Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କୁ ମଧ୍ୟ ରାତିରେ ଆସିଥାଏ ଏଭଳି ସ୍ବପ୍ନ, ତେବେ ହୋଇ ଯାଆନ୍ତୁ ପ୍ରସନ୍ନ, ଖୁବ୍ ଶୀଘ୍ର କୋଟିପତି ହୋଇ ପାରନ୍ତି ଆପଣ।

ସେୟାର୍ କରନ୍ତୁ

ଆମ ସମସ୍ତଙ୍କୁ ରାତିରେ ଶୋଇବା ବେଳେ ଅନେକ ସ୍ବପ୍ନ ଆସିଥାଏ। ଏଭଳି ଭାବରେ ଆମର କିଛି ସ୍ବପ୍ନ ସର ହୋଇଥାଏ, ତ ଆଉକିଛି ସ୍ବପ୍ନ କେବଳ ସ୍ଵପ୍ନରେ ହିଁ ରହିଯାଏ। ଆମ ସ୍ଵପ୍ନରେ ହେଉଥିବା ଗତିବିଧି ଗୁଡ଼ିକୁ ଆମର କଳ୍ପନା ହିଁ ମାନା ଯାଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଯେ ଆମର ଶାସ୍ତ୍ରରେ ଗୋଟେ ଶାସ୍ତ୍ର ସ୍ବପ୍ନ ଶାସ୍ତ୍ର ମଧ୍ୟ ରହିଛି। ଏହି ସ୍ବପ୍ନ ଶାସ୍ତ୍ର ଅନୁସାରେ ରାତିରେ ଆସୁଥିବା ସ୍ବପ୍ନ ଆପଣଙ୍କ ସହିତ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକ ବିଷୟରେ ସୂଚନା ଦେଇଥାଏ। ଆମର ସ୍ବପ୍ନ ଶୁଭ ଓ ଅଶୁଭ ଦୁଇଟି ପ୍ରକାରର ଘଟଣା ବିଷୟରେ ସୂଚନା ଦେଇଥାଏ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ନିଜ ସ୍ଵପ୍ନରେ କିଛି ବିଶେଷ ବସ୍ତୁ ଦେଖା ଗଲେ, ଆପଣଙ୍କର ଖୁବ ଶୀଘ୍ର ଭାଗ୍ୟ ବଦଳିବା ସହିତ ଆର୍ଥିକ ଲାଭ ହେବାର ସଂକେତ ମିଳିଥାଏ। ଆସୁଥିବା ଘଟଣା ବିଷୟରେ ସ୍ବପ୍ନ ଆମକୁ ସଂକେତ ଦେଇଥାଏ। ସ୍ବପ୍ନ ଶାସ୍ତ୍ରରେ ଏହି ସ୍ବପ୍ନ ଦେଖିବାର ଶୁଭ ଓ ଅଶୁଭ ପରିଣାମ ବିଷୟରେ ମଧ୍ୟ କୁହାଯାଇଛି। ଏଠାରେ ୯ଟି ସ୍ବପ୍ନ ବିଷୟରେ ଜାଣିବା, ଯାହାକୁ ବହୁତ ଶୁଭ ମାନା ଯାଇଥାଏ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ସାପ କାମୁଡି ଦେଉଛି, ତାହେଲେ ଆପଣ ଅଧିକ ଧନବାନ ହେବାକୁ ଯାଉଛନ୍ତି।ଯଦି ଆପଣଙ୍କ ମୁଣ୍ଡରେ ସାପ କାମୁଡି ଦେଉଛି, ତାହେଲେ ଆପଣଙ୍କୁ ଅଧିକ ଧନ ମିଳିପାରେ।

ନିଜ ସ୍ବପ୍ନରେ ପିତୃପୁରୁଷଙ୍କୁ ଦେଖିବା, ଦେବଦର୍ଶନ,ଭାଇଭଉଣୀ ଓ କୁଟୁମ୍ବଙ୍କୁ ଦେଖିବା ଅଧିକ ଶୁଭ ମାନା ଯାଇଥାଏ।ଏହାଛଡା ସ୍ଵପ୍ନରେ ନିଜକୁ ମୃତ ଭାବରେ ଦେଖିବା, ସାପକୁ ମାରିବା, ରକ୍ତ ବାହାରୁଥିବାର ଦେଖିବା, ସ୍ବର୍ଗ ଦର୍ଶନ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ,ବର୍ଷା ହେବା, ସେନାବାହିନୀ ଦେଖିବାର ଅର୍ଥେ ହେଉଛି ଆପଣଙ୍କର କୌଣସି ବଡ଼ ଅଭିଳାଷା ପୂରଣ ହେବ।

ଯଦି ଆପଣଙ୍କୁ ସ୍ଵପ୍ନରେ ମୃତ୍ୟୁ, ଶ୍ମଶାନରେ ଶବଦାହ ଆଦି ଦେଖା ଯାଏ, ତାହେଲେ ଆପଣଙ୍କୁ ସବୁ କ୍ଷେତ୍ରରେ ଉନ୍ନତି ଲାଭ ହେବ। ହାତୀ ଓ ଘୋଡ଼ା ଆପଣଙ୍କ ପିଛା କରିବା, ଶବ ଦେଖିବା ଦ୍ଵାରା ଆପଣଙ୍କୁ ଚାକିରୀରେ ପଦୋନ୍ନତୀ ମିଳିବାର ସଂକେତ ଦେଇଥାଏ। ସ୍ଵପ୍ନରେ ନିଜ କୋଳରେ କୌଣସି ଶିଶୁକୁ ଦେଖିବା, ସନ୍ତାନ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

ସ୍ଵପ୍ନରେ ଅବିବାହିତ ଲୋକେ ଟେବୁଲ ଉପରେ ହତିଆର ଦେଖିଲେ, ଏହାର ଫଳ ସ୍ୱରୂପ ବହୁତ ଶୁଭ ବୋଲି ମାନା ଯାଇଥାଏ।ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଆଶାନୁରୂପ ଜୀବନସାଥୀ ମିଳିବ।

ନିଜ ସ୍ଵପ୍ନରେ କୌଣସି ସୁନ୍ଦର ସ୍ତ୍ରୀ ବା ଅପସରାକୁ ଦେଖିବା ନିଜ ପ୍ରେମୀ ବା ପ୍ରେମିକାଙ୍କୁ ଦେଖିବାର ସଂକେତ ଦେଇଥାଏ। ଦାନ୍ତ ଭାଙ୍ଗିବା, ନଖ କାଟିବା ଆଦି ଦାରିଦ୍ର୍ୟତା ଦୂର ହେବାର ସଂକେତ ଦେଇଥାଏ।

ସ୍ଵପ୍ନରେ ଟ୍ରେନ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ। ସବୁଜମୟ ପରିବେଶ ସ୍ଵପ୍ନରେ ଦେଖିଲେ, ଏହା ଶୁଭ ସଙ୍କେତ ତଥା ଆପଣ ସବୁ ଚିନ୍ତାରୁ ମୁକ୍ତି ପାଇବେ।

ସ୍ଵପ୍ନରେ ନିଜକୁ ଉଡ଼ୁଥିବାର ଦେଖିବା,ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ ହେବାର ସଂକେତ ଦେଇଥାଏ। ଏହାସହିତ ଯଦି ଆପଣଙ୍କୁ ସ୍ଵପ୍ନରେ ପାରା ଦେଖାଦିଏ, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଯଦି ଆପଣ ସ୍ଵପ୍ନରେ କିଛି ବସ୍ତୁ ହଜାଇ ଦେଇଛନ୍ତି, ତାହେଲେ ଆପଣଙ୍କୁ ଆଗାମୀ ଜୀବନରେ ସୁଖ ଭୋଗ ହୋଇଥାଏ।ଯଦି ଆପଣ ସ୍ଵପ୍ନରେ ନିଜକୁ ପର୍ବତ ଉପରକୁ ଚଢ଼ୁଥିବାର ଦେଖିବେ, ତାହେଲେ ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସଫଳତା ପାଇବାର ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *