Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଗଶିର ମାସରେ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ,ଧନର ବର୍ଷା ହେବ! ଆଉ ଏହି ସବୁ କରନ୍ତୁ ନାହିଁ,ନହେଲେ ହେବ ସର୍ବ-ନାଶ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆସିଲା ମାର୍ଗଶିର ମାସ ଗୁରୁବାର ୫ ଟି କାମ କଲେ ଧନର ବର୍ଷା ହେବ।

ଓଡ଼ିଶାରେ ମାର୍ଗଶୀର ମାସର ପ୍ରତି ଗୁରୁବାର ଦିନ ଏହି ମାର୍ଗଶୀର ଗୁରୁବାର ଓଷା ମାଣ ଓଷାକୁ ପାଳନ କରାଯାଇଥାଏ। ଏହାକୁ ମାଣବସା ଓଷା ମଧ୍ୟ କୁହନ୍ତି ଏବଂ ଓଡ଼ିଶାରେ ସବୁ ପର୍ବ ଗୁଡିକ ମଧ୍ୟରୁ ଗୁରୁବାର ଓଷା ହେଉଛି ଅନ୍ୟତମ ପ୍ରଧାନ ପର୍ବ। ଗୁରୁବାର ଓଷା ଓଡ଼ିଶାର କଳା ସଂସ୍କୃତି ଖାଦ୍ୟ ପେୟ ଆନନ୍ଦ ଉତ୍ସ୍ୟବ ଏବଂ ସରଳ ବିଶ୍ୱାସର ଗୋଟିଏ ଶ୍ରେଷ୍ଠ ଉଦାହରଣ। ସେଥିପାଇଁ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଏହି ଓଷା ପାଳିତ ହୋଇଥାଏ ଏବଂ ମାର୍ଗଶୀର ମାସର ପ୍ରତି ଗୁରୁବାର ୪ ପାଳି ବା ୫ ପାଳି ମାଣ ବସାଯାଇଥାଏ। ଏହି ଓଷାର ଇଷ୍ଟ ଦେବୀ ହେଉଛନ୍ତି ମା ମହା ଲକ୍ଷ୍ମୀ। ଯିଏ ସମସ୍ତ ଲକ୍ଷଣର ଅଧିକାରିଣୀ। ସମସ୍ତ ପ୍ରକାରର ଶ୍ରୀ ବୈଭବ ଐଶ୍ୱର୍ଯ୍ୟ ଆନନ୍ଦ ସୁଖ ଶାନ୍ତିକୁ ଯିଏ ପ୍ରଦାନ କରିଥାନ୍ତି ସେ ମା ମହା ଲକ୍ଷ୍ମୀଙ୍କୁ ସମର୍ପିତ ଏହି ମାଣବସା ଏବଂ ମାର୍ଗଶିର ମାସ ଗୁରୁବାର। ଶାସ୍ତ୍ରରେ କୁହାଯାଇଛି ମାସ ମଧ୍ୟରୁ ମାର୍ଗଶୀର ମାସ ହେଉଛି ଶ୍ରେଷ୍ଠ ମାସ। ତେଣୁ ଏହି ମାର୍ଗଶୀର ମାସଟି ମା ମହା ଲକ୍ଷ୍ମୀଙ୍କୁ ସମର୍ପିତ। ବନ୍ଧୁଗଣ ବୃହସ୍ପତି ବାର ଅର୍ଥାତ ଗୁରୁବାର ଏହା ହେଉଛି ଅତ୍ୟନ୍ତ ଶୁଭ ବାର। ଏହି ବାରଟି ଲକ୍ଷ୍ମୀ ନାରାୟଣଙ୍କ ସହିତ ଜଡିତ ଅଟେ। ଏବଂ ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଅଛି। ହିନ୍ଦୁଶାସ୍ତ୍ର ଅନୁସାରେ ଗୁରୁବାର ମା ଲକ୍ଷ୍ମୀଙ୍କର ପ୍ରିୟ ବାର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଏ। ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା ମଧ୍ୟ କୁହାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କେବେବି ଦୁଃ-ଖ ପ୍ରବେଶ କରେ ନାହିଁ। ଶାସ୍ତ୍ର ଅନୁସାରେ ଏହିଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଘରକୁ ଅନେକ ଖୁସି ଆସିଥାଏ। ଏବଂ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏଥିପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ନିହାତି ଆବଶ୍ୟକ ଅଟେ। ଏହା ସହିତ ଗୁରୁବାର ଦିନ ଏପରି କିଛି କାମ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଲାଗିଥାଏ। ଏବଂ ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଘର ଧନ ସମ୍ପତ୍ତିରେ ପୁରୀ ଉଠିଥାଏ। ତେଣୁ ବନ୍ଧୁଗଣ ପ୍ରତ୍ୟକ ଗୁରୁବାର ଦିନ କରନ୍ତୁ ଏହିପରି କିଛି କାମ। ଖାସ କରି ଏହି ମାର୍ଗଶିର ମାସ ଗୁରୁବାରରେ ଏହିସବୁ କାମ କରନ୍ତୁ ଦେଖିବେ ଟାଣି ହୋଇ ଆସିବେ ନିଜେ ମା ଲକ୍ଷ୍ମୀ। ଘରେ ହେବ ସମସ୍ତ ସମସ୍ୟାର ଅନ୍ତ।

ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତ ଲୋକ ନିଜର ଆବଶ୍ୟକତାକୁ ପୁରଣ କରିବା ପାଇଁ ଧନର ଆଶା ରଖିଥାନ୍ତି। ଅନେକ ଲୋକ ଅଛନ୍ତି ବହୁତ ଟଙ୍କା ପଇସା ଇନକମ କରିଥାନ୍ତି ଲିନ୍ତୁ ଶେଷରେ ଟଙ୍କା ଟିଏ ମଧ୍ୟ ସଞ୍ଚୟ କରି ରଖିପାରନ୍ତି ନାହିଁ।ଯେମିତି ଭାବେ ହେଉ ଖର୍ଚ୍ଚ ହୋଇଯାଇଥାଏ। ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧନ ସେହି ଲୋକଙ୍କ ପାଖରେ ଥାଏ ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ସହିତ କେତେକ ନୀତିନିୟମକୁ ମଧ୍ୟ ପାଳନ କରିବା ଉଚିତ ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ମାର୍ଗଶିର ମାସ ଗୁରୁବାର ଦିନ କିମ୍ବା ପ୍ରତ୍ୟକ ଗୁରୁବାର ଦିନ କଣ ସବୁ ନିୟମ ମାନିବା ଦ୍ୱାରା ଏବଂ କେଉଁ କାମ କରିବା ଦ୍ୱାରା ଆମର ସବୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏବଂ ଘରେ ଧନର ବର୍ଷ ହେବାକୁ ଲାଗିଥାଏ। ଏବଂ କେଉଁ କାମ କରିବା ଅନୁଚିତ।

ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା। ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ହୋଇଥାଏ। ଏହି ମୁହୂର୍ତ୍ତରେ ସମସ୍ତ ଦେବା ଦେବୀଙ୍କର ପ୍ରଭାବ ସବୁଠୁ ଅଧିକ ରହିଥାଏ। ଏଥିପାଇଁ ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ନିଶ୍ଚୟ ମିଶାନ୍ତୁ ଏବଂ ସ୍ନାନ କରିବା ସମୟରେ ଓଁ ବୃହସ୍ପତେୟ ନମଃ ନିଶ୍ଚୟ ଜପ କରନ୍ତୁ। ଏହି ମୁହୂର୍ତ୍ତଟି ରାତି ୪ ଟାରୁ ଆରମ୍ଭ ହୋଇ ସୁର୍ଯ୍ୟଉଦୟ ପର୍ଯ୍ୟନ୍ତ ରହିଥାଏ। ଏହି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ସହିତ ଭଗବାନଙ୍କର ପୂଜା କରିବା ଦ୍ୱାରା ପୂଜା ସଫଳ ହୋଇଥାଏ ଏବଂ ପୂଜା ଫଳ ମଧ୍ୟ ମିଳିଥାଏ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘ-ଟିଥାଏ।

ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫଳ ଏବଂ ପୁଷ୍ପ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ।

ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ। ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଘରକୁ କେବଳ ଧନ ହିଁ ଧନ ଆସିଥାଏ।

ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ ପାଳନ କରିବା ସହିତ ଗରିବ କିମ୍ବା ଭିକାରୀଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି।

ଗୁରୁବାର ଦିନ ଆପଣ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏବଂ ଆପଣଙ୍କର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ।ଏବଂ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ।

ଗୁରୁବାର ଦିନ ଅସ୍ତ ଗଛର ପୂଜା କରନ୍ତୁ। ଗୁରୁବାର ଦିନ ଏହି ଗଛର ପୂଜା କରିବା ଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ। ଗୁରୁବାର ଦିନ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଏହା ପରେ ଏହି ଗଛର ପରିକ୍ରମା କରନ୍ତୁ ଏବଂ ଏହି ଗଛରେ ସୂତା ମଧ୍ୟ ବାଦ୍ଧନ୍ତୁ। ସୂତା ବାନ୍ଧିବା ସମୟରେ ନିଜର ମନ କଥା ମଧ୍ୟ କୁହନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ମନର ଇଛା ପୂରଣ ହୋଇଥାଏ। ଏହି ସବୁ ଉପାୟ ଖାସ କରି ମାର୍ଗଶିର ମାସ ଗୁରୁବାର ଦିନ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଗୁରୁ ଗ୍ରହ ଉଚ୍ଚ ସ୍ଥିତିରେ ରହିଥାଏ ତ ମାନ ସମ୍ମାନ ଯଶ ଧନ ଐଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ। ଯଦି ଗୁରୁବାର ଦିନ ଘରର ମହିଳା ବାଳ ଧୋଇଥାନ୍ତି କିମ୍ଵା ନଖ କା-ଟିଥାନ୍ତି କିମ୍ବା ଘରର ପୁରୁଷ ନଖ ଦାଢ଼ି ଚୁଟି କାଟିଥାନ୍ତି ତ ଏହା ଦ୍ବାରା ଗୁରୁ ଗ୍ରହ ବହୁତ ରା-ଗି ଯାଇଥାନ୍ତି। ଏହା କରିବା ଦ୍ୱାରା ରାହୁର ପ୍ରସନ୍ନତା ଦେଖିବାକୁ ମିଳିଥାଏ। ଏବଂ ଯଦି ରାହୁ ଗ୍ରହ ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ ତ ଦେଖୁ ଦେଖୁ ସବୁ କାର୍ଯ୍ୟର ଅସଫଳତା ପ୍ରାପ୍ତ ହୋଇଥାଏ ଏବଂ ଗୁରୁ ଗ୍ରହ ନୀଚ ସ୍ଥିତିକୁ ଆସିଯାଇଥାନ୍ତି। ଏଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଭୁଲରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ ତା ସହିତ ପୁରୁଷ ମାନେ ମଧ୍ୟ ନଖ ଦାଢ଼ି ଚୁଟି କା-ଟନ୍ତୁ ନାହିଁ।

ଗୁରୁବାର ଦିନ କୌଣସି ବି ବ୍ୟକ୍ତିଙ୍କୁ ଟଙ୍କା ଉଧାରରେ ଦିଅନ୍ତୁ ନାହିଁ। ଗୁରୁବାର ଦିନ ଉଧାର ଦେବା କିମ୍ବା ନେବା ଉଚିତ ହୋଇନଥାଏ। ଯଦି ଆପଣ ଗୁରୁବାର ଦିନ କେଉଁ ବ୍ୟକ୍ତିଙ୍କୁ ଉ-ଦ୍ଧାର ଦେଉଛନ୍ତି ତାହେଲେ ଆପଣ ଏବଂ ଉଦ୍ଧାର ନେଉଥିବା ବ୍ୟକ୍ତି ଦୁଇଜଣ କା-ଙ୍ଗାଳ ଅବସ୍ଥାକୁ ଆସିଯାଇଥାନ୍ତି ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ରେ ବର୍ଜିତ ଅଛି। କୁହାଯାଏ ଯେ ଏମିତି କଲେ ଗୃହରେ ଆକସ୍ମିକ ଦୁର୍ଘ-ଟଣା ବାସ୍ତୁଦୋ-ଷ ଏବଂ ନକରାତ୍ମକତାକୁ ଆମନ୍ତ୍ରିତ କରିଥାଏ। ଯଦି ଏହା ପରେ ବି ଆପଣ ଗୁରୁବାର ଦିନ ପୋଛା ଲଗାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ସେହି ପାଣିରେ ଲୁଣ ମିଶାଇ ଆପଣ ପୋଛା ଲଗାଇପାରିବେ। ଏମିତି କଲେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ।

ଯଦି ଆପଣଙ୍କର ବାରମ୍ବାର ଧନ ହାନି ହେଉଛି କେଉଁବି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଅଛି ତେବେ ଆପଣ ସେହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୫ ଟି ଗୁରୁବାର ବିନା କଇଁଚି କିମ୍ବା ଚାକୁରେ ଅର୍ଥାତ ବିନା ଧାରୁଆ ଜିନିଷରେ କଟା ଯାଇଥିବା ପରିବା ଖାଦ୍ୟ ଗୁରୁବାର ଦିନ ଖାଇବା ଉଚିତ। ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ। ଏମିତି କରିବା ଦ୍ୱାରା ରାହୁର କ୍ରୁର ପ୍ର-ଭାବ ଆପଣଙ୍କ ଠାରୁ ଦୂରେଇ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *