Excuse Me Odisha

ଯାହା କହିବୁ ସତ କହିବୁ

୩୦ ନଭେମ୍ବର ଉତ୍ପନ୍ନା ଏକାଦଶୀ ଦିନ ଘରର ଦ୍ଵାରରେ ରଖନ୍ତୁ ନାହିଁ ଏହି ଜିନିଷ, ନହେଲେ ଜୀବନ ସାରା ଏମିତି ଦରିଦ୍ର ରହିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଉତ୍ପନା ଏକାଦଶୀ ( ୩୦ନଭେମ୍ବର ) ମଙ୍ଗଳବାର ଭୁଲରେ ଘରର ମୁଖ୍ୟ ଦ୍ୱାରରେ ଏସବୁ ଜିନିଷ ଘରକୁ ଦରିଦ୍ରତା ଆସିଥାଏ।

ମାର୍ଗଶିର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ଉତ୍ପନା ଏକାଦଶୀ ବ୍ରତ ଏବଂ ପୂଜା କରାଯାଏ। ଶାସ୍ତ୍ର ଅନୁସାରେ ବନ୍ଧୁଗଣ ସବୁ ବ୍ରତ ଅପେକ୍ଷା ଏକାଦଶୀ ବ୍ରତ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ମାତା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଦ୍ୱାରା ହୋଇଥିଲା ଏବଂ ମାର୍ଗଶିର ଏକାଦଶୀ ଦିନ ହିଁ ମା ଏକାଦଶୀ ପ୍ରକଟ ହୋଇଥିଲେ। ଏଥିପାଇଁ ଏହି ଏକାଦଶୀ କୁ ଉତ୍ପନା ଏକାଦଶୀ କୁହାଯାଏ। ଏହି ଏକାଦଶୀର ପ୍ରଭାବରେ ବ୍ୟକ୍ତିକୁ ମୋକ୍ଷର ପ୍ରାପ୍ତି ହୋଇଥାଏ। ଏମିତି ବି ମାନ୍ୟତା ଅଛି ଏହି ବ୍ରତ କରିବା ଦ୍ୱାରା ବ୍ୟକ୍ତିକୁ କଠିନ ତପସ୍ୟା ଯଜ୍ଞ ତୀର୍ଥ ସ୍ଥାନ ଭ୍ରମଣ ଦାନ ଆଦି ଫଳର ସମାନ ଫଳ ପ୍ରାପ୍ତି ହୋଇଥାଏ। ଆମର ହିନ୍ଦୁ ଧର୍ମରେ ଆସ୍ଥା ରଖୁଥିବା ଲୋକେ ଏକାଦଶୀ ବ୍ରତକୁ ବହୁତ ମହତ୍ୱ ଦେଇଥାନ୍ତି। ମାସରେ ଦୁଇଟି ଏକାଦଶୀ ଆସେ। ପ୍ରଥମଟି ଶୁକ୍ଳପକ୍ଷର ଏବଂ ଦ୍ୱିତୀୟ ଟି କୃଷ୍ଣ ପକ୍ଷରେ ଆସିଥାଏ। ଏମିତିରେ ଗୋଟିଏ ବର୍ଷରେ ୨୪ ଟି ଏକାଦଶୀ ଆସିଥାଏ। ଏହି ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜାଅର୍ଚ୍ଚ କରାଯାଏ। ମାନ୍ୟତା ଅଛି ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଜନ୍ମ ଜନ୍ମର ପାପ ନାଶ ହୋଇଥାଏ। ୩୦ନଭେମ୍ବର ) ମଙ୍ଗଳବାର ଦିନ ଉତ୍ପନା ଏକାଦଶୀ ଅଟେ। ଏହିଦିନ ଆପଣ କିଛି ବିଶେଷ କଥାର ଧ୍ୟାନ ରଖିବେ। ଏହି ଏକାଦଶୀ ବହୁତ ଶୁଭଦାୟକ ଏବଂ ପୁଣ୍ୟଦାୟକ ହୋଇଥାଏ। ଯାହା ଦ୍ୱାରା ଏହିଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ମୁଦ୍ରାରେ ଥାନ୍ତି। ଯଦି ଆପଣ ଏକାଦଶୀ ଦିନ ଘରର ପ୍ରବେଶ ଦ୍ୱାରରେ ରଖିଛନ୍ତି ଏହି ୫ ଟି ଜିନିଷ ତାହେଲେ ସେହି ଘରେ କେବେବି ସୁଖ ସମୃଦ୍ଧିର ବୃଦ୍ଧି ହୋଇନଥାଏ। ଘରକୁ ଧନର ଆଗମନ ହୋଇନଥାଏ। ମା ଲକ୍ଷ୍ମୀ ସେପରି ଘରକୁ କେବେବି ପ୍ରବେଶ କରନ୍ତି ନାହିଁ। ସେହି ଘରର ଲୋକେ ସବୁବେଳେ ଟେନସନରେ ରହିଥାନ୍ତି। ଦୁଃଖୀ ରହିଥାନ୍ତି ଏବଂ ତାଙ୍କର ଚିନ୍ତା ବଢି ବଢି ଚାଲେ। ଏହା ସହିତ ଆମେ ଆପଣଙ୍କୁ ଜଣେଇବୁ ଘରେ ସୁଖ ସମୃଦ୍ଧି ବନେଇବା ପାଇଁ ଘରର ଲୋକ ସବୁବେଳେ ଖୁସି ରହିବା ପାଇଁ ଘରର ମୁଖ୍ୟ ଦ୍ୱାରରେ କେଉଁ କେଉଁ ଜିନିଷ ରଖିବା ଉଚିତ ଏବଂ କିପରି ରଖିବା ଉଚିତ।

ଘରର ମୁଖ୍ୟ ଦ୍ୱାର ଏକ ପ୍ରମୁଖ ସ୍ଥାନ ହୋଇଥାଏ। ଏହି ମୁଖ୍ୟ ଦ୍ୱାର ମାଧ୍ୟରେ ଘରକୁ ଶୁଭ ଅଶୁଭ ଶକ୍ତି ଏବଂ ଭଲ ଓ ଖରାପ ଲୋକ ପ୍ରବେଶ କରିଥାନ୍ତି। ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ ହୋଇନଥିବ ଯଦି ମୁଖ୍ୟ ଦ୍ଵାରର କିଛି ଏମିତି ଜିନିଷ ରଖିଥିବେ ତାହା ଘରକୁ ନକରାତ୍ମକ ଉର୍ଜାକୁ ନିଜ ଆଡକୁ ଆକର୍ଷିତ କରିଥାଏ ବା ଏମିତି କିଛି ଜିନିଷ ଅଛି ଯାହା ଘରର ମୁଖ୍ୟ ଦ୍ଵାରରେ ରଖିବାର ଉଠିତ ସ୍ଥାନ ହୋଇନଥାଏ। ଏମିତି କଲେ ନକରାତ୍ମକ ଶକ୍ତିର ବାସ ହୋଇଥାଏ। ଘରେ ପ୍ରତିଦିନ ଝଗଡା ଲାଗିରହିଥାଏ। ଧନର ହାନି ହୋଇଥାଏ। ଘର ଲୋକେ ବିଭିନ୍ନ ପ୍ରକାରର ଚିନ୍ତାରେ ରହିଥାନ୍ତି। ଏଥିପାଇଁ ଘରର ମୁଖ୍ୟ ଦ୍ଵାରର ବାସ୍ତୁ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଘରର ମୁଖ୍ୟ ଦ୍ଵାରକୁ ଏମିତି ରଖିବା ଉଚିତ ଯାହା ଦ୍ୱାରା ଘରେ ସୁଖ ଶାନ୍ତିର ବୃଦ୍ଧି ହେବ ଓ ସକାରାତ୍ମକ ଉର୍ଜାର ପ୍ରବେଶ ହେବ

ପ୍ରଥମ କଥା ଆପଣ ଆପଣଙ୍କର ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ପରିଷ୍କାର ରଖିବା ଉଚିତ କିନ୍ତୁ ଲୋକେ ଘରର ମୁଖ୍ୟ ଦ୍ୱାର ପାଖରେ ଗଛ ଲଗାଇଥାଆନ୍ତି ଯାହା ଗଛର ଛାଇ ମୁଖ୍ୟ ଦ୍ୱାର ଉପରେ ପଡିଥାଏ। ଲୋକେ ଘରର ମୁଖ୍ୟ ଦ୍ୱାର ପାଖରେ ଜୋତା ଚପଲ ରଖିଥାନ୍ତି। ଆଉ କିଛି ଲୋକ ଡ଼ଷ୍ଟପିନ ମଧ୍ୟ ରଖିଥାନ୍ତି କିନ୍ତୁ ଏମିତି କେବେବି କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାର ବହୁତ ହିଁ ସ୍ୱଚ୍ଛ ଏବଂ ସଫା ସୁତରା ହେବା ଉଚିତ। ଘରକୁ ପ୍ରବେଶ କରୁଥିବା ଦ୍ୱାର ସାମ୍ନାରେ ରଙ୍ଗଲି ବନାନ୍ତୁ ଶୁଭ ଲାଭ ଲେଖନ୍ତୁ ଏହା ବହୁତ ଶୁଭ ହୋଇଥାଏ। ସ୍ନାନ ପରେ ଏକାଦଶୀ ଦିନ ଘରର ମୁଖ୍ୟ ଦ୍ଵରରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। ଯାହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘର ଆଡ଼କୁ ଆକର୍ଷିତ ହେବେ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅଶୋକ ପତ୍ରର ହାର ଲଗେଇ ଦେବେ। ଘରର ମୁଖ୍ୟ ଦ୍ଵାରକୁ ଫୁଲ ମାଳାରେ ସଜାଇ ଦେବେ। ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିଥାଏ। ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରକୁ କେବେବି ଅନ୍ଧାର ରଖିବେ ନାହିଁ। ସେଠାରେ ସବୁବେଳେ ଆଲୋକ କରି ରଖନ୍ତୁ। ଏହା ଦ୍ବାରା ଘରକୁ କେବେବି ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ। ଯେଉଁ ଠାରେ ଅନ୍ଧାର ହୋଇଥାଏ ସେଠାରେ ନକରାତ୍ମକ ଉର୍ଜା ସହଜରେ ପ୍ରବେଶ କରିଥାଏ ଏବଂ ଘରର ଲୋକେ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କର ମୂର୍ତି ଲଗେଇ ଦେଇଥାନ୍ତି ମା ଲକ୍ଷ୍ମୀଙ୍କର ଫୋଟ କିମ୍ବା ତାଙ୍କ ଚରଣ ପାଦୁକା ଲଗେଇ ଦେଇଥାନ୍ତି ଏହାସବୁ ଲଗାଇବା ଘର ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। କିନ୍ତୁ ଯଦି ଆପଣ ଭୁଲ ପ୍ରକ୍ରିୟାରେ ଲଗାନ୍ତି ତ ଏହା ବହୁତ ଅଶୁଭ ହୋଇଥାଏ। ଆପଣ ଦୁଇଟି ଗଣେଶଙ୍କର ଫୋଟ ଘରର ମୁଖ୍ୟ ଦ୍ୱାରରେ ଲଗେଇବେ ଗୋଟେ ଘରର ବାହାର ଆଡ଼କୁ ଭଗବାନ ଗଣେଶଙ୍କର ମୁଖ ଥିବା ଫୋଟ ଠିକ ସେହି ଜାଗାରେ ଆଉ ଗୋଟେ ଫୋଟ ଭଗବାନ ଗଣେଶଙ୍କର ମୁଖ ଘରର ଭିତର ଆଡ଼କୁ ରଖିବେ। ଯଦି ଘରର ବାହାର ଆଡ଼କୁ ଭଗବାନ ଗଣେଶଙ୍କର ଫୋଟ ଲଗାଇବେ ତ ଭଗବାନ ଗଣେଶ ଆପଣଙ୍କ ଘରୁ ଚାଲିଯିବେ। କାରଣ ତାଙ୍କର ପିଠି ଘରର ଭିତର ଆଡ଼କୁ ହୋଇଥାଏ। ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ମା ଲକ୍ଷ୍ମୀଙ୍କର ଚରଣ ଲଗାଇ ଥାନ୍ତି ତେବେ ମା ଲକ୍ଷ୍ମୀଙ୍କ ଚରଣ ଯେମିତି ଆପଣଙ୍କ ଘରର ଭିତର ଆଡ଼କୁ ଥିବ। ମା ଲକ୍ଷ୍ମୀଙ୍କ ଚରଣ ସବୁବେଳେ ସଫା ଜାଗାରେ ଲଗାଇବେ ଏବଂ ଧ୍ୟାନ ଦେବେ ଯେ କାହାର ପାଦ ଯେମିତି ମା ଲକ୍ଷ୍ମୀଙ୍କ ଚରଣ ଉପରେ ନବାଜୁ।

ଘରକୁ ସୁନ୍ଦର ଦେଖାଯିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଗଛ ଲଗାଇଥାନ୍ତି ଯାହା ଦ୍ୱାରା ତାଙ୍କ ଘର ଆକର୍ଷିତ ଲାଗିବ। ମୁଖ୍ୟ ଦ୍ୱାରରେ ଏମିତି କିଛି ଭୁଲ ଗଛ ଲଗାଇବା ଦ୍ୱାରା ଯେମିତି ଗୋଲାପ ଗଛ ଲଗାଇ ଥାନ୍ତି। ଏମିତି କଣ୍ଟା ଜାତୀୟ ଗଛକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇବା ଉଚିତ ନୁହେଁ। ମନୀପ୍ଲାଣ୍ଟକୁ ବି ଆମେ ଘରର ଭିତର ପଟେ ଲଗାଇବାକୁ ଚାହିଁଥାଉ ଯାହା ଦ୍ୱାରା ଆମ ଘରକୁ ପଇସା ଆସିବ। ଏହି ଗଛକୁ ପଇସା ଦେବା ବାଲା ଗଛ କୁହାଯାଇଥାଏ। ଏଥିପାଇଁ ଏହି ମନୀପ୍ଲାଣ୍ଟକୁ ଗଛକୁ ଘରର ଭିତରେ ଲଗାଇବା ଉଚିତ କିନ୍ତୁ ଘରର ବାହାରେ ଲଗାଇବେ ନାହିଁ। ଘରର ବାସ୍ତୁକୁ ଠିକ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାର ପାଖରେ ତୁଳସୀ ଗଛ ଲଗାଇବା ଉଚିତ ହୋଇଥାଏ। ଯେଉଁଠି ମା ତୁଳସୀ ଗଛ ଥାଏ ସେଠାରେ ସକାରାତ୍ମକ ଉର୍ଜା ଏବଂ ଶକ୍ତି ସବୁ ବାସ କରିଥାଏ ଏବଂ ଘରର ବାସ୍ତୁଦୋଷ ନିବାରଣ ହୋଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସୁଗଦ୍ଧିତ ଫୁଲ ଗଛ ଲଗାଇବେ ଏହା ସହିତ ଘରର ମୁଖ୍ୟ ଦ୍ୱାର ହାଲକା କଲର କିମ୍ବା ଲାଇଟ କଲର ହୋଇଥିବା ଉଚିତ। ଆପଣ ସିଲଭର ଗଲଡେନ ଧଳା ଗୋଲାପୀ ଇତ୍ୟାଦି କୌଣସି ବି ରଙ୍ଗର ପ୍ରବେଶ ଦ୍ୱାରରେ ଲଗାଇ ପାରନ୍ତି। କଳା ରଙ୍ଗ ଭୁଲରେ ଲଗାଇବେ ନାହିଁ। ଘରର କବାଟକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ କି ସେଥିରୁ ଯେମିତି ଆବାଜ କିମ୍ବା ସାଉଣ୍ଟ ଆସୁନଥିବ। କାହିଁକିନା ଏହା ନକରାତ୍ମକ ଧ୍ଵନି ଉତ୍ପନ କରିଥାଏ। ଆଉ ଏହି ନକରାତ୍ମକ ଧ୍ଵନି ଆପଣଙ୍କ ପ୍ରବେଶ ଦ୍ୱାର ଦେଇ ପ୍ରବେଶ କରିଥାଏ।

ଘରର ମୁଖ୍ୟ ଦ୍ୱାରରେ କବାଟ ଖୋଲିଲା ବେଳେ ବନ୍ଦ କରିବା ବେଳେ କଣ କଣ ନହେବା ଦରକାର।

ତାହା ଯେମିତି କିଛି ଜାଗାରେ ଭାଙ୍ଗି ନଥିବା ଦରକାର। ଯଦି ଏମତି ହୋଇଥାଏ ତ ତାହାକୁ ଶୀଘ୍ର ହିଁ ଠିକ କରିଦଅନ୍ତୁ। କବାଟ ଖୋଲିଲା ବେଳେ ବନ୍ଦ କରିଲା ବେଳେ ଯେମିତି ସାଉଣ୍ଟ ଆସୁନଥିବ ସେଥିରେ ତେଲ ଲଗାଇ ଦିଅନ୍ତୁ।

ଘରର କଲିଂ ବେଲର ଶବ୍ଦ ମଧୁର ହେବା ଦରକାର। ଓଁର ଉଚାରଣ କିମ୍ବା କିଛି ଭୋଜନ ବାଲା କଲିଂ ବେଲର ଶବ୍ଦ ରଖନ୍ତୁ। ଏହା ବହୁତ ଶୁଭ ହୋଇଥାଏ

ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ପାପୋଜ ରଖନ୍ତୁ। ଏହା ଆୟତ୍ତକାର ପାପୋଜ ହୋଇଥିବା ଦରକାର।

ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବା ଉଚିତ ଆସନ୍ତୁ ଜାଣିବା।

ଘରର ମୁଖ୍ୟ ଦ୍ୱାର ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗ ହେବା ଉଚିତ। ଘରର ମୁଖ୍ୟ ଦ୍ୱାର ଉତ୍ତର କିମ୍ବା ପୂର୍ବ ଦିଗ ହେବା ଦ୍ୱାରା ଘରେ ସବୁବେଳେ ସୁଖ ଶାନ୍ତି ବନିରହିଥାଏ। ସବୁ ଶୁଭ ଶକ୍ତି ସକାରାତ୍ମକ ଶକ୍ତି ଆସିଥାଏ। ଘରେ ଦେବୀ ଏବଂ ଦେବତା ମାନଙ୍କର ବାସ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *