Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ରାତିରେ ( ୩୦ନଭେମ୍ବର ) ଚାଉଳ ବସ୍ତାରେ ରଖିଦିଅନ୍ତୁ ଏହି ଜିନିଷ,ପଇସା ଏତେ ଆସିବା ଯେ ..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଏକାଦଶୀ ରାତିରେ ( ୩୦ନଭେମ୍ବର ) ଚାଉଳରେ କରନ୍ତୁ ମହା ଉପାୟ। ଉତ୍ପନା ଏକାଦଶୀ

ବନ୍ଧୁଗଣ ଏକାଦଶୀ ଦିନ ଭଗବାନ ଶ୍ରୀହରିଙ୍କୁ ସମର୍ପିତ ହୋଇଥାଏ। ମାନ୍ୟତା ଅଛି ଏକାଦଶୀ ବ୍ରତ କରିବା ଦ୍ୱାରା ଜନ୍ମ ଜନ୍ମର ପାପ କ୍ଷୟ ହୋଇଥାଏ। ଏବଂ ବ୍ୟକ୍ତି ବାରମ୍ବାର ଜୀବନ ମରଣର ବନ୍ଧନରୁ ମୁକ୍ତ ହୋଇଥାଏ। ସବୁ ଏକାଦଶୀ ବ୍ରତର ଅଲଗା ଅଲଗା ମହତ୍ୱ ରହିଥାଏ। କିନ୍ତୁ ଯେଉଁ ଏକାଦଶୀ ମାର୍ଗଶିର ମାସର ଶୁକ୍ଳପକ୍ଷରେ ଆସିଥାଏ ଯାହାକୁ ଉତ୍ପନା ଏକାଦଶୀ କୁହାଯାଏ। ଏହି ଏକାଦଶୀ ୩୦ ନଭେମ୍ବର ମଙ୍ଗଳବାର ଦିନକୁ ପାଳନ କରାଯିବ। କୁହାଯାଏ ଏହି ଦିନ ହିଁ ମା ଏକାଦଶୀ ପ୍ରକଟ ହୋଇଥିଲେ। ଏକାଦଶୀ ମାଙ୍କୁ ସୃଷ୍ଟିର ପାଳନ କର୍ତା ଭଗବାନ ବିଷ୍ଣୁଙ୍କର ଏକ ଶକ୍ତି ମାନାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଏକାଦଶୀ ମା ଉତ୍ପନ ହୋଇ ଅଧିକ ବଳଶାଳୀ ମୁର ରାକ୍ଷସର ବୋଧ କରିଥିଲେ। ମାନ୍ୟତା ଅଛି ଏହି ଦିନ ସ୍ୱୟଂ ଭଗବାନ ବିଷ୍ଣୁ ମା ଏକାଦଶୀଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ଏହି ଦିନର ବ୍ରତକୁ ପରମ ପୂଜନୀୟ କୁହାଯାଏ। ଏହି ବ୍ରତର ପାଳନରେ ସବୁ ପାପର ନାଶ ହୋଇଯାଇଥାଏ ଏବଂ ମନୁଷ୍ୟର ସବୁ ମନସ୍କାମନା ପୂରଣ ହୋଇଥାଏ। କୁହାଯାଏ ଏହି ଏକାଦଶୀରେ ଫଳ ମୂଳର ଦାନ କରିବା ଦ୍ୱାରା କିମ୍ବା ପୂଜା କରିବା ଭଗବାନ ଶ୍ରୀହରି ବହୁତ ପ୍ରସନ୍ନ ହୋଇଥାନ୍ତି। ଏହି ଏକାଦଶୀ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ କରାଯାଇଥାଏ ତେବେ ୩୦ ନଭେମ୍ବର ମଙ୍ଗଳବାର ଦିନ ପବିତ୍ର ଉତ୍ପନା ଏକାଦଶୀ ଅଟେ। ଏହି ଏକାଦଶୀ ବହୁତ ଶୁଭଦାୟକ ପୁଣ୍ୟଦାୟକ ହୋଇଥିବା କାରଣରୁ ଆପଣଙ୍କୁ ଏହି ଏକାଦଶୀରେ ନିଷ୍ଠା ମନରେ ଶ୍ରଦ୍ଧା ମନରେ ପୂଜା ପାଠ ଓ ବ୍ରତ ଦାନ ଧର୍ମ କରିଲେ ଏହାର ଫଳ ଆପଣଙ୍କୁ ନିଶ୍ଚୟ ମିଳିଥାଏ।

ବନ୍ଧୁଗଣ ଜୀବନରେ ଧନର ଆଶା କାହାର ବା ନାହିଁ ସେଥିପାଇଁ ଖାସ ଦିନ ମାନଙ୍କରେ ଆମେ ଧନ ପାଇବା ପାଇଁ ଖାସ ଉପାୟ କରିଥାଉ ଯାହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆମ ଉପରେ ବହୁତ ସାରା ଧନ ସମ୍ପତ୍ତିର ବର୍ଷା କରିଥାନ୍ତି। ଏହି ଏକାଦଶୀ ତିଥି ଯାହା ଭଗବାନ ଶ୍ରୀହରିଙ୍କର ହୋଇଥାଏ ଏବଂ ଏହି ଦିନ ପ୍ରଭୁ ଶ୍ରୀହରି ପ୍ରସନ୍ନ ମୁଦ୍ରାରେ ଥାନ୍ତି ଏବଂ ତାଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଥାନ୍ତି। ଯେବେବି ଆପଣ ଏହି ଏକାଦଶୀରେ ପୂଜା କରିବେ ଭଗବାନ ଶ୍ରୀହରି ଏବଂ ମା ଲକ୍ଷ୍ମୀଙ୍କୁ ଏକା ସାଙ୍ଗରେ ପୂଜା କରିବେ। ଅଲଗା ଅଲଗା ପୂଜା କେବେବି କରିବେ ନାହିଁ। ଅଲଗା ପୂଜା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ପୂଜାର ଫଳ ସମ୍ପୂର୍ଣ୍ଣ ମିଳିନଥାଏ। ଅଧୁରା ହିଁ ମିଳିଥାଏ। ଏଥି ଲାଗି ଯେବେବି ଏକାଦଶୀ ଦିନ ପୂଜା କରିବେ ଏକା ସାଥିରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବେ। ଆଜି ଆମେ ଆପଣଙ୍କୁ ଜଣେଇବୁ ଏକାଦଶୀ ଦିନ ରାତିରେ ଏହି ଜିନିଷଟିକୁ ଚାଉଳ ବସ୍ତାରେ ରଖିଦେବେ ଯାହା ଦ୍ୱାରା ଆପଣଙ୍କୁ ଜୀବନରେ ସବୁକିଛି ମିଳିଯାଇଥାଏ ତା ସହିତ ଆପଣଙ୍କ ଜୀବନରେ ଖୁସିର ସମୟ ଆସିଯାଇଥାଏ ଏବଂ ଦୁଃଖର ସମୟ ଦୂର ହୋଇଥାଏ।

ଏକାଦଶୀ ଦିନ ଚାଉଳ ରାନ୍ଧି ଖିଆଯାଏ ନାହିଁ। ଏହା ତ ସମସ୍ତେ ଜାଣିଥିବେ। କିନ୍ତୁ ମା ଲକ୍ଷ୍ମୀଙ୍କୁ ଚାଉଳ ବହୁତ ପସନ୍ଦ ଅଟେ। ଏହା ସହିତ ମା ଲକ୍ଷ୍ମୀଙ୍କୁ ପସନ୍ଦ ଅଟେ ହଳଦୀ ଚାଉଳ ଚାନ୍ଦି ଏବଂ ରୁପାର ସବୁ ଜିନିଷ। ବନ୍ଧୁଗଣ ଆଜି ଆପଣଙ୍କୁ ଜଣେଇବୁ ଗୋଟେ ଛୋଟ ପ୍ରୟୋଗ ବିଷୟରେ। ଏବଂ ଆପଣ ଏହାକୁ କୌଣସି ଏକାଦଶୀ ଦିନ କରିବେ।

ଆପଣ ଏକାଦଶୀ ଦିନ ଶୀଘ୍ର ଉଠି ସ୍ନାନ କରି ସଫା ବସ୍ତ୍ର ପିନ୍ଧି ଯେବେ ଆପଣ ଭଗବାନ ଶ୍ରୀହରି ଏବଂ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରିବେ ସେତେବେଳେ ମା ଲକ୍ଷ୍ମୀଙ୍କୁ ଚାନ୍ଦିର କଏନ ଚଢେଇ ଦେବେ। ଯଦି ଆପଣଙ୍କ ପାଖରେ ଚାନ୍ଦିର କଏନ ବା ରୂପାର କଏନ ନାହିଁ ତାହେଲେ ୧ ଟଙ୍କାର ଗୋଟେ କଏନକୁ ନେଇ ଭଲ ଭାବରେ ସଫା କରି ଗଙ୍ଗା ଜଳରେ ପବିତ୍ର କରି ସେହି କଏନକୁ ମାଙ୍କ ପାଖରେ ଅର୍ପଣ କରିବେ। ଏବଂ ଏହା ପରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ଗୋଟେ ପାତ୍ରରେ ରଖିଦେବେ। ଏହି କଏନ ଉପରେ ଅଳ୍ପ ହଳଦୀ ଏବଂ ଅଳ୍ପ ସିନ୍ଦୁର ଅର୍ପିତ କରିଦେବେ। ଏହା ପରେ ଆପଣ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଭାବି ଆପଣ ଆପଣଙ୍କର ଘରେ ଯେଉଁଠାରେ ଚାଉଳର ଡ଼ବା କିମ୍ବା ଚାଉଳ ଜାର କିମ୍ବା ଆପଣ ଯେଉଁଥିରେ ଚାଉଳ ରଖୁଥିବେ ଯେଉଁଠି ଆପଣ ପ୍ରତିଦିନ ଚାଉଳ ବାହାର କରି ରୋଷେଇ କରିବା ପାଇଁ ଆଣୁଥିବେ ସେଥିରେ ଆପଣ ଏହି କଏନ ଟିକୁ ରଖିଦେବେ। ଆଉ ତା ପରେ ଦେଖିବେ ଚମତ୍କାର। ଆପଣଙ୍କୁ ଧୀରେ ଧୀରେ ଅନୁଭବ ହେବ କି ଘରେ ଧନ ସମ୍ପତ୍ତି ସହ ଜଡିତ କାମରେ କିପରି ପରିବର୍ତ୍ତନ ହେଉଛି। ଆପଣ ଏହି କଏନଟିକୁ ଚାଉଳ ବସ୍ତାରେ ରଖିବା ପରେ ଆପଣ ନିଜେ ଅନୁଭବ କରିପାରିବେ ଏହି କଥା।

ଆପଣ ଦେଖିବେ ଘରକୁ ପୂର୍ବ ଅପେକ୍ଷା ଅଧିକ ଖୁସି ଆସିବାକୁ ଲାଗିବ ଏବଂ ଆପଣଙ୍କର ଘରର ଭଣ୍ଡାର କେବେବି ଖାଲି ରହିବ ନାହିଁ। ଏହା ବହୁତ ଶୁଭ ହେବା ସହିତ ଜୀବନରେ ବଡ଼ ପରିବର୍ତ୍ତନ ମଧ୍ୟ ଆସିଥାଏ। କେବେବି ଧନର କମି ହେବ ନାହିଁ। ଯଦି ଆପଣ ଋଣ କରଜରେ ଅଛନ୍ତି ତେବେ ଏପରି କଲେ ସେଥିରୁ ମୁକ୍ତି ମିଳିଯିବ ଏବଂ ସବୁ ଜାଗାରେ ଆପଣଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ। ଧ୍ୟାନ ରଖିବେ ଚାଉଳ ବାହାର କଲା ସମୟରେ ଯେମିତି କଏନଟି ବାହାରକୁ ବାହାରି ନଯାଏ କିମ୍ବା ତଳେ ପଡିନଯାଏ ଯଦି ଏମିତି ହୁଏ ତେବେ କଏନକୁ ପୁଣି ମୁଣ୍ଡରେ ଲଗେଇ ଚାଉଳ ବସ୍ତାରେ ରଖିଦେବେ। ଦେଖିବେ ଏହା ପରେ ଆପଣ ବହୁତ ଖୁସିରେ ରହିବେ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ହୋଇ ରହିଥାନ୍ତି। ଏହାକୁ ଦୀପାବଳି ଦିନ ବଦଳାଇ ପାରିବେ। ମା ଲକ୍ଷ୍ମୀଙ୍କର ପୂଜା କରି ଚାଉଳ ବସ୍ତାରୁ କଏନଟିକୁ ବାହାର କରି ଗଙ୍ଗା ଜଳରେ ଶୁଦ୍ଧ କରି ପୁଣି ଥରେ ସିନ୍ଦୁର ଚନ୍ଦନ ହଳଦୀ ଲଗେଇ ସେହି କଏନକୁ ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କରିବେ ଏବଂ ପୁଣି ଚାହିଁଲେ ଆପଣ ସେହି କଏନ ଟିକୁ ଚାଉଳ ବସ୍ତାରେ ରଖିପାରିବେ ନଚେତ କାହାକୁ ଦାନ ବି କରିପାରିବେ। କେଉଁ ବି ଛୋଟ ଛୁଆକୁ ଦାନ କରିବା ଭଲ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *