Excuse Me Odisha

ଯାହା କହିବୁ ସତ କହିବୁ

ଦାନ୍ତ ମଝିରେ ଗେପ୍ ରହିବାର ଅର୍ଥ କଣ | ଶୁଭ ନା ଅଶୁଭ | ଶରୀରରେ ଥିବା କଳାଜାଇ ର ଅର୍ଥ କଣ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦାନ୍ତ ମଝିରେ ଗେପ ରହିବାର ଅର୍ଥ କଣ। ଶୁଭ ନାଁ ଅଶୁଭ। ଶିରୀରରେ ଥିବା କଳାଯାଇର ଅର୍ଥ କଣ

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟର ଲକ୍ଷଣ ଆଧାରରେ ତାହାର ଭବିଷ୍ୟ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜଣେଇବୁ। ଭାରତୀୟ ସଂସ୍କୃତିରେ ଶୁଭ ଅଶୁଭ ପସନ୍ଦ ନାପସନ୍ଦ ଏପରି କଥାକୁ ବହୁତ ମହତ୍ୱ ଦିଆଯାଇଛି। ଆମର ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଜିନିଷ ପଛରେ ଲୁଚି ରହିଥିବା ଅର୍ଥକୁ ବିସ୍ତାର ଭାବରେ କୁହାଯାଇଛି। ଆମର ଆଖପାଖରେ ଯେତିକି ବି ଘଟଣା ଘଟିଥାଏ ତାର ସମ୍ବଦ୍ଧ ଆମର ନିକଟ ଭବିଷ୍ୟତ ସହିତ ଯୋଡି ହୋଇରହିଥାଏ। ଆମର ଶରୀରରେ ଥିବା କିଛି ଚିହ୍ନ କିମ୍ବା କିଛି କଳାଯାଇ ଆମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗରେ ମଧ୍ୟ କିଛି ନାଁ କିଛି ଅର୍ଥ ଲୁଚି ରହିଥାଏ। ଇଶ୍ଵର ପ୍ରତ୍ୟକ ଲୋକଙ୍କ ଶରୀର ଅଲଗା ଅଲଗା ବନେଇଥାନ୍ତି। ରଙ୍ଗ ରୂପ ସ୍ଵଭାବ ବିଚାର ଶୈଳୀ ପରିସ୍ଥିତି ଆଦି ଜଣେ ଜଣଙ୍କ ଠାରୁ ଭିନ୍ନ ଅଟେ। ସମୁଦ୍ର ଶାସ୍ତ୍ର ଆମର ଦୈନିକ ସଂସ୍କୃତିର ଏକ ଅଙ୍ଗ ଯେଉଁଥିରେ ଆମେ ଶରୀରରେ ସବୁ ଚିହ୍ନ ଏବଂ ବିଭିନ୍ନ ଅଙ୍ଗ ସମ୍ବଦ୍ଧରେ ଅଧ୍ୟୟନ କରାଯାଇଛି। ଯାହା ଦ୍ୱାରା ମନୁଷ୍ୟର ବର୍ତ୍ତମାନ ଭବିଷ୍ୟତ ଅତୀତ ବିଷୟରେ କୁହାଯାଇପାରେ। ଆମର ଶରୀରରେ ଯେତେବି ଚିହ୍ନ ଅଲଗା ଅଲଗା କଥା ହୋଇଥାଏ ସେଥିରୁ ଆମକୁ ବହୁତ କିଛି ଜଣାପଡ଼ିଥାଏ। ଏଥି ମଧ୍ୟରୁ କିଛି ଚିହ୍ନ ଆମ ପାଇଁ ଲକି ମାନେ ସୌଭାଗ୍ୟର ପ୍ରତୀକ ହୋଇଥାଏ ଆଉ କିଛି ଦୁର୍ଭାଗ୍ୟର କାରଣ ହୋଇଥାଏ। ଆସନ୍ତୁ ଜାଣିବା ଶରୀରରେ ଏପରି କିଛି ଲକି ଚିହ୍ନ ଏବଂ ଅଙ୍ଗ ପ୍ରତ୍ୟଙ୍ଗ ବିଷୟରେ ଯାହାର ସିଧା ପ୍ରଭାବ ଆମର ଜୀବନରେ ପଡିଥାଏ। ଏହା ଶରୀରରେ ଥିବା ଭାଗ୍ୟର କଥା।

ଆସନ୍ତୁ ଜାଣିବା ଆମର ଚେହେରା ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବିଷୟରେ।

ଗୋଲ ଚେହେରାର ଲୋକେ ନିଶ୍ଚୟ ଭାଗ୍ୟଶାଳୀ ହୋଇଥାନ୍ତି। ଭଲ ଚାକିରୀ ସଫଳତା ଏବଂ ଭଲ ଲାଇଫ ପାର୍ଟନର ମିଳିବା ଏମାନଙ୍କ ଭାଗ୍ୟରେ ନିଶ୍ଚୟ ଲେଖା ଯାଇଛି।

ଲମ୍ବା ନାକ ଏବଂ ସେଥିରେ କଳାଯାଇ ଥିଲେ ଭଲ ମାନାଯାଏ। ଯେଉଁ ଲୋକଙ୍କର କାନ ସାମାନ୍ୟ ବଡ଼ ହୋଇଥାଏ ସେ ବି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ

ଚୁଉଡା ଏବଂ ଲମ୍ବା ମଥା ସେଥିରେ ପଡିଥିବା ଗାର ଆମର ସୌଭାଗ୍ୟକୁ ଦର୍ଶାଇଥାଏ।

ଚୁଟି କମ ହେବା ବା ଚନ୍ଦାପଣକୁ ଲୋକେ ସୁନ୍ଦରତା ଦୃଷ୍ଟିକୋଣରୁ ଭଲ ମାନିନଥାନ୍ତି ପରନ୍ତୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଚନ୍ଦା ଲୋକ ଭାଗ୍ୟଶାଳୀ ହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା ଶରୀର ଏବଂ ଅନ୍ୟ ଭାଗ୍ୟରେ ଜନ୍ମରୁ ହିଁ ଯେଉଁ କଳାଯାଇଥାଏ ତାହା ବିଷୟରେ।

ମଥାରେ ମଝିରେ ଥିବା କଳାଯାଇ ଆମ ପାଇଁ ଲକି ହୋଇଥାଏ। ସେହିପରି ହାତ କିମ୍ବା ଡାହାଣ ଗାଲ ଡାହାଣ ଆଖି ଇତ୍ୟାଦି ଉପରେ ଯେଉଁ କଳାଯାଇଥାଏ ତାହା ବହୁତ ଖାସ ହୋଇଥାଏ।

ମୋତି ପରି ସଫା ଦାନ୍ତ କାହାକୁ ବା ପସନ୍ଦ ହୋଇନଥାଏ। କିନ୍ତୁ ବିନା ଗେପ ବାଲା ଦାନ୍ତ ଭଲ ଦେଖାଯାଏ ପରନ୍ତୁ ସମୁଦ୍ର ଶାସ୍ତ୍ରରେ ଯେଉଁ ବ୍ୟକ୍ତିଙ୍କ ଦାନ୍ତରେ ଗେପ ଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ଚାକିରୀରେ ଉଚ୍ଚ ପଦବୀ ପାଇଥାଏ। ଏମିତି ବ୍ୟକ୍ତି ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଲକି ହୋଇଥାନ୍ତି। ସେହିପରି ଯେଉଁ ବ୍ୟକ୍ତିଙ୍କ ଦାନ୍ତ ଟିକେ ବାହାରକୁ ବାହାରିଥାଏ ସେମାନେ ଅଧିକ ଜିଦି ଏବଂ ଅଧିକା କଥା କହିଥାନ୍ତି ଏବଂ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା ହାତ ଏବଂ ଆଙ୍ଗୁଠି ବିଷୟରେ।

ହାତ ଏବଂ ଆଙ୍ଗୁଳି ଯଦି କମଳ ଏବଂ ଗୋଲାପୀ ଏବଂ ସମତଳ ରହୁଥାଏ ତା ସହିତ ହାତର ମଧ୍ୟ ଭାଗର ରେଖା ସ୍ପଷ୍ଟ ଦେଖାଯାଉଥାଏ ତ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ। ହାତର ଉପରେ ତ୍ରିଭୁଜର ଚିହ୍ନ ଭାଗ୍ୟଶାଳୀ ହେବାର ଚିହ୍ନ। ପତଳା ଏବଂ ଲମ୍ବା ଆଙ୍ଗୁଠି ମଧ୍ୟ ଭାଗ୍ୟଶାଳୀ ଦୃଷ୍ଟିରୁ ଭଲ ମାନାଯାଏ। ପାଦର ତଳେ ସୁର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ସିଂହ ପଦ୍ମ ଶଙ୍ଖ ଚକ୍ର କିମ୍ବା ଧନ ଯେପରି ଆକୃତି ଥାଏ ଏହା ଅତ୍ୟନ୍ତ ଭାଗ୍ୟଶାଳୀ ଐଶ୍ୱର୍ଯ୍ୟଶାଳୀ ରାଜାଙ୍କ ପରି ଜୀବନ ହେବାର ଚିହ୍ନ ବୋଲି ମାନାଯାଏ।

ଯେଉଁ ବ୍ୟକ୍ତିର ନାଭି ଖାଲ ହୋଇଥାଏ ସେ ବି ମଧ୍ୟ ଭାଗ୍ୟଶାଳୀ ହୋଇଥାଏ। ଏବେ ଆସନ୍ତୁ କଥା ହେବା ଆମର ଆଖି ବିଷୟରେ।

ଦମୁଦ୍ର ଶାସ୍ତ୍ର ଅନୁସାରେ ଆଖି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କହିଥାଏ। ଖାଲ ଏବଂ ବଡ଼ ଆଖିର ଲୋକେ ବୁଦ୍ଧିମାନ ଧନବାନ ହୋଇଥାନ୍ତି। ଏହିପରି ଘନ ଏବଂ ପରସ୍ପର ମଧ୍ୟରେ ଯୋଡି ହୋଇଥିବା ଆଖି ପୋତା ମଧ୍ୟ ଭଲ ଭାଗ୍ୟର ଚିହ୍ନ ଅଟେ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ହିନ୍ଦୁ ଧର୍ମରେ ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ଅଙ୍ଗର ଆଧାରରେ ଭବିଷ୍ୟ କରିବାର ବିଧି କୁହାଯାଇଛି। ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରରେ ଅଙ୍ଗରେ ଥିବା କଳାଯାଇ ତାହାର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ବହୁତ କଥା କହିଥାଏ।

ଆଜି ଆମେ ଆପଣଙ୍କୁ ବ୍ୟକ୍ତିର ଶରୀରରେ କଳାଯାଇ ଆଧାରରେ ବ୍ୟକ୍ତିର ଭବିଷ୍ୟତରେ ଯୋଡି ହୋଇଥିବା କଥା କହିବୁ।

ମଥାରେ କଳାଯାଇ। ମଥାରେ କଳାଯାଇ ଥିଲେ ବହୁତ ଶୁଭ ମାନାଯାଏ। ବହୁତ କମ ଲୋକଙ୍କ ମଥାରେ କଳାଯାଇ ଥାଏ। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ତା ସହିତ ଭରପୁର ଧନ କମେଇବା ବାଲା ହୋଇଥାନ୍ତି। ଯଦି ଆପଣଙ୍କ ମଥାର ବାମ ପଟରେ କକାଯାଇ ଅଛି ତେବେ ଆପଣଙ୍କ ଆର୍ଥିକ ଅବସ୍ଥା ସୁଧାରିବ ଯେମିତି ଆପଣଙ୍କ ବୟସ ବଢିବ ଆପଣ ସେତେ ଅଧିକ ଧନବାନ ବନିଯିବେ। ତା ସହିତ ଦୁନିଆ ବୁଲିବାର ସୁଯୋଗ ମିଳିପାରିବ। ଯଦି ମଠାର ଡାହାଣ ପଟେ କଳାଯାଇ ଅଛି ତେବେ ଆପଣ କଞ୍ଜୁସ ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଭବିଷ୍ୟତରେ ଅପାର ଧନ ପ୍ରାପ୍ତ ହେବ କିନ୍ତୁ ଆପଣ ଅଧିକ ଧନ ସଞ୍ଚୟ କରିବେ। ତାହାର ଉପଭୋଗ କରି ପାରିବେ ନାହିଁ କି ଅନ୍ୟର ସାହାର୍ଯ୍ୟ କରିପାରିବେ ନାହିଁ। ଯଦି ମଥାର ମଝିରେ କଳାଯାଇ ଅଛି ତ ଆପଣ ଜଣେ ମହାନ ବ୍ୟକ୍ତି ଅଟନ୍ତି। ତାସହିତ ଆପଣଙ୍କୁ ଭଲ ଜୀବନସାଥୀ ମିଳିବ।

ବାହୁ ଉପରେ କଳାଯାଇ ଥିଲେ ବହୁତ ସୌଭାଗ୍ୟର ପ୍ରତୀକ। ଯେଉଁ ମହିଳାର ଦୁଇଟି ବାହୁରେ କଳାଯାଇ ଥାଏ ତାକୁ ବହୁତ ଭାଗ୍ୟଶାଳୀ ମାନାଯାଏ। ଏପରି ମହିଳା ଯେଉଁ ଘରକୁ ବିବାହ କରି ଯାଆନ୍ତି ସେହି ଘରେ ସୁଖ ସମୃଦ୍ଧି ଆଣିଥାନ୍ତି ଏବଂ ଏପରି ଘରେ ଧନର କେବେବି କମି ହେବ ନାହିଁ।

ଯଦି ଡାହାଣ କିମ୍ବା ବାମ ବାହୁ ଉପରେ କଳାଯାଇଥାଏ ତେବେ ବ୍ୟକ୍ତିଙ୍କୁ ବାହାଘର ଆଗରୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ବାହାଘର ପରେ ଏମାନଙ୍କ ଭାଗ୍ୟ ବଦଳିଯାଏ। ହଠାତ ଧନ ପ୍ରାପ୍ତି ହୋଇଥାଏ।

ଡାହାଣ ଆଖିର ପଲକରେ କଳାଯାଇ ଥିଲେ ବହୁତ ଶୁଭ ମାନାଯାଏ। ଏପରି ଲୋକେ ଶୀଘ୍ର ଧନୀ ହୋଇଥାନ୍ତି। କିନ୍ତୁ ତଳ ପଲକରେ କଳାଯାଇ ଥିଲେ ଅଧିକ ଖର୍ଚ୍ଚ କରିଥାନ୍ତି।

ଛାତିରେ କଳାଯାଇ ଥିଲେ ସୌଭାଗ୍ୟର ପ୍ରତୀକ ମାନାଯାଇଥାଏ। ଯେଉଁ ମହିଳାର ଛାତିରେ କଳାଯାଇଥାଏ ତାଙ୍କର ଭାଗ୍ୟରେ ସରକାରୀ ଚାକିରୀ ଥାଏ। ପୁରୁଷର ଛାତିରେ କଳାଯାଇ ଥିଲେ ସେ ସାମର୍ଥ୍ୟଶାଳୀ ଏବଂ ବହୁତକାଂକ୍ଷୀ ବନିଥାଏ ଏବଂ ଏପରି ପୁରୁଷ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

କାନରେ କଳାଯାଇ ଥିଲେ ସେ ବ୍ୟକ୍ତି ବହୁତ ବୁଝିଲା ସୁଝିଲା ଲୋକ ହୋଇଥାନ୍ତି ଏପରି ଲୋକଙ୍କ ପାଖରେ ସବୁବେଳେ ଟଙ୍କା ପଇସା ଯିବା ଆସିବା କରେ। ଏପରି ଲୋକେ କେମିତି ଟଙ୍କାର ସଦୁପଯୋଗ କରନ୍ତି ତାହା ଜଣାଥାଏ।

ଓଠରେ କଳାଯାଇ ଥିଲେ ବହୁତ ଅଧିକ ଭାଗ୍ୟଶାଳୀ ମାନାଯାଏ। ଏପରି ଲୋକଙ୍କ ଭାଗ୍ୟ ସାଥ ସବୁବେଳେ ଦେଇଥାଏ। ଏପରି ଲୋକଙ୍କୁ ଟଙ୍କା କମାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିନଥାଏ। ଟିକେ ପରିଶ୍ରମ କଲେ ଏମାନଙ୍କୁ ସଫଳତା ମିଳିଯିବ।

ପୁରୁଷ ମାନଙ୍କର କାଁଦ୍ଧ ଉପରେ କଳାଯାଇ ଥିଲେ ସେମାନେ ବହୁତ ଅଧିକ ପରିଶ୍ରମି ମନୁଷ୍ୟ ହୋଇଥାନ୍ତି। ଏପରି ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭଲରେ ନିଭାଇଥାନ୍ତି। ଯଦି ଆପଣଙ୍କ ଡାହାଣ କାଁଦ୍ଧରେ କଳାଯାଇ ତ ଆପଣ ଶୀଘ୍ର ସଫଳତା ପ୍ରାପ୍ତ କରିବେ। କିନ୍ତୁ ବାମ କାନ୍ଧରେ କଳାଯାଇ ଥାଏ ତ ଆପଣଙ୍କୁ ସଫଳତା ମିଳିବାରେ ସମୟ ଲାଗିଥାଏ।

ଡାହାଣ ହାତରେ କଳାଯାଇ ଥିଲେ ବହୁତ ଶୁଭ ହୋଇଥାଏ। ଏପରି ଲୋକେ ବହୁତ ଅଧିକ ଧନବାନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *