Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବର୍ଷ ୨୦୨୨ରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ,ହେବ ଧନର ବର୍ଷା ହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆ ବର୍ଷ ୨୦୨୨ରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଧନର ବର୍ଷା ହେବ।

ବନ୍ଧୁଗଣ ବର୍ଷ ୨୦୨୨ ରେ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ବର୍ଷ ସାରା ଘରେ କେବେବି ଧନର ଅଭାବ ରହିବ ନାହିଁ। ଯେମିତିକି ଆପଣ ମାନେ ଜାଣିଛନ୍ତି କି କିଛି ଦିନ ପରେ ଇଂରାଜୀ କେଲେଣ୍ଡର ଅନୁସାରେ ନବବର୍ଷ ଆରମ୍ଭ ହେବାକୁ ଯାଉଛି। ଯେତେବେଳେ ନୂଆ ବର୍ଷ ଆରମ୍ଭ ହୋଇଥାଏ ସେତେବେଳେ ଭଗବାନଙ୍କ ପାଖରେ ଆମର ପ୍ରାର୍ଥନା ରହିଥାଏ କି ନବବର୍ଷ ଆମ ସମସ୍ତଙ୍କ ପାଇଁ ଖୁସି ନେଇ ଆସୁ। ପୂର୍ବ ବର୍ଷରେ ଆମେ ଯେଭଳି ଆମେ ଅସୁବିଧାର ସମ୍ମୁଖୀନ ହୋଇଆସିଛୁ ସେଭଳି ଅସୁବିଧାର ସମ୍ମୁଖୀନ ଆମେ ବର୍ତ୍ତମାନ ନହେଉ। ଶ୍ରୀ ଗଣେଶ ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ଦୃଷ୍ଟି ମଧ୍ୟ ଆମ ଉପରେ ସର୍ବଦା ରହୁ। ଆଜି ଆମେ ୫ ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ଏହି ଜିନିଷ ଗୁଡିକୁ ନୂଆ ବର୍ଷରେ ଘରକୁ କିଣି ଆଣିବେ ତ ମା ଲକ୍ଷ୍ମୀ କୁବେର ଦେବ ଭଗବାନ ଗଣେଶଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିବ ଏବଂ ତା ସହିତ ଏମିତି କିଛି କର୍ମ କରିବା ଦ୍ୱାରା ମଧ୍ୟ ଭଗବାନ ବହୁତ ଜଲଦି ଖୁସି ହୋଇଯାନ୍ତି ଏବଂ ଆପଣଙ୍କ ଉପରେ ସଦା ସର୍ବଦା କୃପାଦୃଷ୍ଟି ବନେଇ ରଖିଥାନ୍ତି। ତେବେ ଆପଣମାନେ ନୂଆ ବର୍ଷ ଆସିବା ପୂର୍ବରୁ ବହୁତ ଖୁସି ମୋଉଜମଜଲିସ ପିକନିକରେ ବୁଲାବୁଲିରେ ଦିନ ଅତିବାହିତ କରିଥାନ୍ତି। କିନ୍ତୁ ଏହି ନୂଆବର୍ଷ ଆରମ୍ଭ ହେବା ପରେ କିଛି ବ୍ୟକ୍ତିଙ୍କ ପାଖରେ ଟଙ୍କାର ଅଭାବ ମଧ୍ୟ ଦେଖାଦେଇଥାଏ।

କାରଣ ନୂଆବର୍ଷ ଆସିବା ପୂର୍ବରୁ ଆପଣ ମାନେ ବହୁତ ଖୁସି ହୋଇ କିଛି ନାଁ କିଛି କିଣା କିଣି କରିଥାନ୍ତି ଏବଂ ଏହି ନୂଆବର୍ଷ ଦିନ ଭଲ ଖାଦ୍ୟ ମଧ୍ୟ ଖାଇଥାନ୍ତି। କିଛି ଲୋକ ଭାବିଥାନ୍ତି ନୂଆବର୍ଷ ଆରମ୍ଭରୁ ଯଦି ନୂଆ ପୋଷାକ ପିନ୍ଧିବା ଭଲ ଭୋଜନ କରିବା ବା ଭଲ ଖାଦ୍ୟ ଖାଇବା ନୂଆ ଜାଗା ବୁଲାବୁଲି କରିବା ତ ଇତ୍ୟାଦି କରିବା ଦ୍ୱାରା ବର୍ଷ ସାରା ଆମେ ଖୁସିରେ ରହିଥାଉ। କିନ୍ତୁ ଏସବୁ ମଣିଷଙ୍କର ଭାବନା। କିନ୍ତୁ କର୍ମ ଅନୁସାରେ ଫଳ ମିଳିଥାଏ। ଆପଣ ମାନେ ଦେଖିଥିବେ ରାସ୍ତା କୋଡ଼ରେ ଭିକାରୀ ମାନେ ଖାଇବାକୁ ପାଇନଥାନ୍ତି ତ ସେମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ବସ୍ତ୍ର ପିନ୍ଧିବାକୁ ଦିଅନ୍ତୁ ଦେଖିବେ ଆପଣଙ୍କର କେବେବି ଅସୁବିଧା ହେବ ନାହିଁ କାରଣ ଭଗବାନ ଏମିତି କଲେ ବହୁତ ପ୍ରସନ୍ନ ହୋଇଥାନ୍ତି। ତ ବନ୍ଧୁଗଣ ନୂଆବର୍ଷରେ ଯଦି ଆପଣ ପାରୁଛନ୍ତି ଆପଣ ଏହିପରି ସକ୍ଷମ ନଥିବା ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ତ ଏହା ସହିତ ନୂଆବର୍ଷ ଦିନ କେଉଁ ୫ ଟି ଜିନିଷ ଆଣିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ଆସନ୍ତୁ ଏହି ବିଷୟରେ ଜାଣିବା।

ପ୍ରଥମରେ। ଖଣ୍ଡ ହଳଦୀ। ନୂଆ ବର୍ଷ ଦିନ ଖଣ୍ଡ ହଲଦୀକୁ ଘରକୁ ନିଶ୍ଚୟ ଆଣନ୍ତୁ। ମା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ। ଏହାକୁ ଧ୍ୟାନରେ ରଖି ଶାସ୍ତ୍ର ଅନୁସାରେ କୁହାଯାଇଛି କି ନୂଆ ବର୍ଷ ଦିନ ଯଦି ଖଣ୍ଡ ହଲଦୀକୁ କିଣି ଘରକୁ ଆଣନ୍ତି ତେବେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ। ଏଣୁ ଆପଣ ନିଶ୍ଚୟ ନୂଆ ବର୍ଷରେ ଖଣ୍ଡ ହଲଦୀକୁ ଘରକୁ କିଣିକି ଆଣନ୍ତୁ।

ଦ୍ୱିତୀୟରେ। ଶ୍ରୀ ଗଣେଶଙ୍କର ଫୋଟ। ଭଗବାନ ଗଣେଶ ଆମ ସମସ୍ତଙ୍କର କଷ୍ଟ ନିବାରଣ କରିଥାନ୍ତି। ତା ସହିତ ସେ ସମସ୍ତ ପ୍ରକାରର ମଙ୍ଗଳ ମଧ୍ୟ କରିଥାନ୍ତି। ଯଦି ଆପଣ ଗଣେଶଙ୍କର ଫୋଟ ରଖିଛନ୍ତି ତ ସମ୍ପୂର୍ଣ ଘରେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଏବଂ କୃପା ଆପଣଙ୍କ ଉପରେ ବର୍ଷିବ।

ତୃତୀୟରେ। ଚାନ୍ଦିର ବସ୍ତୁ। ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଚାନ୍ଦିର କୌଣସି ଜିନିଷକୁ ନୂଆ ବର୍ଷ ଦିନ ଘରକୁ ଆଣିଲେ ତାହା ଶୁଭ ହୋଇଥାଏ। ଚାନ୍ଦିକୁ ଶୁଭର ପ୍ରତୀକ ବୋଲି ମନାଯାଏ। ନୂଆ ବର୍ଷ ଦିନ ଯଦି ଚାନ୍ଦିର କୌଣସି ଜିନିଷ ଘରକୁ ଆଣୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ସୁଖ ପ୍ରଦାନ କରିଥାଏ

ଚତୁର୍ଥରେ। ପଦ୍ମ ଫୁଲର ମଞ୍ଜି। ଏହାକୁ ସାକ୍ଷତ ମା ଲକ୍ଷ୍ମୀ ବୋଲି ମନାଯାଇଥାଏ। ଯଦି ଆପଣ ନୂଆ ବର୍ଷ ଦିନ ୭ ଟି କିମ୍ବା ୧୧ଟି ପଦ୍ମ ଫୁଲର ମଞ୍ଜି ଆଣି ତାକୁ ଗଙ୍ଗା ଜଳ ଅଥବା ପଞ୍ଚାମୃତରେ ଧୋଇ ଆଲ୍ମିରା ହେଉ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବେ ତ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବନିରହିବ।

ପଞ୍ଚମରେ। ତୁଳସୀ ଗଛ। ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ନିଜ ଘରକୁ ଆଣି ରଖେ ଆଉ ପୂଜା କରେ ସେଠି ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ରହିଥାଏ ସେଠାରେ ସ୍ୱୟଂ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ରହିଥାନ୍ତି। ଏଣୁ ନବବର୍ଷ ଦିନ ଘରକୁ ତୁଳସୀ ଗଛ ନେଇଆସନ୍ତୁ। ଏହା ସହିତ ମନୀପ୍ଲାଣ୍ଟ ଗଛକୁ ଘରକୁ ଆଣି ଲଗାନ୍ତୁ। ଏହି ମନୀପ୍ଲାଣ୍ଟ ଗଛକୁ ଘରେ ଆଣି ଲଗାଇବା ଦ୍ୱାରା ବହୁତ ଶୁଭଦାୟକ ହୋଇଥାଏ। କିନ୍ତୁ ଯେତେବେଳେ ଏହି ଗଛଟିକୁ ଆଣିବେ କେବେବି କିଣିକି ଆଣନ୍ତୁ ନାହିଁ ଯଦି କାହାର ହୋଇଛି ତ ସେମାନଙ୍କୁ କହି ଏହି ମନୀପ୍ଲାଣ୍ଟ ଗଛ ଘରକୁ ଆଣି ନିଶ୍ଚିତ ଭାବରେ ଲଗାନ୍ତୁ। ଏହା କଲେ ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *