Excuse Me Odisha

ଯାହା କହିବୁ ସତ କହିବୁ

କରଜରୁ ଆପଣଙ୍କୁ ମୁକ୍ତି ଦେବେ ଗଜରାଜ,ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଆସିବେ ! ବାସ୍ କରନ୍ତୁ ଏହି କାମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କରଜରୁ ହେବେ ତୁରନ୍ତ ମୁକ୍ତି। କରନ୍ତୁ ଏହି ଗୋଟିଏ ଉପାୟ। କେବେବି କରଜ ନେବାକୁ ପଡିବନାହିଁ। ଘରେ ହେବ ଟଙ୍କା ହିଁ ଟଙ୍କା।

ମନୁଷ୍ୟ ଜୀବନରେ ଆସୁଥିବା ସଙ୍କଟ ମଧ୍ୟରୁ ସବୁଠାରୁ ବଡ଼ ସଂକଟ ଗୋଟିଏ ହେଉଛି ଧନର ଅଭାବ। ଧନର ଅଭାବରେ ମନୁଷ୍ୟର ପରିସ୍ଥିତି ବହୁତ ଖରାପ ହୋଇଯାଏ ଏବଂ ଧନର ଚିନ୍ତାରେ ମନୁଷ୍ୟର ଜୀବନ ଅତ୍ୟନ୍ତ କଷ୍ଟମୟ ହୋଇଯାଏ ଏବଂ ଜୀବନର ଖରାପ ଅବସ୍ଥାକୁ ଦୂର କରିବା ପାଇଁ ଧନର ବହୁତ ଆବଶ୍ୟକତା ହୋଇଥାଏ। ଆଉ କେଉଁଠୁ ବି ଧନ ନଆସିବା ଦେଖି ମନୁଷ୍ୟକୁ ଗୋଟେ ହିଁ ଉପାୟ ଦେଖାଯାଏ ଆଉ ତାହା ଅଟେ କରଜ। କିଛି ବର୍ଷ ପୂର୍ବରୁ ଏମିତି ଥିଲା ଶେଷରେ ବ୍ୟକ୍ତି ଅଧିକ ଆବଶ୍ୟକତା ପଡିଲେ କରଜ ନେଇଥାଏ ବା ବ୍ୟକ୍ତି ବହୁତ ବଡ଼ ମଜବୁରୀରେ କିମ୍ବା ଆବଶ୍ୟକତା ଯୋଗୁ କରଜ ନେଉଥିଲେ କିନ୍ତୁ ଆଜିକାଲି ଏମିତି ବି ବହୁତ ଥର ଦେଖାଯାଉଛି କି ବ୍ୟକ୍ତି ବିନା କୌଣସି ଆବଶ୍ୟକତାରେ କେବଳ ଦେଖାଇବା ପାଇଁ ବ୍ୟକ୍ତି କରଜ ନେଇଥାନ୍ତି। ଅନାବଶ୍ୟକ ଜିନିଷ କିଣିବାରେ ବି ମନୁଷ୍ୟ କରଜ ନେଉଛନ୍ତି ଆଉ ସେଥିରେ ସୁଧ ପରେ ସୁଧ ଭରି ଚାଲିଥାନ୍ତି। କରଜ ଏମିତି ଏକ ଜିନିଷ ଯାହା ମନୁଷ୍ୟକୁ ଭାଙ୍ଗି କରି ରଖିଦେଇଥାଏ। କରଜ ଏକ ପଙ୍କ ଅଟେ। ଯେଉଁଥିରେ ବ୍ୟକ୍ତି ଫସି ଫସି ଚାଲି ଯାଇଥାଏ ଆଉ ଅନେକ ଥର କରଜ ସୁଝି ପାରିନଥାଏ ଏବଂ କରଜର ସୁଧ ବଢି ଚାଲିଥାଏ। ଏପରି ସ୍ଥିତିରେ ଅନେକ ଥର ମନୁଷ୍ୟ ଭୁଲ ନିଷ୍ପତି ନେଇଯାଇଥାଏ। ଆଉ ସେ ଖରାପ ସ୍ଥିତି ଆହୁରି ବି ମଧ୍ୟ ଗମ୍ଭୀର ଖରାପ ସ୍ଥିତି ହୋଇଯାଇଥାଏ। ଆମର ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଛି ଯେ ଯେତେ ପର୍ଯ୍ୟନ୍ତ ସମ୍ଭବ ହେବ କରଜ ନେବାଠାରୁ ଦୂରେଇ ରହିବା ଉଚିତ।

ଆଉ ଯଦି କାହା ପାଖରୁ କରଜ ନେଉଛନ୍ତି ତେବେ ତାକୁ କରଜ ଶୁଝିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରିବା ଉଚିତ। ଆଉ ଯଦି କାହା ପାଖରୁ କରଜ ନେଉଛନ୍ତି ଆଉ ତାକୁ ବିନା ନଶୁଝି ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ ତ ତାକୁ ସେହି କରଜ ପରବର୍ତ୍ତୀ ଜନ୍ମରେ କୌଣସି ନାଁ କୌଣସି ଉପାୟରେ ଶୁଝିବା ପାଇଁ ହିଁ ପଡିଥାଏ। ପରନ୍ତୁ ଯେଉଁ ପ୍ରକାରରେ ଶାସ୍ତ୍ରରେ କରଜ ନନେବା ପାଇଁ କୁହାଯାଇଛି ସେହି ପ୍ରକାରରେ କରଜକୁ ଶୁଝିବା ପାଇଁ ବି ଅନେକ ଉପାୟ କୁହାଯାଇଛି। ଆମର ବହୁତ ମହାନ ଋଷି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ୱପୂର୍ଣ୍ଣ ଉପାୟ କହିଛନ୍ତି ଆମର କେତେକ ସାଧୁ ସନ୍ଥ ବହୁତ ଭଲ ଉପଦେଶ ଦେଇଛନ୍ତି ଯାହା ଦ୍ୱାରା ଆମେ ବହୁତ ଶୀଘ୍ର କରଜରୁ ମୁକ୍ତି ପାଇପାରିବା। ଆଜି ଆମେ ଏମିତି ହିଁ କିଛି ଜ୍ୟୋତିଷ ଓ ତାନ୍ତ୍ରିକ ଉପାୟ ବିଷୟରେ ଜାଣିବା ଯେଉଁଥିରେ ଆମକୁ କରଜ ନେବାର ସ୍ଥିତି ଆସିବ ନାହିଁ ଆଉ ତା ସହିତ ନେଇଥିବା କରଜରୁ ବି ମୁକ୍ତି ପାଇପାରିବା। ତ ଆସନ୍ତୁ ଜାଣିନେବା ସେହି ଉପାୟ କଣ। ବିଶେଷ କଥା ଏହା ଅଟେ ଯେ ଏହିସବୁ ଉପାୟ ଆମର ଶାସ୍ତ୍ରରେ ହିଁ କୁହାଯାଇଛି ଆଉ ବାସ୍ତୁଶାସ୍ତ୍ର ଏବଂ ଭବିଷ୍ୟତ ଗଣନା କରୁଥିବା ଶାସ୍ତ୍ରରେ କୁହାଯାଇଛି ତ ଆସନ୍ତୁ ଜାଣିନେବା କରଜ ମୁକ୍ତିର ଉପାୟ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହ କରଜର କାରକ ଅଟେ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ କମଜୁର ଥାଏ କିମ୍ବା ନିଚରେ ଥାଏ ସେ ବ୍ୟକ୍ତି ସବୁବେଳେ କରଜରେ ବୁଡି ରହିଥାଏ। କେବଳ ଏତିକି ନୁହେଁ ମଙ୍ଗଳର କୁଦୃଷ୍ଟିରେ ବ୍ୟକ୍ତି ନେଇଥିବା କରଜ ଶୀଘ୍ର ସୁଝି ପାରେ ନାହିଁ। ସେଥିପାଇଁ ଶାସ୍ତ୍ରରେ ଏହା କୁହାଯାଇଥାଏ ଯେ ମଙ୍ଗଳବାର ଦିନ କେବେବି କରଜ ନିଅନ୍ତୁ ନାହିଁ ଆଉ ବୁଧବାର ଦିନ କରଜ ଦିଅନ୍ତୁ ନାହିଁ।କାରଣ ଆପଣ ଦେଇଥିବା ଧନ ବହୁତ କଷ୍ଟରେ ଫେରସ୍ତ ମିଳିବ।

ଯଦି କରଜ ନେଇଛନ୍ତି ତ କରଜର ପ୍ରଥମ କିସ୍ତି ସବୁବେଳେ ମଙ୍ଗଳବାର ଦିନ ହିଁ ଶୁଝନ୍ତୁ। ମଙ୍ଗଳବାର ଦିନ କରଜର ପ୍ରଥମ କିସ୍ତି ଶୁଝିବା ଦ୍ୱାରା ଶୀଘ୍ର ସବୁ କରଜ ସୁଝି ଯାଇଥାଏ।

କରଜର କାରକ ଯଦି ମଙ୍ଗଳ ଅଟେ ତ ଏହି ହିଁ ଆମର ସମସ୍ୟାର ନିବାରଣର କରିବେ। ସେଥିପାଇଁ ପ୍ରତ୍ୟକ ମଙ୍ଗଳବାର ଦିନ ଯଥା ସମ୍ଭବ ଦାନ କରନ୍ତୁ। କରଜ ମୁକ୍ତି ପାଇଁ ଋଣ ମୋଚକ ମଙ୍ଗଳ ସ୍ତତ୍ରର ପାଠ କରନ୍ତୁ। ପ୍ରତ୍ୟକ ମଙ୍ଗଳବାର ଏବଂ ଶନିବାର ଦିନ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ ଯାଇ ଚମ୍ପା ତେଲରେ ସିନ୍ଦୁର ମିଶାଇ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ ଆଉ ନିଜେ ବି ଭଗବାନ ହନୁମାନଙ୍କର ତିଳକ ନିଜ ମଥାରେ ଲଗାନ୍ତୁ। ହନୁମାନ ଚାଳିସାର ପାଠ କରନ୍ତୁ।

କରଜ ମୁକ୍ତି ପାଇଁ ପ୍ରତ୍ୟକ ଶନିବାର ଦିନ ଋଣମୁକ୍ତେଶ୍ଵର ମହାଦେବଙ୍କ ପୂଜା କରିବା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ ତା ସହିତ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ।

ଗୋଟେ ମାଟିର ଦୀପରେ ସୋରିଷ ତେଲ ନେଇ ଭଗବାନ ହନୁମାନଙ୍କ ମୂର୍ତି ସାମ୍ନାରେ ଜଳେଇ ଦିଅନ୍ତୁ। ଆଉ ସେହି ଦୀପକୁ ଶନିବାର ଦିନ ହିଁ ସୁର୍ଯ୍ୟସ୍ତ ସମୟରେ କୌଣସି ନଦୀ କିମ୍ବା ପୋଖରୀ କୂଳରେ ପୋତି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଶୀଘ୍ର ହିଁ ଋଣରୁ ମୁକ୍ତି ପାଇପାରିବେ।

ନିଜର ଉଚ୍ଚତା ଅନୁସାରେ ଏକ କଳା ସୂତା ଗୋଟେ ନଡ଼ିଆରେ ବାନ୍ଧି ଦିଅନ୍ତୁ ଆଉ ପ୍ରତ୍ୟକ ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ ସେହି ନଡ଼ିଆକୁ ପୂଜା କରନ୍ତୁ ଆଉ ସେ ନଡ଼ିଆକୁ ନେଇ ଭଗବାନ ହନୁମାନ ମନ୍ଦିରକୁ ଯାଇ ରଖିଦିଅନ୍ତୁ। ଆଉ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ ଯେ ଶୀଘ୍ର ହିଁ କରଜରକୁ ମୁକ୍ତି ଦେବା ପାଇଁ।

ଆପଣ ଦେଖିବେ ଏହି ଉପାୟ କରିବା ଦ୍ୱାରା ଧନର କେମିତି ବୃଦ୍ଧି ହେବ ଆଉ କରଜ ନେବାର ସ୍ଥିତି କେବେବି ଆସିବ ନାହିଁ ସେହି ଉପାୟ ହେଉଛି କରଜର ସିଧା ପ୍ରଭାବ ଧନ ସହିତ। ଆଉ ଧନର ଦେବୀ ମା ଲକ୍ଷ୍ମୀ ଅଟନ୍ତି। ସେଥିପାଇଁ ଆମର ଧନକୁ ସବୁବେଳେ ସମ୍ଭାଳି କରି ରଖିବା ଉଚିତ। ଘରେ ଆମର ସଞ୍ଚିତ ଧନକୁ କେଉଁ ଦିଗରେ ରଖୁଛେ ଏହାବି ଜାଣିବା ବହୁତ ଆବଶ୍ୟକତା ଅଟେ। ଘରର ଧନ ସମ୍ପତ୍ତି ସମ୍ବଦ୍ଧିତ ମହତ୍ୱପୂର୍ଣ୍ଣ କାଗଜପତ୍ରର ସୁରକ୍ଷା ପାଇଁ ଥିବା ଆଲମାରି ସବୁବେଳେ ଉତ୍ତର ଦିଗରେ ରଖନ୍ତୁ। ଜାହାକୁ କୁବେରଙ୍କର ଦିଗ ମାନାଯାଏ। ଏହି ଦିଗରେ ଆଲମାରି ରଖିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ତା ସହିତ ପ୍ରତିଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟକୁ ନିଶ୍ଚୟ କରିବା ଦରକାର। ଅଶ୍ୱସ୍ତ ଗଛ ମୂଳରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଏଥିପାଇଁ ଅଶ୍ୱସ୍ତ ଗଛ ସମ୍ବଦ୍ଧିତ ଏହା ବି ଏକ ଚମତ୍କାରି ଉପାୟ ଅଟେ ଯାହା ଆପଣଙ୍କ ଧନ ସମ୍ପତ୍ତିକୁ ବୃଦ୍ଧି କରିଥାଏ ଆଉ ତା ସହିତ ଆପଣଙ୍କର କେବେବି କରଜ ନେବାର ସ୍ଥିତି ଆସିନଥାଏ। ଏଥିପାଇଁ ଶୁକ୍ରବାର ଦିନ ଗୋଟେ ନଡ଼ିଆକୁ ଲାଲ ରଙ୍ଗର କପଡ଼ାରେ ଗୋଡ଼ାଇ ତାକୁ ଅଶ୍ୱସ୍ତ ଗଛ ମୂଳରେ ରଖି ତାକୁ ପୂଜା କରନ୍ତୁ ଏବଂ ତାକୁ ସେହି ଗଛରେ ବାନ୍ଧି ଦିଅନ୍ତୁ। ମା ଲକ୍ଷ୍ମୀଙ୍କର ଆବାହନ କରି ତାଙ୍କୁ ନିଜର ସମସ୍ୟା କହିବେ ଆଉ କୃପାର ପ୍ରାର୍ଥନା କରନ୍ତୁ ଆଉ ଏହି ନଡ଼ିଆକୁ ଘରକୁ ନେଇଯାଇ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଏମିତି ପ୍ରତ୍ୟକ ଶୁକ୍ରବାର ଦିନ କରନ୍ତୁ ଆଉ ପ୍ରତ୍ୟକ ଶୁକ୍ରବାର ଦିନ ପୁରୁଣା ନଡ଼ିଆକୁ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏମିତି ସେତେ ପର୍ଯ୍ୟନ୍ତ କରନ୍ତୁ ଯେତେ ପର୍ଯ୍ୟନ୍ତ କରଜରୁ ମୁକ୍ତି ନମିଳିଛି।

କରଜରୁ ମୁକ୍ତି ପାଇବା ପାଇଁ ଗଜରାଜଙ୍କ ସହିତ ମଧ୍ୟ ଜଡିତ ଅଛି। ହାତୀ ବି ଆମକୁ କରଜରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କ ଘରର ଆଖପାଖରେ ମନ୍ଦିରରେ କୌଣସି ବି ହାତୀ ଉପସ୍ଥିତ ଅଛି ତ ହାତୀକୁ କଦଳୀ ଅବଶ୍ୟ ଖୁଆନ୍ତୁ। ଆଉ ହାତ ଯୋଡି ପ୍ରଣାମ କରି ତାଙ୍କୁ କରଜରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରନ୍ତୁ। ଏମିତି କଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *