Excuse Me Odisha

ଯାହା କହିବୁ ସତ କହିବୁ

ପର୍ସରେ କାହାକୁ କିଛି ନକହି ରଖନ୍ତୁ ଏହି ଗୋଟିଏ ଜିନିଷ,ତା ପରେ ଦେଖିବେ ଆଉ ଟଙ୍କାର ଅଭାବ ହେବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପର୍ସରେ କାହାକୁ କିଛି ନକହି ରଖନ୍ତୁ ଏହି ଜିନିଷ। ତା ପରେ ଟଙ୍କାର ଅଭାବ ହେବନାହିଁ।

ବନ୍ଧୁଗଣ ଆସନ୍ତୁ ଜାଣିବା ମନୀପର୍ସରେ କେଉଁ ଜିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ। କେଉଁ ଜିନିଷ ରଖିଲେ ଧନ ହାନି ହୋଇଥାଏ ଏବଂ ଖର୍ଚ୍ଚର ବୃଦ୍ଧି ହୋଇଥାଏ। ଆପଣ ସକାଳୁ ପର୍ସ ଭର୍ତି କରି ନେଉଛନ୍ତି ସନ୍ଧ୍ୟା ବେଳକୁ ତାହା ଖାଲି ହୋଇଯାଇଥାଏ। ଏହି ସବୁଠାରୁ କିପରି ରକ୍ଷା ପାଇବେ କିପରି ମୁକ୍ତି ପାଇବେ। ଧନର ଅଭାବ କିପରି ଦେଖାନଦେବ। ସେହି ବିଷୟରେ ଆସନ୍ତୁ ଜାଣିବା।

ଯଦି ଆପଣ ପର୍ସଟିକୁ କିଣି କରି ଆଣୁଛନ୍ତି ତାହେଲେ ଭଲ। ଯଦି ଆପଣଙ୍କୁ ପର୍ସଟିକୁ କେହି ଗିପ୍ଟ ଆକାରରେ ଦେଉଛନ୍ତି ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

ଯେଉଁ ପର୍ସ ଆପଣ ବ୍ୟବହାର କରୁଛନ୍ତି ତାହାକୁ ପ୍ରତି ବର୍ଷରେ ଥରେ ବଦଳାଇ ଦିଅନ୍ତୁ। ତାହା ଭଲ ଥାଉ କିମ୍ବା ନଥାଉ। ପର୍ସକୁ ଥରେ ବଦଳାଇ ଦିଅନ୍ତୁ। କେହି କେହି ଭାବନ୍ତି ଯେ ଏହି ପର୍ସଟି ମୋ ପାଇଁ ଲକି। ଏହି ପର୍ସ ରଖିବା ଦିନ ଠାରୁ ମୋର ଧନ ବୃଦ୍ଧି ହେଉଛି। ଏଣୁ ମୁଁ ପର୍ସ ବଡ଼ଲାଇବି ନାହିଁ। ଏହା ଭାବିବା ଭୁଲ ଅଟେ କାରଣ ପର୍ସ ପୁରୁଣା ହେବା ମାତ୍ରେ ତାକୁ ବଦଳାଇ ଦିଅନ୍ତୁ କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ। ଲକ୍ଷ୍ମୀ କେବେହେଲେ ଅପରିଷ୍କାର ଜାଗାରେ ରୁହନ୍ତି ନାହିଁ। ଯଦି ପାରୁଛନ୍ତି ସେହି ପର୍ସଟିକୁ ମଝିରେ ମଝିରେ ହଳଦୀ ପାଣିରେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ। ତାପରେ ବ୍ୟବହାର କରନ୍ତୁ ଦେଖିବେ ଆହୁରି ଉନ୍ନତି କରିବେ ଏବଂ ଯଦି ମଝିରେ ପର୍ସଟି ଫାଟିଯାଏ ବା ଚିରି ଯାଏ ତେବେ ତୁରନ୍ତ ପର୍ସଟିକୁ ବଦଳାଇ ଦିଅନ୍ତୁ। କାରଣ ଚିରା ପର୍ସରେ ଟଙ୍କା ରଖିବା ଦ୍ୱାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ। ଧନର ହାନି ହୋଇଥାଏ। ଯେତେବେଳେ ପୁରୁଣା ପର୍ସଟିକୁ ବଦଳାଇ ନୂଆ ପର୍ସ ଟିକୁ ନେବେ ସେତେବେଳେ ଆପଣ ପୁରୁଣା ପର୍ସଟିକୁ ଏଠି ସେଠି ଫୋପାଡ଼ନ୍ତୁ ନାହିଁ କିମ୍ବା କାହାରିକୁ ଦିଅନ୍ତୁ ନାହିଁ। ସେହି ପର୍ସଟିକୁ ଆପଣ କୌଣସି ଏକ ଗଛ ମୂଳରେ ରଖିଦିଅନ୍ତୁ। ଅନେକ ଲୋକ ଅଛନ୍ତି ଯେଉଁମାନେ ଦରମା ଅନଲାଇନ ପେମେଣ୍ଟ ପାଇଥାନ୍ତି। ଆଉ ଅନଲାଇନରେ ଟ୍ରାଞ୍ଜେକ୍ସନ କରି ଖର୍ଚ୍ଚ କରିଥାନ୍ତି ଏବଂ ସେମାନେ କ୍ୟାସ ଉଇଡ୍ର କରିନଥାନ୍ତି। ପର୍ସ ମଧ୍ୟ ପାଖରେ ରଖିନଥାନ୍ତି। କିନ୍ତୁ ଏହା କେବେବି କରନ୍ତୁ ନାହିଁ। ଏହା କରିବା ଭୁଲ ଅଟେ। ପ୍ରତି ମାସରେ ଦରମା ଟଙ୍କା ଉଇଡ୍ର କରି ପର୍ସରେ ରଖନ୍ତୁ ଏବଂ ସେହି ଆପଣଙ୍କ ଘରେ ଥିବା ମା ଭଉଣୀ ଝିଅ ଏବି ସ୍ତ୍ରୀ ଯେକୌଣସି ସ୍ତ୍ରୀ ଲୋକଙ୍କୁ କିଛି ପଇସା ଦିଅନ୍ତୁ ଏବଂ ଆପଣଙ୍କର ଘରର ଠାକୁର ଘରେ କିଛି ପଇସା ରଖିଦିଅନ୍ତୁ ଏବଂ ତାପରେ ସେହି ପଇସାକୁ ନେଇ କିଛି ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ।

ଏହା କରିବା ଦ୍ୱାରା ଘରକୁ ଅଧିକ ଧନର ଆଗମନ ହୋଇଥାଏ ଏବଂ ଯେଉଁମାନେ ପର୍ସ ବ୍ୟବହାର କରୁଛନ୍ତି ସେମାନେ ନୋଟ ସବୁ ସାଇଜ କରି ରଖନ୍ତୁ ମୋଡି ମାଡି କରି ରଖନ୍ତୁ ନାହିଁ ଏବଂ ନୋଟ ଅଲଗା ରଖନ୍ତୁ ଆଉ କଏନକୁ ଅଲଗା ରଖନ୍ତୁ। ପର୍ସ ଭିତରେ କାହାରିବି ଫୋଟ ରଖନ୍ତୁ ନାହିଁ। ସେ ଆପଣଙ୍କର ବାପା କିମ୍ବା ମା ହେଉନ୍ତି କିମ୍ବା ଭାଇ ଭଉଣୀ ସ୍ତ୍ରୀ ପ୍ରେମିକ ପ୍ରେମିକା ଯିଏବି ହେଉନ୍ତି କାହାରିବି ଫୋଟ ରଖନ୍ତୁ ନାହିଁ ଏବଂ କାହାରି ଭିଜିଟିଂ କାର୍ଡ ପର୍ସରେ ରଖନ୍ତୁ ନାହିଁ ଏମିତିକି କୌଣସି ପୁରୁଣା ବିଲ ମଧ୍ୟ ରଖନ୍ତୁ ନାହିଁ ଯାହା ଆପଣଙ୍କର ନକରାତ୍ମକ ଉର୍ଜା ବଢାଇଥାଏ। ଆଉ ଅଯଥା ଖର୍ଚ୍ଚ ମଧ୍ୟ ବଢାଇଥାଏ। ପର୍ସଟିକୁ ସବୁବେଳେ ପରିଷ୍କାର ରଖନ୍ତୁ କାରଣ ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଜାଗାରେ ରହିବା ପାଇଁ ପସନ୍ଦ କରିଥାନ୍ତି। ଏଣୁ ପର୍ସଟି ହେଉଛି ମା ଲକ୍ଷ୍ମୀଙ୍କର ରହିବା ସ୍ଥାନ। ସେଥିପାଇଁ ପର୍ସଟିକୁ ଅପରିଷ୍କାର ରଖନ୍ତୁ ନାହିଁ। କର୍ମରୁ ଫେରିବା ବେଳେ ଆପଣଙ୍କର ସ୍ତ୍ରୀ ହେଉ ଝିଅ ହେଉ ମା ହେଉ ଯେକୌଣସି ସ୍ତ୍ରୀଲୋକ ଆପଣଙ୍କର ଘରେ ଥିବେ ତାଙ୍କୁ ଦିଅନ୍ତୁ ଏବଂ ଗୋଟେ ସ୍ୱତନ୍ତ୍ର ସ୍ଥାନ ସେ ଆଲମିରା ହେଉ କିମ୍ବା ବାକ୍ସ ହେଉ ଗୋଟେ ସ୍ୱତନ୍ତ୍ର ସ୍ଥାନରେ ରଖିଦିଅନ୍ତୁ ଏବଂ ତାପର ଦିନ ସକାଳେ ନିଜ କର୍ମକୁ ବାହାରିବା ବେଳେ ତାଙ୍କୁ କୁହନ୍ତୁ ପର୍ସଟିକୁ ଆଣି ଆପଣଙ୍କୁ ଦେବେ ଆଉ ତାଙ୍କୁ କହିବେ କି ପର୍ସରୁ ଯେମିତି କେବେବି ଟଙ୍କାଟିଏ ବି ଚୋରି ନକରନ୍ତି। ଯଦି ସେମାନଙ୍କର ଆବଶ୍ୟକ ପଡେ ତେବେ ସେମାନେ ଆପଣଙ୍କ ଠାରୁ ମାଗିକି ନେଇପାରିବେ।

ଯଦି ପର୍ସରେ ଆପଣ ଟଙ୍କାଟିଏ ଚୋରି ହୁଏ ତେବେ ଆପଣଙ୍କର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଖର୍ଚ୍ଚ ବୃଦ୍ଧି ପାଇଥାଏ। ଧନ ହାନି ହୋଇଥାଏ। ସେଥିପାଇଁ ଘରେ କହିଦେବେ ପର୍ସରେ ଚୋରି କରିବେ ନାହିଁ। ଅନେକ ଲୋକ ପ୍ୟାଣ୍ଟର ପଛ ପଟେ ପର୍ସ ରଖିଥାନ୍ତି ଏବଂ ପ୍ୟାଣ୍ଟ ସାର୍ଟ ବଦଳାଇ ସେହି ପ୍ୟାଣ୍ଟ ସାର୍ଟକୁ ଟାଙ୍ଗି ଦିଅନ୍ତି ଯାହା ଫଳରେ ଆପଣଙ୍କର ପର୍ସଟି ସେହିପରି ଝୁଲି ରହିଥାଏ।ଝୁଲି ରହିବା ଦ୍ୱାରା ଆପଣ ମଧ୍ୟ ପରିସ୍ଥିତିରେ ଝୁଲି ରହିଥାଏ। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇଥାଏ। ସେଥିପାଇଁ ପର୍ସଟିକୁ ଝୁଲେଇକି ରଖନ୍ତୁ ନାହିଁ ଏବଂ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖନ୍ତୁ।

ଏବେ ଆସନ୍ତୁ ଜାଣିବା ପର୍ସରେ କଣ ରଖିଲେ ମା ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କର ଧନ ବୃଦ୍ଧି ହୋଇଥାଏ। ପର୍ସ କେବେବି ଖାଲି ହୋଇନଥାଏ। ଅଯଥା ଖର୍ଚ୍ଚ ଦେଖାଦେଇନଥାଏ। ଆପଣଙ୍କର ଉନ୍ନତି ହୋଇଥାଏ। ପ୍ରଥମେ ଆପଣ ଯଦି ପାରୁଛନ୍ତି ଗୋଟିଏ ରୁପା କଏନକୁ ନେଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣି ପର୍ସରେ ରଖନ୍ତୁ। ଦେଖିବେ ଆପଣଙ୍କର ଉନ୍ନତି ବହୁ ମାତ୍ରାରେ ହେବ। ଯଦି ରୁପା କଏନ ରଖିବାର ଆପଣଙ୍କର କ୍ଷମତା ନାହିଁ ତେବେ ଆପଣ ଏକ କଉଡ଼ିଟିଏ ମଧ୍ୟ ହେଉ କିମ୍ବା ଶଙ୍ଖ ମଲୀ ପଥରଟିଏ ହେଉ ଯାହାକୁ ଆମେ ଗୋମତି ଚକ୍ର କହିଥାଉ ତାକୁ ନେଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ ଏବଂ ସେହ କଉଡ଼ି ହେଉ କିମ୍ବା ଗୋମତି ଚକ୍ର ହେଉ ପର୍ସରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କର ଉନ୍ନତି ହେବ। ଯଦି ତାହାବି କରିବା ପାଇଁ ଅସମର୍ଥ ତେବେ କିଛି ଅରୁଆ ଚାଉଳ ନେଇ ମା ଲକ୍ଷ୍ମୀଙ୍କ ପାଖରେ ଲଗାନ୍ତୁ ଏବଂ ସେହି ଅରୁଆ ଚାଉଳରୁ ୨୧ ଟି ଅରୁଆ ଚାଉଳ ଏକ ଲାଲ ରଙ୍ଗର କିମ୍ବା ହଳଦିଆ ରଙ୍ଗର କାଗଜ ହେଉ କପଡ଼ାରେ ବାନ୍ଧି ପର୍ସରେ ରଖନ୍ତୁ ଦେଖିବେ ଆପଣଙ୍କର ଧନ ବୃଦ୍ଧି ହେବ। ଯଦି ଏହା ଆପଣ ନକରିବେ ତେବେ ଆଉ ଏକ ଉପାୟ କରିପାରିବେ।

ତାହା ହେଉଛି ଆପଣ ସକାଳୁ ସକାଳୁ ଉଠି ସ୍ନାନ କରିନିଅନ୍ତୁ ଏବଂ ଗୋଟିଏ ଅସ୍ତ ପତ୍ର ଆଣନ୍ତୁ। ସେହି ପତ୍ରକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ। ସେହି ପତ୍ର ଉପରେ କୁକୁମରେ ଶ୍ରୀ ବୋଲି ଲେଖି ଦିଅନ୍ତୁ ଏବଂ ସେହି ପତ୍ରକୁ ମା ଲକ୍ଷ୍ମୀଙ୍କ ଆରାଧନା କରି ପର୍ସରେ ରଖିଦିଅନ୍ତୁ। ସେ ପର୍ଯ୍ୟନ୍ତ ରଖନ୍ତୁ ଯେ ପର୍ଯ୍ୟନ୍ତ ପତ୍ରଟି ଶୁଖି ନଯାଇଛି। ଯେତେବେଳେ ଦେଖିବେ ପତ୍ରଟି ଶୁଖି ଯାଇଛି ସେହି ପତ୍ରଟିକୁ କାଢି ଦିଅନ୍ତୁ। ଏବଂ ସେହିପରି ପୁଣି ଆଉ ଏକ ପତ୍ର ଆଣି ରଖନ୍ତୁ। କେହି କେହି ପର୍ସରେ ମା ଲକ୍ଷ୍ମୀଙ୍କ ଫୋଟ କିମ୍ବା ଅନ୍ୟ ଦେବା ଦେବୀଙ୍କ ଫୋଟ ରଖିଥାନ୍ତି ଏହା ଆଦୌ କରନ୍ତୁ ନାହିଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ଅଶୁଭ ମଧ୍ୟ ହୋଇଥାଏ। ପର୍ସରେ କୌଣସିବି ଫୋଟ ଅଦରକାରୀ କାଗଜପତ୍ର ରଖନ୍ତୁ ନାହିଁ। ଯଦି ବଜାରରେ ମିଳୁଛି ନାଲି ଧଳା ଏବଂ ହଳଦିଆ ରଙ୍ଗର ପର୍ସ ତାକୁ ମଧ୍ୟ କିଣି ପାରିବେ। ଏହା ଶୁଭଦାୟକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *