Excuse Me Odisha

ଯାହା କହିବୁ ସତ କହିବୁ

୧୪ ଡିସେମ୍ବରରୁ ଆରମ୍ଭ ଖରମାସ, ଏଭଳି କାର୍ଯ୍ୟ କଲେ ମିଳିବ ପୁଣ୍ୟ। ଭୁଲରେ କରନ୍ତୁ ନାହିଁ ଶୁଭ କାର୍ଯ୍ୟ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମ ସନାତନ ଧର୍ମକୁ ପୁରୁଣା ଧର୍ମ ମଧ୍ୟରେ ଗଣା ଯାଏ। ଏହି ଧର୍ମରେ ପ୍ରତ୍ୟେକ କାର୍ଯ୍ୟ ଶୁଭ ମୂହୁର୍ତ୍ତ ଅନୁସାରେ କରାଯାଏ। ସୂର୍ଯ୍ୟର ଚଳନ ଉପରେ ମଧ୍ୟ ଧ୍ୟାନ ରଖାଯାଏ। ଏହି ଧର୍ମରେ ଖରମାସରେ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଯେତେବେଳେ ସୂର୍ଯ୍ୟ ବୃହସ୍ପତି ରାତିରେ ଗୋଚର କରିବେ, ସେତେବେଳେ ଖରମାସ ଆରମ୍ଭ ହୋଇଥାଏ। ସୂର୍ଯ୍ୟର ଚଳନ ଏହି ସମୟରେ ଧୀର ହୋଇଯାଏ ବୋଲି ମାନ୍ୟତା ରହିଛି।

ଏଥିଯୋଗୁଁ ବିବାହ, ଚୁଟି ପକାଇବା, ନାମକରଣ, ଯଜ୍ଞ, ଗୃହ ପ୍ରବେଶ ଭଳି କାର୍ଯ୍ୟ କରିବା ଉଚିତ ନୁହେଁ। ସୂର୍ଯ୍ୟ ଯେତେବେଳେ ବୃହସ୍ପତି ରାଶିରେ ଭ୍ରମଣ କରନ୍ତି, ସେହି ସମୟ ପ୍ରାଣୀ ଜଗତ ପାଇଁ ଅଶୁଭ ବୋଲି ମାନ୍ୟତା ରହିଛି।ଏହି ସମୟରେ ସୂର୍ଯ୍ୟ ଧୀର ଗତିରେ ଗୋଚର କରନ୍ତି।

ଖରମାସର ଆରମ୍ଭ ୧୪ ଡିସେମ୍ବରରୁ ଆରମ୍ଭ ହୋଇ ୧୪ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୧୪ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ବାରଣ କରାଯାଇଛି। ଏହିସମୟରେ ନୂଆ ଗୃହ ନିର୍ମାଣ ଆରମ୍ଭ କରିବା ଉଚିତ ନୁହେଁ। ଖରମାସକୁ ନେଇ ହିନ୍ଦୁ ଧର୍ମରେ ବିଶେଷ ନିୟମ ରହିଛି ଏବଂ ଏହାକୁ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି।

ଏହି ନିୟମକୁ ସଠିକ ଭାବରେ ପାଳନ କରନ୍ତୁ –

ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ବିଶେଷ ରୂପରେ ପୂଜାର୍ଚ୍ଚନା କରନ୍ତୁ। ସର୍ବଦା ଗୀତା ପାଠ କରନ୍ତୁ। ବିଷ୍ଣୁ ସହସ୍ରନାମ ମଧ୍ୟ ପାଠ କରନ୍ତୁ। ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଜପ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ।

ଏହି ଖରମାସରେ ଦାନ ପୁଣ୍ୟ କରିବାର ମାନ୍ୟତା ରହିଛି। ଏହି ମାସରେ ସ୍ବାର୍ଥ ନରଖି ଦାନ କଲେ ଅନେକ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଆପଣ ନିଜର କ୍ଷମତା ଅନୁସାରେ ଅସହାୟ ଲୋକଙ୍କୁ ଦାନ ଦିଅନ୍ତୁ।

ଏହି ମାସରେ ତୁଳସୀ ଚଉରା ପୂଜା କରିବା ଉଚିତ। ସନ୍ଧ୍ୟା ସମୟରେ ତୁଳସୀ ଚଉରା ସମ୍ମୁଖରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଖରମାସ ଚାଲିଥିବା ସମୟରେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଉଚିତ ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଅନେକ ସମସ୍ୟା ଦୂର ହୋଇଯିବ। ଏହି ସମୟରେ ସୂର୍ଯ୍ୟଙ୍କ ଗତି ଦୁର୍ବଳ ଥାଏ, ତେଣୁ ତାଙ୍କର ପୂଜାର୍ଚ୍ଚନା କରିବା ଉଚିତ।

ଖରମାସ ଚାଲିଥିବା ସମୟରେ ଆପଣ ଗାଈକୁ ପୂଜାର୍ଚ୍ଚନା କରନ୍ତୁ ଏବଂ ଗାଈ ମୁଣ୍ଡରେ ତିଳକ ଲଗାଇ ଗୁଡ଼ ଚଣା ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଲାଭ ହୋଇଥାଏ। ଏହି ମାସରେ ଆପଣଙ୍କୁ ସାତ୍ୱିକ ହୋଇ ରହିବା ଆବଶ୍ୟକ। ଏହି ସମୟରେ ପିତଳ ବାସନରେ ଭୋଜନ କରିବା ସହିତ ଭୂମିରେ ଶୋଇବା ଉଚିତ।

ଏଭଳି ଭୁଲ କରନ୍ତୁ ନାହିଁ –

ଏହି ମାସର ଅବଧିରେ ବୈବାହିକ କାର୍ଯ୍ୟ, ଗୃହ ପ୍ରବେଶ, ଭୂମି ପୂଜନ, ମଣ୍ଡନ କରିବା, ଆଦି ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ। ନିଜ ମନରେ କାହା ପ୍ରତି ଖରାପ ଭାବନା ଆଣନ୍ତୁ ନାହିଁ। କାହାକୁ ମିଥ୍ୟା କୁହନ୍ତୁ ନାହିଁ ଏବଂ କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଏହି ମାସରେ ଆମିଷ, ମଦ୍ୟପାନ କରନ୍ତୁ ନାହିଁ, ଏହାସହିତ ପିଆଜ ରସୁଣ ମଧ୍ୟ ସେବନ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *