Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ପାଣିର ଫାଇଦା : ଚାକିରି କିମ୍ବା ବ୍ୟବସାୟରେ ମିଳୁନାହିଁ ସଫଳତା ! ତୁଳସୀ ପାଣିରେ କରନ୍ତୁ ଏହି ଉପାୟ ! ସଙ୍ଗେ ସଙ୍ଗେ ଚମକି ଉଠିବ ଭାଗ୍ୟ !

ସେୟାର୍ କରନ୍ତୁ

ତୁଳସୀ ପାଣିର ଫାଇଦା : ତୁଳସୀ ସବୁଠାରୁ ପୂଜନୀୟ ଗଛ ଅଟେ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେହି ଘରେ ସର୍ବଦା ସକାରାତ୍ମକ ଉର୍ଜା ପ୍ରବାହିତ ହୁଏ। ତୁଳସୀ ପାଣି ମଧ୍ୟ ବହୁତ ଲାଭକାରୀ ଅଟେ।

– ତୁଳସୀ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ କରାନ୍ତୁ।

– ଘରେ ତୁଳସୀ ଜଳ ସିଞ୍ଚନ କରନ୍ତୁ।

– ରୋଗରୁ ମୁକ୍ତି ମିଳିବ।

ସନାତନ ଧର୍ମର ସାର ହେଉଛି ତୁଳସୀ। ପ୍ରତ୍ୟେକ ସନାତନ ଧର୍ମୀଙ୍କ ଘରେ ତୁଳସୀ ଗଛର ବାସ ହୋଇଥାଏ।

ତୁଳସୀ ସବୁଠାରୁ ପୂଜନୀୟ ଗଛ ଅଟେ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେହି ଘରେ ସର୍ବଦା ସକାରାତ୍ମକ ଉର୍ଜା ପ୍ରବାହିତ ହୁଏ। ଯେଉଁ ଘରେ ଦେବୀ ତୁଳସୀ ସର୍ବଦା ପୂଜା ପାଇଥାନ୍ତି, ସେହି ଘରେ ସର୍ବଦା ସୁଖ ସମୃଦ୍ଧି ଏବଂ ଶାନ୍ତି ବିରାଜମାନ ହୋଇଥାଏ।

ତୁଳସୀ ଭଳି ତୁଳସୀ ପାଣି ମଧ୍ୟ ଅଧିକ ଲାଭକାରୀ ଅଟେ। ଯେଉଁ ପାଣିରେ ତୁଳସୀ ପତ୍ର ପଡ଼ିଥାଏ, ସେହି ପାଣିକୁ ଅଧିକ ଶୁଦ୍ଧ ଓ ପବିତ୍ର କୁହାଯାଏ। ତୁଳସୀ ପାଣିକୁ ନେଇ କିଛି ଉପାୟ କଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଘର ଉପରେ ପ୍ରସନ୍ନ ହେବା ସହିତ ଘରେ ସୁଖଶାନ୍ତି ବିରାଜମାନ ହୋଇଥାଏ। ଆସନ୍ତୁ ଜାଣିବା ତୁଳସୀ ପାଣିକୁ ନେଇ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ।

ତୁଳସୀ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ କରାନ୍ତୁ –

ଭଗବାନ ଶ୍ରୀକୃଷ୍ଣଙ୍କ ତୁଳସୀ ଅଧିକ ପସନ୍ଦ ଅଟେ। ତୁଳସୀ ପାଣିରେ ତାଙ୍କୁ କରାଇବା ଦ୍ଵାରା ସେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର କୃପା ଦୃଷ୍ଟି ରଖିଥାନ୍ତି। ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଉପାୟ କରନ୍ତୁ।

ଘରେ ତୁଳସୀ ପାଣି ସିଞ୍ଚନ କରନ୍ତୁ –

ଗୋଟେ ପାତ୍ରରେ ପାଣି ନେଇ ତୁଳସୀ କିଛି ପତ୍ରକୁ ପକାଇ ଦିଅନ୍ତୁ ଏବଂ ରାତି ସାରା ଏହାକୁ ଭିଯିବାକୁ ଛାଡ଼ି ଦିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ଠାକୁର ପୂଜା କରି ସାରିବା ପରେ ଘରର ପ୍ରତ୍ୟେକ ସ୍ଥାନରେ ଏହି ତୁଳସୀ ପାଣିକୁ ସିଞ୍ଚନ କରନ୍ତୁ। ଏଭଳି କରିବା ଦ୍ଵାରା ନକାରାତ୍ମକ ଶକ୍ତି ନାଶ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ବୃଦ୍ଧି ହୁଏ।

ରୋଗବ୍ୟାଧୀରୁ ମିଳିବ ମୁକ୍ତି –

ଯଦି ଆପଣଙ୍କ ଘରର କୌଣସି ସଦସ୍ୟ ଅଧିକ ସମୟ ଧରି ରୋଗଗ୍ରସ୍ତ ରହିଛନ୍ତି, ତାହେଲେ ତାଙ୍କ ଉପରେ ତୁଳସୀ ପାଣି ସିଞ୍ଚନ କରନ୍ତୁ। ସପ୍ତାହରେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଠାକୁର ପୂଜା କରି ସାରିବା ପରେ ସିଞ୍ଚନ କରନ୍ତୁ।ଦେଖିବେ ସେହି ବ୍ୟକ୍ତି ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିବେ।

ଚାକିରୀ ଓ ବ୍ୟବସାୟରେ ସଫଳତା ପାଇବେ –

ଯଦି ଚାକିରି ଓ ବ୍ୟବସାୟରେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଯଦି ଆପଣଙ୍କୁ ସଫଳତା ମିଳୁ ନାହିଁ, ତାହେଲେ ତୁଳସୀ ପତ୍ରକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଦୁକାନରେ ବା ବ୍ୟବସାୟ ସ୍ଥଳରେ ସିଞ୍ଚନ କରନ୍ତୁ। ଦେଖିବେ ଆପଣଙ୍କୁ ବ୍ୟବସାୟରେ ଧୀରେ ଧୀରେ ସଫଳତା ମିଳିବ। ଏହାସହିତ ଲାଭବାନ ମଧ୍ୟ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *