Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଥରେ ହେଲେ ବି ଏହି ଗଛକୁ ପୂଜା କରନ୍ତୁ ! ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୀବନରେ ଥରେ ହେଲେ ଏହି ବୃକ୍ଷକୁ ପୂଜା କରିବା ଉଚିତ ହୋଇଯିବେ କୋଟିପତି।

ବନ୍ଧୁଗଣ ବୃକ୍ଷ ହେଉଛି ମାନବ ଜୀବନର ଅବିଛେଦି ଅଙ୍ଗ। ଏମାନେ ଗତିଶୀଳ ନହେଲେ ମଧ୍ୟ ଜୀବନ ଅଛି ଓ ଏମାନେ ଶ୍ୱାସକ୍ରିୟା କରିବା ସହିତ ଅନୁଭବ କରିଥାନ୍ତି ତେଣୁ ବୃକ୍ଷ ମାନଙ୍କ ସ୍ଥାନ ମନୁଷ୍ୟ ଜୀବନରେ ସର୍ବତମ ହୋଇଥାଏ। ବୃକ୍ଷକୁ ପୃଥିବୀର ଫୁସଫୁସ ବୋଲି ଅବିହିତ କରାଯାଏ। ଶ୍ୱାସକ୍ରିୟାରେ ଅମ୍ଳଜାନ ସେମାନଙ୍କର ଦାନ ଅଟେ। ବୃକ୍ଷମାନଙ୍କୁ ଦେବତୁଲ୍ୟ କହିଲେ କୌଣସି ଖରାପ ହେବନାହିଁ। ଇଶ୍ୱରଙ୍କ ବିବେଚିତ ସୃଷ୍ଟିରେ ବୃକ୍ଷ ମାନଙ୍କର ସ୍ଥାନ ଅନ୍ୟାନ୍ୟ ତଥା ସ୍ୱତନ୍ତ୍ର ଅଟେ। ବୃକ୍ଷ ବିନା ମାନବ ଜୀବନରେ ପରିକଳ୍ପନା ଅବିସସନୀୟ ତଥା ଅସମ୍ଭବ ଅଟେ। ପ୍ରତ୍ୟକ କାର୍ଯ୍ୟରେ ବୃକ୍ଷର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଅଟେ। ନିଜ ଖାଦ୍ୟ ବସ୍ତ୍ର ଓ ବାସଗୃହ ଆଦିର ମୂଳ ଉତ୍ସ୍ୟ ହେଉଛି ବୃକ୍ଷ। କେତେକ ବୃକ୍ଷରେ ଔଷଧୀୟ ଗୁଣ ମଧ୍ୟ ପରିପୂର୍ଣ୍ଣ ହୋଇରହିଥାଏ। ଯାହାକି ମନୁଷ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇଥାଏ ଓ ଔଷଧରେ ମଧ୍ୟ ବ୍ୟବହାର ହୋଇଥାଏ। ଏହା ସମଗ୍ର ପୃଥିବୀକୁ ସୁଜ୍ଵଳ ସ୍ୱଛଳ ଏବଂ ନିର୍ମଳ କରିବାରେ ବୃକ୍ଷ ମାନଙ୍କର ଭୂମିକା ଗୁରୁତ୍ୱ ଅଟେ। ଏମାନେ ସମଗ୍ର ବିଶ୍ୱକୁ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୃଷ୍ଟ କରିଥାନ୍ତି ତଥା ଦ୍ୱିଗୁଣିତ କରିଥାନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପରିପ୍ରକାଶ କରିଛନ୍ତି ବୃକ୍ଷ ମାନେ ବହୁତ ଉପକାରୀ ତଥା ଲାବନ୍ୟମୟୀ ହୋଇଥାନ୍ତି। ସେ ମଧ୍ୟ କେତେକ ବୃକ୍ଷର ପତ୍ରକୁ ନିଜ ମସ୍ତକରେ ଧାରଣ କରିଛନ୍ତି। ପବିତ୍ର ଗୀତାରେ ସେ ବୃକ୍ଷ ମାନଙ୍କ ମଧ୍ୟରେ ଅଶ୍ୱସ୍ଥ ବୃକ୍ଷ ବୋଲି ବ୍ୟକ୍ତ କରିଛନ୍ତି। କେତେକ ବୃକ୍ଷକୁ ମଧ୍ୟ ସେ ନିଜର ଅଂଶ ବୋଲି କହିଛନ୍ତି। ତ ଆସନ୍ତୁ ଜାଣିବା ସେହି ବୃକ୍ଷ ବିଷୟରେ

ତୁଳସୀ ଗଛ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୃକ୍ଷ ଅଟେ। ଏହାର ମାହାତ୍ମ୍ୟ ବର୍ଣ୍ଣନିୟ ତଥା ଅତୁଳନୀୟ ଅଟେ। ଏହା ହିନ୍ଦୁ ଧର୍ମର ପବିତ୍ର ଓ ପୂଜନୀୟ ବୃକ୍ଷ ଅଟେ। ଏହା ଭଗବାନ ଶ୍ରୀକୃଷ୍ଣଙ୍କର ଅଧିକ ପ୍ରିୟ ଅଟେ। ଏହାର ଔଷଧୀୟ ଗୁଣ ପ୍ରଚୁର ଅଟେ। ପ୍ରତ୍ୟକ ହିନ୍ଦୁ ଧର୍ମର ଅଗଣାରେ ଏହି ତୁଳସୀ ବୃକ୍ଷ ସଭା ପାଇଥାଏ।

ଅଶ୍ୱସ୍ଥ ବୃକ୍ଷ। ଏହି ଗଛ ଭାରତରେ ମହତ୍ୱପୁର୍ଣ ଏବଂ ବର୍ଣ୍ଣନୀୟ ଅଟେ। ବେଦ ପୁରାଣ ଉପନିଷେଧ ଆଦି ଏହାର ମହତ୍ୱ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାର ଏହାର ଉପାଧେୟତା ବର୍ଣ୍ଣନା କରିଛନ୍ତି। ଭାରତୀୟ ସଂସ୍କୃତିରେ ଅଶ୍ୱସ୍ଥ ବୃକ୍ଷ ଚାରିପଟେ କପଡା ବାନ୍ଧି ପରିକ୍ରମା କରିବା ଦ୍ୱାରା ମନସ୍କାମନା ପୁର୍ଣ ହୋଇଥାଏ ଓ ଏହାର ପତ୍ରରେ ୩୩କୋଟି ଦେବତା ବାସ କରିଥାନ୍ତି। ଏହାର ମଧ୍ୟ ବହୁତ ଔଷଧୀୟ ଗୁଣ ରହିଛି।

ବର ବୃକ୍ଷ। ବୈଦିକ ଯୁଗରୁ ଏହାର ମହତ୍ୱ ମଧ୍ୟ ପ୍ରତିପାଦିତ ହୋଇ ଆସିଛି। ଏହା ଘନ ଛାୟା ପ୍ରଦାନ କରିବା ସହିତ ବହୁତ ପୂଜନୀୟ ମଧ୍ୟ ହୋଇଥାଏ। ଜ୍ୟୋଷ୍ଠ ମାସ ପୂର୍ଣ୍ଣିମାକୁ ବର ପୂର୍ଣ୍ଣିମା ବୋଲି ଅବିହିତ କରାଯାଇଥାଏ। ନାରୀମାନେ ନିଜର ସ୍ୱାମୀଙ୍କର ଦୀର୍ଘାୟୁ ନିମନ୍ତେ ଏହି ପୂର୍ଣ୍ଣିମା ଦିନ ବର ବୃକ୍ଷକୁ ପୂଜା କରିଥାନ୍ତି।

ନିମ୍ବ ବୃକ୍ଷ। ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ। ଏହାର ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ଗରମ ଦିନରେ ହେଉଥିବା ରୋଗର ଉପଚାର ନିମନ୍ତେ ବ୍ୟବହାର କରାଯାଏ। ଏହା ଗରମ ଦିନରେ ଶୀତଳ ଛାୟା ପ୍ରଦାନ କରିଥାଏ।

ଆମ୍ଭ ବୃକ୍ଷ। ହିନ୍ଦୁ ଧର୍ମରେ ଏହି ଗଛର ମହତ୍ୱ ଅତୁଳନୀୟ ଅଟେ। ଏହାକୁ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ଅନେକ। ବିବାହ ପୂଜା ଇତ୍ୟାଦିରେ ଆମ୍ବ ପତ୍ରରେ ବ୍ୟବହାର ମଧ୍ୟ ବହୁତ ଶୁଭ ଅଟେ।

ନଡ଼ିଆ ବୃକ୍ଷ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ। ଏହାର କୌଣସି ଅଂଶ ଅନୁପଯୋଗ୍ୟ ନୁହେଁ ବିଭିନ୍ନ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ବିନା କୌଣସି ଶୁଭ କାର୍ଯ୍ୟ ପରିକଳ୍ପନା କରାଯାଇନଥାଏ।

କଦଳୀ ବ୍ରକ୍ଷ। ଏହା ମଧ୍ୟ ବହୁତ ଉପକାରୀ ଅଟେ। ଏହାକୁ ମଧ୍ୟ ବିଭିନ୍ନ ପୂଜା ପାଠରେ ବ୍ୟବହାର କରାଯାଏ। ଏଥିରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି। କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ।

ବେଲ ବୃକ୍ଷ। ଏହା ଭଗବାନ ଶିବଙ୍କର ବହୁତ ପ୍ରିୟ ଅଟେ। ଏହାର ପତ୍ର ଓ ଫଳରେ ବହୁତ ଔଷଧୀୟ ଗୁଣ ରହିଥାଏ।

ଅଶୋକ ବୃକ୍ଷ। ଏହା ମଧ୍ୟ ଭଗବାନଙ୍କର ବହୁତ ପ୍ରିୟ ଅଟେ। ଏଥିରେ ମଧ୍ୟ ବହୁତ ଔଷଧୀୟ ଗୁଣ ରହିଛି ଓ ଏହା ବହୁତ ଉପକାରୀ ମଧ୍ୟ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *