Excuse Me Odisha

ଯାହା କହିବୁ ସତ କହିବୁ

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ୨୦୨୨,ଜାଣନ୍ତୁ ବାର୍ଷିକ ରାଶିଫଳ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୃଷ ରାଶି ୨୦୨୨ ପୁରୁଷ ଏବଂ ମହିଳାଙ୍କ ବାର୍ଷିକ ରାଶିଫଳ।

୨୦୨୨ ବୃଷ ରାଶିର ବାର୍ଷିକ ରାଶି ଫଳ କଣ ରହିଛି ତାଙ୍କର ଶିକ୍ଷା କ୍ଷେତ୍ର କଣ ରହିଛି ଶୁଭ ଶୁଭା ଫଳ କିପରି ରହିବ ତାଙ୍କର ଆର୍ଥିକ ଜୀବନ କ୍ୟାରିୟର ଆର୍ଥିକ ଅବସ୍ଥା ପାରିବାରିକ ଜୀବନ ଏବଂ ସ୍ୱାସ୍ଥ୍ୟ। ବୃଷ ରାଶିର ବ୍ୟକ୍ତି ୨୦୨୨ରେ ଅନେକ ଶୁଭ ଫଳ ମିଳିବ। ବୃଷ ରାଶିର ଲୋକ ଶାନ୍ତ କୋମଳ ସ୍ୱାଭାବରେ ହୋଇଥାନ୍ତି। ଏହି ରାଶି ଚକ୍ରରେ ଏହି ରାଶି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଏହି ରାଶିର ବ୍ୟକ୍ତିମାନେ ସ୍ୱାଭବରୁ ଅନ୍ତରମୁଖୀ ବିଶ୍ୱାସନୀୟ ଏମାନେ କିଛି ନାଁ କିଛି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ଏମାନେ ପରିଶ୍ରମକୁ ଭୟ କରନ୍ତି ନାହିଁ। ଏମାନଙ୍କୁ ନୂଆ ନୂଆ କାମ କରିବାକୁ ବହି ପଢିବାକୁ ଭଲ ଲାଗିଥାଏ ଏବଂ ଭଲ ପାଇଥାନ୍ତି। ଏମାନେ ଚତୁରତାର ସହ ନିଜ କାମ ନିଜେ କରନ୍ତି। ପ୍ରତ୍ୟକ ପରିଶ୍ରମକୁ ଏମାନେ ଗୁରୁତ୍ୱ ଦେଇଥାନ୍ତି

ତେବେ ୨୦୨୨ ରେ ବୃଷ ରାଶି ବ୍ୟକ୍ତିଙ୍କ କିପରି ରହିବ ଆର୍ଥିକ ଜୀବନୀ। ୨୦୨୨ ଆରମ୍ଭରେ ଆପଣଙ୍କ ଆର୍ଥିକ ଅବସ୍ଥା ଉତ୍ତମ ରହିବ। ବ୍ୟବସାୟରେ ଲାଭ ମିଳିବ। ତେବେ ଉଚ୍ଚ ଶିକ୍ଷା ହେତୁ ଧନ ଖର୍ଚ୍ଚ ହୋଇପାରେ। ଫେବୃୟାରୀରେ ଜଗି ରଖି ଖର୍ଚ୍ଚ ନକଲେ ଅର୍ଥ ହାନି ହୋଇପାରେ। ମାର୍ଚ୍ଚ ମାସରେ ଟଙ୍କାକୁ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ। ବର୍ଷର ମଧ୍ୟ ଭାଗରେ ଆପଣଙ୍କୁ ପୈତୃକ ସମ୍ପତି ମିଳିପାରେ। ସେପ୍ଟେମ୍ବର ମାସରେ ଆପଣଙ୍କର ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଯଦି ଆପଣ କେଉଁଠି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଜଣେ ଅନୁଭବୀ ଲୋକଙ୍କ ଠାରୁ ଆପଣ ପରାମର୍ଶ କରି ଟଙ୍କା ନିବେଶ କରିପାରିବେ ୨୦୨୨ରେ।

ଏବେ ଆସନ୍ତୁ ଜାଣିବା କ୍ୟାରିୟର ବିଜନେସ କିପରି ରହିବ ବୃଷ ରାଶି ବ୍ୟକ୍ତିଙ୍କର ୨୦୨୨ ରେ। କ୍ୟାରିୟର ଦୃଷ୍ଟିରେ ଦେଖିବା ତ ଏହି ନୂତନ ବର୍ଷ ଅନେକ ପରିବର୍ତ୍ତନ ଆଣିବ। ଚାକିରୀ ପାଇଁ ନୂତନ ଅବସର ଆସିପାରେ। ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ। କୌଣସି ଏକ ବଡ଼ ସଂସ୍ଥାରୁ ଆପଣଙ୍କୁ ଅଫର ମଧ୍ୟ ଆସିପାରେ। ବ୍ୟାପାର କ୍ଷେତ୍ରରେ ମାର୍ଚ୍ଚ ମାସରେ ଆପଣଙ୍କୁ ଅନେକ ଚାଲେଞ୍ଜ ଆସିପାରେ। ନିଜର ପ୍ରତିଦ୍ୱନ୍ଦୀଙ୍କ ଠାରୁ ସମ୍ଭାଳି କି ରୁହନ୍ତୁ। ଏପ୍ରିଲ ମାସରେ ବ୍ୟାପାରକୁ ନେଇକି ବଡ଼ ଡିଲ ହୋଇପାରେ। ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ବର୍ଷ ଅନ୍ତରେ ବ୍ୟାପାରରେ ନୂଆ ଯୋଜନାରେ ସଫଳତା ମିଳିବ।

ପାରିବାରିକ ଜୀବନ କିପରି ରହିବ ୨୦୨୨୨ରେ। ଚଳିତ ବର୍ଷ ଆପଣଙ୍କ ମଧୁର ଚରିତ୍ର ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବ। ନିଜର ମଧୁର କଥାରେ ଲୋକଙ୍କୁ ନିଜର କରିପାରିବେ।ବକାମରେ ବ୍ୟସ୍ତତା ଯୋଗୁ ପରିବାର ଲୋକଙ୍କୁ ସମୟ ଦେଇପାରିବେ ନାହିଁ। ଏଥିପାଇଁ ପରିବାର ଲୋକ ମନ ଉଣା କରିପାରନ୍ତି। ମାତା ପିତାଙ୍କ ସେବାରେ ମନ ରହିବ। ତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଏପ୍ରିଲରେ ପରିବାର ଲୋକଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ଆଲୋଚନା କରିପାରିବେ। ଏହି ବର୍ଷ ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରିବେ। ଏହା ଫଳରେ ଆପଣଙ୍କ ଏବଂ ଆପଣଙ୍କର ପରିବାର ପ୍ରତି ବଢି ଯିବ। ଏହି ବର୍ଷ ଆପଣଙ୍କ ପରିବାର ଲୋକଙ୍କ ସହିତ କୌଣସି ତୀର୍ଥ ଯାତ୍ରାରେ ଯିବାର ସମ୍ଭାବନା ଦେଖାଯାଉଛି।

ପ୍ରେମ ବିବାହ କିପରି ରହିବ। ପ୍ରେମ ଏବଂ ବିବାହ ଏହି ବର୍ଷ ଏହି ରାଶିର କଣ ହେବ। ବର୍ଷ ଆରମ୍ଭରେ ଜୀବନସାଥୀଙ୍କ ସହିତ ଆପଣଙ୍କର ମଧୁର ସମ୍ପର୍କ ହେବ। ଆପଣ ପରସ୍ପରଙ୍କ ଶକ୍ତି ବନିବେ। ତେବେ କାର୍ଯ୍ୟର ବ୍ୟସ୍ତତା ହେତୁ କମ ସମୟ ବିତାଇବେ ଏହି କଥାକୁ ନେଇ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଅଭିମାନ କରିପାରନ୍ତି। ବର୍ଷର ମଧ୍ୟମ ଭାଗରେ ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ରହିବ। ଯଦି ଆପଣ ବିବାହ ଯୋଗ୍ୟ ତେବେ ମେ ମାସରେ ବିବାହ ଚିନ୍ତା କରିବା ଉଚିତ। ଜୁନ ମାସରେ ସଠିକ ସମୟ। ଲଭ ପାର୍ଟନରଙ୍କ ସହିତ କେଉଁ ଆଡ଼କୁ ଯିବାକୁ ମନ ଲାଗିଥାଏ। ଯଦି ଆପଣ ସିଙ୍ଗଲ ତେବେ ଆପଣ ନୂଆ ସମ୍ପର୍କ ଆରମ୍ଭ କରିବାର ଉଚିତ ସମୟ। ବର୍ଷ ଶେଷ ଆଡ଼କୁ ପ୍ରେମ ବୈବାହିକ ଜୀବନ ପାଇଁ ପରିସ୍ଥିତି ଅତି ଉତ୍ତମ ଏବଂ ଅନୁକୂଳ ରହିବ।

ବୃଷ ରାଶି ବ୍ୟକ୍ତିଙ୍କର ୨୦୨୨ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ଆସନ୍ତୁ ଜାଣିବା। ଏହି ବର୍ଷ ସ୍ବାସ୍ଥ୍ୟକୁ ନେଇ ବିଲକୁଲ ଅଣଦେଖା କରନ୍ତୁ ନାହିଁ। ନଚେତ ବହୁତ ଅସୁବିଧାରେ ପଡିପାରନ୍ତି। ସ୍ୱାସ୍ଥ୍ୟ ଭଲ ଖରାପ ରହିପାରିବ। ଏଥିପାଇଁ ଆପଣଙ୍କୁ କୌଣସି ବି ଜିନିଷ ଏକାଗ୍ରତା ଲାଗିବନି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ। ବର୍ଷର ଆରମ୍ଭରେ ଖରାପ ଖାଦ୍ୟକୁ ନେଇ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ। ସମସ୍ତଙ୍କ ସହିତ ସୁଖ ଦୁଃଖ ବାଣ୍ଟିଲେ ମନ ଭଲ ରହିବ। ବର୍ଷର ମଧ୍ୟ ଭାଗରେ କାମ ଯୋଗୁ ସ୍ବାସ୍ଥ୍ୟରେ ସମୟ ଦେଇପାରିବେ ନାହିଁ। ଅଗଷ୍ଟରେ ପୁରୁଣା ରୋଗ ଆପଣଙ୍କୁ ଚିନ୍ତାରେ ପକାଇପାରେ। ବର୍ଷର ଶେଷ ଭାଗରେ ନିଜ ସ୍ୱାସ୍ଥ୍ୟ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *