Excuse Me Odisha

ଯାହା କହିବୁ ସତ କହିବୁ

ଯାଦୁ,କାଛୁ,କୁଣ୍ଡିଆ ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଯାଦୁ କାଛୁ କୁଣ୍ଡିଆ ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ।

ବନ୍ଧୁଗଣ ବହୁ ବର୍ଷରୁ ଭୟଙ୍କର ରୁ ଭୟଙ୍କର ଯାଦୁ କାଛୁ କୁଣ୍ଡିଆକୁ ଭଲ କରିପାରିବେ। ଚର୍ମ ରୋଗ ଯଦି ବଢି ବଢି ଚାଲେ ତେବେ ତାହାକୁ କଣ୍ଟ୍ରୋଲ କରିବା କଠିନ ହୋଇଯାଇଥାଏ। ସମୟ ପୂର୍ବରୁ ତାହାକୁ ନିହାତି କଣ୍ଟ୍ରୋଲ କରନ୍ତୁ ନଚେତ ତାହା ଭୟଙ୍କର ରୁପ ଧାରଣ କରିଥାଏ। ଯାଦୁ କାଛୁ କୁଣ୍ଡିଆକୁ ଭଲ କରିବା ପାଇଁ ଆପଣ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବେ। ଅଳ୍ପ ଦିନ ପାଇଁ ତାହା ଭଲ ହୋଇଯାଏ କିନ୍ତୁ କିଛି ଦିନ ପରେ ପୁଣି ଥରେ ସେହି ସମସ୍ୟା ଭୋଗିବାକୁ ପଡିଥାଏ। ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ ଯେଉଁଥିରେ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ। କିଛି ଦିନ ଏହାର ପ୍ରୟୋଗ କରିବା ଦ୍ୱାରା ଚର୍ମ ଇଂଫେକ୍ସନକୁ ସମ୍ପୂର୍ଣ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ହୋମ ରେମିଡ଼ି ଦ୍ୱାରା କେମିତି ଚର୍ମ ରୋଗକୁ ସବୁଦିନ ପାଇଁ ଦୂର କରିପାରିବେ।

ଆପଣଙ୍କୁ ଏଥିପାଇଁ ୩ ରୁ ୪ ଟି ରସୁଣ ପାଖୁଡା ନେବାକୁ ପଡିବ। ରସୁଣ ଆଣ୍ଟିବ୍ୟାକ୍ଟେରିୟଲ ବା ଆଣ୍ଟି ଇଂଫ୍ଲମେଟରି ଗୁଣରେ ଭରପୁର ରହିଥାଏ। ଏହାକୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ ଏବଂ ଆମ ଶରୀରରେ ଏହା ଅନେକ ପ୍ରକାରର ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଯାଦୁ କାଛୁ କୁଣ୍ଡିଆ ସେହି ଜାଗାରେ ହୋଇଥାଏ ଯେଉଁ ଜାଗାରେ ଝାଳ ବୁଡ଼ିଥାଏ ବା ଯେଉଁ ଜାଗା ଆମର ସବୁବେଳେ ଓଦା ରହିଥାଏ। ସେଥିପାଇଁ ସଫା ସୁତରା ପ୍ରତି ଧ୍ୟାନ ଦିଅନ୍ତୁ। ଦ୍ୱିତୀୟ ସାମଗ୍ରୀ ଏଥିରେ ଆବଶ୍ୟକ ତାହା ଅଟେ ଦେଶୀ ଗାଈ ଘିଅ। ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଏହା ଆମର ଶରୀରର ଅନେକ ପ୍ରକାରର ରୋଗ ଦୂର କରିଥାଏ। ଏହା ଆମର ଚର୍ମ ରୋଗକୁ ଭଲ କରିବା ପାଇଁ ବହୁତ ଲାଭଦାୟକ ଅଟେ। ଯଦି ଆପଣ ଅଧା ଚାମଚ ଘିଅ ପ୍ରତିଦିନ ସେବନ କରିବେ ତେବେ ଆପଣାଙ୍କୁ ଜୀବନସାରା କେବେବି ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ହେବ ନାହିଁ। ସ୍କିନ ଇଂଫେକ୍ସନକୁ ଦୂର କରିବା ପାଇଁ ଏକ ଚାମଚ ଘିଅ ନିଅନ୍ତୁ। ଏକ ଚାମଚ ଘିଅ ଆପଣ ୨ ରୁ ୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହା ପରେ ୨ ରୁ ୩ ପାଖୁଡା ରସୁଣକୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ ଏବଂ ଏହି ରସୁଣ ଖଣ୍ଡକୁ ଏକ ଚାମଚ ଘିଅରେ ପକେଇ ଦିଅନ୍ତୁ।

ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରି କିଛି ସମୟ ଛାଡି ଦିଅନ୍ତୁ ବା ଅଧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ ଏବଂ ଏହା ପରେ ଏହାକୁ ହାଲକା ଗରମ କରିନେବେ ଏବଂ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ ଥଣ୍ଡା ହେବା ପର୍ଯ୍ୟନ୍ତ। ଯେମିତି ରସୁଣର ସମସ୍ତ ପୋଷକ ତତ୍ତ୍ୱ ଏହି ଘିଅ ଭିତରକୁ ଆସିଯିବ। ଏହାକୁ ଆପଣ ନିଜ ଶରୀରରେ ଯେଉଁ ଜାଗାରେ ଯାଦୁ କାଛୁ କୁଣ୍ଡିଆ ହୋଇଥିବ ସେହି ଜାଗାରର ଲଗାଇବେ। ୨ ରୁ ୩ ଦିନ ପର୍ଯ୍ୟନ୍ତ ଲଗାନ୍ତୁ। ଏହା ବ୍ୟତୀତ ଆପଣ ସଫା ସୁତରା ନିହାତି ରୁହନ୍ତୁ। ଆପଣ ଏହାକୁ କୌଣସି ବି ସମୟରେ ଲଗାଇ ପାରିବେ କିନ୍ତୁ ରାତି ସମୟରେ ଲଗେଇଲେ ଏହା ଶରୀରରେ ଅଧିକ ସମୟ ଲାଗିକି ରହିବ ଏବଂ ଆପଣଙ୍କୁ ଭଲ ରେଜଲ୍ଟ ମିଳିବ। ଏହି ରେମିଡ଼ି ଆପଣଙ୍କର ଯାଦୁ କାଛୁ କୁଣ୍ଡିଆକୁ ଭଲ କରିବା ପାଇଁ ବହୁତ ଅଧିକ ଲାଭକାରୀ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *