Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବର ୪ ସୂର୍ଯ୍ୟପରାଗ ସମୟ,ଗର୍ଭ-ବତୀ ମହିଳା, କେଉଁ ରାଶି ପାଇଁ ଶୁଭ,କେଉଁ ରାଶି ପାଇଁ ଅଶୁଭ,ଜାଣନ୍ତୁ ସବୁ କିଛି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୪ଡିସେମ୍ବର ଶନିବାର ସୁର୍ଯ୍ୟ ପରାଗ। ଭୟଙ୍କର ହେବ ଏବଂ ଓଡ଼ିଶାରେ ଦେଖାଦେବ।

ବନ୍ଧୁଗଣ ଚଳିତ ବର୍ଷ ଡିସେମ୍ବର ମାସ ୪ ତାରିଖରେ ଅର୍ଥାତ ଆସନ୍ତା ଶନିବାର ଦିନ ବର୍ଷର ଅନ୍ତିମ ସୁର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି। ଏହି ସୁର୍ଯ୍ୟ ପରାଗ ବହୁତ ଲମ୍ବା ଏବଂ ଡିସେମ୍ବର ୪ ତାରିଖରେ ଲାଗିବା ପାଇଁ ଯାଉ ଥିବାରୁ ଏହା ହେଉଛି ଏକ ଖଣ୍ଡ ଗ୍ରାସ ସୁର୍ଯ୍ୟ ପରାଗ। ଏହିପରି ସୁର୍ଯ୍ୟ ପରାଗ ବହୁତ କମ ସମୟ ଦେଖିବା ପାଇଁ ମିଳିଥାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଜାଣିବା ଯେ ସୁର୍ଯ୍ୟ ପରାଗର ସମୟ ସୀମା ଅର୍ଥାତ କେତେବେଳେ ଆରମ୍ଭ ହେବ ଏବଂ କେତେବେଳେ ସମାପ୍ତ ହେବ ଏହା ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ ଏବଂ କେଉଁ ରାଶି ମାନଙ୍କ ପାଇଁ ଶୁଭ ରହିବ ଏଥି ସହିତ ଗର୍ଭବତୀ ମହିଳାମାନେ କିପରି ସାବଧାନ ରହିବେ। ଆସନ୍ତୁ ଜାଣିବା।

ବନ୍ଧୁଗଣ ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୁତକ ସମୟ ମଧ୍ୟ କହିଥାଉ। ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ବାରଣ କରାଯାଇଅଛି। କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନରହିବା ହିଁ ଭଲ। ତେବେ ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ଏହା ହେଉଛି ବର୍ଷର ଅନ୍ତିମ ଏବଂ ଖଣ୍ଡ ଗ୍ରାସ ସୁର୍ଯ୍ୟ ପରାଗ। ଏହି ସୁର୍ଯ୍ୟ ପରାଗର ଗ୍ରାସ ସମୟ ହେଉଛି ୪ ଡିସେମ୍ବର ସକାଳ ୧୦:୫୯ ମିନିଟ ରୁ ଆରମ୍ଭ ହେବ ଦିନ ୦୩ :୭ ମିନିଟରେ ଶେଷ ହେବ। ଏହି ସୁର୍ଯ୍ୟ ପରାଗ। ମହାକାଶରେ ପ୍ରାୟ ୪ ଘଣ୍ଟା ୮ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଯାହାକି ବହୁତ ପ୍ରଭାବଶାଳି ସୁର୍ଯ୍ୟ ପରାଗ। ଅଟେ।

ଏହି ସୁର୍ଯ୍ୟ ପରାଗ। ଲାଗିବା ସମୟରେ ଖରା ଆକୃତିର ଦୃଶ୍ୟମାନ ହେବ। ତେଣୁ ଏହି ପରାଗକୁ ଖଣ୍ଡ ଗ୍ରାସ ସୁର୍ଯ୍ୟ ପରାଗ କୁହାଯିବ। ଏହି ସୁର୍ଯ୍ୟ ପରାଗ ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବନାହିଁ। ଏହି ସୁର୍ଯ୍ୟ ପରାଗ ଦକ୍ଷିଣ ଆମେରିକା ଦକ୍ଷିଣ ଆଫ୍ରିକା ଏବଂ ଆଣ୍ଟ୍ରାଟିକାରେ ଦୃଶ୍ୟମାନ ହେବ। ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୁର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହି ପରାଗ ଓଡ଼ିଶାରେ ଅଦୃଶ୍ୟ ହୋଇଥିବାରୁ ଏହାର ସୁତକ କାଳ ମାନ୍ୟ ହେବନାହିଁ। ଏହା ସହିତ ହାଣ୍ଡିଛାଡ଼ ମଧ୍ୟ ହେବନାହିଁ ଏବଂ ଦେବ ନୀତି ମଧ୍ୟ ବନ୍ଦ ରହିବ ନାହିଁ ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୁର୍ଯ୍ୟ ପରାଗ କାରଣରୁ ଗ୍ରହ ଏବଂ ନକ୍ଷତ୍ର ମାନଙ୍କ ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି।

ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ କେତେକ ରାଶି ମାନଙ୍କ ଉପରେ ଏହି ସୁର୍ଯ୍ୟ ପରାଗର ଶୁଭ ପ୍ରଭାବ ମଧ୍ୟ ପଡିବା ପାଇଁ ଯାଉଅଛି। ତେବେ ଏହି ଭାଗ୍ୟଶାଳୀ ବ୍ୟକ୍ତି ବିଶେଷ ମାନେ ଅପେକ୍ଷା କରିଥିବା କାର୍ଯ୍ୟରେ ଖୁବଶୀଘ୍ର ସଫଳତା ପାଇବେ। ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବେ। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ପ୍ରୋମସନ ମଧ୍ୟ ହୋଇପାରେ। ଅବିବାହିତ ଯୁବକ ଯୁବତୀ ମାନଙ୍କ ପାଇଁ ବିବାହର ସମସ୍ତ ବାଧା ଦୂର ହୋଇଯିବ। ବହୁତ ଦିନରୁ ଆଶା କରାଯାଇଥିବା କାର୍ଯ୍ୟ ନିଶ୍ଚୟ ପୂରଣ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ ପ୍ରାପ୍ତର ଯୋଗ ମଧ୍ୟ ରହିଅଛି। ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, କୁମ୍ଭ ରାଶି ଏବଂ ତୁଳା ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *