Excuse Me Odisha

ଯାହା କହିବୁ ସତ କହିବୁ

ମଶା ଘଉଡେଇବାର ଅଦ୍ଭୁତ ଉପାୟ : ଏହାକୁ ଘରେ ଟାଙ୍ଗି ଦିଅନ୍ତୁ, ମଶା କାମୁଡିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟେକ ଋତୁରେ ମଶା ସୃଷ୍ଟି ହୋଇଥାନ୍ତି ଏବଂ ଲୋକଙ୍କୁ କାମୁଡି ଥାଆନ୍ତି। ଏହି ଆମେ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ମଶା ଘଉଡେଇ ପାରିବେ। ନାହିଁ ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ। ଏହି ଉପାୟଟି ବହୁତ ପୁରୁଣା ଉପାୟ ଅଟେ। ଏହାକୁ ଆପଣ କେବଳ ଦୁଇଟି ଜିନିଷକୁ ନେଇ ଖୁବ୍ ସହଜରେ ଘରେ ପ୍ରସ୍ତୁତ କରି ପାରିବେ।ଏଥିପାଇଁ କୌଣସି ମଶା ଧୂପ ଲଗାଇବାର ଆବଶ୍ୟକତା ନାହିଁ।କାରଣ ସେଥିରୁ ବହୁତ ଧୂଆଁ ବାହାରିଥାଏ।

ମଶା ଧୂପର ଧୁଆଁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଅଟେ। ଆମେ ଯେଉଁ ପ୍ରାକୃତିକ ଉପାୟ ବିଷୟରେ କହିବାକୁ ଯାଉଛୁ, ତାହା ପ୍ରସ୍ତୁତ ହେବା ଆମକୁ ପ୍ରଥମ ସାମଗ୍ରୀ ଝୁଣା ଆବଶ୍ୟକ।ଝୁଣା ପ୍ରାୟତଃ ଠାକୁର ଘର କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ।ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭକାରୀ ଅଟେ

ପୂର୍ବକାଳରେ ମଶା ଘଉଡାଇବା ପାଇଁ ଝୁଣାର ପ୍ରୟୋଗ କରାଯାଉଥିଲା। ପ୍ରଥମେ ଆପଣଙ୍କୁ ଝୁଣାର ତେଲ ପ୍ରସ୍ତୁତ କରିବାକୁ ପଡ଼ିବ। ଗ୍ୟାସରେ ଗୋଟେ ପାତ୍ର ବସାଇ, ଏଥିରେ ଅଧା କପ ସୋରିଷ ତେଲ ଢାଳନ୍ତୁ।ଏହାପରେ ସୋରିଷ ତେଲକୁ ହାଲକା ଗରମ କରନ୍ତୁ।

ସୋରିଷ ତେଲ ଅଳ୍ପ ଗରମ ହେବାପରେ ଆପଣ ଗ୍ୟାସ ବନ୍ଦ କରି ଦେଇ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ତେଲ ଥଣ୍ଡା ହେବାପରେ ଆପଣ ସେଥିରେ ଝୁଣା ମିଶାଇ ଭଲଭାବରେ ଫେଣ୍ଟି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଝୁଣା ତେଲ।

ଏହାପରେ ଗୋଟେ ପିଆଜ ନିଅନ୍ତୁ। ଏହାକୁ ଚୋପା ଛଡ଼ାଇ ଦୁଇ କଡ଼ରୁ କାଟି ଦିଅନ୍ତୁ।ଏବେ ଗୋଟିଏ ଛୁଞ୍ଚି ଓ ସୂତା ନେଇ ପିଆଜକୁ ଗୁନ୍ଥି ଦିଅନ୍ତୁ। ଏହାପରେ ଯେଉଁ ଝୁଣା ତେଲ ପ୍ରସ୍ତୁତ କରିଛନ୍ତି, ସେଥିରେ ଏହି ପିଆଜକୁ ଭଲ ଭାବେ ବୁଡ଼ାଇ ଦିଅନ୍ତୁ।

ପିଆଜ ଉପରେ ଏହି ଝୁଣା ତେଲକୁ ଭଲଭାବରେ ଲଗାଇ ଦିଅନ୍ତୁ।ଏହି ତେଲର ଗନ୍ଧରେ ଆପଣଙ୍କ ଘରେ ମଶା ପଳାଇ ଯିବେ।ଆପଣଙ୍କ ଘରେ ଯେଉଁ ସ୍ଥାନରେ ଅଧିକ ମଶା ହେଉଛନ୍ତି, ସେଠାରେ ଏହାକୁ ଝୁଲାଇ ଦିଅନ୍ତୁ। ଏହାର ଗନ୍ଧରେ ଗୋଟିଏ ମଧ୍ୟ ମଶା ସେହି ସ୍ଥାନରେ ଉଡ଼ିବେ ନାହିଁ। ଏହି ଉପାୟଟି ବହୁତ ପୁରୁଣା ଅଟେ। ଏହି ଉପାୟ କଲେ, ଦେଖିବେ ଆପଣ ନିଶ୍ଚିତ ମଶା ଗୁଡ଼ିକୁ ଘଉଡାଇ ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *