ କୌଣସି ସମ୍ପର୍କୀୟ ଘରକୁ ଯାଇଥାନ୍ତି ପ୍ରାୟତଃ ଭୋଜନ କରିବାରେ ଲଜ୍ୟା କିମ୍ବା ସଂକଚ କରିଥାନ୍ତି କିନ୍ତୁ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ଭୋଜନ କରିବା ସମୟରେ ଲଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲଜ୍ୟା କରିଥାଏ ସେହି ବ୍ୟକ୍ତି ଭୋକରେ ହିଁ ରହି ନିଜର କ୍ଷତି କରିଥାଏ ଏବଂ ଭୋଜନ କରିବା ସମୟରେ ଲଜ୍ୟା କରିବା ମଧ୍ୟ ଭୋଜନର ଅବମାନନା ହୋଇଥାଏ। ଏଣୁ କେବେବି ଭଜନ କରିବା ସମୟରେ ଲଜ୍ୟା କରିବା ଉଚିତ ନୁହେଁ।

ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଅବା କାହାରି ଠାରୁ କିଛି ଜାଣିବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଅନୁସାରେ ନିଜ ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ କାହିଁକିନା ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲଜ୍ୟା କରିଥାଏ ସେମାନଙ୍କର ଜ୍ଞାନ ସର୍ବଦା ଅଧା ହିଁ ରହିଥାଏ ଏବଂ ଏହିପରି ବ୍ୟକ୍ତି ଜୀବନରେ କେବେବି ସଫଳ ହୋଇପାରନ୍ତି ନାହିଁ। ଏଥିପାଇଁ କୁହାଯାଏ କି ଅଧା ଜ୍ଞାନ ପରାଜୟର କାରଣ ହୋଇଥାଏ। ସେଥିପାଇଁ ମନରେ ଥିବା କୌଣସି ବି ପ୍ରଶ୍ନ ନିଜ ଗୁରୁଙ୍କୁ ପଚାରି ବୁଝନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *