Excuse Me Odisha

ଯାହା କହିବୁ ସତ କହିବୁ

ନର୍କରେ ମିଳିଥାଏ ଏହି ୯ଟି ଭୟଙ୍କର ଦଣ୍ଡ,ଗରୁଡ ପୁରାଣରେ ଶ୍ରୀକୃଷ୍ଣ ନିଜେ କହିଛନ୍ତି !

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟକୁ ନିଜ ଦ୍ୱାରା କରିଥିବା କର୍ମର ସଜା ଏହି ଜନ୍ମରେ ଭୋଗିବା ସହିତ ନର୍କରେ ବି ମଧ୍ୟ ଭୋଗିବାକୁ ପଡିଥାଏ। ସେମାନଙ୍କ ଦ୍ବାରା କରାଯାଇଥିବା ସବୁ ଭଲ ଏବଂ ଖରାପ କର୍ମର ହିସାବ ମୋ ଦ୍ୱାରା ବନାଯାଇଥିବା ସ୍ୱର୍ଗ ଏବଂ ନର୍କରେ ଦେବାକୁ ପଡିଥାଏ। ନର୍କର ନାଁ ଶୁଣିବା ମାତ୍ରେ ସମସ୍ତ ଲୋକଙ୍କ ଝାଳ ବୁଡିବାକୁ ଲାଗିଥାଏ। ହୋଇପାରେ କୌଣସି ବି ଧର୍ମର ହେଉ। ନର୍କକୁ ସବୁଠାରୁ ଖରାପ ଜାଗା ମାନାଯାଏ। ଯାହା ଦ୍ୱାରା ମନୁଷ୍ୟ କରୁଥିବା କର୍ମର ସଜା ତାକୁ ନିଶ୍ଚୟ ମିଳିଥାଏ। ନର୍କରେ ମନୁଷ୍ୟ ଦ୍ୱାରା ହେଉଥିବା ଛୋଟ ଛୋଟ ପାପର ବି ବଡ଼ ସଜା ଦିଆଯାଏ। ଜେବେକି ସ୍ୱର୍ଗଲୋକରେ ମନୁଷ୍ୟ ନିଜର ପୁଣ୍ୟ କର୍ମର କାରଣରୁ ବଡ଼ ହିଁ ଆନନ୍ଦରେ ଜୀବନ ବ୍ୟତୀତ କରିଥାଏ। ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ ୮୪ ଲକ୍ଷ ସଜା ବିଷୟରେ ବିସ୍ତାର ଭାବରେ ଉଲ୍ଲେଖ କରିଛନ୍ତି। ଏହିସବୁ ସଜା ମନୁଷ୍ୟକୁ ତାର ନିଜ ଦ୍ୱାରା କରୁଥିବା ଛୋଟ ବଡ଼ ପାପର କାରଣରୁ ମିଳିଥାଏ। ଯମରାଜ ଏବଂ ତାଙ୍କର ଯମଦୂତ ପାପୀ ଆତ୍ମାଙ୍କୁ ନର୍କରେ ସଜା ଦିଅନ୍ତି। ତ ଆସନ୍ତୁ ଜାଣିବା ନର୍କରେ ଦିଆଯାଉଥିବା ଭୟଙ୍କର ସଜା ବିଷୟରେ।

ପ୍ରଥମ ସଜା। ଅସୀତାପତ୍ରମ। ଏହି ସଜା ନିଜ ଦାୟିତ୍ବରୁ ପଛକୁ ଚାଲିଯାଉଥିବା ଲୋକଙ୍କୁ ଦିଆଯାଇଥାଏ। ଯେବେ କୌଣସି ବ୍ୟକ୍ତି ନିଜର ଦାୟିତ୍ୱକୁ ପୁର୍ଣ ଭାବରେ କରିନଥାଏ ତ ସେମାନଙ୍କୁ ଏହି ସଜା ଦିଆଯାଏ। ଏହି ସଜାରେ ଶରୀରରେ ଚାକୁରେ ଅନେକ ବ୍ୟଥା କରି କଷ୍ଟ ଦିଆଯାଏ।

କୁମ୍ଭୀ ପାକମ ସଜା। ଏହି ସଜା ପଶୁଙ୍କ ଉପରେ କ୍ରୁର ବ୍ୟବହାର କରୁଥିବା ଲୋକଙ୍କୁ ଦିଆଯାଏ। ଯେଉଁ ମନୁଷ୍ୟ ଶିକାର କରିଥାଏ କିମ୍ବା ପଶୁ ମାନଙ୍କୁ ନିଜ ସ୍ୱାର୍ଥ ପାଇଁ ପିଟିଥାଏ ବା ମାରିଥାଏ ସେମାନଙ୍କୁ କୁମ୍ଭୀ ପାକମ ସଜା ଦିଆଯାଏ। ଏହି ସଜାରେ ସେମାନଙ୍କୁ ଗରମ ତେଲରେ ଫୁଟା ଯାଇଥାଏ।

ବୈତରିଣୀ ସଜା। ଏହା ନର୍କରେ ଏକ ପ୍ରକାରର ନଦୀ ହୋଇଥାଏ। ଏହି ସଜା ଅତ୍ୟଧିକ ପାପୀ ଲୋକଙ୍କୁ ଦିଆଯାଏ। ଯେଉଁ ଲୋକମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟଙ୍କୁ କଷ୍ଟ ଦିଅନ୍ତି ସେମାନେ ନର୍କରେ ନିଜର ଜୀବନ ଏହି ନଦୀର ତଟରେ ବିତାଇଥାନ୍ତି। ଏହି ନଦୀରେ ମରି ଯାଇଥିବା ପଶୁ ପୋକ ଜୁକ ପଚି ଯାଇଥିବା ମାଂସ ମଳ ମୂତ୍ର ଦୁନିଆର ଯେତେ ପ୍ରକାରର ଅପରିଷ୍କାର ଜିନିଷ ଥାଏ।

ତମିଶ୍ରମ ସଜା। ତମିଶ୍ରମ ସଜା ନର୍କରେ ସବୁଠାରୁ ଭୟଙ୍କର ସଜା ଭିତରୁ ଗୋଟେ ଅଟେ। ଏହି ସଜା ଅନ୍ୟର ଧନ ସମ୍ପତ୍ତିକୁ ଲୁଟୁଥିବା ଲୋକଙ୍କୁ ଦିଆଯାଏ। ଏହି ସଜାରେ ମନୁଷ୍ୟକୁ ଚାବୁକରେ ସେତେ ପର୍ଯ୍ୟନ୍ତ ମାରାଯାଏ ଯେତେ ପର୍ଯ୍ୟନ୍ତ ତାର ଚେତା ନଯାଇଥିବ। ସେ ମନୁଷ୍ୟକୁ ଚେତାରୁ ଉଠିବା ପରେ ବି ତାକୁ ପୁନଃ ମାରାଯାଏ। ଗରୁଡ଼ ପୁରାଣ ଅନୁସାରେ ଏହି ସଜାରେ କୌଣସି ଅବଧି ନଥାଏ। ଏହି ସଜା ସମୟ ଅନୁସାରେ ଚାଲିଥାଏ।

ତପ୍ତମୂର୍ତି ସଜା। ଯେଉଁ ଲୋକ ଆଭୂଷଣ ସୁନା ରତ୍ନ ଚାନ୍ଦି ଗହଣା ଆଦିର ଚୋରି କରିଥାଏ ସେମାନଙ୍କୁ ତପ୍ତମୂର୍ତିର ସଜା ଦିଆଯାଏ। ଏହି ସଜାରେ ବ୍ୟକ୍ତିକୁ ଅନନ୍ତ ସମୟ ପର୍ଯ୍ୟନ୍ତ ଅଗ୍ନିରେ ଜଳାଯାଇଥାଏ।

ପୁୟଡ଼କମ ସଜା। ଏହି ସଜା ସେହି ମନୁଷ୍ୟଙ୍କୁ ଦିଆଯାଏ ଯିଏ କୌଣସି ପର ସ୍ତ୍ରୀ କିମ୍ବା ପର ପୁରୁଷ ସହିତ ଖରାପ ସମ୍ପର୍କ ରଖିଥାଏ। ଏହି ସଜାରେ ମଳ ମୂତ୍ର ଏବଂ ଅପରିଷ୍କାରରେ ଭରା ହୋଇଥିବା କୂଅରେ ସେହି ମନୁଷ୍ୟଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ବୁଡାଇ ରଖାଯାଏ।

ଲଲାଭକ୍ଷମ ସଜା। ଏହି ସଜା ବଳତ୍କାର କରିବା ଲୋକଙ୍କୁ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ପୁରୁଷଙ୍କୁ ଦିଆଯାଏ। ଏହି ସଜାରେ ମାଂସ ଖାଉଥିବା ଲୋକଙ୍କୁ ପାପୀ ଆତ୍ମାଙ୍କୁ ନର୍କରେ ଶରୀର ଦେଇ ସେଥିରେ ଛାଡି ଦିଆଯାଏ। ଏହି ପକ୍ଷୀମାନେ ଶରୀରେ ଅନନ୍ତ ସମୟ ପର୍ଯ୍ୟନ୍ତ ମାଂସ ଟାଣି ଟାଣି ଖାଇଥାନ୍ତି

ଶୁକରମୁଖମ ସଜା। ଏହି ସଜା ସେହି ଲୋକଙ୍କୁ ଦିଆଯାଏ ଯିଏ ଅନ୍ୟ ଲୋକଙ୍କୁ ଅପମାନିତ କରିଥାନ୍ତି ଏବଂ ନିଜର ଇସାରରେ ଅନ୍ୟଙ୍କୁ କାମ କରାଇଥାନ୍ତି। ଏହି ସଜାରେ ପାପି ମନୁଷ୍ୟଙ୍କ ଶରୀରକୁ ବଡ଼ ବଡ଼ ଖଣ୍ଡା ସାହାର୍ଯ୍ୟରେ ତାଙ୍କର ଆଖିକୁ କଢ଼ା ଯାଇଥାଏ। ଏହା ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥାଏ।

ଅବିସି ସଜା। ଯେଉଁ ବ୍ୟକ୍ତି ନିଜ ଜୀବନରେ ଅତ୍ୟଧିକ ମିଛ କହିଥାଏ ସେହି ବ୍ୟକ୍ତିଙ୍କୁ ଅବିସିର ସଜା ଦିଆଯାଏ। ଏହି ସଜାରେ ମନୁଷ୍ୟକୁ ବଡ଼ ବଡ଼ ପାହାଡ଼ରୁ ତଳକୁ ଫୋପାଡା ଯାଇଥାଏ। ମନୁଷ୍ୟ ଜୀବନରେ ଯେତେ ଥର ମିଛ କହିଥାଏ ତାକୁ ସେରେ ଥର ପାହାଡ଼ ତଳକୁ ପକାଯାଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟ ଯେବେବି କୌଣସି କାରୀୟ କରିଥାଏ ତାକୁ ସେହି କାରୀୟ ଭାବି ଚିନ୍ତି କରିବା ଉଚିତ। କାହିଁକିନା ସେ ଯେଉଁ କାରୀୟ କରୁଛି ତାର ପରିଣାମ ତାକୁ ହିଁ ଭବିଷ୍ୟତରେ ଭୋଗିବାକୁ ପଡିଥାଏ। ମୋର ହିଁ ପୁତ୍ର ଚିତ୍ରଗୁପ୍ତ ପାଖରେ ସବୁ ହିସାବ ଅଛି। ସେଥିପାଇଁ ମନୁଷ୍ୟକୁ ଇଶ୍ଵର ଉପରେ ଆସ୍ଥା ରଖି କେବଳ ସତକର୍ମ କରିବା ଉଚିତ। ଏବଂ ଖରାପ କର୍ମ ଠାରୁ ଦୂରେଇ ରହିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *