Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ନାମ ମଧ୍ୟ ଏହି ଅକ୍ଷରରୁ ଆରମ୍ଭ ହୋଇଛି, ତାହେଲେ ଜାଣି ନିଅନ୍ତୁ ନିଜ ବିଷୟରେ କିଛି ବିଶେଷ କଥା

ସେୟାର୍ କରନ୍ତୁ

First Letter of your name – ଜ୍ୟୋତିଷ ମାନଙ୍କ ମତରେ ଇଂରାଜୀ ଅକ୍ଷରରେ କିଛି ଏଭଳି ଅକ୍ଷର ରହିଛି, ସେହି ଅକ୍ଷର ବିଶିଷ୍ଟ ନାମ ଥିବା ଲୋକଙ୍କର ଭାଗ୍ୟ ଉଦୟ ହେବ। ଆସନ୍ତୁ ଏହି ଅକ୍ଷର ବିଶିଷ୍ଟ ଲୋକ ମାନଙ୍କ ବିଷୟରେ ଜାଣିବା।

– ଜ୍ୟୋତିଷଙ୍କ ଅନୁସାରେ ପିଲାମାନଙ୍କ ନାମ ରଖାଯାଏ।

– ନାମ ପୂର୍ବରୁ ଅକ୍ଷରର ପ୍ରଭାବ ପଡିଥାଏ।

– ଏହି ଅକ୍ଷର ବିଶିଷ୍ଟ ନାମ ଥିବା ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ।

ମଣିଷର ନାମର ପ୍ରଭାବ ତାର ଜୀବନ ଉପରେ ପଡ଼ିଥାଏ।ନାମର ପ୍ରଥମ ଅକ୍ଷର ଥିବା ମଣିଷର ସ୍ଵଭାବ ବିଷୟରେ ମଧ୍ୟ ଜଣା ପଡ଼ିଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ, ଭାଗ୍ୟ, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଶାସ୍ତ୍ର ଅନୁସାରେ ଯେପରି ମନୁଷ୍ୟ ଉପରେ ମୂଳାଙ୍କ ଏବଂ ଭାଗ୍ୟାଙ୍କ ପ୍ରଭାବ ପକାଇ ଥାଏ। ସେହିପରି ମଣିଷର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ପ୍ରଭାବ ପଡ଼ିଥାଏ। ଯଦି ଆପଣଙ୍କ ନାମ ମଧ୍ୟ ସେହି ଅକ୍ଷରରୁ ଆରମ୍ଭ, ତାହେଲେ ଆପଣ ଜାଣନ୍ତୁ ଆପଣଙ୍କ ଜୀବନରେ ଏହାର କଣ ପ୍ରଭାବ ପଡ଼ିବ।

A – ଯଦି ଆପଣଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ, ତାହେଲେ ଆପଣ ଅଧିକ ସାହସୀ ଏବଂ ଦୃଢ ପ୍ରତିଜ୍ଞା ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଏହି ଅକ୍ଷର ଅଧିକ ପ୍ରଭାବଶାଳୀ ଅଟେ। ଏହି ଅକ୍ଷର ବିଶିଷ୍ଟ ଲୋକେ ସର୍ବଦା ଆତ୍ମବିଶ୍ବାସରେ ଭରି ରହନ୍ତି।ଏମାନେ ନିଜ ଜୀବନ ନିଜ ହିସାବରେ ବଞ୍ଚିବା ପାଇଁ ପ୍ରୟାସ କରନ୍ତି। ସାମାଜିକ ଜୀବନ ଏମାନଙ୍କର ଗମ୍ଭୀରତାରେ ଭରିଯାଏ। ଏମାନେ ନିଜ କଥା ସଠିକ ଢଙ୍ଗରେ କହିବାକୁ ପସନ୍ଦ କରିଥାନ୍ତି।

D – ଯେଉଁ ଲୋକଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଛି, ସେମାନେ ଅଧିକ ପରିଶ୍ରମୀ। ଏମାନଙ୍କୁ ସଫାସୁତୁରା ଅଧିକ ପସନ୍ଦ ଥାଏ। ଏମାନେ ସବୁ ଜିନିଷକୁ ସମ୍ଭାଳି ରଖିବାକୁ ପସନ୍ଦ କରିଥାନ୍ତି। ଏମାନେ ନିଜ ଲକ୍ଷ୍ୟକୁ ନେଇ ଚିନ୍ତିତ ରହନ୍ତି ନାହିଁ।ସେଥିପାଇଁ ଏମାନେ ଜୀବନରେ ସଫଳତା ପାଇଥାନ୍ତି।

G – ଏହି ଅକ୍ଷର ବିଶିଷ୍ଟ ଲୋକେ ଅଧିକ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ସ୍ଵଭାବ ଯୋଗୁଁ ଲୋକେ ଏମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ସମାଜରେ ଏହି ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ପାଏ। ଏମାନେ ସବୁ କଥା ସ୍ପଷ୍ଟ ଭାବରେ କହି ଥାଆନ୍ତି। ଏମାନଙ୍କର ଏହି ସଚ୍ଚୋଟ ପଣିଆ ଯୋଗୁଁ ଏମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

K – ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ, ସେମାନେ ସର୍ବଦା ହସଖୁସିରେ ରହିଥାନ୍ତି। ସାରା ଜୀବନ ଏମାନେ ସୁଖ ଭୋଗ କରିଥାନ୍ତି। ଏମାନେ ବହୁତ ଭାଗ୍ୟବାନ ଅଟନ୍ତି। ଏହି ଲୋକେ ଉତ୍ତମ ବିଚାର ବିଶିଷ୍ଟ ଲୋକ ହୋଇଥାନ୍ତି। ଏମାନେ ସର୍ବଦା ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାନ୍ତି।

M – ଯେଉଁ ଲୋକଙ୍କ ନାମ M ଅକ୍ଷରରୁ ଆରମ୍ଭ, ସେମାନେ ଅଧିକ ଆକର୍ଷକ ହୋଇଥାନ୍ତି। ଏମାନେ ସର୍ବଦା ନିଜ ମଧ୍ୟରେ ଖୁସି ରହିଥାନ୍ତି। ଏମାନେ ନିଜ ପରିବାରକୁ ଅଧିକ ଭଲ ପାଇଥାନ୍ତି। ସମ୍ପର୍କୀୟଙ୍କ ସହିତ ଏମାନଙ୍କର ସମ୍ପର୍କ ଭଲ ରହେ। ଅଳ୍ପ ପରିଶ୍ରମରେ ଏମାନେ ଅଧିକ ସଫଳତା ହାସଲ କରିଥାନ୍ତି। ଏମାନେ ନିଜ କାର୍ଯ୍ୟକୁ ନେଇ ସର୍ବଦା ସଚ୍ଚୋଟ ରହିଥାନ୍ତି ଏବଂ ସମାଜରେ ପ୍ରଶଂସିତ ହୋଇଥାନ୍ତି।

P – ଏହି ଅକ୍ଷର ବିଶିଷ୍ଟ ଥିବା ଲୋକେ ଅଧିକ ବୁଦ୍ଧିମାନ ଏବଂ ଚତୁର ଅଟନ୍ତି।ଏମାନେ ଯେଉଁ ବସ୍ତୁକୁ ପାଇବା ପାଇଁ ଇଚ୍ଛା ରଖିଥାନ୍ତି, ତାହାକୁ ପାଇବା ପାଇଁ ପ୍ରୟାସ କରିଥାନ୍ତି।ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଏବଂ ସର୍ବଦା ସୁଖ ଭୋଜି ଥାଆନ୍ତି।

S – ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର S, ସେମାନେ ବହୁତ ସଚ୍ଚୋଟ ହୋଇଥନ୍ତି। ଏମାନେ ସର୍ବଦା ସତ କରିବାକୁ ପସନ୍ଦ କରନ୍ତି। ଏମାନେ ନିଜ ମନକଥା କାହାକୁ ବିଶେଷ କୁହନ୍ତି ନାହିଁ। ଏମାନେ ପ୍ରେମ ମାମଲାରେ ଅଧିକ ସତର୍କ ହୋଇଥାନ୍ତି।

T – ଏହି ଅକ୍ଷର ବିଶିଷ୍ଟ ଲୋକେ ଅଧିକ ଜିଦି ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଜୀବନସାଥୀ ଓ ନିଜ ପରିବାରକୁ ଅଧିକ ଭଲ ପାଇଥାନ୍ତି। ଏମାନେ ସର୍ବଦା ନିଜ ପାର୍ଟନରଙ୍କ ପାଖରୁ ଖୁସି ଆଶା କରିଥାନ୍ତି। ଏମାନେ ଅଧିକ ଅଯଥା ଖର୍ଚ୍ଚ କରନ୍ତି। ସବୁ କାର୍ଯ୍ୟ କରିବା ପୂର୍ବରୁ ଏମାନେ ଭଲଭାବରେ ବିଚାର କରନ୍ତି।ଲୋକେ ଖୁବ୍ ଶୀଘ୍ର ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଆନ୍ତି।

V – ଏହି ଅକ୍ଷର ବିଶିଷ୍ଟ ଲୋକେ ଅଧିକ ପରିଶ୍ରମୀ ଅଟନ୍ତି। ଏମାନେ ନିଜ କଥା କାହାକୁ ଅଧିକ ସେୟାର କରନ୍ତି ନାହିଁ।ଏମାନେ କମ୍ ଲୋକଙ୍କ ସହିତ ମିଳାମିଶା କରନ୍ତି। ଏମାନଙ୍କ ପାଖରେ କେବେବି ଧନର ଅଭାବ ହୁଏ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *