Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷପରେ ପ୍ରଥମ ଥର ପାଇଁ କ୍ରୋଧିତ ହେଲେ ଭଗବାନ ଶନିଦେବ,ଆଜି ଠାରୁ ସାବଧାନ ହୋଇଯାଆନ୍ତୁ ଏହି ରାଶିର ଲୋକମାନେ !

ସେୟାର୍ କରନ୍ତୁ

କୌଣସି ଗ୍ରହର ଚଳନରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ମନୁଷ୍ୟ ଜୀବନରେ ପଡ଼ିଥାଏ। ଆମେ ଏହାକୁ ବୁଝି ପାରି ନଥାଉ ଏବଂ ଆମ ସହିତ ଅନେକ ଘଟଣା ଘଟିଯାଏ। ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଭଗବାନ ଶନି ଯେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି, ତାର ଜୀବନ ସୁଖରେ ଭରି ଯାଏ। ସେହିପରି ଭଗବାନ ଶନିଙ୍କର ପ୍ରକୋପ ଯେଉଁ ଲୋକ ଉପରେ ପଡ଼ିଥାଏ,ସେହି ବ୍ୟକ୍ତି ସର୍ବଦା ସବୁ ସମସ୍ୟାର ସମ୍ମୁଖୀନ ହୋଇଥାଏ

ଯେଉଁ ମନୁଷ୍ୟ ନ୍ୟାୟ ପଥରେ ଚାଲିଥାନ୍ତି, ତାଙ୍କୁ ଭଗବାନ ଶନିଙ୍କର କୃପା ଲାଭ ହୋଇଥାଏ। ଯେଉଁ ଲୋକେ ଅସତ୍ ଓ ଅନ୍ୟାୟ ପଥରେ ଯାଇଥାନ୍ତି, ସେମାନଙ୍କୁ ଶନିଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ଦୁଇଟି ରାଶିର ଗ୍ରହ ଚଳନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସେହି ଦୁଇଟି ରାଶି ଗୁଡ଼ିକ ହେଉଛି ମେଷ ରାଶି ଓ ମୀନ ରାଶି। ଏହି ରାଶିର ଲୋକଙ୍କୁ ଗ୍ରହ ଚଳନର ଖରାପ ପରିଣାମ ପ୍ରାପ୍ତ ହେବ।

– ଏହି ରାଶିର ଲୋକେ କାର୍ଯ୍ୟରେ ଅଧିକ ଚାପଗ୍ରସ୍ତ ରହିବେ। ଏମାନେ ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ସଫଳତା ପାଇବାକୁ ହେଲେ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହି ନପାରେ।

– ରାସ୍ତାରେ ଯିବା ସମୟରେ ଆପଣଙ୍କୁ ସର୍ବଦା ସାବଧାନ ରହିବା ଆବଶ୍ୟକ।ଆପଣଙ୍କ ଗ୍ରହର ଭଗବାନ ଶନି ପ୍ରବେଶ କରୁଛନ୍ତି, ତେଣୁ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ରହିଛି। ତେଣୁ ଆପଣଙ୍କ ସର୍ବଦା ସତର୍କ ରହିବା ଉଚିତ।

– ଏହି ସମୟରେ ଆପଣଙ୍କୁ କାହାଠାରୁ ଋଣ କରିବା ଉଚିତ ନୁହେଁ। ଏହା ଆପଣଙ୍କ ପାଇଁ ହାନୀ ସାବ୍ୟସ୍ତ ହୋଇପାରେ। ଟଙ୍କାପଇସା ଦେବାନେବା ସମୟରେ ସାବଧାନ ରୁହନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିର ଲୋକଙ୍କ ପାଇଁ ସମସ୍ୟାର ସମାଧାନ ରହିଛି। ଆପଣଙ୍କୁ ଶନିବାର ଦିନ ଶନି ଚାଳିଶା, ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ପାଠ କରିବା ଆବଶ୍ୟକ। ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଗୋଟେ ପତ୍ରରେ ଜଳ ରଖି ଶୁଅନ୍ତୁ ଏବଂ ସେହି ଜଳକୁ ସକାଳେ କୌଣସି ଗଛରେ ଢ଼ାଳି ଦିଅନ୍ତୁ। ଶନିବାର ଦିନ କୌଣସି କଳା କୁକୁର ବା କଳା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *