Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଝିଅମାନେ ହୋଇଥାନ୍ତି ଅଧିକ ବୁଦ୍ଧିମତୀ ଓ ଗୁଣବତୀ !

ସେୟାର୍ କରନ୍ତୁ

ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ରାଶିଚକ୍ରରେ ୧୨ ଗୋଟି ରାଶି ରହିଛି। ଏହି ରାଶି ଗୁଡ଼ିକର ବିଭିନ୍ନ ପ୍ରକାରର ଗୁଣ ରହିଛି। ଗ୍ରହ ଚଳନରେ ପରିବର୍ତ୍ତନ ଆସିଲେ, ଏହି ରାଶି ଗୁଡ଼ିକ ପ୍ରଭାବିତ ମଧ୍ୟ ହୋଇଥାଏ।

ତୁଳା ରାଶିର ଝିଅମାନଙ୍କ ବ୍ୟକ୍ତିତ୍ଵ –

ଏହି ରାଶିର ଝିଅମାନେ ପରିବାରର ସବୁ ସଦସ୍ୟଙ୍କ ଯତ୍ନ ନେଇଥାନ୍ତି। ଶୁକ୍ର ଗ୍ରହର ପ୍ରଭାବ ଏମାନଙ୍କ ଉପରେ ପଡ଼ିଥାଏ, ଯେଉଁଥିପାଇଁ ଏମାନେ ଦେଖିବାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏମାନଙ୍କ ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ, ଯାହାଦ୍ଵାରା କ୍ୟାରିୟରରେ ଏମାନେ ଆଗକୁ ବଢ଼ି ସଫଳତା ହାସଲ କରି ଥାଆନ୍ତି।

ଏହି ରାଶିର ଝିଅମାନେ ସଙ୍ଗୀତ ଓ କଳା ପ୍ରତି ରୁଚି ରଖିଥାନ୍ତି। କାର୍ଯ୍ୟକ୍ଷେତ୍ରରେ ଏମାନେ ବହୁତ ଗମ୍ଭୀର ହୋଇ ଯାଆନ୍ତି। ଜୀବନକୁ ଉତ୍ତମ ରୂପରେ ଉପଭୋଗ କରିବା ପାଇଁ ଏମାନେ ପସନ୍ଦ କରିଥାନ୍ତି। ଅଳ୍ପ ବୟସରେ ଏମାନେ ସଫଳତାର ଶିଖରରେ ପହଞ୍ଚି ଯାଇ ଥାଆନ୍ତି। ସମାଜରେ ଏମାନଙ୍କର ମାନସମ୍ମାନ ବୃଦ୍ଧି ପାଇଥାଏ। ଏହି ଝିଅମାନେ କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତି ନାହିଁ।

ଏହି ରାଶିର ଝିଅମାନେ ଅଧିକ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି ଏବଂ ଏମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ଘର ଓ ଅଫିସକୁ ସମାନ ଭାବରେ ସମୟ ଦେଇଥାନ୍ତି। ନିଜ ସାଥୀଙ୍କର ସବୁ ଆବଶ୍ୟକତାକୁ ଏମାନେ ବୁଝି ଥାଆନ୍ତି। ନିଷ୍ପତ୍ତି ନେବା ସମୟରେ ଏମାନେ ଭଲଭାବରେ ବିଚାର କରନ୍ତି।

ଏମାନେ ପ୍ରତ୍ୟେକ ବିଷୟକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଥାନ୍ତି। ସମାଜରେ ଲୋକେ ଏମାନଙ୍କ ଉପଦେଶ ପ୍ରେରଣା ଭାବି ଚାଲନ୍ତି। ଏହି ରାଶିର ଝିଅମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *