Excuse Me Odisha

ଯାହା କହିବୁ ସତ କହିବୁ

ମାଣବସା ଗୁରୁବାରରେ ପାଳନ କରନ୍ତୁ ଏହି ନିୟମ,ଧନର ଆଗମନ ହେବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାଣବସା ଗୁରୁବାର ପ୍ରଥମ ପାଳି କରନ୍ତୁ ଏହି ନିୟମ ଧନର ଆଗମନ ହେବ।

ଓଡ଼ିଶାରେ ମାର୍ଗଶୀର ମାସରେ ପ୍ରତି ଗୁରୁବାର ଦିନ ଏହି ମାର୍ଗଶୀର ଗୁରୁବାର ଓଷା ମାଣ ଓଷାକୁ ପାଳନ କରାଯାଇଥାଏ। ଏହାକୁ ମାଣବସା ଓଷା ମଧ୍ୟ କୁହନ୍ତି।ଏବଂ ଓଡ଼ିଶାରେ ସବୁ ପର୍ବ ଗୁଡିକ ମଧ୍ୟରୁ ଗୁରୁବାର ଓଷା ହେଉଛି ଅନ୍ୟତମ ପ୍ରଧାନ ପର୍ବ। ଗୁରୁବାର ଓଷା ଓଡ଼ିଶାର କଳା ସଂସ୍କୃତି ଖାଦ୍ୟ ପେୟ ଆନନ୍ଦ ଉତ୍ସ୍ୟବ ଏବଂ ସରଳ ବିଶ୍ୱାସର ଗୋଟିଏ ଶ୍ରେଷ୍ଠ ଉଦାହରଣ। ସେଥିପାଇଁ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ଯାଏଁ ସମସ୍ତଙ୍କ ଘରେ ଏହି ଓଷା ପାଳନ କରାଯାଇଥାଏ ଏବଂ ସେଥିପାଇଁ ମାର୍ଗଶୀର ମାସର ପ୍ରତି ଗୁରୁବାର ୪ ପାଳି ବା ୫ ପାଳି ମାଣ ବସାଯାଇଥାଏ। ଏହି ଓଷାର ଇଷ୍ଟ ଦେବୀ ହେଉଛନ୍ତି ମା ମହା ଲକ୍ଷ୍ମୀ। ଯିଏ ସମସ୍ତ ଲକ୍ଷଣର ଅଧିକାରିଣୀ। ସମସ୍ତ ପ୍ରକାରର ଶ୍ରୀ ବୈଭବ ଐଶ୍ୱର୍ଯ୍ୟ ଆନନ୍ଦ ସୁଖ ଶାନ୍ତିକୁ ଯିଏ ପ୍ରଦାନ କରିଥାନ୍ତି ସେ ମା ଲକ୍ଷ୍ମୀଙ୍କୁ ସମର୍ପିତ ଏହି ମାଣବସା ଓଷା ଏବଂ ଏହି ଦିନ ମାଣ ବସାଯାଇଥାଏ। ସେଥିପାଇଁ ଏହି ଓଷାର ନାମ ହେଉଛି ମାଣବସା ଏବଂ ମାଣ ବି ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ। ସେଥିପାଇଁ ମାର୍ଗଶୀର ମାସର ଯେଉଁ ୪ ପାଳି ବା ୫ ପାଳିରେ ଯେଉଁ ମାଣକୁ ବସାଯାଇଥାଏ ତାକୁ ମାଣବସା ପାଳି କୁହାଯାଏ ଏବଂ ଯେଉଁ ପାଳିରେ ମାଣକୁ ବିସର୍ଜନ କରାଯାଏ ତାହାକୁ ମାଣ ଉଠାଇବା ପାଳି କୁହାଯାଏ। ଏବଂ ଏହି ମାଣବସା ସମସ୍ତ ପାଳି ମଧ୍ୟରେ ଅଦ୍ୟ ଗୁରୁବାର ମାର୍ଗଶୀର ମାସରେ ହେଉଛି ପ୍ରଥମ ଏବଂ ପ୍ରଧାନ। ତେଣୁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ପାଳି ମା ମହା ଲକ୍ଷ୍ମୀଙ୍କ ଉଦେଶ୍ୟରେ ଧାନ ମାଣକୁ ତାଙ୍କର ପ୍ରତୀକ ଭାବରେ ଗ୍ରହଣ କରି ବସାଯାଇଥାଏ ଏବଂ ଏହି ମାଣବସାର ପ୍ରଥମ ଗୁରୁବାର ପାଳି ଠାରୁ ୪ ପାଳି ବା ୫ ପାଳି ଧରି ମା ମହା ଲକ୍ଷ୍ମୀଙ୍କୁ ବିଧି ବିଧାନର ସହିତ ମାଣବସା ପାଳିକୁ ପାଳିତ କରାଯାଏ।

ଶାସ୍ତ୍ରରେ କୁହାଯାଇଛି ମାର୍ଗଶୀର ମାସ ହେଉଛି ଶ୍ରେଷ୍ଠ ମାସ। ତେଣୁ ଏହି ମାର୍ଗଶୀର ମାସଟି ମା ମହା ଲକ୍ଷ୍ମୀଙ୍କୁ ସମର୍ପିତ। ତେଣୁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ପୂର୍ବରୁ ଘର ଦ୍ୱାର ଲିପା ପୋଛା କରି ଭଲ ଭାବରେ ପରିଷ୍କାର କରି ଅରୁଆ ଚାଉଳର ପିଠଉରେ ଚିତା ପକାଯାଇଥାଏ କାରଣ ମା ଲକ୍ଷ୍ମୀଙ୍କୁ ପରିଷ୍କାର ପାରୁଛନ୍ନର ପ୍ରତୀକ। ଯେହେତୁ ମା ମହା ଲକ୍ଷ୍ମୀ ସ୍ଵୟଂ ସ୍ଵଛତାର ପ୍ରତୀକ ସେଥିପାଇଁ ଘର ଗୃହ ଅଗଣା ଏସବୁକୁ ଭଲସେ ଲିପା ପୋଛା କରାଯାଇଥାଏ । ନୂଆ ଅରୁଆ ଚାଉଳର ପିଠଉରେ ଚିତା ପକାଯାଇଥାଏ। ସୁନ୍ଦର ସୁନ୍ଦର ଭାବରେ ମା ଲକ୍ଷ୍ମୀଙ୍କର ପାଦ ପଦ୍ମ ଏବଂ ବିଭିନ୍ନ ପ୍ରକାରର ଝଣ୍ଟି ମଧ୍ୟ ପକାଯାଇଥାଏ। ହାତୀ ମୟୁର ଶୁଆ ଧାନ ଶୀଷା ଏହି ସବୁର ଚିତ୍ରକୁ କାନ୍ଥରେ ଝୁଣ୍ଟି ମଧ୍ୟରେ ଦିଆଯାଇଥାଏ। ନୂଆ ଅରୁଆ ଚାଉଳ ପିଠଉ ଏବଂ ଗେରୁ ରଙ୍ଗ ବା ଯାହାକୁ ଢ଼ାଉ ବୋଲି କୁହନ୍ତି ତା ସହିତ ହଳଦିଆ ମାଟି ଏବଂ ସେଥିରେ ଝୁଟିକୁ ପକାଇ ମା ମହା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ଅଗଣା ଠାରୁ ଆରମ୍ଭ କରି ଘରର ଫାଟକ ଦ୍ୱାର ଠାରୁ ଆରମ୍ଭ କରି ବାଡ଼ି ପର୍ଯ୍ୟନ୍ତ ଏବଂ ପ୍ରତ୍ୟକ କବାଟ ବା ଦ୍ୱାର ପାଖରେ ଏବଂ ଠାକୁର ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଝୁଟି ପକାଯାଇଥାଏ ଏବଂ ମା ମହା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ଡାଳ ପତ୍ର ପୁଷ୍ପ ଏବଂ ପଦ୍ମର ଝୁଣ୍ଟି ମଧ୍ୟ ପକାଯାଇଥାଏ। ଏହି ମାର୍ଗଶୀର ମାସ ହେଉଛି ଧାନ ଅମଳର ସମୟ। ତେଣୁ ଗାଁ ମାନଙ୍କରେ ଧାନ ଖଳାରେ ଧାନ ଆଣି ଜମା କରାଯାଏ ତେଣୁ ଧାନ ଅମଳର ଋତୁ ହୋଇଥିବା ଏହି ମାସରେ ମା ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କରି ମାଣବସା ଓଷା ପାଳନ କରାଯାଇଥାଏ। ଗୁରୁବାର ପୂର୍ବ ରାତିରେ ଗୋଟିଏ ମାଣ ଯାହା ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ।

ମାଣ ଆଣି ଖଟୁଲି ଆଣି ନୂଆ ମାଣକୁ ଭଲ ଭାବରେ ଧୋଇ ସେଥିରେ ମାଟି ଲେପି ଝୁଟି ପକାଯାଇଥାଏ। ଏବଂ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ପ୍ରାତଃ କାଳରେ ସ୍ନାନ ସାରି ଶୁଦ୍ଧ ହୋଇ ମାଣ ବସାଇବା ସ୍ଥାନରେ କୋଠି ଲେଖି ତା ଉପରେ ଖଟୁଲି କିମ୍ବା ପିଢ଼ା ଉପରେ ଆସନ ଆଦି ରଖାଯାଏ। ଏବଂ ସେଥିରେ ପୂର୍ବ ରାତିରୁ ମାଟି ଲେପି ଚିତା କରାଯାଇଥିବା ନୂଆ ମାଣଟିଏ ରଖାଯାଏ ଏବଂ ସେଥିରେ ଦେଉଳ ଆକାର କରି ଧାନ ରଖାଯାଏ ଏବଂ ତା ଉପରେ ନୂଆ ଲୁଗା କିମ୍ବା ବସ୍ତ୍ରକୁ ନାରୀ ମାନଙ୍କୁ ଯେପରି ସଜିତ କରାଯାଏ ସେହିପରି ନୂଆ ଓଢଣୀ ଦେଇ ମା ଲକ୍ଷ୍ମୀଙ୍କୁ ସଜେଇ ଦିଆଯାଏ। ମା ଲକ୍ଷ୍ମୀଙ୍କର ପିତଳ ମୂର୍ତି ଅଥବା ଫୋଟ ଚିତ୍ର ଅଥବା ଯେକୌଣସି ପ୍ରକାରର ମାଙ୍କର ମୂର୍ତି ରଖି ସଜା ଯାଏ। ଏବଂ ତାପରେ ସେହି ନାଲି ରଙ୍ଗର ଓଢଣୀ ଦିଆଯାଏ। ଏହାପରେ ଚନ୍ଦନ ସିନ୍ଦୁର ଧୂପ ଦୀପ ଇତ୍ୟାଦି ପଞ୍ଚ ଉପଚାରରେ ଗନ୍ଧ ପୁଷ୍ପ ଧୂପ ଦୀପ ଏବଂ ନୈବେଦ୍ୟ ଦେଇ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏବଂ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପରେ ଗୋଟିଏ ପରେ ଗୋଟିଏ ପୂଜା ନିଷ୍ଠାର ସହ କରନ୍ତୁ। ଏହି ମାର୍ଗଶୀର ଗୁରୁବାର ବିଷୟରେ ସ୍ୱୟଂ ମା ଲକ୍ଷ୍ମୀ କହିଛନ୍ତି। ମାର୍ଗଶୀର ମାସେ ଯେଉଁ ଆଦ୍ୟ ଗୁରୁବାର ସେଦିନ ଓଷାରୁ ସେଜ ଛାଡି ତତ୍ପର ଗୋମୟ ଜଳରେ ଘର ଦ୍ୱାର ଲିପିବ ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ଅର୍ଥାତ ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରି ତାପରେ ଗୋ ମୟ ଜଳ ଏବଂ ଗୋବରରେ ଘର ଦ୍ୱାର ଲିପା ପୋଛା ଯାଏ।

ଲକ୍ଷ୍ମୀ ପୁରାଣରେ କୁହାଯାଇଛି ମାର୍ଗଶୀର ମାସର ପ୍ରଥମ ଗୁରୁବାର ପାଳିର ପ୍ରାତଃ ସମୟରେ ଏହି ସବୁ କାର୍ଯ୍ୟ କରିବାକୁ କୁହାଯାଇଛି। ମାତ୍ର ସମୟ ଅଭାବରୁ ଗୁରୁବାର ଦିନ ପୂର୍ବରୁ ଏହିସବୁ କର୍ମ କରାଯାଏ। ନୂଆ ମାଣ ଗୋଟିଏ ଆଣି ତାକୁ ଭଲ ଭାବରେ ଧୋଇ ସେଥିରେ ମାଟିରେ ଲେପି ଭଲ ଭଲ ଚିତ୍ର ଅଙ୍କନ କରାଯାଏ। ତା ସହିତ ସ୍ନାନ କରି ଆସି ଗୁରୁବାର ପ୍ରାତଃ କାଳରେ ଚଉକି କିମ୍ବା ଖଟୁଲିକୁ ଆଣି ତାକୁ ଠାକୁର ଘରେ ସ୍ଥାପନା କରିବେ ଏବଂ ତାକୁ ଭଲ ଭାବରେ ଧୋଇ ଦେବେ। ସେହି ଖଟୁଲି ଉପରେ ଶୁକ୍ଳ ବର୍ଣ୍ଣର ଧାନ କିଛି ରଖି ତା ଉପରେ ମାଣ ରଖି ସେହି ଧାନ ମାଣରେ ଶୁକ୍ଳ ବର୍ଣ୍ଣର ଧାନକୁ ପରିପୂର୍ଣ୍ଣ କରି ତା ଉପରେ ହଳଦୀ ପାଣିରେ ଧୁଆ ହୋଇଥିବା ୩ ଗୋଟି ଗୁଆକୁ ଲକ୍ଷ୍ମୀ ନାରାୟଣଙ୍କ ଉଦେଶ୍ୟରେ ରଖାଯାଏ। ସେହି ଧାନ ମାଣ ଉପରେ ୩ ଗୋଟି ଗୁଆକୁ ହଳଦୀ ପାଣିରେ ଧୋଇ ରଖିବା ପରେ ତା ଉପରେ ପୂର୍ବ ଦିନରେ ପ୍ରସ୍ତୁତ ହୋଇଥିବା ଧାନ ମେଣ୍ଡା ଯାହା ଧାନ ସିସାକୁ ବାନ୍ଧି କରାଯାଇଥାଏ ଆଉ ତାହାକୁ ସେହି ମାଣ ଉପରେ ରଖାଯାଏ ଏବଂ ଧାନ ମାଣ ଉପରେ ଚୁଡ଼ ମୂଳା ଆଖୁ କଦଳୀ ଏମିତି ବିଭିନ୍ନ ପ୍ରକାରର ଫଳ ସହିତ ଫଳ ପୁଷ୍ପ ଏବଂ ମା ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗର ପୁଷ୍ପ ହେଉଛି ଗେଣ୍ଡୁ ଫୁଲ । ହଳଦିଆ ବା ନାଲି ରଙ୍ଗର ଗେଣ୍ଡୁ ଫୁଲକୁ ରଖାଯାଏ।

ଆଉ ସେହି ମାଣକୁ ନାଲି ରଙ୍ଗର ଓଢଣୀରେ ସଜେଇ ଧାନ ମେଣ୍ଡା ରଖି ପୂଜା କରାଯାଏ। ସେଥିପାଇଁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନକୁ ମାଣବସା ଗୁରୁବାର କୁହାଯାଏ। ଏବଂ ଏହି ଦିନ ପାଖରୁ ମା ଙ୍କର ଧାନ ମାଣର ପୂଜା କରାଯାଏ। ୪ ପାଳି କିମ୍ବା ୫ ପାଳି ଏବଂ ମା ଲକ୍ଷ୍ମୀଙ୍କର ଧ୍ୟାନ ମନ୍ତ୍ରରେ ମାଙ୍କୁ ଆବାହନ କରାଯାଏ। ଏହି ଦିନ ପ୍ରଥମେ ପ୍ରାତଃ ସମୟରେ ବାଳ ଭୋଗ ଲଗାଯାଏ। ଏହି ବାଳ ଭୋଗରେ ବିଭିନ୍ନ ପ୍ରକାରର ଫଳ ମୂଳ ମାଙ୍କୁ ସମର୍ପିତ କରାଯାଏ। କିନ୍ତୁ କୌଣସି ଖଟା ଫଳ ସମର୍ପିତ କରାଯାଏ ନାହିଁ। ଏହା ପରେ ଦିପ୍ରହରରେ ପଖୁଡ଼ୀ ଭୋଗ ଅର୍ପଣ କରାଯାଏ ଅର୍ଥାତ ଅନ୍ନ ଖେଚୁଡ଼ି ଡାଲି ଡାଲମା ଖଟା ଭଜା ଶାଗ ଯେହେତୁ ମା ଲକ୍ଷ୍ମୀଙ୍କର କୋଶଳ ଏବଂ ମୂଳା ଶାଗ ଅତ୍ୟନ୍ତ ପ୍ରିୟ ଏବଂ ପୁରୀ ଶ୍ରୀମନ୍ଦିରରେ ମଧ୍ୟ କେବଳ କୋଶଳ ଏବଂ ମୂଳା ଶାଗ ବ୍ୟତୀତ ଅନ୍ୟ କୌଣସି ଶାଗର ରନ୍ଧନର ବ୍ୟବସ୍ଥା ନାହିଁ ତେଣୁ ଗୁରୁବାର ପାଳିରେ ମା ଲକ୍ଷ୍ମୀଙ୍କୁ କୋଶଳ ମୂଳା ସାଗରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଶଙ୍ଖୁଡ଼ି ଭୋଗ ଦିଆଯାଇଥାଏ ଏବଂ ସେଥିରେ କିଛି ପିଠା ପଣାକୁ ମଧ୍ୟ ସଂଯୋଗ କରି ମା ମହା ଲକ୍ଷ୍ମୀଙ୍କ ପୂଜା କରାଯାଏ ଏବଂ ଏହି ପିଠାରୁ କିଛି ରଖି ସନ୍ଧ୍ୟା ସମୟରେ ମାଙ୍କୁ କିଛି ସନ୍ଧ୍ୟା ଭୋଗରେ ମଧ୍ୟ ପିଠା ପଣା ସମର୍ପଣ କରାଯାଏ। ଆରିସା କାକରା ମଣ୍ଡା ଘିଅ ପିଠା ବିଭିନ୍ନ ପ୍ରକାରର ପିଠାକୁ ପ୍ରସ୍ତୁତ କରାଯାଇ ମା ଲକ୍ଷ୍ମୀଙ୍କ ଉଦେଶ୍ୟରେ ପରସା ଯାଏ ଏବଂ ଭୋଗ ନୈବେଦ୍ୟ ସମର୍ପଣ କରାଯାଏ।

ମାର୍ଗଶୀର ମାସର ପ୍ରତ୍ୟକ ଗୁରୁବାର ପାଳିରେ ଏହିଭଳି ବାଳ ଭୋଗ ଶଙ୍ଖୁଡ଼ି ଭୋଗ ଏବଂ ସନ୍ଧ୍ୟା ଧୂପ ତିନି ଧୂପରେ ମାଙ୍କୁ ପୂଜା କରାଯାଇଥାଏ। ଏବଂ ଏହା ପରେ ପୁଷ୍ପାଞ୍ଜଳି ମନ୍ତ୍ରରେ ମାଙ୍କୁ ପୁଷ୍ପାଞ୍ଜଳି ନିବେଦନ କରାଯାଏ। ଓଁ ନମୋ ଦେବୀ ମାହା ଲକ୍ଷ୍ମୀ ସର୍ବ ସମ୍ପଦ ଦାୟିନୀ ସର୍ବ ଦୁଃଖ ହାରା ଦେବୀ ଗୃହାଣ କୁସୁମାଞ୍ଜଳି। ହେ ମା ମହା ଲକ୍ଷ୍ମୀ ଆମର ପୁଷ୍ପାଞ୍ଜଳିକୁ ଗ୍ରହଣ କରନ୍ତୁ। ତାପରେ ସ୍ତୁତି ମନ୍ତ୍ର ପାଠ ପାଠ କରି ମାଙ୍କୁ ପ୍ରସନ୍ନ କରାଯାଇଥାଏ। ଏବଂ ପରି ଶେଷରେ ମାଙ୍କୁ ପ୍ରଣାମ କରାଯାଇଥାଏ। ଏହି ପରି ଭାବରେ ବିଧି ବିଧାନର ସହିତ ସ୍ୱଛ ହୃଦୟରେ ନିଷ୍ଠାର ସହିତ ମା ମହା ଲକ୍ଷ୍ମୀଙ୍କ ପୂଜା କରି ମାର୍ଗଶିର ଗୁରୁବାର ବ୍ରତକୁ ପାଳନ କରାଯାଇଥାଏ। ଏବଂ ମା ଲକ୍ଷ୍ମୀଙ୍କର ଯେହେତୁ ପଦ୍ମ ଫୁଲ ପ୍ରିୟ ସେଥିପାଇଁ ପ୍ରତି ଗୁରୁବାର ଦିନ ମା ମହା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦେଇ ପୂଜା କରିଲେ ପୂଜାର ସୁଫଳ ମିଳିଥାଏ ଏବଂ ମା ଲକ୍ଷ୍ମୀ ସନ୍ତୁଷ୍ଟି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ତା ସହିତ ମାଙ୍କର ଧଳା ରଙ୍ଗ ଏବଂ ନାଲି ରଙ୍ଗ ଅତି ପ୍ରିୟ। ସେଥିପାଇଁ ଯେଉଁମାନେ ମାର୍ଗଶିର ଗୁରୁବାର ଦିନ ପୂଜା କରନ୍ତି ସେମାନେ ଧକା କିମ୍ବା ନାଲି ରଙ୍ଗର ବିସ୍ତ୍ରର ପରିଧାନ କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *