Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବର ୪ରେ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସମୟ ! ସେଇ ସମୟରେ କରନ୍ତୁ ଏହି କାମ !

ସେୟାର୍ କରନ୍ତୁ

ଚନ୍ଦ୍ରଗ୍ରହଣ ପରେ ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୪ ତାରିଖ ୨୦୨୧ ରେ ପଡ଼ିବାକୁ ଯାଉଛି। ଏହିଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ରହିଛି। ଏହା ବର୍ଷର ଶେଷ ସୂର୍ଯ୍ୟପରାଗ ଅଟେ।

ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍ଟିକା, ଦକ୍ଷିଣ ଆମେରିକାରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।କିନ୍ତୁ ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଏହାର ସୂତକକାଳ ମଧ୍ୟ ମାନା ଯିବ ନାହିଁ।

ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହିସମୟରେ ସୂର୍ଯ୍ୟ ବା ଚନ୍ଦ୍ରକୁ ରାହୁ ଗ୍ରାସ କରିଥାଏ।ସେଥିପାଇଁ ଏହି ପରାଗକୁ ଅଶୁଭ ମାନା ଯାଇଥାଏ ଏବଂ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ହୋଇଥାଏ। ବିଦ୍ୱାନ ମାନଙ୍କ ଅନୁସାରେ ସୂର୍ଯ୍ୟପରାଗର ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ କିଛି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ, ଆସନ୍ତୁ ଜାଣିବା ସେହି ବିଷୟରେ।

ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ –

ମେଷ ରାଶି – ଏହି ରାଶିର ଲୋକଙ୍କୁ ବର୍ଷର ଶେଷ ସୂର୍ଯ୍ୟପରାଗ ସମୟରେ ଅଶୁଭ ପରିଣାମ ପ୍ରାପ୍ତ ହେବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। କୌଣସି ସ୍ଥାନରୁ ଅଶୁଭ ସମାଚାର ମିଳିପାରେ। ଆପଣଙ୍କୁ ସବୁ କ୍ଷେତ୍ରରେ ସତର୍କ ରହିବାର ଆବଶ୍ୟକତା ରହିଛି।

କର୍କଟ ରାଶି – ଏହି ରାଶିର ଲୋକଙ୍କ ପାଇଁ ବର୍ଷର ଶେଷ ସୂର୍ଯ୍ୟପରାଗ ଅଶୁଭ ସାବ୍ୟସ୍ତ ହେବ। ବନ୍ଧୁ ସମ୍ପର୍କୀୟଙ୍କ ସହିତ ଅଯଥା ବିବାଦ ହୋଇପାରେ। ଏହି ରାଶିର ଲୋକଙ୍କୁ ନିଜ ସନ୍ତାନଙ୍କ ଠାରୁ ଚିନ୍ତା ଓ ଦୁଃଖ ପ୍ରାପ୍ତ ହେବ।

ତୁଳା ରାଶି – ଏହି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ଏହି ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ଶାରୀରିକ ଓ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ।

ବିଛା ରାଶି – ଏହି ରାଶି ଉପରେ ଏବର୍ଷର ଶେଷ ସୂର୍ଯ୍ୟପରାଗର ପ୍ରଭାବ ଅଧିକ ପଡ଼ିବାକୁ ଯାଉଛି।ଏଥିପାଇଁ ଏହି ରାଶିର ଲୋକଙ୍କ ମନ ସର୍ବଦା ବିଚଳିତ ଓ ଅଶାନ୍ତ ରହିବ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ।

ମୀନ ରାଶି – ସୂର୍ଯ୍ୟପରାଗର ଖରାପ ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ପଡ଼ିବ। ଚାକିରୀରେ ବଦଳି ହୋଇ ପାରନ୍ତି। ଧାର୍ମିକ କାର୍ଯ୍ୟରେ ଆପଣ ରୁଚି ରଖିବେ ନାହିଁ। ଘରର ଗୁରୁଜନଙ୍କ ସହିତ ଆପଣଙ୍କର ଅଯଥା ବିବାଦ ହୋଇପାରେ।

୨୦୨୧ ସୂର୍ଯ୍ୟପରାଗର ସମୟ –

୨୦୨୧ ର ଶେଷ ସୂର୍ଯ୍ୟପରାଗ ୪ ଡିସେମ୍ବର ଶନିବାର ଦିନ ହେବାକୁ ଯାଉଛି। ଏହିଦିନ ମାର୍ଗଶିର ମାସ ଅମାବାସ୍ୟା ତିଥି ପଡୁଛି।ବର୍ଷର ଏହି ସୂର୍ଯ୍ୟପରାଗ ସକାଳ ୧୦ଟା ବାଜି ୫୯ ମିନିଟରେ ଆରମ୍ଭ ହୋଇ ଦ୍ୱିପ୍ରହର ୩ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବହିଁ, ତେଣୁ ଏହାର ସୂତକକାଳ ମାନା ଯିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *