Excuse Me Odisha

ଯାହା କହିବୁ ସତ କହିବୁ

କରଜ ସୁଝି ପାରୁନଥିଲେ କରନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାରଜ ସୁଝି ପାରୁନଥିଲେ କରନ୍ତୁ ଏହି ଉପାୟ।

ବନ୍ଧୁଗଣ ଆସନ୍ତୁ ଜାଣିବା କେମିତି କଣ ଉପାୟ କଲେ କରଜରୁ ମୁକ୍ତି ପାଇପାରିବେ ବା ଋଣ ମୁକ୍ତ ହୋଇପାରିବେ। କରଜ କରିବା ପାଇଁ ବା ଋଣ କରିବା ପାଇଁ କେହି ବି ପସନ୍ଦ କରିନଥାନ୍ତି କେବଳ ବାଧ୍ୟରେ ବା ପରିସ୍ଥିତିରେ ପଡି ଋଣ କରିଥାନ୍ତି। ଯେମିତିକି ପିଲାଙ୍କ ପାଠ ପଢା ପାଇଁ ଘର ତିଆରି କରିବା ପାଇଁ ବିବାହ କରିବା ପାଇଁ ଅନେକ ଲୋକ କରଜ କରିଥାନ୍ତି। ତ କେହି କେହି ମଧ୍ୟ ଗାଡି ବା ଘରର ଆସବାପତ୍ର କିଣିବା ପାଇଁ ମଧ୍ୟ କରଜ କରିଥାନ୍ତି। ଏଣୁ କରଜ କରିବା ତ ବହୁତ ସହଜ ହୋଇଥାଏ କିନ୍ତୁ କେହି କେହି ଋଣ ସହଜରେ ସୁଝି ଦେଇପାରନ୍ତି କିନ୍ତୁ କାହା କାହା ଭାଗ୍ୟରେ ଏମିତି ଦୁର୍ଦଶା ଆସିଯାଏ କି କରଜ ଶୁଝିବାର କୌଣସି ବାଟ ମିଳିନଥାଏ। ବହୁତ ହତାଶ ହୋଇପଡ଼ିଥାନ୍ତି। କେହି କେହି ଆତ୍ମହତ୍ୟା କରିବା ପାଇଁ ବାଟ ଖୋଜିଥାନ୍ତି। ଯଦି କେହି ଏହି ଗୋଟିଏ କଥା ଅବଲମ୍ବନ କରିବେ ତାହେଲେ ଖୁବଶୀଘ୍ର ଆପଣଙ୍କୁ ବାଟ ମିଳିଯିବ। ଏହି ଉପାୟଟିକୁ ମଙ୍ଗଳାବାର ଦିନ କରିବେ। ଗୋଟେ ଶୁଖିଲା ନଡ଼ିଆ ଆଣନ୍ତୁ ଏବଂ ଗୋଟିଏ ଲାଲ ସୂତା ମଧ୍ୟ ଆଣନ୍ତୁ ଯଦି ଲାଲ ସୂତା ନାହିଁ ତେବେ ରକ୍ଷା ସୁତ୍ର ମଧ୍ୟ ଏହି କାର୍ଯ୍ୟରେ ଲଗେଇ ପାରିବେ ଏବଂ କିଛି ସିନ୍ଦୁର ଘିଅରେ ଗୋଳେଇ ରଖନ୍ତୁ। ଏହି ଲାଲ ରଙ୍ଗର ସୂତାଟି ଯେଉଁ ବ୍ୟକ୍ତି ଋଣ କରିଥିବେ ସେହି ବ୍ୟକ୍ତିଙ୍କର ଉଚ୍ଚତା ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଯେତିକି ଉଚ୍ଚତା ସେତିକି ଉଚ୍ଚତାର ଲାଲି ସୂତା ଖଣ୍ଡେ କାଟି ନିଅନ୍ତୁ।

ଘିଅରେ ଗୋଳା ହୋଇଥିବା ସିନ୍ଦୁରକୁ ଆଣି ସେହି ନଡ଼ିଆ ଉପରେ ସ୍ୱସ୍ତିକ ଚିହ୍ନ ଆଙ୍କି ଦିଅନ୍ତୁ ଏବଂ ଲାଲ ସୁତାକୁ ତା ଉପରେ ଗୋଡେଇ ନିଅନ୍ତୁ। ଆପଣଙ୍କର ଯିଏ ଇଷ୍ଟ ଦେବତା ଅର୍ଥାତ ଆପଣ ଯେଉଁ ଭଗବାନଙ୍କୁ ବିଶ୍ୱାସ କରୁଥିବେ ସେହି ଭଗବାନଙ୍କ ନିକଟରେ ବସି ତାଙ୍କୁ ପ୍ରାର୍ଥନା କରନ୍ତୁ। ମନେ ମନେ ତାଙ୍କୁ ପ୍ରାର୍ଥନା କରନ୍ତୁ ଯେ ହେ ପ୍ରଭୁ ମତେ ଏହି ବିପଦରୁ ରକ୍ଷା କରନ୍ତୁ। ମତେ ଏହି ଋଣରୁ ମୁକ୍ତ କରନ୍ତୁ। ମୁଁ ଏହି ଋଣର ଚକ୍ରବିହୁ ଭିତରେ ଫସି ଯାଇଛି ଆଉ ଏଥିରୁ ବାହାରିବାର କୌଣସି ବାଟ ପାଉନାହିଁ। ମତେ ଏହି ଋଣରୁ ମୁକ୍ତି କରନ୍ତୁ। ଏମିତି କରିବା ପରେ ଆପଣ ସେହି ନଡ଼ିଆ ଟିକୁ ନେଇ ନଦୀ କିମ୍ବା ଝରଣା ବା ଯେଉଁଠି ପାଣି ବହି ଯାଉଥିବ ସେହି ଜାଗାରେ ଭସେଇ ଦିଅନ୍ତୁ। ଯଦି ଏହି ପ୍ରକାରର ବହି ଯାଉଥିବା ସ୍ରୋତ ନଥାଏ ଆପଣଙ୍କ ପାଖରେ ତେବେ ଏହି ନଡ଼ିଆଟିକୁ ନେଇ କୌଣସି ଏକ ଅଶ୍ୱସ୍ତ ବୃକ୍ଷ ବା ଅସ୍ତ ଗଛ ମୂଳରେ ରଖି ଦେଇଆସନ୍ତୁ। ଏହି ଉପାୟ କରିବା ପରେ କିଛି ସୋରିଷ ନିଅନ୍ତୁ ଏବଂ ଘରର ବାହାର ପଟେ କାନ୍ଥ ମୂଳରେ ଚାରିପଟେ ବୁଣି ନିଅନ୍ତୁ। ଏହା କରିବା ଦ୍ୱାରା ଯଦି ୧ ମାସ ଭିତରେ କୌଣସି ବାଟ ନପାନ୍ତି ତେବେ ଆଉ ଗୋଟେ କାର୍ଯ୍ୟ ଅବଲମ୍ବନ କରନ୍ତୁ। ଦେଖିବେ ନିଶ୍ଚୟ ଋଣ ମୁକ୍ତ ହୋଇପାରିବେ। ଆଉ ଗୋଟିଏ ଉପାୟ ହେଉଛି।

ଆପଣଙ୍କ ଘର ପାଖରେ ଥିବା ଏକ ମନ୍ଦିର ୪ ଟି ମନ୍ଦିର ପାଖରୁ ଗୋଟିଏ ମନ୍ଦିର ବାଛନ୍ତୁ। ଯଦି ଆପଣଙ୍କ ଘର ପାଖରେ ମହାଦେବଙ୍କର ମନ୍ଦିର ଥାଏ ତେବେ ମାସରରେ ପ୍ରତ୍ୟକ ସୋମବାର ଆପଣ ସକାଳୁ ସ୍ନାନ କରି ମନ୍ଦିରକୁ ଯାଆନ୍ତୁ। କିଛି ନିଅନ୍ତୁ କି ନନିଅନ୍ତୁ ଯଦି ପାରିବେ ତ ଗୋଟିଏ ଦୀପ ଟିଏ ନେଇ ଜ୍ୱାଳାନ୍ତୁ। ଆଉ ଯଦି ପାରିବେ ତ କିଛି ବେଲ ପତ୍ର ନେଇ ଭଗବାନ ଶିବଙ୍କୁ ସମର୍ପଣ କରନ୍ତୁ ଏବଂ ମନ୍ଦିରରୁ ଖୁବଶୀଘ୍ର ଆସିବା ପାଇଁ କେବେବି ଚେଷ୍ଟା କରନ୍ତୁ ନାହିଁ ଅତି କମରେ ସେଠାରେ ଆପଣ ୧ ଘଣ୍ଟା ବସିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନ ଶିବଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ। ଓଁ ନମଃ ଶିବାୟ ମଧ୍ୟ ଜପ କରିପାରିବେ। ଏହିପରି ପ୍ରତ୍ୟକ ସୋମବାର ଯାଆନ୍ତୁ ଦେଖିବେ ଖୁବଶୀଘ୍ର ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଯଦି ଆପଣଙ୍କ ଘର ପାଖରେ ଶିବ ମନ୍ଦିର ନାହିଁ ଯଦି ହନୁମାନ ମନ୍ଦିର ଥାଏ ତେବେ ଆପଣ ପ୍ରତ୍ୟକ ମଙ୍ଗଳବାର ଦିନ ଦୀପ ଟିଏ ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ। ଯଦି ପାରୁଛନ୍ତି କିଛି ଭଲ କନ୍ଦମୂଳ ଯେଉଁଥିରେ କିଛି ନିଖୁଣ ହୋଇନଥିବ ସେମିତି ନିଖୁଣ କନ୍ଦମୂଳ କିଛି ନେଇଯାଆନ୍ତୁ ହନୁମାନଙ୍କ ପାଖରେ ଅର୍ପଣ କରନ୍ତୁ ଏବଂ ଦୀପଟିଏ ଜାଳନ୍ତୁ।

ଆଉ ଖୁବଶୀଘ୍ର ଆସିବାକୁ କେବେବି ଚେଷ୍ଟା କରନ୍ତୁ ନାହିଁ ଅତିକମରେ ୧ଘଣ୍ଟା ପର୍ଯ୍ୟନ୍ତ ସେଠାରେ ବସିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ସେଠାରେ ହନୁମାନଙ୍କ ମନ୍ତ୍ର ହେଉ କିମ୍ବା ହନୁମାନ ଚାଳିସା ହେଉ ପାଠ କରନ୍ତୁ। ଦେଖିବେ ଆପଣ ଖୁବଶୀଘ୍ର ଋଣ ମୁକ୍ତ ହୋଇଯିବେ। ଯଦି ଘର ପାଖରେ ଶନି ମନ୍ଦିର ଥାଏ ତେବେ ଶନିବାର ଦିନ ଏକ ଦୀପ ଟିଏ ନେଇ ଶନି ମନ୍ଦିର ଯାଆନ୍ତୁ। ସେହି ଦୀପଟି ମାଟି ଦୀପ ହୋଇଥିବା ଆବଶ୍ୟକ। ଏବଂ ସେହି ଦୀପରେ କିଛି ଅରୁଆ ଚାଉଳ କିଛି ରାଶି ଏବଂ ଗୋଟିଏ ଲୁହା କଣ୍ଟା ପକେଇ ଦିଅନ୍ତୁ ଏବଂ ରାଶି ତେଲରେ ବଳିତାଟିକୁ ସଜେଇ ସେହି ଦୀପଟିଏ ଲଗାନ୍ତୁ। ଯଦି ପାରିବେ କିଛି ଗୁଡ଼ ଏବଂ କିଛି ଭଜା ବୁଟ ନେଇ ତାଙ୍କୁ ଭୋଗ କରନ୍ତୁ। ଠିକ ସେମିତି ସେହି ମନ୍ଦିରରେ ୧ଘଣ୍ଟା ବସିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନ ଶନିଦେବଙ୍କର ମନ୍ତ୍ର ଜପ କରନ୍ତୁ। ଯଦି ଆପଣଙ୍କ ଘର ପାଖରେ ମା ଲକ୍ଷ୍ମୀଙ୍କ ମନ୍ଦିର ବା ରାଧା କୃଷ୍ଣ ମନ୍ଦିର କିମ୍ବା ବିଷ୍ଣୁ ମନ୍ଦିର ପାଖରେ ଥାଏ ତେବେ ଗୁରୁବାର ଦିନ ଆପଣ ସେହି ମନ୍ଦିରକୁ ଯାଆନ୍ତୁ ଯଦି ପାରିବେ ତ ପଦ୍ମ ଫୁଲ ନିଅନ୍ତୁ ଏବଂ ଗୋଟିଏ ଦୀପ ମଧ୍ୟ ନେଇ ଜଳାନ୍ତୁ। ପଦ୍ମ ଫୁଲଟି ନେଇ ଠାକୁରଙ୍କୁ ଅର୍ପଣ କରନ୍ତୁ। ଏବଂ ଦୀପ ଜାଳି କମସେକମ ୧ଘଣ୍ଟା ବସନ୍ତୁ ଏବଂ ତାଙ୍କର ନାମ ଜପ କରନ୍ତୁ ଏବଂ ଶେଷରେ ପ୍ରାର୍ଥନା କରନ୍ତୁ ଯେ କିଭଳି ସେ ଋଣରୁ ମୁକ୍ତି ପାଇବା ପାଇଁ ବାଟ ଦେଖାନ୍ତୁ। ଋଣରୁ ମୁକ୍ତ କରନ୍ତୁ। ଦେଖିବେ ଆପଣ ଖୁବଶୀଘ୍ର ଋଣ ମୁକ୍ତ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *