ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୧୦ଟି ଜିନିଷ। ତାପରେ ବଦଳି ଯିବ ଆପଣଙ୍କ ଭାଗ୍ୟ।
୨୦୨୨ ମସିହା ଆରମ୍ଭ ହେବା ପାଇଁ ଆଉ କେବଳ ଗୋଟେ ମାସ ହିଁ ରହିଛି। ସମସ୍ତେ ଇଛା ରଖିଥାନ୍ତି ଯେ ଆସନ୍ତା ବର୍ଷ ସେମାନଙ୍କ ଜୀବନ ସକାରାତ୍ମକ ଓ ଉତ୍ତମ ରୂପରେ ଅତିବାହିତ ହେଉ। ପୂର୍ବ ବର୍ଷ ସମସ୍ତଙ୍କ ପାଇଁ କିପରି ଅତିବାହିତ ହୋଇଛି ତାହା ଆପଣ ମାନେ ମଧ୍ୟ ଜାଣିଥିବେ।
ଆସୁଥିବା ବର୍ଷ ଲାଭଦାୟକ ରହିବା ପାଇଁ କିଛି ଲୋକେ ବାସ୍ତୁ ଉପାୟ ମଧ୍ୟ କରିବେ। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏଭଳି ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣିତ ରହିଛି, କାହାକୁ ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିର ଜୀବନ ସୁଖଶାନ୍ତିରେ ଭରି ଯିବ। ନୂଆବର୍ଷରେ କେଉଁ ବସ୍ତୁ ଘରକୁ ଆଣିବା ଦ୍ଵାରା କେବେବି ଧନର ଅଭାବ ହୋଇନଥାଏ, ଆସନ୍ତୁ ସେହି ବିଷୟରେ ଜାଣିବା।
ରୁପାର ହାତୀ –
ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଏହାକୁ ଘରେ ରଖନ୍ତୁ। ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ଏହାର ଚମତ୍କାର ପ୍ରଭାବ ଦେଖିବାକୁ ମିଳେ। ଏହି ରୁପାର ହାତୀକୁ ଘରେ ରଖିଲେ, ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ ଏବଂ ସୁଖଶାନ୍ତି ବିରାଜମାନ ହେବ। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।
ଧାତୁରେ ତିଆରି କଇଁଛ-
ଧାତୁରେ ତିଆରି କଇଁଛକୁ ଘରେ ଆଣି ରଖନ୍ତୁ। ଏହାସହିତ ରୂପା, ପିତଳ, କଂସାରେ ତିଆରି କଇଁଛକୁ ଘରେ ଆଣି ରଖିବା ମଧ୍ୟ ଶୁଭ ହୋଇଥାଏ।ଏହାକୁ ଉତ୍ତର ଦିଗରେ ରଖିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।
ଲାଫିଙ୍ଗ ବୁଦ୍ଧ –
ନୂଆବର୍ଷରେ ଆପଣ ଲାଫିଙ୍ଗ ବୁଦ୍ଧ ମୁର୍ତ୍ତି ଘରେ ଆଣି ରଖି ପାରିବେ।ଏହାକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଏହାଦ୍ବାରା ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ରହିବ। କେବେ ମଧ୍ୟ ଆପଣଙ୍କୁ ଧନର ଅଭାବ ହେବ ନାହିଁ।
ସ୍ୱସ୍ତିକର ଚିତ୍ର –
ଘରେ ସ୍ଵସ୍ତିକ ଚିତ୍ର ଆଣି ରଖିବା ଉଚିତ। ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଏହି ସ୍ୱସ୍ତିକକୁ ଦେବୀ ଲକ୍ଷ୍ମୀ ଓ ଭଗବାନ ଶ୍ରୀଗଣେଶଙ୍କ ପ୍ରତୀକ ବୋଲି ମାନା ଯାଇଥାଏ। ସଂସ୍କୃତରେ ସ୍ଵସ୍ତିକ, ‘ ସୁ ‘ ଓ ‘ ଅସ୍ତି ‘ କୁ ନେଇ ଗଠିତ ହୋଇଛି। ଏହାର ଅର୍ଥ ହେଉଛି ଶୁଭ।
ଗୋମତୀ ଚକ୍ର –
ଗୋମତୀ ଚକ୍ର ସାଧାରଣ ପଥର ଭଳି ଦେଖା ଯାଇଥାଏ। ଗୋମତୀ ନଦୀ କୂଳରେ ଏହି ପଥର ମିଳିଥାଏ। ଯେଉଁ ବ୍ୟକ୍ତି ନିଜ ପାଖରେ ଏହି ଗୋମତୀ ଚକ୍ରକୁ ରଖିଥାନ୍ତି, ତାଙ୍କ ଉପରେ କେବେବି କୌଣସି ବାଧାବିଘ୍ନ ଆସି ନଥାଏ। ଏହାକୁ ସିନ୍ଦୁର ଫରୁଆରେ ରଖିବା ଉଚିତ। ୧୧ ଗୋଟି ଗୋମତୀ ଚକ୍ରକୁ ନେଇ ଗୋଟେ ହଳଦିଆ କପଡ଼ାରେ ଗୁଡେ଼ଇ ଧନଭଣ୍ଡାର ଥିବା ସ୍ଥାନରେ ରଖିଲେ, ଧନ ବୃଦ୍ଧି ହୋଇଥାଏ।
ମୟୂର ପର –
ମୟୂର ପରକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାକୁ ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇ ଯାଇଥାଏ। ଏହାସହିତ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଯାଏ, ଏଥିପାଇଁ ଘରେ ଗୋଟେ ବା ତିନି ଗୋଟି ମୟୂର ପର ରଖିବା ଉଚିତ।
ନଡ଼ିଆ –
ଦୀପାବଳି ପୂର୍ବରୁ ନଡ଼ିଆକୁ ଏକ ନାଲି କପଡ଼ାରେ ଗୋଡେଇ ଧନଭଣ୍ଡାରରେ ରଖିବା ଉଚିତ।ଦୀପାବଳି ପରଦିନ ଏହାକୁ କୌଣସି ନଦୀ ବା ଗାଡ଼ିଆରେ ବିସର୍ଜନ କରି ଦିଅନ୍ତୁ।ଏହାପରେ ଆଉଗୋଟେ ନଡ଼ିଆ ଆଣି ଧନଭଣ୍ଡାର ଘରେ ରଖନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି ଏବଂ ଘର ଧନଧାନ୍ୟରେ ଭରି ଯାଏ।
ଶୁଆର ଫଟୋଚିତ୍ର –
ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଉତ୍ତର ଦିଗରେ ଶୁଆର ଫଟୋଚିତ୍ର ଲଗାଇବା ଦ୍ଵାରା ଛୋଟ ପିଲାମାନଙ୍କର ଜ୍ଞାନ ବୃଦ୍ଧି ହୋଇଥାଏ। ଏହାସହିତ ଘରକୁ ସୁଖସମୃଦ୍ଧି ଆସିଥାଏ। ଆପଣଙ୍କ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଆପଣ କେବେବି ଅଭାବ ଅନୁଭବ କରିବେ ନାହିଁ।
ମୋତିଶଙ୍ଖ –
ପ୍ରାୟତଃ ଅନେକ ଲୋକଙ୍କ ଘରେ ଶଙ୍ଖ ରହିଥାଏ। କିନ୍ତୁ ଦକ୍ଷିଣବର୍ତୀ ଶଙ୍ଖ ଓ ମୋତି ଶଙ୍ଖ ଭିତରେ ବହୁତ ପାର୍ଥକ୍ୟ ରହିଛି। ମୋତି ଶଙ୍ଖକୁ ବିଧିବିଧାନ ରୂପରେ ପୂଜାର୍ଚ୍ଚନା କରି ଘରେ ରଖିଲେ, ଧନସମ୍ପତ୍ତିରେ ବୃଦ୍ଧି ହୋଇଥାଏ। ବ୍ୟାପାରରେ ଲାଭ ହିଁ ଲାଭ ହୋଇଥାଏ।
ତୁଳସୀ ବା ମନି ପ୍ଲାଣ୍ଟ –
ଘର ଭିତରେ ତୁଳସୀ ବା ମନି ପ୍ଲାଣ୍ଟ ଲଗାଇବା ନିହାତି ଆବଶ୍ୟକ ଅଟେ। ଏହି ଗଛ ଘରେ ଲଗାଇଲେ, ଘରେ ଏକା ଶାନ୍ତିର ବାତାବରଣ ଖେଳି ଯାଏ। ଏହି ଦୁଇଟି ଗଛକୁ ଘର ପାଇଁ ଅଧିକ ଶୁଭ ମାନା ଯାଇଥାଏ।