Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ମାଣବସା ପୂଜାରେ କେଉଁ କେଉଁ ମନ୍ତ୍ର ପାଠ କରିବା ଦ୍ଵାରା ମା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ମାଣବସା ପୂଜାରେ କେଉଁ କେଉଁ ମନ୍ତ୍ର ପାଠ କରିବା ଦ୍ଵାରା ମା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି

ବନ୍ଧୁଗଣ ମା ମହା ଲକ୍ଷ୍ମୀ ଯିଏ ସର୍ବ ବିଧି ଗୁଣର ଅଧିକାରିଣୀ ଯିଏ ସୃଷ୍ଟିର ପାଳନ କର୍ତ୍ତି ବିଷ୍ଣୁଙ୍କ ପତ୍ନୀ ମା ଅନ୍ନପୂର୍ଣ୍ଣା ମା ମହା ଲକ୍ଷ୍ମୀଙ୍କର ଅନେକ ସମୟରେ ପୂଜାର ବିଧାନ ରହିଛି। ମାର୍ଗଶୀର ମାସର ପ୍ରତ୍ୟକ ଗୁରୁବାର ପାଳି ହେଉ ଅଥବା ସୁଦଶାବ୍ରତ ହେଉ ଅଥବା ବୈଭବ ଲକ୍ଷ୍ମୀ ବ୍ରତ ହେଉ ବା ଲକ୍ଷ୍ମୀନାରାୟଣ ବ୍ରତ ହେଉ ମା ମହା ଲକ୍ଷ୍ମୀଙ୍କର ପୂଜା ବିଧି ବିଧାନର ସହିତ ନିଷ୍ଠାର ସହିତ ପ୍ରକୃତ ମନ୍ତ୍ର ଉଚାରଣ ପୂର୍ବକ ଯଦି ସମ୍ପାଦାନ କରାଯାଏ ତେବେ ଅନେକ ଶୁଭ ଫଳ ମିଳିଥାଏ ଏବଂ କୃପାମୟୀ ଦୟାମୟୀ କ୍ଷମାମୟୀ ମା ମହା ଲକ୍ଷ୍ମୀ ଯିଏ ସ୍ୱତଃ ସ୍ୱଚ୍ଛ ହୃଦୟରେ ବିରାଜମାନ କରନ୍ତି ଭକ୍ତର ସେ ଭକ୍ତିକୁ କୃପା କୋଠାଗ୍ୟ ବିସ୍ତାର କରି ଅନେକ ଫଳ ପ୍ରଦାନ କରନ୍ତି। ତେଣୁ ମାଙ୍କର ପୂଜା ବିଧି ବିଧାନର ସହ କରିବା ବିଧେୟ। ଯେହେତୁ ମା ହେଉଛନ୍ତି ପରମ ବୈଷ୍ଣବୀ ଏବଂ ବୈଦିକ ଶ୍ରୀ ସ୍ୱତରେ ମାଙ୍କର ଆରାଧନା କରାଯାଏ। ତେଣୁ ମାଙ୍କ ମନ୍ତ୍ର ପୂର୍ବକ ପୂଜା କଲେ ଅନେକ ଶୁଭ ଫଳ ମିଳିବା ସହିତ ମନୁଷ୍ୟକୁ ଆନନ୍ଦ ସୁଖ ଶାନ୍ତି ବୈଭବ ସମୃଦ୍ଧିରେ ଭରି ଯାଏ। ତେବେ ଆସନ୍ତୁ ଜାଣିବା ମା ମହା ଲକ୍ଷ୍ମୀଙ୍କର ପୂଜା କିପରି ଭାବରେ ବିଧି ବିଧାନର ସହିତ ସମ୍ପାଦନ କରିବାକୁ ହେବ।

ପ୍ରକୃତ ମନ୍ତ୍ର ପୂର୍ବକ ମା ମହା ଲକ୍ଷ୍ମୀଙ୍କର ଫୋଟ ଚିତ୍ର ହେଉ ଅଥବା ପିତଳ ପ୍ରତିମା ହେଉ ଅଥବା ମା ଲକ୍ଷ୍ମୀଙ୍କର ଯେକୌଣସି ମୂର୍ତି ହେଉ। ପ୍ରଥମେ ମହା ଲକ୍ଷ୍ମୀଙ୍କୁ ଧ୍ୟାନ ମନ୍ତ୍ରରେ ଧ୍ୟାନ କରାଯାଏ ମନ୍ତ୍ର ହେଉଛି ଓଁ ବିଷ୍ଣୁ ଶତୈୟଂ ଚତୁର୍ଭୁଜା ବୈକୁଣ୍ଠ ବାସିନୀ ଶ୍ରୀମ ଭୀମ ମହାଲକ୍ଷ୍ମୀ ନାରାୟଣ ଦେବେୟି ନମଃ। ଏହିପରି ଭାବରେ ମନ୍ତ୍ର ଉଚାରଣ କରି ମାଙ୍କୁ ପ୍ରଥମେ ଧ୍ୟାନ କରାଯାଏ ଏବଂ ମା ମହା ଲକ୍ଷ୍ମୀଙ୍କର ଗାୟତ୍ରୀମନ୍ତ୍ର ହେଉଛି ଓଁ ମହାଲକ୍ଷ୍ମୀ ବିଘ୍ନହେ ବୈକୁଣ୍ଠ ବାସିନୀ ଧିମହି ତନୋଲକ୍ଷ୍ମୀ ପ୍ରଚୋଦୟା। ଏହି ଗାୟତ୍ରୀମନ୍ତ୍ରକୁ ୭ ଥର ୯ ଥର ୧୧ ଥର କିମ୍ବା ୨୧ ଥର ଉଚାରଣ କରି ମାଙ୍କୁ ହୃଦୟରୁ ଭାବନ୍ତୁ। ମା ଲକ୍ଷ୍ମୀଙ୍କର ମୂଳ ବୈଦିକ ମନ୍ତ୍ର ହେଉଛି ଓଁ ଲକ୍ଷ୍ମୀ ଦେବେୟି ନମୋନମଃ ମହାଲକ୍ଷ୍ମୀ ଦେବେୟି ନମୋନମଃ।ଏହା ପରେ ଆସନ ମନ୍ତ୍ରରେ ମାଙ୍କୁ ଆସନ ପ୍ରଦାନ କରାଯାଏ। ଓଁ ନାନାରତ୍ନମ ସମାଜୁତମ କ୍ରିତି ସୁର ବିଭୁସୁତମ ଆସନ ବହୁ ମୁଲ୍ୟମ ଚ ଗୃହିଣ ଜଗଦିଶ୍ୱରୀ ଇଦମ ମାନସଙ୍ଗମ ମହାଲକ୍ଷ୍ମୀ ନମଃ। ଏହା ପରେ ସ୍ୱାଗତ ମନ୍ତ୍ରରେ ମାଙ୍କୁ ସ୍ୱାଗତ କରିବେ।

ସ୍ଵାଗତର୍ଥମ ପୁଷ୍ପିପଟକମ ଗୃହାଣ ବୈକୁଣ୍ଠସ୍ୱରି ବୟାନିବେଦିତ ଭଛ୍ୱୟ ପ୍ରସନ୍ନା ଭବସର୍ବଦା। ଏହି ମନ୍ତ୍ରକୁ ଉଚାରଣ କରି ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବେ। ଗୃହ ଭିତରକୁ ଆବାହନ ମନ୍ତ୍ରରେ ଆବାହନ କରାଯାଏ। ଓଁ ଆଗସ୍ୟ ଦେବେ ଦେବେସି ଦରିଦ୍ର ଦୁଃଖନାସିନୀ କୃପୟା ଗୃହାଣ ପୂଜନ ମକ୍ନୋତି ପ୍ରସନ୍ନାଭବ। ହେ ମା ମହାଲକ୍ଷ୍ମୀ ହେ ଦାରିଦ୍ର୍ୟ ଦୁଃଖନାସିନୀ ସର୍ବ ସୁଖ ସର୍ବ ଆନନ୍ଦ ପ୍ରଦାୟିନୀ କୃପା ପୂର୍ବକ ମୋ ଗୃହକୁ ଆପଣ ଆଗମନ କରି ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ଏହା ପରେ ଅର୍ଘ୍ୟ ମନ୍ତ୍ରରେ ମାଙ୍କୁ ଅର୍ଘ୍ୟ ଦାନ କରାଯାଏ। ଅର୍ଘ୍ୟ ଗୃହାଣ ଦେବେସି ଗନ୍ଧ ପୁଷ୍ପ କ୍ଷତେ ଚୁତମ ଅର୍ପିତ ତବକୃତ୍ୟର୍ଥମ ପ୍ରସିଦ୍ଧ ଜଗତେଶ୍ୱରୀ ଇଦ ମଧ୍ୟ ଓଁ ଶ୍ରୀ ମହାଲକ୍ଷ୍ମୀ ସ୍ୱାହା। ଏହି ମନ୍ତ୍ରକୁ ଉଚାରଣ କରି ମାଙ୍କୁ ଗନ୍ଧ ପୁଷ୍ପ ଅକ୍ଷତ ଏହିସବୁ ଅର୍ଘ୍ୟକୁ ପ୍ରଦାନ କରାଯାଏ। ପାଦ୍ୟ ମନ୍ତ୍ରରେ ମାଙ୍କୁ ସମର୍ପଣ କରାଯାଏ। ଓଁ ପାଦ୍ୟ ଗୃହାଣ ଦେବେସି ସିତଳଙ୍ଗ ଶୁ ମନୋହରମ ଅର୍ପିତ ପରୟାବଛା ଭୁବନାନଦ କାରିଣୀ ଏତତ ପାଦ୍ୟଂ ଓଁ ଶ୍ରୀ ମହାଲକ୍ଷ୍ମୀ ନମଃ

ଏହା ପରେ ସ୍ନାନ ମନ୍ତ୍ରରେ ମାଙ୍କୁ ସ୍ନାନ କରାଯାଏ। ଓଁ ନାନାତୀର୍ଥତ ଭବ ଭରିଣୀ କୁମ୍ କୁମତେ ସୁଶିତଳମ ମୟା ସମି ପତମ ଭଛ୍ୱୟ ସ୍ନାନର୍ଥମ ଲୋକ ଜନନୀ ଇଦମ ସ୍ନାନ ଜଳମ ଓଁ ଶ୍ରୀ ମହାଲକ୍ଷ୍ମୀ ବଶ୍ୟତ। ସ୍ନାନ ମନ୍ତ୍ରରେ ମାଙ୍କୁ ବିଭିନ୍ନ ପ୍ରକାର ସୁବାସିତ ଜଳରେ ମିଶାଇବେ ଏବଂ ଗଙ୍ଗା ଜଳକୁ ମିଶାଇ ପଞ୍ଚାମୃତରେ ମଧ୍ୟ ସ୍ନାନ କରାଯାଏ। ବିଶୁଦ୍ଧ ଜଳରେ ଚନ୍ଦନ କର୍ପୂର ହଳଦୀ ମିଶେଇ ମଧ୍ୟ ମାଙ୍କୁ ମନ୍ତ୍ର ଉଚାରଣ କରି ସ୍ନାନ କରାଯାଏ। ସ୍ନାନ ପରେ ଆଭରଣ ମନ୍ତ୍ରରେ ମାଙ୍କୁ ଆଭରଣ ପ୍ରଦାନ କରାଯାଏ। ନାନାରତ୍ନମ ସମାକିନ୍ମମ ମାଳାମ ସ୍ଵଛମୟୀ ତଥା। ମୁଦ୍ରିକାମ ହସ୍ତ ପାଦ ଚ। ଗୃହାଣ ଜଗଦିଶ୍ୱରୀ ଇଦମ ସ୍ୱଚ୍ଛମାଳମ ମୁଦ୍ରିକାମ ଆଭରଣମ ଶ୍ରୀ ମହାଲକ୍ଷ୍ମୀ ନମଃ। ଏହିପରି ଭାବରେ ଆଭରଣମ ମନ୍ତ୍ରରେ ଆଭରଣ କରି ହସ୍ତ ଏବଂ ପାଦର ଯେଉଁ ସବୁ ଆଭୂଷଣ ରହିଛି ତା ସହିତ ଗଳାର ଆଭୂଷଣ ବିଭିନ୍ନ ପ୍ରକାର ମାଳ ଏବଂ ହାର ଏହିସବୁ ଆଭରଣ ମାଙ୍କୁ ପ୍ରଦାନ କରାଯାଏ। ଏହା ପରେ ପ୍ରସନ୍ନ ମନ୍ତ୍ରରେ ମା ମହାଲକ୍ଷ୍ମୀଙ୍କୁ ବସ୍ତ୍ର ପ୍ରଦାନ କରାଯାଏ। ବିଶୁଦ୍ଧି ସୌନ୍ଦର୍ଯ୍ୟ କ୍ଷୁମେ ନୂତନ ସୁସାଟିକେ ମୟା ନିବେଦିତମ ଭଛ୍ୱୟ ଗୃହାଣ ବୈକୁଣ୍ଠସ୍ୱରି ଇଦମ ସ୍ୱତରିୟ ଶାଟିକା।

ବସ୍ତ୍ରମ ଓଁ ଶ୍ରୀ ମହାଲକ୍ଷ୍ମୀ ସମର୍ପୟାମି ନମଃ। ଏହା ପରେ ସୁଗନ୍ଧ ଦ୍ରବ୍ୟ ମନ୍ତ୍ରରେ ସୁଗନ୍ଧ ପ୍ରଦାନ କରାଯାଏ। ଶରିରନ୍ତେ ନଦାନାମୀ ଜେଷ୍ଠା ଜୈବଚା ଦେବୟୋ ବୟାନିବେଦିତା ଗନ୍ଧା ପ୍ରାଗୃହାଣ ବିଲେପନହ। ଏହାପରେ ସିନ୍ଦୁର ମନ୍ତ୍ରରେ କୃପାମୟି ମା ଲକ୍ଷ୍ମୀଙ୍କୁ ସିନ୍ଦୁର ପ୍ରଦାନ କରାଯାଏ। ଉଦିତାରୁଣ ଶଙ୍କାସମ ଯେବା କୁସୁମନା ଲାଭମ ଶିବନ୍ତ ଭୁଷୁଣାର୍ଥୟ ସିନ୍ଦୁରଂ ପ୍ରତିଗୃହିତାମ। ଏହା ପରେ କଜଳ ମନ୍ତ୍ରରେ ମା ଲକ୍ଷ୍ମୀଙ୍କୁ କଜଳ ପ୍ରଦାନ କରାଯାଏ। କଜ୍ଵଳମ କାମିକମ ରମ୍ୟମ କାମିନା କାମସମ୍ଭବନ ନେତ୍ରୋୟ ରଞ୍ଜନାର୍ଥୟ କଜ୍ଵଳମ ପ୍ରତିଗୃହିତାମ। ଏହାପରେ ଅଳତା ମନ୍ତ୍ରରେ ଅଳତା ପ୍ରଦାନ କରାଯାଏ। ବନ୍ଧୁକ କୁସୁମ ଭାଷା ବାଳକ ଦ୍ୟୁତି ଗଞ୍ଜନମ ପାଦ ଶୋଭା ଅହଂ ଦେବି ଗୃହିତା ଜଗଦିଶ୍ୱରୀ। ଏହା ପରେ ପାଦୁକା ମନ୍ତ୍ର ଉଚାରଣ କରି ମାଙ୍କୁ ପାଦୁକା ସମର୍ପଣ କରାଯାଏ। ପାପ ଗୟନ୍ତି ଗ୍ରୀଷ୍ମ ବର୍ଷା ନିବାରଣର୍ଥକମ ନିବୋଦିତଂ ମୟାଦେବି ପାଦୁକାମ ପ୍ରତିଗୃହିତାମ। ଏହା ପରେ ଚନ୍ଦନ ମନ୍ତ୍ରକୁ ଉଚାରଣ କରି ଚନ୍ଦନ ପ୍ରଦାନ କରାଯାଏ। ଚନ୍ଦନମ ଶୀତଳମ ରମ୍ୟ ଶୌରଭମ ଦେବତା ପ୍ରିୟମ ଶ୍ରଦ୍ଧାୟାନାଚିର୍ତ୍ତମ ଦେବି ଗୃହ୍ୟୟତାମ ଧନ ଦି ଶୁଭେ ଏ ସହୋ ଗନ୍ଧ ଓଁ ମହା ଲକ୍ଷ୍ମୀ ନମଃ। ଏହା ପରେ ପୁଷ୍ପ ଦାନ ମନ୍ତ୍ରକୁ ଉଚାରଣ କରି ପୁଷ୍ପ ଦାନ କରାଯାଏ। ନାନାବିଧାନ ପୁଷ୍ପାଣି ନାନାଗନ୍ଧା ଚୁଚାନ୍ତ ନାନାର୍ଣ୍ଣନ୍ୟ ହୃଦାନୁ ସୁପାଠମ ପ୍ରତିଗୃହିତା

ଇଦମ ପୁଷ୍ପମ ଓଁ ଶ୍ରୀ ମହାଲକ୍ଷ୍ମୀ ବସତ। ଏହା ପରେ ଧୂପ ନିବେଦନ ମନ୍ତ୍ରରେ ଧୂପ ଅର୍ପଣ କରିବେ। ବନସ୍ପତି ରସ୍ୟ ଭୂପ ଗନ୍ଧାନଟିଓ ସୁମୋନରହଂ ଅଗ୍ରେୟ ସର୍ବଦେବାନାମ ଧୂପୟମ ପ୍ରତିଗୃହିତାଙ୍ଗ। ଏସହ ଧୂପହ ଓଁ ଶ୍ରୀ ମହାଲକ୍ଷ୍ମୀ ସ୍ୱାହା। ଏହା ପରେ ଦୀପ ଦାନ ମନ୍ତ୍ରକୁ ଉଚାରଣ କରି ଗୁଆ ଘିଅରେ ମାଙ୍କୁ ଦୀପ ପ୍ରଦାନ କରାଯାଏ। ସ୍ୱ ପ୍ରକାଶ୍ୟ ମହାଜ୍ୟୋତି ସ୍ମିମିରିପତ୍ନହ ସଦାହ୍ୟାଭନ୍ତର ଜ୍ୟୋର୍ତି ଦିପେୟମ ପ୍ରତି ଗୃହିତା ଇତି ଦୀପ ନୈବେଦ୍ୟ। ଏହା ପରେ ନିବେଦନ ମନ୍ତ୍ରରେ ମାଙ୍କୁ ଭୋଗ ଅର୍ପଣ କରାଯାଏ। ଶର୍କରା ଖଣ୍ଡ ସଂଜୁଛମ ଦଧି ଦ୍ୱଗ୍ଧ ଗୃତାନିତଙ୍ଗ ଲେହ୍ୟ ପେହ୍ୟା ଭକ୍ଷ ଭେଜଙ୍ଗ ନୈବେଦ୍ୟ ପତିଗୃହିତା ଏ ସହ ନୈବେଦ୍ୟସ୍ୟ ଓଁ ଶ୍ରୀ ହାଲକ୍ଷ୍ମୀ ନମଃ। ଏହିପରି ଭାବରେ ନାନାଦି ଅନ୍ନ ବ୍ୟଞ୍ଜନ ମାଙ୍କୁ ଅର୍ପଣ କରିବେ। ଏହା ପରେ ପାନ ଦେବାର ବିଧାନ ରହିଛି। ଏହାପରେ ପୁଷ୍ପାଞ୍ଜଳି ମନ୍ତ୍ରରେ ମାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ। ନମଃ ଦେବୀ ମହାଲକ୍ଷ୍ମୀ ସର୍ବ ସମ୍ପଦଦାୟିନୀ ସର୍ବ ଦୁଃଖ ହରେ ଦେବୀ ଗୃହାଣ କୁସୁମାଞ୍ଜଳି। ଏହା ପରେ କ୍ଷମା ପ୍ରାର୍ଥନା ମନ୍ତ୍ରରେ କହିବେ ମନ୍ତ୍ର ତନ୍ତ୍ର କ୍ରିୟାଚାର ଭାବଭଛି ନଥାକୃତମ ଇଦଦତ୍ୟ ମହାଦେବୀ ପରିପୂର୍ଣ ତଦସ୍ତୁମେ। ଏହିପରି ଭାବରେ ମାଙ୍କ ମନ୍ତ୍ର ଉଚାରଣ କରି ବିଧାନ ପୂର୍ବକ ମାଙ୍କୁ ପୂଜା କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *