Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟ ନୀତି: ପ୍ରେମ କରୁଥିବା ଲୋକେ ସର୍ବଦା ମନେ ରଖନ୍ତୁ ଏହି ୫ଟି କଥା। ପ୍ରେମରେ କେବେବି ଧୋକା ଖାଇବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଅନେକ ନୀତି ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି।ଏଥିରେ ମନୁଷ୍ୟ ନିଜ ଜୀବନରେ ସୁଖଶାନ୍ତିରେ ରହିବା ପାଇଁ କିଛି ଉପାୟ ଗୁଡ଼ିକ ବିଷୟରେ କୁହାଯାଇଛି।କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଅନୁସରଣ କରି ଅନେକ ଲୋକେ ସଫଳ ହୋଇପାରିବେ। ଆଜି ଆମେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର ୫ଟି ନୀତି ବିଷୟରେ କହିବାକୁ ଯାଉଛୁ।

ପ୍ରେମ ହେଉଛି ଏହି ସୃଷ୍ଟିର ଏକ ସୁନ୍ଦର ଅନୁଭବ ଅଟେ। ପ୍ରେମ କରିବା ପାପ ନୁହେଁ, କିନ୍ତୁ ଅନ୍ଧ ହୋଇ ପ୍ରେମ କରିବା କେବେ ମଧ୍ୟ ଉଚିତ ନୁହେଁ। ଅର୍ଥାତ ସର୍ବଦା ମର୍ଯ୍ୟାଦାରେ ରହି ପ୍ରେମ କରିବା ଉଚିତ। ପ୍ରେମ ଭାବି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ। ପ୍ରେମ ପାଇଁ ଅଧିକ ବିଚଳିତ ହେଲେ, ସେହି ପ୍ରେମ ଅସଫଳ ହୋଇ ଯାଇଥାଏ।

ପ୍ରେମ କରିବା ପୂର୍ବରୁ ପ୍ରେମୀ ଯୁଗଳଙ୍କୁ ପରସ୍ପର ବିଷୟରେ ଭଲଭାବରେ ଜାଣିବା ଓ ବୁଝିବା ଉଚିତ। କିଛି ଲୋକଙ୍କୁ ପ୍ରଥମ ଦେଖାରେ ପ୍ରେମ ହୋଇ ଯାଇଥାଏ।ପ୍ରଥମ ଦେଖାରେ ପ୍ରେମ ହେଲେ ମଧ୍ୟ ଆପଣ ଯାହାକୁ ପ୍ରେମ କରୁଛନ୍ତି, ତାଙ୍କ ବିଷୟରେ ଭଲଭାବରେ ଜାଣି ରଖନ୍ତୁ।

ଅନେକ ପୁଅମାନେ ମହିଳାଙ୍କ ସୁନ୍ଦରତା ଏବଂ ଶାରୀରିକ ଗଠନକୁ ଦେଖି ପ୍ରେମ କରିଥାନ୍ତି। କିନ୍ତୁ ଏହା ଉଚିତ ନୁହେଁ। ମହିଳାଙ୍କ ସୁନ୍ଦରତା ଓ ଶାରୀରିକ ଗଠନ ଦେଖି ପ୍ରେମ କଲେ, ହୁଏତ ଆପଣଙ୍କ ସହିତ ଭବିଷ୍ୟତରେ ବିଶ୍ବାସଘାତକତା ହୋଇପାରେ। ଯେଉଁ ଝିଅ ଚତୁର ହେବା ସହିତ ସଂସ୍କାରୀ ହୋଇଥିବ, ସେହି ଝିଅକୁ ପ୍ରେମ କରନ୍ତୁ। ନଚେତ ଆପଣ ଝିଅଟିକୁ ଭଲଭାବରେ ପରଖି ତାଙ୍କୁ ପସନ୍ଦ କରନ୍ତୁ।

ଆଜିକାଲି ଗୋଟିଏ ପୁଅ ଗୋଟେ ଝିଅ ସହିତ କଥା ହେଉଥିବା ବେଳେ ଅନ୍ୟ ଝିଅମାନଙ୍କ ସହିତ ସୋସିଆଲ ମିଡିଆରେ କଥାବାର୍ତ୍ତା କରିଥାନ୍ତି।ତେଣୁ ପ୍ରଥମେ ଆପଣ ଯେଉଁ ଝିଅକୁ ପସନ୍ଦ କରୁଛନ୍ତି, ତାଙ୍କ ପ୍ରତି ସଚ୍ଚୋଟ ରୁହନ୍ତୁ, ତାପରେ ତାଙ୍କୁ ଭଲ ଭାବରେ ପରଖି ପ୍ରେମ କରନ୍ତୁ। ନଚେତ ଆପଣ ଧୋକା ଖାଇ ପାରନ୍ତି।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ।ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *