Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ନାମର ଝିଅମାନେ ଶାଶୂଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଅମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ପ୍ରାୟତଃ ଝିଅମାନେ ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି।ଦୁହିତା ଦୁଇ କୂଳକୁ ହିତା ବୋଲି ଲୋକକଥାରେ କୁହାଯାଇଛି। ଏହାର ଅର୍ଥ ହେଉଛି ଝିଅମାନେ ଉଭୟ ନିଜ ବାପଘର ଏବଂ ଶାଶୂଘର ପାଇଁ ବହୁତ ଶୁଭ ହୋଇଥାନ୍ତି ଏବଂ ଦୁଇଟି ପରିବାରକୁ ନେଇ ଆଗକୁ ବଢି ଥାଆନ୍ତି। ଗୋଟିଏ ଝିଅଟି ଯେପରି ନିଜ ବାପଘରେ ସ୍ନେହଶ୍ରଦ୍ଧାରେ ବଡ଼ ହୋଇଥାଏ, ସେହିପରି ସେ ତାର ଶାଶୂଘରେ ମଧ୍ୟ ସେହିପରି ସୁଖ, ସମ୍ମାନ, ପ୍ରେମ ପାଇବା ପାଇଁ ଆଶା ରଖିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ନାମ ଥିବା କିଛି ଝିଅମାନଙ୍କ ବିଷୟରେ କୁହାଯାଇଛି। ଯେଉଁ ମାନଙ୍କୁ ନିଜ ଶାଶୁଘରେ ବହୁତ ଭଲ ପାଇବା ମିଳିଥାଏ। ସେମାନେ ସର୍ବଦା ନିଜ ଶାଶୂଘରେ ସୁଖରେ ରହିଥାନ୍ତି।

୧/ P ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର P ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନଙ୍କ ହୃଦୟ ସର୍ବଦା ନିର୍ମଳ ଓ ସଫା ହୋଇଥାଏ।ଏମାନଙ୍କ ମନରେ କାହା ପ୍ରତି ଦ୍ୱେଷ ଭାବନା ନଥାଏ। ଏମାନେ ନିଜ ଶାଶୂଘରର ସବୁ ଲୋକଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି ଓ ସମ୍ମାନ ମଧ୍ୟ କରନ୍ତି। ଏହି ଅକ୍ଷର ବିଶିଷ୍ଟ ଝିଅମାନଙ୍କୁ ଜଣେ ଭଲ ଜୀବନସାଥୀ ମିଳିବା ସହିତ ଶାଶୂଘର ଲୋକଙ୍କ ଠାରୁ ଅଧିକ ସ୍ନେହ ଆଦର ମିଳିଥାଏ।

୨/ D ନାମ ଥିବା ଝିଅ ମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର D ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ଏମାନଙ୍କୁ ଶାଶୂଘରେ ଅଧିକ ସ୍ନେହ ଆଦର ମିଳିଥାଏ।ଏମାନେ ଶାଶୂଘରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି।ଏମାନଙ୍କୁ କେବେବି ନିଜ ଶାଶୂଘରେ ଦୁଃଖ ମିଳି ନଥାଏ। ତେଣୁ ଏହି ନାମ ବିଶିଷ୍ଟ ଝିଅମାନେ ସର୍ବଦା ନିଜ ଶାଶୂଘରେ ସୁଖରେ ରହିଥାନ୍ତି।

୩/ N ନାମ ଥିବା ଝିଅ ମାନେ –

ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ନିଜ ଶାଶୂଘରେ ବହୁତ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ମିଳିଥାଏ। ଏମାନଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ବହୁତ ଭଲ ପାଇଥାନ୍ତି। ଏମାନଙ୍କ ଜୀବନସାଥୀ ମଧ୍ୟ ଏମାନଙ୍କର ଖୁବ ଯତ୍ନ ନେଇଥାନ୍ତି। ଏହି ନାମର ଝିଅମାନେ ନିଜ ଶାଶୂଘରେ ଖୁସିରେ ରହିଥାନ୍ତି।

୪/ S ନାମ ଥିବା ଝିଅ ମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର S, ସେମାନେ ଖୁବ ଭଲ ସ୍ବଭାବର ହୋଇଥାନ୍ତି।ଏମାନେ ନିଜ ଶାଶୂଘର ପାଇଁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଝିଅମାନେ ନିଜ ପାର୍ଟନରଙ୍କର ସେବା କରିବା ସହିତ ପରିବାରର ସମସ୍ତ ସଦସ୍ୟଙ୍କର ଯତ୍ନ ନେଇଥାନ୍ତି। ପରିବାର ଉପରେ ଯେତେ ସମସ୍ୟା ଆସିଲେ ମଧ୍ୟ ଏମାନେ ତାହାର ସମାଧାନ କାଢି ଦିଅନ୍ତି, ତେଣୁ ଶାଶୂଘରେ ଏମାନେ ବହୁତ ପ୍ରିୟ ପାତ୍ର ହୋଇ ରହିଥାନ୍ତି।

୫/ R ନାମ ଥିବା ଝିଅ ମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର R, ସେମାନଙ୍କର ଭଲ ଗୁଣ ଯୋଗୁଁ, ସେମାନେ ଶାଶୂଘରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି। ଏମାନେ ଘରର ସମସ୍ତ ଦାୟିତ୍ୱକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। ଏମାନେ ପରିବାର ଲୋକଙ୍କର ଯତ୍ନ ନେବା ସହିତ ସମସ୍ତଙ୍କୁ ସମ୍ମାନ କରନ୍ତି।

ଆମର ପୋଷ୍ଟଟି ସମ୍ପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ, ଲାଇକ ଓ ସେୟାର କରନ୍ତୁ।ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *