Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ମହିଳା ମାନେ କରନ୍ତୁ ନାହିଁ ଏହି 6 ଟି କାମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି କାମ।

ବନ୍ଧୁଗଣ ଭଗବାନ ହନୁମାନଙ୍କୁ କଳିଯୁଗର ଦେବତା ମାନାଯାଏ ଏବଂ ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନଙ୍କର ପୂଜାର୍ଚ୍ଚନା କରାଯାଏ। ଏମିତିରେ ସଙ୍କଟ ମୋଚନ ବଜରଙ୍ଗବାଲିଙ୍କର ପୂଜା ପ୍ରତ୍ୟକ ଦିନ ବିଧାନ ଆସିଥାଏ।କୁହାଯାଏ ମି ମଙ୍ଗଳବାର ଦିନ ଯଦି ହନୁମାନଙ୍କର ପୂଜା କରାଯାଏ ତ ବିଶେଷ ଫଳ ପ୍ରାପ୍ତି ହୁଏ। ସେହି ଦିନ ଭଗବାନ ହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରିବା ଉଚିତ। ଲାଲ ସିନ୍ଦୁର ମିଶାଇ ସେଥିରେ ଚୁଲା ମିଶାଇ ଚଢାନ୍ତୁ। ଏବଂ ଗୁଡ଼ ଚଣାର ଭୋଗ ଲଗାଇ ଭଗବାନ ହନୁମାନଙ୍କର ଆଳତୀ କରନ୍ତୁ। ଏମିତି କଲେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ମଙ୍ଗଳବାରକୁ ଭଗବାନ ହନୁମାନଙ୍କର ବାର ବୋଲି ମାନାଯାଏ। କାରଣ ମଙ୍ଗଳବାର ଦିନ ହନୁମାନଙ୍କର ଜନ୍ମ ହୋଇଥିଲା। ଏବଂ ଏହି ଦିନ ବଜରଙ୍ଗୀ ବାଲିଙ୍କର ପୂଜା କଲେ ମନୁଷ୍ୟକୁ ସବୁ ପ୍ରକାରର ଦୁଃଖ କଷ୍ଟ କ୍ଳେଶରୁ ମୁକ୍ତି ମିଳିଥାଏ। ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସାରିବା ପରେ ଆପଣ ଚାହିଁଲେ ବର ଗଛର ପତ୍ରରେ ଏହି ଉପାୟ କରି ପାରିବେ। ଗୋଟିଏ ବର ଗଛର ପତ୍ର ନିଅନ୍ତୁ ତାହାକୁ ସଫା ପାଣିରେ ଧୋଇ ଦିଅନ୍ତୁ ଏବଂ ଏହି ପତ୍ରକୁ କିଛି ସମୟ ପାଇଁ ଭଗବାନ ହନୁମାଙ୍କର ସାମ୍ନାରେ ରଖିଦିଅନ୍ତୁ ଏବଂ ଏହା ଉପରେ ଶ୍ରୀ ରାମ ଲେଖନ୍ତୁ। ଏହି ପତ୍ର ଆପଣ ନିଜ ପର୍ସରେ ରଖିଦିଅନ୍ତୁ। ଏହି ପରି କଲେ ଆପଣଙ୍କ ପର୍ସକୁ ପଇସା ଆସିବାକୁ ଲାଗେ। ଯେବେ ଏହି ପତ୍ର ଶୁଖିଯାଏ ତ ଏହି ପତ୍ରକୁ ନଦୀରେ ଭସେଇ ଦିଅନ୍ତୁ। ଏହି ପ୍ରକାରରେ ଆପଣ ପୁଣି ଅନ୍ୟ ପତ୍ର ଆଣି ରଖନ୍ତୁ। ଯେଉଁ ବ୍ୟକ୍ତିର ମଙ୍ଗଳ ଭାରି ଥାଏ ସେହି ବ୍ୟକ୍ତିକୁ ଲାଲ ରଙ୍ଗର ମସୁର ଯାଇ କୌଣସି ଗରିବ ଭିକାରୀଙ୍କୁ ଦାନ ଦେବା ଉଚିତ। ଏହା ଦ୍ବାରା ମଙ୍ଗଳ ଦୋଷ ଦୂର ହୁଏ। ତା ସହିତ ଆପଣ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ସାମ୍ନାରେ ଦୀପ ଜଳାଇ ହନୁମାନ ଚାଳିସା ପାଠ କରନ୍ତି ତ ଆପଣ ମାଲାମାଲ ହୋଇପାରନ୍ତି।

କିଛି ଜିନିଷ କୁହାଯାଇଛି ଯାହା ମଙ୍ଗଳବାର ଦିନ ହନୁମାନଙ୍କ ଉପାସନାରେ କରିବା ଉଚିତ ନୁହେଁ। ଏହି ଦିନ ଦେବାଳୟରେ ଭକ୍ତଙ୍କର ଲମ୍ବା ଧାଡି ଲାଗେ। ବଜରଙ୍ଗବାଲୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁ ଲୋକ ନିଜ ନିଜର ହିସାବରେ ଉପାୟ କରନ୍ତି। କିନ୍ତୁ ମଙ୍ଗଳବାର ଦିନ ଏମିତି କାମ ଅଛି ଯାହା ଆପଣଙ୍କୁ କରିବା ଉଚିତ ନୁହେଁ।

ଖାସ କରି ମହିଳାଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ କି ସୌନ୍ଦର୍ଯ୍ୟ ମାନେ ବ୍ୟୁଟି ସମ୍ବଦ୍ଧିତ ଯାହାବି ଜିନିଷ ଥାଏ ତାହା ଆପଣ ମଙ୍ଗଳବାର ଦିନ କିଣିବା ଅନୁଚିତ। ଏହା ଦ୍ବାରା ପତି ପତ୍ନୀଙ୍କ ସମ୍ବଦ୍ଧରେ ମତଭେଦ ଆସେ। ମଙ୍ଗଳବାର ଦିନ ଯଦି ମହିଳାମାନେ ଏହି କାମ କରନ୍ତି ତ ପତି ପତ୍ନୀଙ୍କ ଜୀବନରେ ଅସୁବିଧା ଆସିଥାଏ। ଯଦି ଆପଣଙ୍କୁ ଲାଗେ କି ଆପଣ ଏପରି କିଛି କରୁଛନ୍ତି ତ ଏହା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ବ୍ୟୁଟି ସମ୍ବଦ୍ଧିତ ଜିନିଷ କିଣୁଛନ୍ତି ତ ସୋମବାର କିମ୍ବା ଶୁକ୍ରବାର ଦିନ କିଣନ୍ତୁ। ଏହା ବହୁତ ଭଲ ହୋଇଥାଏ।

କିଛି ଲୋକ ମଙ୍ଗଳବାର ଦିନ କ୍ଷୀରରେ ତିଆରି ଜିନିଷକୁ କିଣି ଥାନ୍ତି। ମିଠା ଯେପରି ବରଫି ଆଦି କିଣିବା ଉଚିତ ନୁହେଁ। ସବୁବେଳେ ଆପଣ ଦେଖିଥିବେ ହନୁମାନଙ୍କୁ ବୁନ୍ଦୀର ଲଡୁ ଚଢାଯାଏ। କ୍ଷୀରକୁ ଚନ୍ଦ୍ରମାର କାରକ ବୋଲି ମାନାଯାଏ। ଚନ୍ଦ୍ରମା ଏବଂ ମଙ୍ଗଳ ଜଣେ ଜଣଙ୍କ ବିରୋଧୀ ବୋଲି ମାନାଯାଏ ଏଥିପାଇଁ ମଙ୍ଗଳବାର ଦିନ ଧଳା ରଙ୍ଗର କିମ୍ବା କ୍ଷୀରରେ ପ୍ରସ୍ତୁତ ଜିନିଷକୁ ଭୋଗ ଲଗାନ୍ତୁ ନାହିଁ।କେଶର କିମ୍ବା ବୁନ୍ଦିରେ ତିଆରି ଲଡୁ ଭୋଗ ଲଗାନ୍ତୁ।

ଭଲ ଦିନ ଏବଂ ବାରରେ ମାଂସ ମଦର ସେବନ କରିବା ଉଚିତ ନୁହେଁ। ଏହିପରି କଲେ ମାନାଯାଏ କି ଯଦି ଆପଣ ମଦ ମାଂସ ଖାଆନ୍ତି ତେବେ ଆପଣ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ। ଏହା ଆପଣଙ୍କ ଇଛା କିନ୍ତୁ ଯେଉଁ ଲୋକ ଭଗବାନଙ୍କର ଉପାସନା କରନ୍ତି ସେହି ଲୋକ ଏହି କଥାର ଧ୍ୟାନ ରଖିବା ଉଚିତ ନଚେତ ମାନାଯାଏ କି ଖର୍ଚ୍ଚରେ ବୃଦ୍ଧି ହୁଏ। ଘରେ ରୋଗ ଉତ୍ପନ ହୁଏ। ମଙ୍ଗଳବାର ଦିନ ମନୁଷ୍ୟର ମଙ୍ଗଳ ଗ୍ରହ ଭାରି ହୋଇଥାଏ ଯଦି ସେହି ଦିନ ମନୁଷ୍ୟ ମଦ ମାଂସର ସେବନ କରେ ତ ତାହା ଭିତରେ କ୍ରୋଧ ଆହୁରି ଅଧିକ ବୃଦ୍ଧି ହୋଇଯାଇଥାଏ। ଏଥି ପାଇଁ ଏହିସବୁ ଜିନିଷ ମଙ୍ଗଳବାର ଦିନ ନିଷେଧ ମାନାଯାଏ।

ମଙ୍ଗଳବାର ଦିନ କଳା ବସ୍ତ୍ର ଆପଣ ଧାରଣ କରନ୍ତୁ ନାହିଁ କି କିଣନ୍ତୁ ନାହିଁ। ଲାଲ ରଙ୍ଗର ବସ୍ତ୍ର ପିନ୍ଧିଲେ ମଙ୍ଗଳଦୋଷର ଯଦି ଆପଣଙ୍କର ଜୀବନରେ ପ୍ରବାହ ଥାଏ ତ ତାହା ଆପଣଙ୍କ ଜୀବନରେ କମ ହୁଏ ଏହି ଦିନ ଆପଣ ଲୁହାର ସାମଗ୍ରୀ ମଧ୍ୟ ଆଣନ୍ତୁ ନାହିଁ। କଇଁଚି ନେଲ କଟର ଆଦି କିଣନ୍ତୁ ନାହିଁ। ଯଦି ଗାଡି କିମ୍ବା କାର କିଣନ୍ତି ତ ଡେଲିଭରି ନିଅନ୍ତୁ ନାହିଁ। ଘରର ଉତ୍ତର ପୂର୍ବ ଦିଗ ମାନେ ଐଶ୍ଵନ୍ୟ କୋଣରେ ଆପଣ କେବେବି ଲୁହାର ଜିନିଷ ବା କଢେଇ ରଖନ୍ତୁ ନାହିଁ। ଏହା ଆପଣଙ୍କୁ ଅଶୁଭ ଫଳ ଦେଇଥାଏ। ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ଭାରି ହୋଇଥାଏ ତ ମହିଳାମାନେ ମଙ୍ଗଳବାର ଦିନ ମୁଣ୍ଡ ଧୁଅନ୍ତୁ ନାହିଁ ଏହା ତାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ସହିତ ପୁରୁଷମାନେ ବି ଏହି ଦିନ ନଖ ଏବଂ ଚୁଟି ମଧ୍ୟ କାଟନ୍ତୁ ନାହିଁ। ଏମତି କଲେ ମଙ୍ଗଳଦୋଷ ଲାଗିଥାଏ।

ଏହି ଦିନ କରଜ ନେବା କିମ୍ବା ଦେବା ଉଚିତ ନୁହେଁ। କାରଣ ଏହି ଦିନକୁ ବହୁତ ଭାରି ଦିନ ମାନାଯାଏ। ଏମିତି କଲେ ଧନହାନି ହୋଇଥାଏ। ଏହି ଦିନ ଟଙ୍କା ଦେବା ନେବା କଲେ ତାହାକୁ ଶୁଝିବା ବା ମିଳିବା ବହୁତ କଷ୍ଟକର ହୋଇପଡେ।

ମଙ୍ଗଳବାର ଦିନ ଝୁଣାର ଧୂଆଁ ଦିଅନ୍ତୁ ନାହିଁ। ଏମିତି କେବେବି କରନ୍ତୁ ନାହିଁ। ନଚେତ ଅଗ୍ନି ଦେବତା ରାଗିଥାନ୍ତି।

ମଙ୍ଗଳବାର ଦିନ ଝାଡୁ କିଣିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ମଙ୍ଗଳବାର ଦିନ ଯଦି ଆପଣ ଭଗବାନ ଗଣେଶଙ୍କର ପୂଜା କରନ୍ତି ତେବେ ଭଗବାନ ଗଣେଶଙ୍କୁ ଲାଲ ଫୁଲ ଆଦି ପସନ୍ଦ ଯଦି ଅର୍ପଣ କରନ୍ତି ତ ତାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ମଙ୍ଗଳବାର ଦିନ ମହିଳାମାନେ ଏହି ଉପାୟ କରନ୍ତୁ ଯେଉଁମାନେ ଚିନ୍ତାରେ ଅଛନ୍ତି ତ ମନର ଶାନ୍ତି ପାଇଁ ୫ ଟି ଲାଲ ଫୁଲ ନିଅନ୍ତୁ ଘରର ଛାତ ଯଦି ଛାତ ନଥାଏ ତେବେ ଆପଣ ଘରର ପୂର୍ବ ଦିଗରେ ରଖନ୍ତୁ। ଆଉ ତା ପର ମଙ୍ଗଳବାର ଦିନ ଯାଏ ତାହାକୁ ଛୁଅନ୍ତୁ ନାହିଁ ତା ପର ମଙ୍ଗଳବାର ଦିନ ଆପଣ ସେହି ଫୁଲକୁ ଘରର ମନ୍ଦିରରେ ରଖି ଦିଅନ୍ତୁ। ଆପଣଙ୍କ ଜୀବନରେ ସମସ୍ତ ଚିନ୍ତା ଦୂର ହୋଇଯିବ।

ମଙ୍ଗଳବାର ଦିନ ତମ୍ବା ସୁନା କେଶର କସ୍ତୁରୀ ଗହମ ଲାଲ ଚନ୍ଦନ ଲାଲ ଗୋଲାପ ସିନ୍ଦୁର ଲାଲ ଫୁଲ ମସୁର ଡାଲି ଲାଲ ମରିଚ ଲାଲ ଅତର ଏହି ସବୁ ଜିନିଷର ଦାନ କରନ୍ତୁ। କୌଣସି ବି ଦେବୀ ମନ୍ଦିରରେ ଲାଲ ବାନା ଚଢାନ୍ତୁ ଏହାବି ଆପଣ ୫ ମଙ୍ଗଳବାର ଯଦି କରିବେ ତ ଆପଣଙ୍କ କାର୍ଯ୍ୟ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *