Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ ମନ୍ଦାର ଫୁଲ ଆପଣଙ୍କୁ କରିଦେବ ଧନୀ ! ବାସ କରନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମନ୍ଦାର ଫୁଲ ଆପଣଙ୍କୁ କରିବ ଧନୀ।

ବନ୍ଧୁଗଣ ପୂଜାପାଠରେ ଫୁଲରେ ଏକ ଅଲଗା ମହତ୍ୱ ଥାଏ। କେଉଁ ଭଗବାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ। ବନ୍ଧୁଗଣ ଆଜି ଆମେ ଜାଣିବା ସେହି ଫୁଲ ମଧ୍ୟରୁ ଗୋଟିଏ ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ। କୁହାଯାଏ ଦେବୀଙ୍କର ପୂଜାରେ ଏହି ନାଲି ରଙ୍ଗର ଫୁଲର ବହୁତ ମହତ୍ୱ ରହିଥାଏ ଏବଂ ଦେବତା ମାନଙ୍କର ପୂଜାରେ ହଳଦୀ ରଙ୍ଗର ଫୁଲକୁ ବହୁତ ଶୁଭ ମାନିଥାନ୍ତି। ଏଣୁ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ମନ୍ଦାର ଫୁଲର କିଛି ଚମତ୍କାରୀ ଗୁଣ ବିଷୟରେ। ଏବଂ ଏହି ମନ୍ଦାର ଫୁଲ କିପରି ଦରିଦ୍ରତା ଦୂର କରି ମଣିଷକୁ ଧନୀ କରାଇଥାଏ। ଆସନ୍ତୁ ଏହି ବିଷୟରେ ଆଜି ଆମେ ଜାଣିବା।

ବନ୍ଧୁଗଣ ଦେବୀ ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ୯ ଟି କିମ୍ବା ୧୧ ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ। ଦେଖିବେ ଏମିତି କଲେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯାଇଥାଏ। ଆପଣ ଦେବୀ ମାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ସେଥିପାଇଁ ଏହାର ଚମତ୍କାରୀ ଗୁଣ ବିଷୟରେ ଜଣାଇବାକୁ ଯାଉଛୁ।

ବନ୍ଧୁଗଣ ମା ଲକ୍ଷ୍ମୀ ଏବଂ ମା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଏହା ସହିତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। କାହିଁକିନା ହନୁମାନ ନାଲି ଫୁଲ ପ୍ରତି ଆକୃଷ୍ଟ ଅଟନ୍ତି। ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ବା ମନ୍ଦାର ଫୁଲର ମାଳାକୁ ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷ ପ୍ରାପ୍ତି ହୋଇଥାଏ। ଏବଂ ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ। ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଯେଉଁମାନେ ନବ ଦୁର୍ଗା ଓ ସୂର୍ଯ୍ୟନାରାୟଣଙ୍କର ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ସୁଫଳ ଦାୟକ ହୋଇଥାଏ। ଯଦି ନବ ଦୁର୍ଗାଙ୍କୁ ପ୍ରତିଦିନ ଗୋଟେ ମନ୍ଦାର ଫୁଲ ଆର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁଙ୍କୁ ଦେବୀ ମା ଦମନ କରିଥାନ୍ତି।

ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୁର୍ଯ୍ୟନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ଓ ସମସ୍ତ ରୋଗ ନାଶ ହୋଇଥାଏ। ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ବଢିଥାଏ ଏବଂ ପରିବାରରେ ଏକତା ଦେଖାଦେଇଥାଏ ଏବଂ ପରିବାରରେ ସମସ୍ତ ସଦସ୍ୟ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥାଏ ସର୍ବଦା ଦୁଃଖ ଏବଂ ନୈରାଶ୍ୟରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ। ତେବେ ଦାମ୍ଫତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାମାନ ଦୂର ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି। ପ୍ରତ୍ୟକ ଫୁଲ ଏବଂ ଗଛ ମାନଙ୍କରେ ଅନେକ ପ୍ରକାରର ଦେବୀ ଏବଂ ଦେବତାଙ୍କର ଶକ୍ତି ସମାହିତ ରହିଥାଏ କିନ୍ତୁ ଆମ ମାନଙ୍କୁ ତାହା ଜାଣିବାର ଅଛି। ଏହା ଥିଲା ମନ୍ଦାର ଫୁଲର କିଛି ମହତ୍ତ୍ୱପୂର୍ଣ୍ଣ କଥା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *