Excuse Me Odisha

ଯାହା କହିବୁ ସତ କହିବୁ

କାହାକୁ କିଛି ନକହି ପର୍ସରେ ରଖନ୍ତୁ ଏହି ଗୋଟେ ଜିନିଷ, ବଢ଼ି ଚାଲିବ ଟଙ୍କା ପଇସା

ସେୟାର୍ କରନ୍ତୁ

ମନିପର୍ସରେ କେଉଁ ଜିନିଷ ରଖିଲେ ଧନ ବୃଦ୍ଧି ହୋଇଥାଏ ଓ କେଉଁ ଜିନିଷ ରଖିଲେ ଧନହାନୀ ହୁଏ, ଏହାକୁ ନେଇ ଶାସ୍ତ୍ରରେ କିଛି ନିୟମ ରହିଛି । ଆପଣ ଯଦି ପର୍ସ କିଣି ଆଣୁଛନ୍ତି, ତେବେ ତାହା ଆପଣଙ୍କ ପାଇଁ ଉତ୍ତମ ଅଟେ। ଯଦି କେହି ଆପଣଙ୍କୁ ପର୍ସ ଉପହାର ଦେଉଛନ୍ତି, ତେବେ ତାହା ମଧ୍ୟ ଆପଣଙ୍କ ପାଇଁ ଖୁବ ଶୁଭ ଅଟେ। ପ୍ରତିବର୍ଷ ଆପଣ ନିଜ ପର୍ସ ବଦଳାଇ ଦିଅନ୍ତୁ। ଟଙ୍କାକୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ ଓ ଲକ୍ଷ୍ମୀ କେବେ ମଧ୍ୟ ପୁରୁଣା ଓ ଅପରିଷ୍କାର ସ୍ଥାନରେ ରହିବାକୁ ଇଚ୍ଛା କରନ୍ତି ନାହିଁ।

ଯଦି ସମ୍ଭବ ହେଉଛି ପର୍ସକୁ ସାମାନ୍ଯ ହଳଦୀ ପାଣିରେ ଧୋଇ ଶୁଖାଇବା ପରେ ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ପର୍ସ ଚିରିଯାଏ ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଚିରାଫଟା ପର୍ସରେ ପଇସା ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ଆପଣଙ୍କର ପୁରୁଣା ପର୍ସକୁ କେବେ ମଧ୍ୟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଏବଂ ନିଜ ପାଖରେ ମଧ୍ୟ ରଖନ୍ତୁ ନାହିଁ। ଏହାକୁ ଯେକୌଣସି ଗଛମୂଳେ ଫୋପାଡି ଦିଅନ୍ତୁ। ଅନେକ ଲୋକ ଅନଲାଇନ କାରବାର ଯୋଗୁଁ ନିଜ ପାଖରେ ପର୍ସ ରଖନ୍ତି ନାହିଁ ଓ ସେଥିରେ ଟଙ୍କା ରଖନ୍ତି ନାହିଁ।

କିନ୍ତୁ ଆପଣ ସେପରି କରନ୍ତୁ ନାହିଁ। ଦରମା ପାଇବା ପରେ କିଛି ଟଙ୍କା ପର୍ସରେ ରଖନ୍ତୁ ଓ ସେହି ଟଙ୍କାକୁ ଘରର ମା, ଭଉଣୀ ବା ଝିଅଙ୍କୁ ଦିଅନ୍ତୁ। ଘରର ଠାକୁର ଘରେ ମଧ୍ୟ କିଛି ପଇସା ରଖନ୍ତୁ ଓ ସେହି ପଇସାକୁ ଠାକୁରଙ୍କ କାର୍ଯ୍ୟରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କର ଧନ ବୃଦ୍ଧି ହୋଇଥାଏ। ପର୍ସ ବ୍ୟବହାର କରୁଥିବା ଲୋକେ ସର୍ବଦା ପର୍ସରେ ଟଙ୍କା ସଜାଡି ରଖନ୍ତୁ। ପର୍ସ ଭିତରେ କଏନ ଓ ନୋଟ ସର୍ବଦା ଅଲଗା କରି ରଖନ୍ତୁ ଓ ପର୍ସରେ କାହାରି ମଧ୍ୟ ଫଟୋ ରଖନ୍ତୁ ନାହିଁ

ଅନ୍ୟର ଭିଜିଟିଙ୍ଗ କାର୍ଡ ଓ ପୁରୁଣା ବିଲ ଆଦି ମଧ୍ୟ ପର୍ସରେ ରଖନ୍ତୁ ନାହିଁ। ଏହାଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । କେବେ ମଧ୍ୟ ପର୍ସକୁ ପ୍ଯାଣ୍ଟ ଭିତରେ ରଖି ପ୍ଯାଣ୍ଟକୁ ଝୁଲାଇ ରଖନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ପରିସ୍ଥିତି ମଧ୍ୟ ସର୍ବଦା ବିପଦପୂର୍ଣ୍ଣ ହୋଇ ରହେ। ଯଦି ସମ୍ଭବ ହେଉଛି ଏକ ରୂପା ମୁଦ୍ରାକୁ ଦେବୀ ଲକ୍ଷ୍ମୀଙ୍କ ଚରଣରେ ରଖି ପୂଜା କରି ଏହାକୁ ପର୍ସରେ ରଖନ୍ତୁ। ଦେଖିବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ଏହାଛଡା ଆପଣ ଗୋଟେ କଉଡି କିମ୍ବା ଗୋମତୀ ଚକ୍ର ଆଣି ମଧ୍ୟ ପର୍ସରେ ରଖିପାରିବେ। ଏହାକୁ ଦେବୀ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖିଲେ, ଆପଣଙ୍କୁ ଉନ୍ନତି ପ୍ରାପ୍ତ ହେବ। ନଚେତ କିଛି ଧଳା ଚାଉଳ ମାଆ ଲକ୍ଷ୍ମୀଙ୍କ ପାଖରେ ରଖି ପୂଜାର୍ଚ୍ଚନା କରି ସେଥିରୁ ୨୧ଟି ଚାଉଳ ଆଣି ହଳଦିଆ କିମ୍ବା ଲାଲ ରଙ୍ଗର କାଗଜ ବା କପଡାରେ ରଖି ପର୍ସରେ ରଖି ଦିଅନ୍ତୁ।ଦେଖିବେ ଆପଣଙ୍କର ଧନ ନିଶ୍ଚୟ ବୃଦ୍ଧି ହେବ। ଆଉ ଏକ ଉପାୟ ହେଉଛି ସକାଳୁ ଉଠି ସ୍ନାନ କରି ଏକ ଅଶ୍ୱତ୍ଥ ପତ୍ର ନେଇ ଆସନ୍ତୁ।

ଏହି ଅଶ୍ୱତ୍ଥ ପତ୍ରକୁ ଧୋଇ ସେଥିରେ କୁକୁମରେ ଶ୍ରୀ ଲେଖି ଦିଅନ୍ତୁ ଓ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପାଖରେ ପୂଜା କରିବା ପରେ ନିଜ ପର୍ସ ଭିତରେ ଆଣି ରଖି ଦିଅନ୍ତୁ। ପତ୍ରଟି ସଂପୂର୍ଣ୍ଣ ଶୁଖିଯିବା ପରେ ସମାନ ଉପାୟରେ ଆଉ ଏକ ପତ୍ର ଆଣି ରଖନ୍ତୁ ଓ ପୁରୁଣା ପତ୍ରକୁ ବାହାର କରି ଦିଅନ୍ତୁ। ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *