Excuse Me Odisha

ଯାହା କହିବୁ ସତ କହିବୁ

ଶତ୍ରୁ ମୁକ୍ତି,କରଜ ମୁକ୍ତି ରୋଗ ବ୍ୟାଧି ସବୁଥିରୁ ମିଳିବ ମୁକ୍ତି,କରନ୍ତୁ ହନୁମାନଙ୍କର ଏହି ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶତ୍ରୁ ମୁକ୍ତି କରଜ ମୁକ୍ତି ରୋଗ ବ୍ୟାଧି ସବୁଥିରୁ ମୁକ୍ତି ମିଳିବ ହନୁମାନଙ୍କର ଏହି ଉପାୟ ଦ୍ୱାରା।

ମାନବ ଜୀବନରେ କେତେଥର ବହୁତ ସମସ୍ୟା ଆସିଥାଏ ଶତ୍ରୁ ବହୁତ ବଢ଼ିଯାନ୍ତି ପ୍ରତ୍ୟକ କ୍ଷେତ୍ରରେ ହଇରାଣ କରିଥାନ୍ତି। କେତେକ ଲୋକ ଏମିତି ଥାଆନ୍ତି ଯାହାଙ୍କର ବନ୍ଧୁ କମ ଶତ୍ରୁ ଅଧିକ ହୋଇଥାନ୍ତି ଏହି ଶତ୍ରୁତା କାରଣରୁ ଚିନ୍ତା ଡର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଏହି ସବୁଥିରୁ ମୁକ୍ତି ପାଇବା ପାଇଁ ଆଜି କିଛି ଉପାୟ କହିବୁ ଯାହାକୁ କରିକି ନିଜ ଶତ୍ରୁ ଠାରୁ ମୁକ୍ତି ପାଇପାରିବେ। ଏହି ଉପାୟ କଲେ ଶତ୍ରୁ ଆପଣଙ୍କ ସହ ଭଲ ବ୍ୟବହାର କରିବା ଆରମ୍ଭ କରିବେ। ଶତ୍ରୁଙ୍କ ଉପରେ ବିଜୟ ପାଇବା ପାଇଁ ଭଗବାନ ବଜରଙ୍ଗୀ ବାଲୀ ହନୁମାନଙ୍କର ଆରାଧନା କରନ୍ତୁ। ପ୍ରତିଦିନ ସ୍ନାନ ପରେ ହନୁମାନ ମାଳାର ପାଠ କରନ୍ତୁ ଏବଂ ପ୍ରସାଦରେ ଲଡୁ ଭୋଗ କରନ୍ତୁ ଏବଂ ଶତ୍ରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ।

ଯଦି କେହି ଆପଣଙ୍କୁ ବିନା କାରଣରେ ହଇରାଣ କରୁଛି ତେବେ ଶୌଚାଳୟରେ ଶୌଚ କରିବା ସମୟରେ ବସି କରି ନିଜ ଶତ୍ରୁର ନାମ ପାଣିରେ ଲେଖନ୍ତୁ ଏବଂ ବାହାରକୁ ଆସିବା ସମୟରେ ସେହି ସ୍ଥାନକୁ ୩ ଥର ଗୋଇଁଠା ମାରିକି ଆସିବେ। ଏହି ଉପାୟ କାହା ଉପରେ ଅକାରଣେ ପ୍ରୟୋଗ କରିବେ ନାହିଁ। ନହେଲେ ଓଲଟା ଫଳ ଦେବ।

ଶତ୍ରୁକୁ ପରାଜିତ କରିବା ପାଇଁ ଆପଣ ଚାଉଳର ୪୦ଦାନା ଓ କଳା ଡାଲି ୩୮ଦାନା ନେବେ ଏହାକୁ ମିଶାଇକି କୌଣସି ଗାତରେ ପୋତି ଦିଅନ୍ତୁ। ଏହା ପରେ ଏହା ଉପରେ ଲେମ୍ବୁରସ ଚିପୁଡିବେ ଏବଂ ଚିପୁଡିବା ସମୟରେ ନିଜ ଶତ୍ରୁର ନାମ ଲଗାତାର ସ୍ମରଣ କରିବେ। ଏହା ଦ୍ବାରା ଆପଣଙ୍କ ଶତ୍ରୁ ପରାଜିତ ହେବ

ବିନା କିଛି କାରଣରେ ଯଦି ଆପଣଙ୍କୁ କିଏ ହଇରାଣ କରୁଛି ତେବେ ଆପଣ ଏହି ଉପାୟ ଶନିବାର କିମ୍ବସ ମଙ୍ଗଳବାର ଦିନ କରନ୍ତୁ। ଗୋଟିଏ ମୟୁର ପଙ୍ଖ ନିଅନ୍ତୁ ଏହି ମୟୁର ପଙ୍ଖରେ ଭଗବାନ ହନୁମାନଙ୍କ ମୁଣ୍ଡରେ ଥିବା ସିନ୍ଦୁରରେ ନିଜ ଶତ୍ରୁର ନାମ ଲେଖନ୍ତୁ। ଏହା ପରେ ଏହାକୁ ପୂଜା ସ୍ଥଳରେ ରାତି ସାରା ରଖିଦିଅନ୍ତୁ। ତାପର ଦିନ ସକାଳୁ ଶୀଘ୍ର ଉଠି କରି ମୟୁର ପଙ୍ଖକୁ ବହୁଥିବା ପାଣିରେ ପ୍ରଭାହିତ କରିଦିଅନ୍ତୁ। ଏହି କାମ ସ୍ନାନ ପୂର୍ବରୁ କରିଦିଅନ୍ତୁ। କେତେବି ବଡ଼ ଶତ୍ରୁ ହୋଇଥାନ୍ତୁ ତାହା ଶାନ୍ତ ହୋଇଯିବେ।

ଶନିବାର ରାତିରେ ୭ ଟି ଲବଙ୍ଗ ନିଅନ୍ତୁ ନିଜର ଶତ୍ରୁର ନାମ ନେଇକି ଏହି ଲବଙ୍ଗକୁ ୨୧ ଥର ଫୁଙ୍କନ୍ତୁ। ତା ପର ଦିନ ରବିବାର ଏହି ଲବଙ୍ଗକୁ ଜଳେଇ ଦିଅନ୍ତୁ। ଏହି କ୍ରିୟାକୁ ୭ ଥର କରନ୍ତୁ ଶତ୍ରୁ ଶାନ୍ତ ହୋଇଯିବେ। କିନ୍ତୁ ବିନା କିଛି ଉଦ୍ଧେଶ୍ୟରେ କାହାରି କ୍ଷତି ପାଇଁ ଏହି କ୍ରିୟା କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *