Excuse Me Odisha

ଯାହା କହିବୁ ସତ କହିବୁ

ଗଙ୍ଗା ମାତାଙ୍କର ଅପୂର୍ବ କାର୍ଯ୍ୟ, ନିଜ ସାତ ପୁତ୍ର ମାନଙ୍କୁ ନଦୀରେ ଭସାଇ ମାରିଦେଲେ, ଜାଣନ୍ତୁ ଏହି ରହସ୍ୟମୟୀ କାହାଣୀ |

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଦେବୀ ଗଙ୍ଗାଙ୍କର କିଛି ଅଦ୍ଭୁତ କୀର୍ତ୍ତି ବିଷୟରେ କହିବାକୁ ଯାଉଛୁ। ଦେବୀ ଗଙ୍ଗା କାହିଁକି ତାଙ୍କର ୭ଟି ପୁତ୍ରକୁ ନଦୀରେ ଭସାଇ ଦେଉଥିଲେ। ଏହି ବିଷୟ ମହାଭାରତରେ ବର୍ଣ୍ଣିତ ହୋଇଛି।

ସେତେବେଳେ ହସ୍ତିନାପୁରର ରାଜା ଶାନ୍ତନୁ ଥିଲେ। ସେ ଜଣେ ବୀର ଓ ଧାର୍ମିକ ଶାସକ ଥିଲେ। ଦିନେ ରାଜା ଶାନ୍ତନୁ ଗଙ୍ଗାନଦୀ କୂଳକୁ ଶିକାର କରିବା ପାଇଁ ଯାଇଥିଲେ। ଶିକାର କରିବା ପରେ ନଦୀ ପାଖରେ ବିଶ୍ରାମ ନେଲେ। ତାପରେ ସେ ଜଣେ ସୁନ୍ଦରୀ ସ୍ତ୍ରୀଙ୍କୁ ନଦୀ ଭିତରୁ ବାହାରିବାର ଦେଖିଲେ। ସେହି ନାରୀ ହେଉଛନ୍ତି ଦେବୀ ଗଙ୍ଗା।

ଦେବୀ ଗଙ୍ଗାଙ୍କୁ ଦେଖି ରାଜା ଶାନ୍ତନୁ ମୁଗ୍ଧ ହୋଇ ତାଙ୍କ ଆଡକୁ ଆକର୍ଷିତ ହୋଇଥିଲେ। ଏହାପରେ ଦେବୀ ଗଙ୍ଗାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ରାଜାଙ୍କର ବିବାହ ପ୍ରସ୍ତାବରେ ଦେବୀ ଗଙ୍ଗା ରାଜି ହୋଇଥିଲେ, କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ ଥିଲା। ଦେବୀ ଗଙ୍ଗା ଭବିଷ୍ୟତରେ ତାଙ୍କ ପୁତ୍ର ସନ୍ତାନଙ୍କ ସହିତ ଯାହା ମଧ୍ୟ କଲେ ମହାରାଜା ଶାନ୍ତନୁ ତାଙ୍କର ପ୍ରତିବାଦ କରିବେ ନାହିଁ, ଏହି ସର୍ତ୍ତ ଥିଲା। ଯଦି ମହାରାଜା ଶାନ୍ତନୁ ତ କୁ ପ୍ରତିବାଦ କରିବେ ତାହେଲେ ଦେବୀ ଗଙ୍ଗା ସବୁଦିନ ପାଇଁ ତାଙ୍କୁ ଛାଡି ପଳାଇବେ।

ଦେବୀ ଗଙ୍ଗାଙ୍କର ସର୍ତ୍ତ ସ୍ବୀକାର କରିବା ପରେ ହିଁ ମହାରାଜା ଶାନ୍ତନୁ ଏବଂ ଦେବୀ ଗଙ୍ଗାଙ୍କର ବିବାହ ହୋଇଥିଲା। ତାପରେ ଦେବୀ ଗଙ୍ଗାଙ୍କର ପୁତ୍ର ସନ୍ତାନ ଜନ୍ମ ହେଲା। ପୁତ୍ର ଜନ୍ମ ହେବାର ଗୋଟେ ଦିନ ପରେ ଦେବୀ ଗଙ୍ଗା ତାକୁ ନଦୀରେ ଭସାଇ ଦେଉଥିଲେ। ଦେବୀଙ୍କର ଏଭଳି କାର୍ଯ୍ୟ ମହାରାଜା ଶାନ୍ତନୁ ନିଜ ଆଖିରେ ଦେଖୁଥିଲେ, କିନ୍ତୁ ତାଙ୍କୁ ହରାଇ ନଦେବା ଭୟରେ ଚୁପ୍ ରହୁଥିଲେ। ଏହିଭଳି ଦେବୀ ଗଙ୍ଗା ନିଜର ୭ଟି ପୁତ୍ରଙ୍କୁ ନଦୀରେ ଭସାଇ ଦେଇଥିଲେ। ଅଷ୍ଟମ ଥରରେ ମହାରାଜା ଶାନ୍ତନୁ ସହି ନପାରି ଦେବୀ ଗଙ୍ଗାଙ୍କୁ ପ୍ରଶ୍ନ କରିଥିଲେ ଯେ, ‘ କାହିଁକି ତୁମେ ନିଜ ପୁତ୍ରଙ୍କୁ ପାଣିରେ ଭସାଇ ଦେଉଛ’ ?

ରାଜା ଶାନ୍ତନୁଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବୀ ଗଙ୍ଗା କହିଥିଲେ, ଦେବରାଜ ଇନ୍ଦ୍ରଙ୍କର ୮ ଜଣ ଭାଇ ରକ୍ଷକ ଥିଲେ।ଏମାନଙ୍କୁ ପଶୁ କୁହା ଯାଉଥିଲା। ଏହି ୮ ଜଣ ଭାଇ ଋଷି ବଶିଷ୍ଠଙ୍କ ଗାଈ ନନ୍ଦିନୀକୁ ତାଙ୍କ ବିନା ଅନୁମତିରେ ଚୋରି କରିଥିଲେ। ଏହି ୮ ଜଣ ପଶୁଙ୍କର ଏଭଳି କାର୍ଯ୍ୟ ଦେଖି ଋଷି ବଶିଷ୍ଠ କ୍ରୋଧିତ ହୋଇଗଲେ ଏବଂ ସେମାନଙ୍କୁ ପୃଥିବୀରେ ମଣିଷ ରୂପରେ ଜନ୍ମ ହେବେ ବୋଲି ଅଭିଶାପ ଦେଇଥିଲେ। ଏହାପରେ ସେମାନେ ଏହାର ଋଷି ବଶିଷ୍ଠଙ୍କୁ ନିଜ କର୍ମ ପାଇଁ କ୍ଷମା ମାଗି ଥିଲେ। ଋଷି ବଶିଷ୍ଠ ନିଜ କ୍ରୋଧ ଶାନ୍ତ କରି ୭ ଜଣ ପଶୁ ୯ ମାସ ପରେ ଧରାପୃଷ୍ଠରୁ ମୁକ୍ତି ପାଇ ଯିବେ ଏବଂ ଯିଏ ଗାଈ ଚୋରି କରିଥିଲା, ତାକୁ ଭୂଲୋକରେ ବଞ୍ଚିବାକୁ ପଡ଼ିବ ବୋଲି କହିଥିଲେ।

ଏହାପରେ ୮ ଜଣ ଭାଇ ଦେବୀ ଗଙ୍ଗାଙ୍କ ପାଖକୁ ଗଲେ। ଧରାପୃଷ୍ଠରେ ଦେବୀ ଗଙ୍ଗାଙ୍କ କୋଳରେ ଜନ୍ମ ନେବା ପାଇଁ ପ୍ରାର୍ଥନା କରିଥିଲେ। ତାପରେ ମହାରାଜା ଶାନ୍ତନୁଙ୍କୁ ବଚନ ଦେଇ ଦେବୀ ଗଙ୍ଗା ନିଜ ଅଷ୍ଟମ ପୁତ୍ରକୁ ନେଇ ନଦୀ ଭିତରକୁ ପଳାଇ ଥିଲେ। ତେବେ ସେହି ଅଷ୍ଟମ ପୁତ୍ର ହେଉଛନ୍ତି ଦେବବ୍ରତ। ଦେବବ୍ରତଙ୍କର ଅନ୍ୟନାମ ହେଉଛି ଭୀଷ୍ମ।

ବନ୍ଧୁଗଣ ଆଶା କରୁଛୁ, ଆପଣଙ୍କୁ ଆମର ଏହି ପୋଷ୍ଟଟି ପସନ୍ଦ ଆସିଥିବ। ସମସ୍ତଙ୍କୁ ଆମ ପୋଷ୍ଟ ସେୟାର କରନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *