Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୮ଟି ସଙ୍କେତ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୮ ଟି ସଂକେତ। ଆସନ୍ତୁ ଜାଣିବା।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତୁ କି ଖରାପ ସମୟ ଆସିବା ପୂର୍ବରୁ ଏହି ୮ ଟି ସଂକେତ ମିଳିଥାଏ। ଯଦି ମନୁଷ୍ୟଙ୍କ ଜୀବନରେ ଏହି ଘଟଣା ମାନ ଘଟୁଅଛି ତ ସାବଧାନ ହୋଇଯିବା ଆବଶ୍ୟକ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଭଲ ଏବଂ ଖରାପ ସମୟ ଚକ୍ର ପରି ଘୁରିଥାଏ। ଏବଂ ଏହା ନିରନ୍ତର ମନୁଷ୍ୟର ଜୀବନରେ ଗୋଟେ ପରେ ଗୋଟେ ଆସିରହିଥାଏ। ଏଥିପାଇଁ ମନୁଷ୍ୟକୁ ଭଲ ଏବଂ ଖରାପ ଏହି ଦୁଇଟିକୁ ସେବନ କରିବା ଦରକାର। ସର୍ବଦା ଭଗବାନଙ୍କ ଭକ୍ତିରେ ରହିବା ଦରକାର ଏବଂ ଭଲ ସମୟରେ ଇଶ୍ଵରଙ୍କୁ ଭୁଲିବା ଅନୁଚିତ ଏବଂ ଖରାପ ସମୟରେ ଭଗବାନଙ୍କର ନିନ୍ଦା କରିବା ଅନୁଚିତ। ବାସ୍ତୁଶାସ୍ତ୍ରରେ ଏପରି କିଛି ବସ୍ତୁ ଅଛି ଯାହା ଖରାପ ସମୟ ଆସିବା ପୂର୍ବରୁ ସଂକେତ ଦେଇଥାଏ। କାହିଁକିନା ବାସ୍ତୁ ଅନୁସାରେ ଏହିସବୁ ଜିନିଷରେ ଏକ ପ୍ରକାରର ଉର୍ଜା ରହିଥାଏ। ଯାହା ଆମ ବ୍ୟବହାର ଦ୍ୱାରା ପ୍ରଭାବିତ ହୋଇଥାଏ। ନିଶା ନେବା କ୍ଳେଶ କରିବା ଚୋରି କରିବା ମିଛ କହିବା ଏବଂ ସ୍ତ୍ରୀ ଅପହରଣ ଆଦି ଏହି ପ୍ରକାରର ଦୁଷ୍କର୍ମ କାରଣରୁ ଘରେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଯାହା ଦ୍ୱାରା ପରିବାର ଉପରେ ସଂକଟ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଖରାପ ସମୟ ଆସିବା ପୂର୍ବରୁ ଆମକୁ ସଂକେତ ଦେଇଥାଏ। ଯଦି ଆପଣଙ୍କ ଜୀବନରେ ଖରାପ ସମୟ ଆସେ ତ ଆପଣଙ୍କୁ ସାବଧାନ ହୋଇଯିବା ଉଚିତ। ଭଗବାନଙ୍କ ଠାରେ ଲିନ ରହିବା ଉଚିତ। ଖରାପ ସମୟକୁ ଭଲ ସମୟରେ ପରିଣତ କରିବା ଉଚିତ। ତେବେ ଆସନ୍ତୁ ଜାଣିବା।

ତୁଳସୀ ଗଛ: ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଖରାପ ସମୟ ଆସିବା ପୂର୍ବରୁ ଆମକୁ ସଂକେତ ଦେବାକୁ ଲାଗିଥାଏ। ତୁଳସୀ ଗଛ ଏକ ବଡ଼ ସମ୍ବେଦନ ଶୀଳ ଗଛ ଅଟେ। ଏହାକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମନାଯାଏ। ତୁଳସୀ ମା ଯେଉଁ ଘରେ ସର୍ବଦା ରହିଥାନ୍ତି ସେହି ଘରେ ସୁଖ ଶାନ୍ତି ବନିରହିଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛଟି ହଠାତ ଶୁଖିଯାଉଛି ତେବେ ଏହା ଆପଣଙ୍କ ଘର ଉପରେ ବହୁତ ବଡ଼ ଅସୁବିଧା ଆସିବାକୁ ଯାଉଛି। ଏଣୁ ଏହା ପୂର୍ବରୁ ଆପଣ ସତର୍କ ହୋଇଯାଆନ୍ତୁ।ଓ ସଙ୍ଗେ ସଙ୍ଗେ ସେହି ତୁଳସୀ ଗଛକୁ ପରିବର୍ତ୍ତନ କରିନିଅନ୍ତୁ। ଅର୍ଥାତ ସେହି ତୁଳସୀ ଗଛକୁ କାଢି ଏକ ନୂତନ ତୁଳସୀ ଗଛ ରୋପଣ କରି ନିଅନ୍ତୁ। ଆଉ ପ୍ରତ୍ୟକ ଦିନ ତୁଳସୀ ମାଙ୍କୁ ଜଳ ଅର୍ପଣ କରି ପୂଜା କରନ୍ତୁ। ଯେମିତି ସେ ଆଉ କେବେବି ଶୁଖି ନଯାଉ।

ଗାଈ: ଘରର ଦ୍ୱାର ମୁହଁକୁ ଗାଈ ନଆସିବା। ଯଦି ଘରର ଦ୍ୱାର ମୁହଁକୁ ଗାଈ ନାଆସେ ତେବେ ସେହି ଘରକୁ ସଂକଟ ଆସିଥାଏ। ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଗାଈକୁ ଗୋମାତା ବୋଲି କୁହାଯାଏ।ଓ ଗୋମାତା ସାକ୍ଷତ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି। ସେଥିପାଇଁ ଯେଉଁ ଘରେ ସଂକଟ ଆସିଥାଏ ବା ପାପ କର୍ମ କରାଯାଇଥାଏ ସେହ ଘରେ କେବେବି ଗୋମାତା ରୁଟି ଖାଆନ୍ତି ନାହିଁ। ତେବେ ଯଦି ଗୋମାତା ଆପଣଙ୍କ ଘରେ ରୁଟି ଖାଉନାହାନ୍ତି ତେବେ ଆପଣଙ୍କୁ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବରେ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିଥାଏ।ଏଣୁ ଏହା ପୂର୍ବରୁ ଆପଣ ସତର୍କ ହୋଇଯାଅନ୍ତୁ।ଏହାର ନିଶ୍ଚିତ ଭାବରେ ପ୍ରତିକାର କରି ନିଅନ୍ତୁ।

ଝାଡୁ: ଝାଡୁ ବାରମ୍ବାର ଭାଙ୍ଗିବା। ସବୁଠାରୁ ଧ୍ୟାନ ଦେବା କଥା ଏହା ଯେ ଯେତେବେଳେ ଆପଣ ଝାଡୁ କରୁଛନ୍ତି ଯଦି ବାରମ୍ବାର ଆପଣଙ୍କର ଝାଡୁର କିଛି ଅଂଶ ଛିଡି ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଆସିବାକୁ ଯାଉଛି। ଏଣୁ ଆପଣଙ୍କୁ ଏହି ସମସ୍ୟାରୁ ବଞ୍ଚିବା ପାଇଁ ସେହି ପୁରୁଣା ଝାଡୁ ପରିବର୍ତେ ଏକ ନୂତନ ଝାଡୁ କିଣିଆଣିବାକୁ ହେବ।

କ୍ଷୀର ଗ୍ଲାସ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ହାତରୁ କ୍ଷୀର ଗ୍ଲାସ କିମ୍ବା ପାଣି ଗ୍ଲାସ ତଳେ ପଡି ଭାଙ୍ଗି ଯାଉଛି କିମ୍ବା ଆପଣଙ୍କ ଘରେ କୌଣସି କାଚ ବାସନ ତଳେ ପଡି ଭାଙ୍ଗି ଯାଉଛି ତେବେ ଏହା ଖରାପ ସମୟ ଆସିବା ପୂର୍ବରୁ କିଛି ସଂକେତ ଦେଇଥାଏ। ଏହାର ଅର୍ଥ ନିଶ୍ଚିତ ଭାବେ ଆପଣଙ୍କ ଘର ଉପରେ କିଛି ସମସ୍ୟା ଆସିବାକୁ ଯାଉଛି। ତେଣୁ ଏହା ପୂର୍ବରୁ ଆପଣ ସତର୍କ ହୋଇ ରୁହନ୍ତୁ।

ମରି ଯାଇଥିବା ପକ୍ଷୀ। ଯଦି ଆପଣଙ୍କ ଘର ଆଖପାଖରେ କିମ୍ବା ଘରର ଛାତ ଉପରେ କୌଣସି ପକ୍ଷୀ ମରି ପଡିଥିବାର ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଘର ପାଇଁ ବହୁତ ବଡ଼ ଅଶୁଭର ସଂକେତ ହୋଇଥାଏ। ଏହାର ଅର୍ଥ ଏହାକି ନିକଟ ଭବିଷ୍ୟତରେ ଆପଣଙ୍କ ଘର ଉପରେ କିଛି ସମସ୍ୟା ଆସିବାକୁ ଯାଉଛି। ଏଣୁ ଏହା ପୂର୍ବରୁ ଆପଣ ସତର୍କ ହୋଇ ରୁହନ୍ତୁ।

ପୂଜା ଥାଳି ତଳେ ପଡିଯିବ। ଯେବେ ଆପଣ ଭଗବାନଙ୍କର ପୂଜା କରୁଥିବେ ଏବଂ ଅଚାନକ ଆପଣଙ୍କ ହାତରୁ ପୂଜା ଥାଳି ତଳେ ପଡିଯାଇଥାଏ। ତ ବୁଝି ନିଅନ୍ତୁ କି ଭଗବାନ ଆପଣଙ୍କର ଆଗକୁ ଆସୁଥିବା ଖରାପ ସମୟ ବିଷୟରେ ସଂକେତ ଦେଉଛନ୍ତି। ଏହା ସଂକେତ ଅଟେ କି ଆପଣଙ୍କ ଉପରେ ଭଗବାନ ରୁଷ୍ଠ ଅଛନ୍ତି। ଏଥିପାଇଁ ପୂଜା ବିଧିରେ ସୁଧାର କରିବା ଆବଶ୍ୟକ।ଯଦି ଅଚାନକ ଘରର ସଦସ୍ୟ ମାନଙ୍କ ମଧ୍ୟରେ କ୍ଳେଶ ବଢିବାକୁ ଲାଗିଥାଏ। ଘରର ପୁରୁଷ ଛୋଟ ଛୋଟ କାରଣରୁ ରାଗି ଯାଇଥାନ୍ତି ତ ଏହା ବି ଆସୁଥିବା ଖରାପ ସମୟ ବିଷୟରେ ସଂକେତ ଦେଇଥାଏ। ଏଥିପାଇଁ ତୁରନ୍ତ ସାବଧାନ ହେବା ଉଚିତ।

ଘରେ ସୁହାଗିନୀ ମହିଳା ସିନ୍ଦୁର ଲଗାଇବା ସମୟରେ ସିନ୍ଦୁର ଡ଼ବା ଯଦି ଗଳି ପଡିଥାଏ ତ ତାଙ୍କର ପତିଙ୍କ ପାଇଁ ଏହା ଖରାପ ସମୟ ମାନା ଯାଇଥାଏ।

କାଚ ଭାଙ୍ଗିଯିବା ବି ଏକ ଅଶୁଭ ସଂକେତ ଦେଇଥାଏ। ବାସ୍ତୁ ଅନୁସାରେ ଘରେ ଅଚାନକ କାଚ ଭାଙ୍ଗିଯିବା ଘରକୁ କୌଣସି ବିମାରୀକୁ ଆମନ୍ତ୍ରଣ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *