Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଜପ କରନ୍ତୁ ୩ ଟି ଶବ୍ଦର ଶକ୍ତିଶାଳୀ ମନ୍ତ୍ର, କେବଳ ଧନ କ,ଣ ସାରା ସଂସାର ଆସିବ ଆପଣଙ୍କ ହାତ ମୁଠାକୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ଜପ କରନ୍ତୁ ୩ ଟି ଶବ୍ଦର ଏହି ଶକ୍ତିଶାଳୀ ମନ୍ତ୍ର ଧନ କଣ ସାରା ସଂସାର ଆସିବ ଆପଣଙ୍କ ହାତ ମୁଠାକୁ।

ବନ୍ଧୁଗଣ ଏହା ଏକ ଗୁପ୍ତ ଶକ୍ତିଶାଳୀ ମନ୍ତ୍ର ଏହି ୩ ଟି ଶବ୍ଦ ବିଶିଷ୍ଟ ମନ୍ତ୍ର ପ୍ରାତଃ ଜପରେ ବ୍ୟକ୍ତିକୁ ଅସାଧାରଣ ଶକ୍ତି ମିଳିଥାଏ। ଧନ ବୃଦ୍ଧି ନିଶ୍ଚୟ ହେବା ସହିତ ଏହା ଏକ ସମୂହନ ବସିକରଣ ଶକ୍ତି ଶରୀର ମଧ୍ୟରେ ଉତ୍ପନ କରେ। ସଂସାରରେ ସମସ୍ତ କାର୍ଯ୍ୟ ସହଜରେ ହେବାକୁ ଲାଗେ। ଜୀବନରେ ସଫଳତା ପାଇଁ ଏହି ମନ୍ତ୍ର ଜପ କରିବା ନିହାତି ଆବଶ୍ୟକ ବହୁତ ବେସି। ଏହି ମନ୍ତ୍ରକୁ ଜେପିଲେ ଏବଂ ତାକୁ ନିଜ ଭିତରେ ଗ୍ରହଣ କରିଲେ ନିଶ୍ଚୟ ଫଳ ପ୍ରାପ୍ତି ହୋଇଥାଏ। ସାଧାରଣ ବ୍ୟକ୍ତିର ଜୀବନକୁ ଅସାଧାରଣ କରିଥାଏ ଏହି ୩ ଟି ଶବ୍ଦ ଯୁକ୍ତ ମନ୍ତ୍ର। ଏହା ଦେବ ଦେବ ମହାଦେବ ଶିବଙ୍କୁ ତୀବ୍ର ଆକର୍ଷିତ କରିଥାଏ। ମା ଲକ୍ଷ୍ମୀଙ୍କୁ ମଧ୍ୟ ଏହି ମନ୍ତ୍ର ଆକର୍ଷିତ କରିଥାଏ। ଏହି ମନ୍ତ୍ର ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ଚେହେରା ଏମିତି ହୋଇଥାଏ ତାକୁ ଯିଏ ଦେଖେ ତତ୍କାଳ ମୋହିତ ହୋଇଯାଏ। ଯେକୌଣସି କାମକୁ ସାଧନ କରିପାରେ। ଏହି ମନ୍ତ୍ରର ବିଶିଷ୍ଟ କଥା ଏହାକି ଏହି ମନ୍ତ୍ରକୁ ଜପିବା ପାଇଁ କୌଣସି ସ୍ନାନ ଶୌଚର ଆବଶ୍ୟକତା ନାହି କେବଳ ମନର ଶୁଦ୍ଧତା ଏବଂ ପବିତ୍ରତା ଦରକାର। ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

ବନ୍ଧୁଗଣ ଏହି ଯେଉଁ ଶକ୍ତିଶାଳୀ ଗୁପ୍ତ ମନ୍ତ୍ର ଏହା ମହାଦେବ ଶିବ ଶଙ୍କରଙ୍କର ଏକ ପ୍ରଚଣ୍ଡ ଶକ୍ତିଶାଳୀ ମନ୍ତ୍ର। ଯଦି ଆପଣ ବ୍ୟବସାୟ କରୁଛନ୍ତି ତ ଆପଣ ସେହିଭଳି ଲାଭ ପାଉନାହାନ୍ତି ତ ଏହି ମନ୍ତ୍ରର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କର ବ୍ୟବସାୟଟି ଦ୍ରୁତ ଗତିରେ ଚାଲିବ। ଆପଣଙ୍କର ସମସ୍ତ ଆର୍ଥିକ ମାନ୍ଦା ଅବସ୍ଥା ନିମିସକ ମଧ୍ୟରେ ଦୂର ହୋଇଯିବ। ଆପଣଙ୍କର ଯେକୌଣସି କାମ ଚାକିରୀ ପାଇଁ ହେଉ କିମ୍ଵା ବିବାହ ପାଇଁ ହେଉ କିମ୍ବା କୌଣସି ବି ସମସ୍ୟାରେ ଥିଲେ ବି ଏହି ୩ ଶବ୍ଦ ବିଶିଷ୍ଟ ମନ୍ତ୍ରର ପ୍ରୟୋଗ ଦ୍ୱାରା ନିଶ୍ଚୟ ସଫଳ ହୋଇପାରିବେ। ଋଣରୁ ମୁକ୍ତି ହେବା ସହିତ ଧନ ବୃଦ୍ଧି ମଧ୍ୟ ହେବ। ସ୍ୱାସ୍ଥ୍ୟ ଖରାପ ଥିଲେ ଭଲ ହୋଇଯିବ। ଦେଖିବେ ନିର୍ଜୀବ ଜୀବନରେ ପ୍ରାଣ ସଂଚାର କରିବ। ଆପଣଙ୍କର ଯେକୌଣସି ଅପୂର୍ଣ ମନସ୍କାମନା ପୂରଣ ହୋଇଯିବ। ଏଥିରେ ଭଗବାନ ଶିବଙ୍କ ପ୍ରତି ଭକ୍ତି ଭାବ ରହିବା ଦରକାର। ନିଜକୁ ଭଗବାନ ଶିବଙ୍କ ଠାରେ ସମର୍ପଣର ଭାବନା ରହିବା ଦରକାର। ଆପଣ ଏହି ମନ୍ତ୍ରକୁ କେବଳ ସକାଳେ ବିଶ୍ୱାସ ଭକ୍ତିରେ କରିଲେ ଆପଣଙ୍କୁ ଚମତ୍କାର ଫଳ ମିଳିବ। ଆପଣ ସକାଳେ ଉଠି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜପି ପାରିବେ। ପ୍ରଥମେ ସକାଳେ ଉଠିବା ପରେ ନିଜ ହାତ ପାପୁଲିକୁ ଯୋଡି ନିଜ ଆଖି ସାମ୍ନାରେ ରଖନ୍ତୁ। ଏବଂ ଏହି ମନ୍ତ୍ର ଜପ କରିବା ପୂର୍ବରୁ କୁହନ୍ତୁ କରାଗ୍ରେ ବସତୁ ଲକ୍ଷ୍ମୀ କର ମଧେ ସ୍ୱରସ୍ୱତୀ କର ମୂଳେ ଅଛନ୍ତି ଗୋବିନ୍ଦ ପ୍ରଭାତେ କର ଦର୍ଶନମ ଏହି ମନ୍ତ୍ରଟିକୁ ୩ ଥର କୁହନ୍ତୁ। ୩ ଥର ହାତ ପାଳୁଲିକୁ ଚାହିଁ କରି ସମଗ୍ର ଶରୀରରେ ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ହାତ ବୁଲେଇ ଆଣନ୍ତୁ। ତେବେ ଏହି ଭଳି ଭାବରେ ଏହି ମନ୍ତ୍ର ଟିକୁ ଉଚାରଣ କରି ସାରିବା ପରେ ଆପଣ ଏହି ଚମତ୍କାରୀ ଶକ୍ତିଶାଳୀ ୩ ଟି ଶବ୍ଦ ବିଶିଷ୍ଟ ମନ୍ତ୍ରକୁ ଜପ କରନ୍ତୁ। ଆପଣ ଯେତେ ଥର ଜପ କରିଲେ ହେବ। ଏହାକୁ ଆପଣ ମାନସ ଜପ କରିବେ ଅର୍ଥାତ ମନ ମଧ୍ୟରେ ଗୁଣୁ ଗୁଣୁ ହୋଇ ଜପ କରିବେ। ଏହା ଭଗବାନ ଶିବଙ୍କୁ ତୀବ୍ର ଗତିରେ ଆକର୍ଷିତ କରିଥାଏ। ଏହି ମନ୍ତ୍ର ଟି ହେଉଛି। ଓଁମ ଜୁମ ସ୍ୱହ। ଅତ୍ୟନ୍ତ ଚମତ୍କାରି ମନ୍ତ୍ର ଅଟେ। ଏହା ଭଗବାନ ଶିବଙ୍କର ମନ୍ତ୍ର। ଏହି ମନ୍ତ୍ରକୁ ପୁର୍ଣ ଭକ୍ତିର ସହକାରେ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *