Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ମାଛ ଦେଖିବା ଶୁଭ ନାଁ ଅଶୁଭ ହୋଇଯାଆନ୍ତୁ ସାବଧାନ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱପ୍ନରେ ମାଛ ଦେଖିବା ଶୁଭ ନାଁ ଅଶୁଭ ହୋଇଯାଆନ୍ତୁ ସାବଧାନ।

ବନ୍ଧୁଗଣ ଆସନ୍ତୁ ଜାଣିବା ଭଗବାନ ମାଛ ସ୍ୱପ୍ନ ମାଧ୍ୟମରେ ବାସ୍ତବ ଜୀବନରେ କିଛି ନାଁ କିଛି ଘଟଣା ଘଟିଥାଏ ଏହି ମାଛ ସ୍ୱପ୍ନ ଦେଖିଲେ କଣ ଶୁଭ ହେବାର ସଂକେତ ଦେଇଥାନ୍ତି

ଭଗବାନ ଆମ ବାସ୍ତବ ଜୀବନରେ ଘଟୁଥିବା କିଛି ଘଟଣା ଅନେକ ସ୍ୱପ୍ନ ମାଧ୍ୟମରେ ଆମକୁ ସଂକେତ ଦେଇଥାନ୍ତି। ସେଥି ମଧ୍ୟରୁ ମାଛ ସ୍ୱପ୍ନ ହେଉଛି ଅନ୍ୟତମ। ଯଦି ମାଛ ସ୍ୱପ୍ନ ଦେଖୁଛନ୍ତି ତାହାର କେଉଁ ସଂକେତ ଇଶ୍ଵର ପ୍ରଦାନ କରିଥାନ୍ତି ସେହି ବିଷୟରେ ଆଜି ଏହି ପୋଷ୍ଟ ମାଧ୍ୟମରେ ଜାଣିବା। ଆମେ ପ୍ରତ୍ୟକ ଦିନ କୌଣସି ନାଁ କୌଣସି ସ୍ୱପ୍ନ ଦେଖିଥାଉ କିନ୍ତୁ ମାନ୍ୟତା ଅଛି ଯେ ପ୍ରାତଃ ସମୟରେ ବା ଭୋର ସମୟରେ ଯେଉଁ ସ୍ୱପ୍ନ ଦେଖାଯାଏ ତାହା ସତ ହୋଇଥାଏ। ଯଦି ଭୋର କିମ୍ବା ପ୍ରାତଃ ସମୟରେ ମାଛ ସ୍ୱପ୍ନ ଦେଖାଯାଏ ତେବେ ଇଶ୍ଵର ଏହି ସବୁ ସଂକେତ ଦେଇଥାନ୍ତି।

ଯଦି ଆପଣ ଭୋର ବା ପ୍ରାତଃ ସମୟରେ ମାଛ ଧରୁ ଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣ ବୁଝିଯିବେ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହୁଛି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି।

ସ୍ୱପ୍ନରେ ରଙ୍ଗ ବେରଙ୍ଗରେ ମାଛ ଦେଖିବାର ଅର୍ଥ ଏହା ବହୁତ ଶୁଭ ଏବଂ ମଙ୍ଗଳଦାୟକ ହୋଇଥାଏ। ଆପଣଙ୍କର ଧନ ସମ୍ବଦ୍ଧିତ ସମସ୍ୟା ଦୂର ହେବା ସହିତ ଆପଣ ଭବିଷ୍ୟତରେ ବଡ଼ ସଫଳତା ପ୍ରାପ୍ତି କରିବେ ଏବଂ ଆପଣଙ୍କର କୌଣସି ସମସ୍ୟା ଆସିବ ନାହିଁ।

ଯଦି ସ୍ୱପ୍ନରେ ଆପଣ ବଡ଼ ମାଛ ଦେଖୁଛନ୍ତି ତେବେ ଏହା ଏକ ଅଶୁଭ ସଂକେତ ଅଟେ। ଆପଣ ଋଣ ଗ୍ରସ୍ତ ହେବା ସହିତ ସବୁବେଳେ ଭବିଷ୍ୟତରେ ଚିନ୍ତିତ ରହିବେ।

ଯଦି ଆପଣ ସ୍ୱପ୍ନରେ ବଡ଼ ମାଛ ଧରୁଥିବାର ଦେଖୁଛନ୍ତି ତେବେ ଆପଣ ବୁଝିଯାଅନ୍ତୁ କି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିଛି। ଆପଣଙ୍କର ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି। ତା ସହିତ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବାର ସଂକେତ ମିଳୁଛି।

ଯଦି ସ୍ୱପ୍ନରେ ଆପଣ କଳା ରଙ୍ଗର ଏବଂ ଧଳା ରଙ୍ଗର ମାଛ କିମ୍ବା କୌଣସି ଗୋଟିଏ ରଙ୍ଗର ମାଛ ଦେଖୁଛନ୍ତି ତେବେ ଆପଣ ଯେଉଁ କାର୍ଯ୍ୟରେ ଅଛନ୍ତି ସେ କାର୍ଯ୍ୟରେ ସଫଳତା ମିଳିବାର ସଂକେତ ମିଳୁଅଛି ତା ସହିତ ସେହି କାର୍ଯ୍ୟରେ ଉନ୍ନତି ହେବାର ସଂକେତ ମିଳୁଛି। ଏବଂ ଆପଣଙ୍କ ଘର ପରିବାରରେ ଆର୍ଥିକ ସମସ୍ୟା ମାନ ସମାଧାନ ହେବାର ସଂକେତ ମିଳୁଅଛି। ଅର୍ଥାତ ଆପଣଙ୍କ ଘର ପରିବାର ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମିଳିବାକୁ ଯାଉଛି।

ଯଦି ସ୍ୱପ୍ନରେ ଆପଣ ମାଛ ପହଁରୁ ଥିବାର ଦେଖୁଛନ୍ତି ତାହେଲେ ଏହା ଏକ ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କୁ ସଂକେତ ମିଳିଥାଏ ଯେ ଆପଣ ନିଜ ଜୀବନରେ ଖୁସିରେ ଅଛନ୍ତି ଏବଂ ରୋଗ ଜନିତ ସମସ୍ୟା ଆପଣଙ୍କର ଦୂର ହେବାକୁ ଯାଉଛି।

ଯଦି ସ୍ୱପ୍ନରେ ଆପଣ ତିମି ମାଛ ଦେଖୁଛନ୍ତି ତାହେଲେ ଏହା ଏକ ଭଲ ସ୍ୱପ୍ନ ବୋଲି ମାନାଯାଏ।

ଯଦି ସ୍ୱପ୍ନରେ ଆପଣ ସାର୍ପ ମାଛ ଦେଖୁଛନ୍ତି ତାହେଲେ ଏହା ଏକ ଖରାପ ସଂକେତ। କାରଣ ଏହା ଦ୍ବାରା ଆପଣଙ୍କୁ ସଂକେତ ମିଳିଥାଏ ଯେ ଆପଣଙ୍କର ଆର୍ଥିକ ସମସ୍ୟା ବଢିବା ସହିତ ଆପଣ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

ଯଦି ସ୍ୱପ୍ନରେ ଆପଣ ମାଛ କାଟିବାର ଦେଖୁଛନ୍ତି ତାହେଲେ ଏହା ଏହି ସଂକେତ ଦେଇଥାଏ ଯେ ଆପଣ ନିଜେ ହିଁ ନିଜର ଆର୍ଥିକ ସମସ୍ୟା ସୃଷ୍ଟି କରୁଛନ୍ତି। ଯାହା ଦ୍ୱାରା ଆପଣ ସବୁବେଳେ ଦୁଃଖିତ ହୋଇ ରହିବେ ଏବଂ ମନ ଦୁଃଖରେ ଦିନ କଟିବ।

ଯଦି ସ୍ୱପ୍ନରେ ଆପଣ ମାଛର ଘର ଦେଖୁଛନ୍ତି ତାହେଲେ ଏହା ଏକ ଭଲ ସ୍ୱପ୍ନ ଯାହା ଦ୍ୱାରା ଆପଣ ଆର୍ଥିକ ସମସ୍ୟାରୁ ଦୂରରେ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *