Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷତ ମା ଲକ୍ଷ୍ମୀ,ଜାଣନ୍ତୁ କେଉଁ କେଉଁ ମାସରେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୪ଟି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷତ ମା ଲକ୍ଷ୍ମୀ।

ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମିତ ଝିଅମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହା ସହିତ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଶାସ୍ତ୍ରରେ ନାରୀମାନଙ୍କ ଠାରେ ସ୍ଵୟଂ ମା ଲକ୍ଷ୍ମୀଙ୍କର ବାସ ଥାଏ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ଯେତେବେଳେ ଗୃହରେ ଝିଅ ଜନ୍ମ ହୋଇଥାଏ ତେବେ ଲୋକମାନେ କୁହନ୍ତି କି ଲକ୍ଷ୍ମୀ ଆସିଲେ ବା ମା ଲକ୍ଷ୍ମୀଙ୍କର ଆଗମନ ହେଲା। ବହୁତ ଲୋକଙ୍କ କହିବା ଅନୁଯାୟୀ ଝିଅମାନେ ଘର ଏବଂ ପରିବାରରେ ସୁଖ ସହିତ ସମୃଦ୍ଧି ମଧ୍ୟ ଆଣିଥାନ୍ତି। ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ ଝିଅ ମାନଙ୍କର ଜନ୍ମ ସହିତ ତାଙ୍କର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ। ଏହି ମାସରେ ଜନ୍ମିତ ହୋଇଥିବା ଝିଅମାନେ ନାଁ କେବଳ ଭାଗ୍ୟଶାଳୀ ହୋଇଥାନ୍ତି ତାହା ସହିତ ଏମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ। ସାକ୍ଷତ ମା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ରାଶିର ଜନ୍ମିତ ଝିଅମାନେ। ତେବେ ଆସନ୍ତୁ ଜାଣିବା।

ଫେବୃଆରୀ ମାସ। ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏହି ଝିଅ ମାନଙ୍କର ବିବାହ ପରେ ସେମାନଙ୍କୁ ଭଲ ଘର ମିଳିଥାଏ। ଏହା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି। ଏମାନଙ୍କର ଗ୍ରହ ଚଳନ ଏମାନଙ୍କ ପରିବାରକୁ ଲାଭ ଆଣିଥାଏ।

ଏପ୍ରିଲ ମାସ। ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ସାକ୍ଷତ ମା ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ। ଏହି ମାସରେ ଜନ୍ମିତ ଝିଅ ମାନଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ। ଯାହା ଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ। ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ

ଜୁନ ମାସ। ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇନଥାନ୍ତି କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ। ଏହି ମାସରେ ଜନ୍ମିତ ଝିଅମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ଲକ୍ଷ ପ୍ରାପ୍ତି ନିମନ୍ତେ ବହୁତ ପରିଶ୍ରମ କରିଥାନ୍ତି।

ସେପ୍ଟେମ୍ବର ମାସ। ଏହି ମାସରେ ଜନ୍ମିତ ଝିଅମାନଙ୍କର କୁଣ୍ଡଳୀରେ ଚନ୍ଦ୍ର ବୁଧ ଏବଂ ଶୁକ୍ର ଏହି ୩ ଗ୍ରହଙ୍କର ମିଳନ ହୋଇଥାଏ। ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଧନବାନ ହୋଇଥାନ୍ତି। ଏମାନେ ନିଜର ଭାଗ୍ୟ ବଳରେ ସବୁ କିଛି ହାସଲ କରିଥାନ୍ତି ଏବଂ କେବେବି କୌଣସି ଜିନିଷର ଅଭାବ ହୋଇନଥାଏ। ଏବଂ ଏହା ସତ ଯେ ଏପରି ଝିଅ ମାନଙ୍କର ବିବାହ ଧନୀ ବରପାତ୍ର ସହିତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *