Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ମାଣବସା ଗୁରୁବାର ଦିନ କରନ୍ତୁ ଏହି କାମ,ମା ଲକ୍ଷ୍ମୀ ଘରକୁ ଆସିବେ ଆଉ ହେବ ଧନର ବର୍ଷା

ସେୟାର୍ କରନ୍ତୁ

ମାର୍ଗଶିର ମାସ ଗୁରୁବାର ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ବାର ଅଟେ।ହିନ୍ଦୁ ଧର୍ମରେ ମାର୍ଗଶିର ମାସ ଗୁରୁବାର ଦିନର ବିଶେଷ ମହତ୍ୱ ରହିଛି। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜାର୍ଚ୍ଚନା କଲେ, ଶୁଭଫଳ ପ୍ରାପ୍ତ ହୋଇଥାଏ।ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ କେଉଁ କାର୍ଯ୍ୟ କଲେ, ଆପଣ ଶୁଭଫଳ ପାଇବା ସହିତ ଧନବାନ ହୋଇପାରିବେ ସେହି ବିଷୟରେ କହିବାକୁ ଯାଉଛୁ।

୧/ କୌଣସି ବ୍ୟକ୍ତିକୁ ଗୁରୁବାର ଦିନ ଅଧିକ ସମୟ ଶୋଇବା ଉଚିତ ନୁହେଁ।ଗୁରୁବାର ଓଷାରେ ବାସି ବିଛଣା ପଡ଼ିବା ଶୁଭ ହୋଇ ନଥାଏ। କିନ୍ତୁ ବାସି ବିଛଣା ପଡ଼ିଥିଲେ, ଠାକୁର ପୂଜା କରନ୍ତୁ ନାହିଁ। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିତ୍ୟକର୍ମ ସାରି ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଉଚିତ।

୨/ ଗୁରୁବାର ଓଷା ଦିନ ପ୍ରଥମେ ତୁଳସୀ ଗଛକୁ ପୂଜା କରିବା ପରେ ହିଁ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହିଦିନ ସ୍ତ୍ରୀଲୋକମାନେ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ, ଏହା ଶୁଭ ହୋଇଥାଏ।ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

୩/ ଗୁରୁବାର ଓଷା ଦିନ ଦାନ କଲେ ପୁଣ୍ୟ ମିଳିଥାଏ। ଏହିଦିନ ହଳଦିଆ ବସ୍ତ୍ର, ଚଣା, ଗୁଡ଼ ଆଦି ଦାନ କରିବା ଉଚିତ। ଏହାସହିତ ନାଲି ରଙ୍ଗର କପଡା ଉପରେ କିଛି ଧାନ ବିଛାଇ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରିବା ଉଚିତ।ଧଳା ଫୁଲ, ଗେଣ୍ଡୁ ଫୁଲ ଆଦି ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଯଦି ଆପଣ ଶ୍ରଦ୍ଧାରେ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବେ, ଦେଖିବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ।

୪/ ଗୁରୁବାର ଓଷା ଦିନ ଦେବୀ ଲକ୍ଷ୍ମୀଙ୍କ ସମସ୍ତଙ୍କ ଘରକୁ ପ୍ରବେଶ କରିଥାନ୍ତି। ତେଣୁ ଏହିଦିନ ଘରେ ଆମିଷ ରାନ୍ଧିବା ବା ଖାଇବା ଉଚିତ ନୁହେଁ। ଏହାସହିତ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା, ଶୋଇବା ଉଚିତ ନୁହେଁ।କିନ୍ତୁ କୌଣସି ବୃଦ୍ଧ ବ୍ୟକ୍ତି ବା ରୋଗରେ ପୀଡ଼ିତ ଥିବା ବ୍ୟକ୍ତି କେବଳ ଶୋଇ ପାରିବେ। ଗୁରୁବାର ଦିନ ୧୨ ଘଟିକା ପରେ କାହାକୁ ଦାନ ଦିଅନ୍ତୁ ନାହିଁ।

୫/ ଗୁରୁବାର ଦିନ ସନ୍ଧ୍ୟାରେ ଦେବୀ ଲକ୍ଷ୍ମୀଙ୍କୁ ଦୀପ, ଝୁଣା, ଧୂପ ଅର୍ପଣ କରନ୍ତୁ ଏବଂ ଆଳତି ମଧ୍ୟ କରନ୍ତୁ। ଘରେ ଚାରିପଟେ ଝୁଣା ବୁଲାଇ ଆଣନ୍ତୁ, ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଘରେ ସକାରାତ୍ମକ ଉର୍ଜା ବଜାୟ ରହିଥାଏ।

ତେବେ ବନ୍ଧୁଗଣ ଗୁରୁବାର ଦିନ ଏହିସବୁ ଉପାୟ କଲେ, ଆପଣଙ୍କ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ସହିତ ରହେ।ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆମ ସହିତ ଆଗକୁ ରହିବା ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *