Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟ ନୀତି: ଜୀବନରେ ଏହି ୫ଟି ଗୁପ୍ତ କଥା ମରିଗଲେ ବି ଭୁଲରେ କାହାକୁ କୁହନ୍ତୁ ନାହିଁ।

ସେୟାର୍ କରନ୍ତୁ

ପୁରାତନ କାଳରେ ବିଦ୍ଵାନ ବା ଋଷି ମାନଙ୍କର ନୀତିବାଣୀ ଦ୍ଵାରା ସବୁ ମନୁଷ୍ୟଙ୍କର ମାର୍ଗଦର୍ଶନ ହେଉଥିଲା।ସେହି ବିଦ୍ବାନ ମାନେ ନିଜର ବୁଦ୍ଧି ଓ ବିଚାର ଦ୍ଵାରା ମାନବ ସମାଜକୁ ଉଚିତ ଶିକ୍ଷା ଦେଉଥିଲେ।କିନ୍ତୁ ଆଜି ସେହି ବିଦ୍ଵାନ ମାନେ ଆମ ଗହଣରେ ନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହାନ ଜ୍ଞାନୀ ଥିଲେ ଶୁକ୍ଳାଚାର୍ଯ୍ୟ।ଭାରତର ଇତିହାସରେ ତାଙ୍କର ନୀତିବାଣୀ ଓ ଆଦର୍ଶ ଆଜି ମଧ୍ୟ ଲେଖା ହୋଇ ରହିଛି।

ଗୁରୁ ଶୁକ୍ଳାଚାର୍ଯ୍ୟ ତାଙ୍କ ନୀତିରେ ଜୀବନକୁ କିପରି ଭାବରେ ଅତିବାହିତ କରିବା ଉଚିତ, ସେହି ବିଷୟରେ ବର୍ଣ୍ଣନା କରିଛନ୍ତି। ଆଜି ଆମେ ଆପଣ ମାନଙ୍କୁ ତାଙ୍କର କିଛି ଗୁରୁତ୍ଵପୂର୍ଣ୍ଣ ନୀତିବାଣୀ ବିଷୟରେ କହିବାକୁ ଯାଉଛୁ।

୧/ ଗୁରୁ ଶୁକ୍ଳାଚାର୍ଯ୍ୟଙ୍କ ନୀତିବାଣୀ ଅନୁସାରେ, ପ୍ରତ୍ୟେକ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ କିଛି ଗୁପ୍ତ କଥା ରହିଥାଏ।ଏହି ଗୁପ୍ତ କଥା ସର୍ବଦା ପତିପତ୍ନୀଙ୍କ ଭିତରେ ସୀମିତ ରହିବା ଉଚିତ। ଏଭଳି କଥା କୌଣସି ବାହାର ଲୋକଙ୍କୁ ଜଣାନ୍ତୁ ନାହିଁ।ନଚେତ ଲୋକେ ଆପଣଙ୍କର ମଜାକ ବନେଇ ପାରନ୍ତି।

୨/ କୌଣସି ବ୍ୟକ୍ତି ନିଜର ବୟସ ସୀମା ବିଷୟରେ ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଏହାକୁ ଗୁପ୍ତ ଭାବରେ ନିଜ ମନରେ ରଖିବା ଉଚିତ, ନଚେତ ଲୋକେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି।

୩/ ଆଜିର ସମାଜରେ କିଛି ଏଭଳି ଲୋକ ରହିଛନ୍ତି, ଯେଉଁମାନେ ନିଜ ଘରର କଥା ଅନ୍ୟମାନଙ୍କ ଆଗରେ ବଖାଣି ଥାଆନ୍ତି।ଯାହାଫଳରେ ଲୋକେ ଏହି କଥାର ଫାଇଦା ଉଠାଇ ଥାଆନ୍ତି।ତେଣୁ କେବେବି ନିଜ ଘରର କୌଣସି କଥା ଅନ୍ୟ ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

୪/ ନିଜର ଟଙ୍କା ପଇସା ବା ଆର୍ଥିକ ପରିସ୍ଥିତି ବିଷୟରେ ଅନ୍ୟ ମାନଙ୍କୁ ଜଣାଇବା ଉଚିତ ନୁହେଁ। ଆଜିକାଲି ଦୁନିଆରେ ପ୍ରତ୍ୟେକ ଲୋକ ଖୁବ୍ ଶୀଘ୍ର ଧନୀ ହେବା ପାଇଁ ଚାହିଁ ଥାଆନ୍ତି, ତେଣୁ ଟଙ୍କାର ଲୋଭ ବଢ଼ି ଚାଲିଛି। ଏହାଦ୍ବାରା ଲୋକେ ଆପଣଙ୍କ ଠାରୁ ଫାଇଦା ଉଠାଇବା ପାଇଁ ପ୍ରୟାସ କରି ପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

୫/ ଦାନ ଧର୍ମ କଲେ ପୁଣ୍ୟ ମିଳିଥାଏ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରେ, ତାହାର ଫଳ ସେ କେବେ ମଧ୍ୟ ପାଇ ନଥାଏ। କେହି ଆପଣଙ୍କୁ କୌଣସି କାରଣରୁ ଅପମାନ କଲେ, ଆପଣ ଏହି ବିଷୟକୁ ନେଇ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଉତ୍ତମ ହେବ।

୬/ ପ୍ରତ୍ୟେକ ବ୍ୟକ୍ତି ନିଜ ମନର ଶାନ୍ତି ପାଇଁ ଭଗବାନଙ୍କୁ ପୂଜା କରିଥାଏ ଓ ପୂଜା ସମୟରେ କିଛି ମନ୍ତ୍ର ମଧ୍ୟ ପାଠ କରିଥାଏ। କହିବାକୁ ଗଲେ ସର୍ବଦା ଧୀରେ ଧୀରେ ମନ୍ତ୍ର ଜପିବା ଉଚିତ, ଯେପରି ଆପଣ କହୁଥିବା ମନ୍ତ୍ର ଅନ୍ୟମାନଙ୍କୁ ଶୁଣା ନଯିବ। ଏହାସହିତ ଅନ୍ୟମାନଙ୍କ ଆଗରେ କେବେବି ନିଜର ପ୍ରଶଂସା କରିବା ଉଚିତ ନୁହେଁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ। ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *