Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ମୂଳରେ କଞ୍ଚା କ୍ଷୀର ଢାଳିବା କ୍ଷଣେ ଅଦୃଶ୍ୟ ଶକ୍ତି ଦିଅନ୍ତି ଟଙ୍କା ସୁନା ଧନରତ୍ନ। ପୂର୍ଣ୍ଣ କରନ୍ତି ସବୁ ମନସ୍କାମନା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛର ମୂଳରେ କଞ୍ଚା କ୍ଷୀର ଢାଳିବା କ୍ଷଣେ ଅଦୃଶ୍ୟ ଶକ୍ତି ଦିଅନ୍ତି ଟଙ୍କା ସୁନା ଧନରତ୍ନ। ପୂର୍ଣ୍ଣ କରନ୍ତି ସବୁ ମନସ୍କାମନା।

ବନ୍ଧୁଗଣ ଆପଣ ମାନେ ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି ସେହି କାର୍ଯ୍ୟରେ କୌଣସି ଅଭାବକୁ ଦୂର କରିପାରିବ ଏହି ଚମତ୍କାରୀ ଉପାୟ ମାଧ୍ୟମରେ। ଆପଣ ଯଦି ବ୍ୟବସାୟ ବାଣିଜ୍ୟ କରୁଛନ୍ତି ତେବେ ମାତ୍ର ଭଲ ଚାଲୁନାହିଁ ପାଠସାଠ ପଢି ବେରୋଜଗାର ହୋଇ ଅଛନ୍ତି ଚାକିରୀ ପାଉନାହାନ୍ତି କିମ୍ବା ଛୋଟ ଚାକିରୀଟିଏ କରି ବଡ଼ ଚାକିରୀ ପାଇଁ ଆଶା ରଖିଛନ୍ତି କିମ୍ବା ପଦନ୍ନତି ଚାହୁଁଛନ୍ତି କିମ୍ବା ଧନର ଅଭାବରେ ଋଣ କରଜରେ ବୁଡି ରହିଛନ୍ତି ରୋଗ ବୈରାଗ୍ୟ କ୍ଷେତ୍ର ଯେକୌଣସି ପ୍ରକାରର ଅସୁବିଧା କୁ ଏହି ଉପାୟ ସାହାର୍ଯ୍ୟରେ ଦୂର କରିପାରିବେ। ଏହି କ୍ରିୟାଟି ଯେକୌଣସି ସକଳ ଆଶାକୁ ମଙ୍ଗଳ ମୟୀ ମା ତାରା ପରିପୂର୍ଣ୍ଣ କରିଥାନ୍ତି। ଏହାକୁ ଯେକୌଣସି ବ୍ୟକ୍ତି କରିପାରିବ। ଏହି କ୍ରିୟା ମାଧ୍ୟମରେ ସକଳ ଉନ୍ନତି ଘଟିବା ସହିତ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଭରି ଯାଇଥାଏ। କେବଳ ଏହି ଗୋଟିଏ ବୃକ୍ଷର ଆବଶ୍ୟକତା ଅଛି।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ମଙ୍ଗଳମୟୀ ମା ତାରା ସମସ୍ତଙ୍କର ଆକୁଳ ପାର୍ଥନା ହିଁ ଶୁଣିଥାନ୍ତି। ବହୁତ ଲୋକ ଏହା ଭାବିଥାନ୍ତି ଗରିବ ମାନଙ୍କର କେବଳ ଅଭାବ ଅଛି କିନ୍ତୁ ଏହା ଭ୍ରାନ୍ତ ଧାରଣା ଅଟେ ଧନୀ ଲୋକଙ୍କର ମଧ୍ୟ ଅଭାବ ଅଛି। ଏମିତିକି ଭଗବାନ ବିଷ୍ଣୁ ମଧ୍ୟ ମା ଲକ୍ଷ୍ମୀଙ୍କୁ ହରେଇ ଅଭାବର ଶିକାର ହୋଇଥିଲେ। ମା ଲକ୍ଷ୍ମୀଙ୍କ କ୍ରୋଧ ଯୋଗୁ ଯେକୌଣସି ଗରିବ ହେଉ କିମ୍ବା ଧନୀ ହେଉ ସିଏ ଅଭାବ ମଧ୍ୟରେ ଘାଣ୍ଟି ହୋଇଥାଏ ଯାହାକୁ ଏହି କ୍ରିୟା ମାଧ୍ୟମରେ ଅତ୍ୟନ୍ତ ସହଜରେ ସମ୍ପାଦନ କରାଯାଇପାରିବ। ଏହା ସହିତ ଯେକୌଣସି ପ୍ରକରର ଋଣ ଗ୍ରସ୍ତ ଅବସ୍ଥା ହେଉ ରୋଗ ବୈରାଗ୍ୟ କ୍ଷେତ୍ରରେ ଆରୋଗ୍ୟ ପାଇଁ ହେଉ ଚାକିରୀ ପ୍ରାପ୍ତି ପାଇଁ ହେଉ ବ୍ୟବସାୟରେ ଉନ୍ନତି ପାଇଁ ହେଉ ପ୍ରେମ ପ୍ରଣୟ ସମ୍ପର୍କ ଜନିତ ହେଉ ଯେକୌଣସି ପ୍ରକାରର ସମସ୍ୟା ହେଉ ଏହା ଅତ୍ୟନ୍ତ ସୁଫଳ ପ୍ରଦାନ କରିଥାଏ।

ତେବେ ଏହି କ୍ରିୟା ପାଇଁ ଆବଶ୍ୟକତା ପଡିବ ତାହା ଅଟେ ବର ଗଛ। ଏହି ଗଛଟି ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ। ଯଦି କୌଣସି ବ୍ୟକ୍ତି ବର ଗଛକୁ ଦେଖେ ତ ତା ଭିତରେ ସାଧାରଣ ଭାବନା ଆସେ ଏହି ଗଛରେ ସେହିଭଳି କିଛି ଦିବ୍ୟ ଶକ୍ତି ରହିଛି ଗଛର ଆୟତନ ଏବଂ ତାର ବାହାୟିକ ପାରିପାର୍ଶ୍ଵ ରୁ ଏହା ସହଜରେ ଅନୁମାନ ହୁଏ ଯେ ନିଶ୍ଚିତ କୌଣସି ନାଁ କୌଣସି ଶକ୍ତି ଏହି ଗଛ ମଧ୍ୟରେ ଲୁଚିକି ରହିଛି। ଏବଂ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଏହି ଗଛରେ ଅନେକ ଦିବ୍ୟ ଆତ୍ମା ମାନେ ଏବଂ ଅଦୃଶ୍ୟ ଶକ୍ତିମାନେ ପ୍ରତ୍ୟକ୍ଷ ରୂପରେ ଉଭା ହୋଇଥାନ୍ତି। ଯେକୌଣସି ଲୋକର ମନସ୍କାମନାକୁ ପୂରଣ କରିଥାନ୍ତି। ଯଦି ବ୍ୟକ୍ତି ମନରେ ସେଭଳି ସନ୍ଦେହ ନଥାଏ। ବିଶ୍ୱାସ ଥାଏ ଏବଂ କୌଣସି ମନ୍ଦ ଉଦେଶ୍ୟ ନଥାଏ। ତେବେ ଆପଣ ମାନେ ଏହି କ୍ରିୟାଟିକି ଯେକୌଣସି ସୋମବାର ଦିନରୁ ହିଁ ଆରମ୍ଭ କରିବେ।

କେମିତି କରିବେ ଆସନ୍ତୁ ଜାଣିବା।

ଆପଣ କଞ୍ଚା ଗାଈ କ୍ଷୀରକୁ ପ୍ରଥମେ ସଂଗ୍ରହ କରିବେ। କ୍ଷୀରର ପରିମାଣ ସେମିତି କିଛି ନାହିଁ ଯେତିକି ପାରିବେ ନେଇପାରିବେ। ରାତିରେ ଶୟନ ପାଇଁ ଯାଉଛନ୍ତି ଆପଣଙ୍କର ଖଟ ତଳେ ହେଉ କିମ୍ବା ଆପଣ ଯଦି ଭୂମି ଉପରେ ଶୟନ କରୁଛନ୍ତି ତ ମଥା ଉପରେ ଆପଣ ସେହି କଞ୍ଚା କ୍ଷୀରକୁ ଘୋଡେଇ କରି ରଖିବେ ଏବଂ ଆପଣଙ୍କର ଯେକୌଣସି ମନ ଇଚ୍ଛାକୁ ପୂରଣ କରିବା ପାଇଁ ଚାହୁଁଛନ୍ତି ସେ ଇଛାଟିକୁ ଆପଣ ମନେ ମନେ ସ୍ମରଣ କରି କରି ଶୋଇବେ ଯେ ଏହି ଇଛାଟି ମୋର ପରିପୂର୍ଣ୍ଣ ହେଉ। ଯେକୌଣସି ମନର ଇଛାକୁ ସ୍ମରଣ କରି କରି ଶୋଇଯିବେ ଏବଂ ସକାଳୁ ଉଠିବା ପରେ ଆପଣ ସ୍ନାନ ଶୌଚ ସାରିକି ସେହି କ୍ଷୀରକୁ ଆପଣ ନେବେ ଏବଂ ପାଖରେ ଥିବା ଯେକୌଣସି ବର ଗଛ ମୂଳରେ ଢାଳିଦେବେ। ଢାଳିବା ସମୟରେ ଶ୍ରୀମ ଆଦ୍ୟା ମନ୍ତ୍ରଟିକୁ ଆପଣ ମନେ ମନେ ସ୍ମରଣ କରିବେ। ମା ତାରା ଦେବୀଙ୍କୁ ମନେ ମନେ ସ୍ମରଣ କରିବେ। ଭଗବାନ ଶିବ ଶଙ୍କରଙ୍କୁ ମନେ ମନେ ସ୍ମରଣ କରିବେ। ଆପଣଙ୍କର ଅପୂର୍ଣ ଇଛାଟି ପ୍ରାପ୍ତ ହେଉ ବୋଲି ଗୁହାରି କରିବେ। ଏହାର ପରବର୍ତୀ ଆପଣ କ୍ଷୀର ଢାଳି ସାରିବା ପରେ ପାଖରେ ଥିବା ଯେକୌଣସି ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ପାଖରେ ଚାରିମୁଖା ଘିଅ ଦୀପ ପ୍ରଜ୍ଵଳନ କରିବେ ଏବଂ ମା ପାର୍ବତୀଙ୍କ ଆଗରେ ମଧ୍ୟ ଚାରିମୁଖା ଘିଅ ଦୀପ ପ୍ରଜ୍ଵଳନ କରିବେ। ଏକ ମୁଠା ଅରୁଆ ଚାଉଳ ଅକ୍ଷତ ଭଗବାନ ଶିବଙ୍କ ଉପରେ ଚଢ଼େଇବେ। ଏକ ଲୋଟା ଶୁଦ୍ଧ ଜଳ ମଧ୍ୟ ଅର୍ପଣ କରିବେ। ଏତିକି କରିବା ପରେ ଘରକୁ ଆସିବେ। ଠିକ ତାର ପରବର୍ତୀ ଦିନ ମଧ୍ୟ ଆପଣ ଠିକ ଏହି କ୍ରିୟାଟିକୁ ପୁନର୍ବାର ଏମିତି ହିଁ କରିବେ। ରାତିରେ କ୍ଷୀର ମୁଣ୍ଡ ପାଖରେ ରଖି ସକାଳେ ସ୍ନାନ ଶୌଚ ସାରି ବର ଗଛ ମୂଳରେ ଢାଳିବା ସମୟରେ ସେହି ମନ୍ତ୍ର ଉଚାରଣ କରି ପାଖରେ ଥିବା ଶିବ ମନ୍ଦିରକୁ ଯାଇ ସେମିତି ହିଁ କ୍ରିୟା କରିବେ। ଆଉ ନିଜର ମନ କଥା ଜଣେଇ ଦେଇ ଆସିବେ। ଆପଣ ଏହି କ୍ରିୟାଟିକୁ ଭକ୍ତି ଶ୍ରଦ୍ଧା ଏବଂ ଗମ୍ଭୀର ଆତ୍ମବିଶ୍ୱାସରେ ୪୧ ଦିନ ପର୍ଯ୍ୟନ୍ତ କରିବାକୁ ପଡିବ। ଯେଉଁ ସୋମବାରରୁ ଆପଣ ଏହି କ୍ରିୟାଟିକୁ ଆରମ୍ଭ କଲେ ଆପଣ ସେହି ସୋମବାର ଦିନ ଠାରୁ କ୍ରମାଗତ ୪୧ ଦିନ ପର୍ଯ୍ୟନ୍ତ କରିବେ। ଦେଖିବେ ଅତ୍ୟନ୍ତ ଚମତ୍କାର ଘଟିବ। ଆପଣଙ୍କର ସେହି ଅପୂର୍ଣ ଇଛା ସେହି ୪୧ ଦିନ ମଧ୍ୟରେ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *