Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ମାଣବସା ଦିନ ତୁଲସୀ ଗଛ ମୁଳରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ବର୍ଷ ସବୁଠାରୁ ବଡ଼ ଓଷା ଗୁରୁବାର ମାଣବସା। ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ବର୍ଷ ବର୍ଷର ପୁରୁଣା ଗରିବ ହେବ ଦୂର।

ବନ୍ଧୁଗଣ ମାର୍ଗଶିର ମାସ ବର୍ଷର ସବୁଠାରୁ ପବିତ୍ର ମାସ ହୋଇଥାଏ ଓ ମାଣବସା ଗୁରୁବାର ଓଷା ବି ସବୁଠାରୁ ବର୍ଷର ଶେଷ ଏବଂ ବଡ଼ ଓଷା ହୋଇଥାଏ। ଏହି ମାସରେ ସବୁ ଓଡ଼ିଆ ବହୁମାନେ ଘରକୁ ପବିତ୍ର କରାଇ ଘରକୁ ସକାଳୁ ସକାଳୁ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାର୍ଗଶୀର ମାସ ଗୁରୁବାରରେ ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ସବୁ କଷ୍ଟ ଦୂର କରିବେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ। ଘରକୁ ଆସିବ ସୁଖ ଶାନ୍ତି ସମୃଦ୍ଧି ଏବଂ ତା ସହିତ ଜାଣିବା ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ପବିତ୍ର ମାର୍ଗଶୀର ମାସ ଗୁରୁବାରରେ।

ମାର୍ଗଶିର ମାସ ସବୁଠାରୁ ପବିତ୍ର ମାସ କାହିଁକି ହୋଇଥାଏ। ଶାସ୍ତ୍ର ଅନୁସାରେ ମାସ ସାରା ଘରକୁ ପରିଷ୍କାର କରାଯାଇ ସକାଳୁ ସକାଳୁ ଉଠି ମାଣ ବସା ଯାଇ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମନୁଷ୍ୟ ପୂଜା ପାଠ ଠାରୁ ଆରମ୍ଭ କରି ଉପବାସ ପର୍ଯ୍ୟନ୍ତ କେତେ କଣ କରିଥାଏ। ଯଦି ଆପଣ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ମାର୍ଗଶୀର ମାସ ଗୁରୁବାର ମାଣବସା ଦିନ ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଏହା ସହିତ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ।

ବନ୍ଧୁଗଣ ମା ଲକ୍ଷ୍ମୀ ମାର୍ଗଶିର ମାସ ଗୁରୁବାର ଦିନ ଧରିତ୍ରୀକୁ ଆସି ଦେଖୁଥାନ୍ତି ଯେ କିଏ କେମିତି ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି ଏବଂ ମା ଲକ୍ଷ୍ମୀ ଧରିତ୍ରୀକୁ ଆସି ସାରିବା ପରେ ଏହି ମାସରେ ସବୁଠି ପବିତ୍ର ହିଁ ପବିତ୍ର କାର୍ଯ୍ୟ ହୋଇଥାଏ। ଏମିତି ମାନ୍ୟତା ଅଛି ଯେ ମା ଲକ୍ଷ୍ମୀ ଧରିତ୍ରୀକୁ ଆସିବା ପରେ ପ୍ରଥମେ ତୁଳସୀ ପୂଜାର ପ୍ରାଥନାକୁ ପ୍ରଥମେ ସ୍ୟୁକାର କରିଥାନ୍ତି। ଗୁରୁବାର ମାଣବସା ଏହାର ବିଶେଷ ମହତ୍ୱ ରହିଛି। ଏମିତି ମାନ୍ୟତା ଅଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ୱାରା ଘରେ ଧନ ଧାନ୍ୟ ସୁନା ଭଣ୍ଡାର ଭରି ଯାଇଥାଏ। ମାଣବସା ଗୁରୁବାର ବ୍ରତ କରିବା ଦ୍ୱାରା ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ବହୁତ ପୁଣ୍ୟ ମିଳିଥାଏ। ମାନ୍ୟତା ଅଛି କି ଏହି ପୁଣ୍ୟ ୧୦୦ ଟି ଗାଈର ଦାନ କରିବା ସହିତ ସମାନ ହୋଇଥାଏ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ସହଜ ଉପାୟ ହେଲା ତୁଳସୀଙ୍କର ପୂଜା କରିବା। ତୁଳସୀ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏମିତି କୁହାଯାଏ ଯେ ଯେଉଁ ପୂଜା ଯଜ୍ଞର ପ୍ରସାଦରେ ଯଦି ତୁଳସୀ ପତ୍ର ନପଡ଼ିଥାଏ ତ ସେହି ଭୋଗକୁ ଭଗବାନ ବିଷ୍ଣୁ ଗ୍ରହଣ କରନ୍ତି ନାହିଁ।

ଶାସ୍ତ୍ରରେ କୁହାଯାଇଛି ମାର୍ଗଶୀର ମାସ ଗୁରୁବାର ଦିନ ତୁଳସୀ ପୂଜା କରିବାରେ ଆପଣଙ୍କର ଅନେକ ପାପ ନଷ୍ଟ ହୋଇଯାଏ। ତୁଳସୀଙ୍କର ପୂଜା କରିବା ପାଇଁ ଗୋଟିଏ ଢାଳରେ ପବିତ୍ର ଜଳ ପ୍ରଥମେ ନିଅନ୍ତୁ ଏବେ ଏହି ଜଳରେ ଗୋଟେ ଚାମଚ କ୍ଷୀର ଢାଳି ଦିଅନ୍ତୁ ଏବଂ ଏହି କ୍ଷୀରରେ ଗୋଟିଏ ଚାମଚ ଚିନି ଦଳିଦେବେ ଗଙ୍ଗା ଜଳ ମଧ୍ୟ ଢାଳିଦେବେ ଏବଂ ଅଳ୍ପ କିଛି ହଳଦୀ ଗୁଣ୍ଡ ଢାଳି ଦେବେ ଏବଂ ଏହି ଜଳକୁ ମା ତୁଳସୀଙ୍କୁ ପୂଜା କରିବା ସମୟରେ ଢାଳି ଦିଅନ୍ତୁ। ଧ୍ୟାନ ରଖିବେ କି ଏହି ଜଳ ବନେଇବା ପାଇଁ ଆପଣ କେବେବି ତମ୍ବାର ଢାଳ ବ୍ୟବହାର କରିବେ ନାହିଁ କାହିଁକିନା ତମ୍ବା ଢାଳରେ ଯଦି କ୍ଷୀର ଦିଆଯାଏ ବିଷ ବନିଯାଏ। ଯଦି ଆପଣଙ୍କ ପାଖରେ ଫୁଲ ଥିବ ତାହେଲେ କିଛି ଫୁଲ ଏହି ଜଳରେ ଅବଶ୍ୟ ପକେଇ ଦେବେ। ଜଳ ଅର୍ପଣ କରିଥିବା ସମୟରେ ଆପଣ ଭଗବାନ ବିଷ୍ଣୁଙ୍କର ଦ୍ଵାଦଶ ମନ୍ତ୍ରକୁ ଜପ କରିବେ। ଓଁ ନମଃ ଭଗବତେ ବାସୁଦେବାୟ। ଜଳ ଅର୍ପଣ କରିବା ସମୟରେ ଏବେ ଆପଣ ତୁଳସୀର ସାମ୍ନାରେ ଗୋଟେ ଶୁଦ୍ଧ ଘିଅରେ ଦୀପ ଜାଳନ୍ତୁ।

ଆପଣ ଗୋଟିଏ ଲାଲ ରଙ୍ଗର ଚିଟ କପଡା ନେବେ ମା ତୁଳସୀଙ୍କ ଦେହରେ ଚଢାଇ ସାରିବା ପରେ ଆପଣ ପୁଣି ଥରେ ଭଗବାନ ବିଷ୍ଣୁଙ୍କର ଓଁ ନମଃ ଭଗବତେ ବାସୁଦେବାୟ ଦ୍ଵାଦଶ ମନ୍ତ୍ରକୁ ୧୦୮ ଥର ଜପ କରିବେ। ଯଦି ହୋଇପାରିବ ତ ଆପଣ ମାଳ ଜପ କରିପାରିବେ। ଜପ କରିସାରିବା ପରେ ତୁଳସୀଙ୍କ ଚାରିପଟେ ୧୧ ଥର ପରିକ୍ରମା କରିବେ। ପରିକ୍ରମା କରିବା ସମୟରେ ବି ଯଦି ଆପଣ ମନରେ ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ର ଜପ କରିବେ ତ ଏହା ବହୁତ ଶୁଭଦାୟକ ହୋଇଥାଏ। ଏହି ପ୍ରକାରରେ ତୁଳସୀ ପୂଜା କରି ସାରିବା ପରେ ଆପଣ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଏବଂ ମା ତୁଳସୀଙ୍କୁ ସ୍ୱଚ୍ଛ ମନରୁ ପ୍ରାର୍ଥନା କରିବେ ଏବଂ ଆପଣଙ୍କର ଯାହାବି ସମସ୍ୟା ଥିବ ତାକୁ ମା ତୁଳସୀଙ୍କୁ କହିବେ। ଆଉ ସେହିସବୁ ସମସ୍ୟାକୁ ଦୂର କରିବା ପାଇଁ ପ୍ରାର୍ଥନା କରିବେ ଆପଣଙ୍କର ଯାହାବି ମନସ୍କାମନା ଥିବ ମା ତୁଳସୀଙ୍କୁ କହିବେ ଆଉ ତାହା ପୂରଣ ହେଉ ବୋଲି ପ୍ରାର୍ଥନା କରିବେ। ମା ତୁଳସୀ ଦେବୀ ନିଶ୍ଚୟ ଆପଣଙ୍କ ପ୍ରାର୍ଥନା ଶୁଣିବେ। ଏହା କରିବା ଦ୍ୱାରା ଆପଣଙ୍କର ମନସ୍କାମନା ବହୁତ ଶୀଘ୍ର ପୁରଣ ହୋଇଯିବ। ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି ଯେ ମାଣବସା ଗୁରୁବାର ଦିନ ମା ତୁଳସୀଙ୍କୁ ଦର୍ଶନ କରିବାରେ ଛୁଇଁବାରେ ଏବଂ ନମସ୍କାର କରିବାରେ ବା ସ୍ତୁତି କରିବାରେ ବା ଜଳ ଏବଂ କ୍ଷୀର ଢାଳିବାରେ ମନୁଷ୍ୟ ନିଜ ଜୀବନରେ ସୁଖରେ ବ୍ୟତୀତ କରି ଭଗବାନ ବିଷ୍ଣୁ ଲୋକରେ ନିବାସ କରିଥାଏ। ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ସହିତ ତୁଳସୀ ମାଙ୍କ ପୂଜା କରିବା ଦ୍ୱାରା ସବୁ ପାପ ଧୋଇ ହୋଇଯାଇଥାଏ। ଭାଗବତରେ ଏହା ଲେଖା ଅଛି ଯେ ଯେଉଁଠାରେ ତୁଳସୀର ଗୋଟିଏ ବି ଗଛ ରହିଥାଏ ସେଠାରେ ତ୍ରିଦେବ ମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ନିବାସ ହୋଇଥାଏ। ଏହି ଗ୍ରନ୍ଥରେ ବର୍ଣ୍ଣିତ ଅଛି କି ମା ତୁଳସୀଙ୍କର ସେବା କରିବାରେ ମନୁଷ୍ୟର ବର୍ଷ ବର୍ଷର ସବୁ ପାପ ଧୋଇଯିବ।

ଏହିପରି ତୁଳସୀ ପୂଜା ମା ଲକ୍ଷ୍ମୀଙ୍କ ପୂଜା କରିବା ସହ ବି ଆପଣ କିଛି କଥାର ବିଶେଷ ଧ୍ୟାନ ରଖିବା ଉଚିତ। ତୁଳସୀ ମାଙ୍କ ପୂଜା ସ୍ନାନ କରି ସାରିବା ପରେ ହିଁ କରିବେ। ତୁଳସୀ ପୂଜା କରିବା ସମୟରେ ଆପଣ ଭୁଲରେ ବି ଜୋତା ପିଦ୍ଧିବେ ନାହିଁ। ତୁଳସୀ ମାଙ୍କ ଆଖପାଖରେ ଜୋତା ରଖିବେ ନାହିଁ। ଝାଡୁ ତୁଳସୀ ଗଛ ପାଖରେ ରଖିବେ ନାହିଁ କି କୌଣସି ଅଶୁଦ୍ଧ ବସ୍ତୁକୁ ବି ମଧ୍ୟ ରଖିବେ ନାହିଁ। ଏହି ଦିନରେ ଆପଣ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ବି ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ ଏବଂ ମା ତୁଳସୀଙ୍କୁ କେବେବି ସନ୍ଧ୍ୟା ସମୟରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହିଦିନ ମା ମାନେ ପୂଜାର ପ୍ରସାଦ ଗ୍ରହଣ କରିବେ ନହେଲେ ଅରୁଆ ଖାଇ ନିଜର ଦିନ ବିତେଇବେ। ଉସୁନା କିମ୍ବା ଆମିଷ ଜିନିଷ ଖାଇବେ ନାହିଁ। ଏହି ନିୟମ ଗୁରୁବାର ମାଣବସା ଦିନ ନିଶ୍ଚୟ ଧ୍ୟାନ ରଖିବେ।

ଏବେ ଆସନ୍ତୁ ଜାଣିବା ମାର୍ଗଶିର ମାସ ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ।

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ। ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ। ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ବାର ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଏ। ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଉପରେ ଦୁଃଖ ପ୍ରବେଶ କରେ ନାହିଁ।

ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କଣ କରିବା ଉଚିତ ନୁହେଁ। ଏହା ସହିତ ବୃହସ୍ପତି ବାର ଅର୍ଥାତ ଗୁରୁବାରରେ କଣ କଲେ ଶୁଭଫଳ ମିଳିଥାଏ।

ଗୁରୁବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଏହିଦିନ ସକାଳୁ ଉଠି ଘର ଦ୍ୱାର ସଫା କରିବା ଆବଶ୍ୟକ।

ସକାଳୁ ଉଠିବା ପରେ ବାସୀ ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ। ପ୍ରଥମେ ବାସୀ ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ।

ଗୁରୁବାର ଦିନ ପ୍ରଥମେ ତୁଳସୀ ଚୁଉରା ନିକଟରେ ବୁନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ।

ଗୁରୁବାର ବୃହସ୍ପତିଙ୍କୁ ସମର୍ପଣ ହୋଇଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପସନ୍ଦ। ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

ଗୁରୁବାର ଦିନ ହଳଦିଆ ଵସ୍ତୁ ଦାନ କରିବା ଶୁଭ ହୋଇଥାଏ। ଏହି ଦିନ ହଳଦୀ ଚଣା ଡାଲି କିମ୍ବା କଦଳୀ ଦାନ କରନ୍ତୁ। ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ।

ଗୁରୁବାରକୁ ମା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଏ। ତେଣୁ ଏହିଦିନ ଗୋଟିଏ ଲାଲ ରଙ୍ଗର କପଡା ଉପରେ କିଛି ଧଳା ଧାନ ବିଛାଇ ମା ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଧଳା ଫୁଲ ମଧ୍ୟ ମାଙ୍କ ଉପରେ ଚଢାନ୍ତୁ।

ଗୁରୁବାର ଦିନ ଭୁଲରେ ମଧ୍ୟ ଆମିଷ ରାଦ୍ଧନ୍ତୁ ନାହିଁ କିମ୍ବା ଖାଆନ୍ତୁ ନାହିଁ।

ଗୁରୁବାର ଦିନ ୧୨ଟା ପରେ କାହାକୁ ମଧ୍ୟ ଭିକ୍ଷାରେ ଦିଅନ୍ତୁ ନାହିଁ। ଏହି ବାରରେ କାହାକୁ ମଧ୍ୟ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଏପରି କଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ।

ଗୁରୁବାର ଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ନିଶେଧ ହୋଇଥାଏ।

ସନ୍ଧ୍ୟା ସମୟରେ ଝୁଣା ଲଗେଇ ଘର ସାରା ବୁଲାନ୍ତୁ। ଏହା ଦ୍ୱାରା ଗୃହର ବାତାବରଣ ଶୁଦ୍ଧ ରହିବା ସହିତ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *