Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟୋତିଷ ମାନଙ୍କ ମତରେ ଏହି ୫ଟି ରାଶିର ପୁଅମାନଙ୍କୁ ମିଳିବ ଦୁନିଆର ସବୁଠାରୁ ସୁନ୍ଦରୀ ସ୍ତ୍ରୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ସମସ୍ତେ ଦିନେ ନା ଦିନେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି। ଏହି ସମୟ ବର ଓ ବଧୂଙ୍କ ପାଇଁ ଖାସ୍ ମୁହୂର୍ତ୍ତ ହୋଇଥାଏ। କାରଣ ସେମାନେ ନିଜ ବାହାଘରକୁ ନେଇ ଅନେକ ସ୍ଵପ୍ନ ଦେଖିଥାଆନ୍ତି। ବିବାହ ପରେ ଗୋଟିଏ ଝିଅ ଅଜଣା ପୁଅ ସହିତ ସାରା ଜୀବନ କାଟିଥାଏ। ସେଥିପାଇଁ ବାହାଘର ପୂର୍ବରୁ ଉଭୟ ପୁଅ ଓ ଝିଅର ଜାତକ ମେଳନ କରାଯାଇଥାଏ। ଜାତକ ମିଶିବା ପରେ ହିଁ ପୁଅ ଓ ଝିଅର ବାହାଘର କରାଯାଏ।

ରାଶି ଗୁଡ଼ିକ ମାଧ୍ୟମରେ ମଧ୍ୟ ଆପଣ ଜାଣି ପାରିବେ କେଉଁ ପୁଅଙ୍କୁ ସୁନ୍ଦର ଝିଅ ମିଳିବ।ଆପଣ ମାନଙ୍କୁ ଆଜି ଆମେ କିଛି ଏଭଳି ରାଶିର ଲୋକଙ୍କ ବିଷୟରେ କହିବା ପାଇଁ ଯାଉଛୁ, ଯେଉଁମାନଙ୍କୁ ଭବିଷ୍ୟତରେ ସୁନ୍ଦରୀ ସ୍ତ୍ରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମିଥୁନ ରାଶି –

ଏହି ରାଶିର ଲୋକେ ଅଧିକ ଆକର୍ଷଣୀୟ ଓ ବୁଦ୍ଧିମାନ ହୋଇଥାନ୍ତି। ତେଣୁ ଝିଅମାନେ ଏମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏହାସହିତ ଏହି ରାଶିର ପୁଅମାନେ ସ୍ୱଭାବରେ ଉତ୍ତମ ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ନିର୍ମଳ ହୋଇଥାଏ। ଏହି କାରଣ ଯୋଗୁଁ ଝିଅମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି।

ସିଂହ ରାଶି –

ଏହି ରାଶିର ପୁଅମାନେ ଅଧିକ ସଚ୍ଚୋଟ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ବିବାହ ପରେ ନିଜ ସ୍ତ୍ରୀଙ୍କ ପ୍ରତି ବିଶ୍ବାସୀ ହୋଇ ରହିଥାନ୍ତି।ଏଥିପାଇଁ ଏମାନଙ୍କ ସ୍ତ୍ରୀ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାନ୍ତି। ଏହି ଉତ୍ତମ ସ୍ଵଭାବ ଓ ଭଲ ଗୁଣ ଯୋଗୁଁ ଝିଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

କନ୍ୟା ରାଶି –

ଏହି ରାଶିର ପୁଅମାନେ ଦେଖିବାକୁ ସୁନ୍ଦର ହେବା ସହିତ ଅଧିକ ବୁଦ୍ଧିମାନ ହୋଇଥାନ୍ତି।ସେଥିପାଇଁ ସୁନ୍ଦର ଝିଅମାନେ ଏମାନଙ୍କ ଆଡକୁ ଖୁବ୍ ଶୀଘ୍ର ଆକର୍ଷିତ ହୋଇଯାଆନ୍ତି। ଏହି ରାଶିର ପୁଅମାନେ ନିଜ ସ୍ତ୍ରୀକୁ ବହୁତ ଅଧିକ ଭଲ ପାଆନ୍ତି। ଏହି ଗୁଣ ଯୋଗୁଁ ଝିଅମାନେ ଏମାନଙ୍କୁ ପାଇବା ପାଇଁ ଇଛା କରନ୍ତି।

କୁମ୍ଭ ରାଶି –

ଏହି ରାଶିର ପୁଅମାନେ ନିଜର ସୁନ୍ଦରତା ଓ ବୁଦ୍ଧିମତାକୁ ନେଇ ଝିଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ଏମାନେ ଅଧିକ କଥା କହିବାରେ ପାରଙ୍ଗମ ହୋଇଥାନ୍ତି। ଏହି ରାଶିର ପୁଅମାନେ ନିଜ ସ୍ତ୍ରୀକୁ ସର୍ବଦା ଉପହାର ଦେଇଥାନ୍ତି ଏବଂ ଖୁସିରେ ରଖିଥାନ୍ତି। ଏମାନେ ନିଜ ପତ୍ନୀଙ୍କର ସବୁ ଇଛା ଉପରେ ଗୁରୁତ୍ବ ଦେଇଥାନ୍ତି। ତେଣୁ ଝିଅମାନେ ଏହି ରାଶିର ପୁଅମାନଙ୍କୁ ପାଇବାକୁ ଇଛା ରଖିଥାନ୍ତି।

ବୃଷ ରାଶି –

ଏହି ରାଶିର ପୁଅମାନେ ଅଧିକ ସୁନ୍ଦର ଓ କୋମଳ ହୃଦୟର ଅଟନ୍ତି। ସୁନ୍ଦର ଝିଅମାନେ ମଧ୍ୟ ଏମାନଙ୍କୁ ବିବାହ କରିବା ପାଇଁ ପାଗଳ ହୋଇଥାନ୍ତି। ଏହି ରାଶିର ପୁଅମାନେ ଝିଅମାନଙ୍କୁ ସମ୍ମାନ କରିବା ସହିତ ସେମାନଙ୍କର ଆବଶ୍ୟକତାକୁ ବୁଝି ଥାଆନ୍ତି, ତେଣୁ ଝିଅମାନେ ଏମାନଙ୍କୁ ବିବାହ କରିବା ପାଇଁ ଇଚ୍ଛା ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *