Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଏହି ଦିଗକୁ ଗୋଡ କରି ଶୁଅନ୍ତୁ ନାହିଁ,ଆୟୁଷ କମିକମି ଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦିଗକୁ ମୁଣ୍ଡ କରି ଶୋଉଛନ୍ତି କି? ହୋଇପାରେ ଶୀଘ୍ର ମୃତ୍ୟୁ।ଘରେ ପଡିପାରେ ଦୁଃଖର ପାହାଡ଼

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ମୁଣ୍ଡ ରଖିଲେ ଶୋଇଲେ ଶୁଭ ହୋଇଥାଏ। ଶୋଇବା ଆମ ଦୈନିକ ଜୀବନରେ ଜରୁରୀ ହୋଇଥାଏ। କାହିଁକିନା ଆମ ଶରୀରକୁ ଆରାମ ଦେବା ପାଇଁ ଏବଂ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଆମ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ବହୁତ ଜରୁରୀ ହୋଇଥାଏ। ଯେମିତି ଖାଦ୍ୟ ଆମ ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସେମିତି ଶୋଇବା ଭଲ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ। ଯଦି ଆମ ନିଦ ପୁରା ହୁଏ ନାହିଁ ତ ଆମ ଶରୀର ମସ୍ତିଷ୍କ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ ଆଉ ବିଭିନ୍ନ ରୋଗକୁ ଜନ୍ମ କରିଥାଏ। ଯେଉଁଥି ପାଇଁ ଆମ ସ୍ୱାସ୍ଥ୍ୟ ବିଗିଡିଯାଏ। ତେଣୁ ଶୋଇବା ସମ୍ବଦ୍ଧିୟ ଭୁଲ ଆମକୁ କ୍ଷତି ପହଞ୍ଚାଇପାରେ। ଆମ ପୁରାଣ ଶାସ୍ତ୍ରରେ ସମସ୍ତ ଜରୁରୀ କାମର କିଛି ଖାସ କଥା ରହିଛି। ଏହାକୁ ପାଳନ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସହିତ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଶୋଇବା ସମ୍ବଦ୍ଧିୟ କୌଣସି ବି କାମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଶୋଇବାର ଠିକ ଢଙ୍ଗ କଣ ହୋଇଥାଏ ଏବଂ ଶୋଇବା ସମୟରେ କେଉଁ ଦିଗରେ ମୁଣ୍ଡ ରଖି ଶୋଇବା ଦରକାର ଯାହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ମୁଣ୍ଡ ଏବଂ ଦକ୍ଷିଣ ଦିଗରେ ଗୋଡ଼ ରଖି ଶୋଇବା ଉଚିତ ନୁହେଁ। କାହିଁକିନା ଉତ୍ତର ଦିଗରେ ଶୋଇବାକୁ ମୃତ୍ୟୁର ଦିଗ ବୋଲି ମାନାଯାଏ। କିନ୍ତୁ ଏହି ଦିଗ ଅନ୍ୟ କାମ ପାଇଁ ଶୁଭ ଏବଂ ଭଲ ହୋଇଥାଏ। ଯେମିତିକି ପଢିବା ଲେଖିବା ଏବଂ ଅଭ୍ୟାସ କରିବା ଏସବୁ ଉତ୍ତର ଦିଗ ପାଇଁ ଭଲ ହୋଇଥାଏ। କିନ୍ତୁ ଏହି ଦିଗକୁ ମୁଣ୍ଡ ରଖି ଶୋଇବାକୁ ଅଶୁଭ ମାନାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗ ଆଡ଼କୁ ମୁଣ୍ଡ ରଖି ଏବଂ ଦକ୍ଷିଣ ଦିଗ ଆଡ଼କୁ ଗିଦ ରଖି ଶୋଇବାର ମୁଖ୍ୟ କାରଣ ଏହା ହୋଇଥାଏ ଦକ୍ଷିଣ ଦିଗରେ ଯମଲୋକ ରହିଥାନ୍ତି ଯାହାର ସ୍ୱାମୀ ମୃ-ତ୍ୟୁର ଦେବତା ଯମରାଜ। ଯିଏ ସମସ୍ତଙ୍କୁ ମୃ-ତ୍ୟୁ ଦେବାର କାମ କରିଥାନ୍ତି। ଏଥିପାଇଁ ଯଦି ଆପଣ ଶୋଇବା ସମୟରେ ଆପଣଙ୍କ ପାଦ ଦକ୍ଷିଣ ଦିଗ ଆଡ଼କୁ ରଖି ଶୋଇଥାନ୍ତି ତେବେ ଏହାର ଅର୍ଥ ହେଉଛି କି ଆପଣ ଯମଲୋକ ଆଡ଼କୁ ଯାଉଛନ୍ତି। ତେଣୁ ଦିଗକୁ ନକରାତ୍ମକ ଦୃଷ୍ଟିରେ ଦେଖାଯାଏ।

ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ବ୍ୟକ୍ତି ନିଜ ସାଂସାରିକ ଯାତ୍ରା ପୁରା କରି ମୃତ୍ୟୁ ପ୍ରାପ୍ତ କରିଥାଏ ତେବେ ସେହି ମୃତ ବ୍ୟକ୍ତିର ଶରୀରର ଗୋଡ଼ ଦକ୍ଷିଣ ଦିଗ ଆଡ଼କୁ ରଖାଯାଏ ଏବଂ ମୁଣ୍ଡ ଉତ୍ତର ଦିଗ ଆଡ଼କୁ ରଖାଯାଏ। ତାହେଲେ ତାର ଆତ୍ମା ତାର ଇଛାରେ ଯମଲୋକ ଆଡ଼କୁ ସହଜରେ ଯାଇପାରିବ। କାହିଁକିନା ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ଯମର ଦିଗ ବୋଲି କୁହାଯାଏ। ଏହି କାରଣରୁ ଦକ୍ଷିଣ ଦିଗ ଆଡ଼କୁ ଗୋଡ଼ ରଖି ଶୋଇବା ଅଶୁଭ ମାନାଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ ରଖି ଓ ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ। କାହିଁକିନା ବିଜ୍ଞାନ ଅନୁସାରେ ମଧ୍ୟ ଉତ୍ତର ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇବା ନିଷେଧ ମାନାଯାଇଛି। ଯଦି ଏହି ଦିଗରେ ବାରମ୍ବାର ସୁଆଯାଏ ତେବେ କେତେ ପ୍ରକାରର ରୋଗ ଯେମିତିକି ସ୍ତ୍ରୀ ମାନେ ଗର୍ଭଧାରଣ ନକରି ପାରିବା ରକ୍ତ ଚାପ ଏବଂ କେତେ ପ୍ରକାରର ମାନସିକ ରୋଗ ଆଦି ହେବାର ସମ୍ଭାବନା ରହିଥାଏ ଏବଂ ଆୟୁଷ ହାନି ହୋଇଥାଏ। ଏହା ସହିତ ଏହି ଦିଗରେ ମୁଣ୍ଡ ରଖି ଶୋଇଲେ ଖରାପ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ ମନ ଅଶାନ୍ତ ରୁହେ ଏବଂ ନିଦ ମଧ୍ୟ ଆସିନଥାଏ। ଯାହାକି ଆମର କାମ କରିବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ଏଥିପାଇଁ ଦକ୍ଷିଣ ଦିଗ ଆଡ଼କୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ଏବଂ ଉତ୍ତର ଦିଗ ଆଡ଼କୁ ଗୋଡ଼ ରଖି ଶୋଇବାର ସବୁଠୁ ଉତ୍ତମ ଏବଂ ଲାଭଦାୟକ ହୋଇଥାଏ। କାହିଁକିନା ଯେତେବେଳେ ଆମେ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇଥାନ୍ତି ତେବେ ଉଠିବା ବେଳେ ଆମ ମୃତ୍ୟୁ ଉତ୍ତର ଦିଗ ଆଡ଼କୁ ହୋଇଥାଏ ଏବଂ ଉତ୍ତର ଦିଗର ଧନର ଦେବତା କୁବେର ଅଟନ୍ତି। ଯେତେବେଳେ ଆମେ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ରଖି ଏବଂ ଉତ୍ତର ଦିଗ ଆଡ଼କୁ ଗୋଡ ରଖି ଶୋଇଥାନ୍ତି ତେବେ କୁବେରଙ୍କ ସିଧା କୃପାଦୃଷ୍ଟି ଆମକୁ ପ୍ରାପ୍ତ ହୋଇଥାଏ। ଏହା ସହିତ ଏହି ଦିଗରେ ସକାରାତ୍ମକ ଶକ୍ତି ପ୍ରଭାବିତ ଅଧିକ ହୋଇଥାଏ। ଏଥିପାଇଁ ଅଧିକ କବାଟ ଏବଂ ଝରକା ଲଗାଇବା ପାଇଁ ମନା କରାଯାଇଥାଏ। କାହିଁକିନା ସକାରାତ୍ମକ ପ୍ରଭାବ ଘରୁ ବାହାରକୁ ନଯାଇପାରିବ। ଏହି ଦିଗରେ ମୁଣ୍ଡ ରଖି ଶୋଇବା ଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ। ଏହି ଦିଗରେ ମୁଣ୍ଡ ରଖି ଶୋଇବା ଦ୍ୱାରା ବ୍ୟକ୍ତି ଧନବାନ ଗୁଣବାନ ବୁଦ୍ଧିମାନ ଏବଂ ଆରାମ ମଧ୍ୟ ପ୍ରାପ୍ତ କରିଥାଏ ଏବଂ ତାର ଆୟୁଷ ମଧ୍ୟ ଲମ୍ବା ହୋଇଥାଏ। ତାର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ତେଣୁ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ମଧ୍ୟ ଲାଭଦାୟକ ହୋଇଥାଏ। ଯେତେବେଳେ ଆମେ ଘରର ପୂର୍ବ ପଟେ ମୁଣ୍ଡ ରଖି ଶୋଇଥାଉ ଏବଂ ଉଠିବା ସମୟରେ ଆମର ଗୋଡ଼ ପଶ୍ଚିମ ଆଡ଼କୁ ରହିଥାଏ ଏବଂ ଏହି ଦିଗରୁ ହିଁ ସୁର୍ଯ୍ୟଦେବ ଉଦୟ ହୋଇଥାନ୍ତି ତ ଏହି ଦିଗର ସ୍ୱାମୀ ସୂର୍ଯ୍ୟଦେବ ହୋଇଥାନ୍ତି ଯିଏକି ଜ୍ଞାନ ଏବଂ ଉନ୍ନତି କାରକ ହୋଇଥାନ୍ତି। ଏବଂ ଏହି ଦିଗରୁ ସକାରାତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ। ଯାହା ଆମକୁ ଉତ୍ସହିତ ଏବଂ ଶାନ୍ତି ଦେବାରେ ସାହାର୍ଯ୍ୟ କରିଥାଏ। ଏବଂ ମାନସିକ ଚିନ୍ତାକୁ କମ କରିଥାଏ। ଏହି ଦିଗରେ ଶୋଇଲେ କିମ୍ବା କାମ କରିଲେ ରକ୍ତ ସଂଚାଳନ ମଧ୍ୟ ଠିକ ରହିଥାଏ ଆଉ ଶରୀରରେ ସକାରାତ୍ମକ ଶକ୍ତିର ମଧ୍ୟ ସଂଚାର ହୋଇଥାଏ। ଏହି ଦିଗରେ ମୁଣ୍ଡ ରଖି ଶୋଇଲେ ଧ୍ୟାନ ଏବଂ ଆଧ୍ୟାତ୍ମିକତାର ବୃଦ୍ଧି ହୋଇଥାଏ। ଛାତ୍ରଛାତ୍ରୀ ମାନେ ଜ୍ଞାନ ପ୍ରାପ୍ତ ଏବଂ ସ୍ମରଣ ଶକ୍ତିର ବୃଦ୍ଧି ହୋଇଥାଏ। ଏଥିପାଇଁ ପୂର୍ବ ଦିଗରେ ମୁଣ୍ଡ ରଖି ଶୋଇବା ମଧ୍ୟ ଲାଭଦାୟକ ହୋଇଥାଏ। ଯଦି ଆମେ ପୂର୍ବ ପଟକୁ ଗୋଡ଼ ଏବଂ ପଶ୍ଚିମ ଦିଗକୁ ମୁଣ୍ଡ ରଖି ଶୋଇବା ତେବେ ଏମିତି ସୂର୍ଯ୍ୟଦେବତାଙ୍କର ଅପମାନ ହୋଇଥାଏ। ଯେମିତିକି ଆମ ଘରକୁ କୌଣସି ଅତିଥି ଆସିଲେ ଏବଂ ଅମେ ତାଙ୍କୁ ସ୍ବାଗତ କରିବା ବଦଳରେ ତାଙ୍କ ଆଡ଼କୁ ଓଲଟା ମୁହଁ କରି ଛିଡା ହୋଇଯିବା ତାହେଲେ ସେହି ଅତିଥି ମାନଙ୍କର ଅପମାନ ହୋଇଥାଏ। ସେହିପରି ଯେତେବେଳେ ଆମେ ପୂର୍ବ ଦିଗ ଆଡ଼କୁ ଗୋଡ଼ ରଖି ଏବଂ ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇଥାନ୍ତି ତ ଆମେ ସୁର୍ଯ୍ୟଙ୍କ ଆଡ଼କୁ ଓଲଟା ମୁହଁ କରି ଶୋଇଥାନ୍ତି ଏଥିରେ ମଧ୍ୟ ସୂର୍ଯ୍ୟଦେବତାଙ୍କ ଅପମାନ ହୋଇଥାଏ। ଏହା ବ୍ୟତୀତ ଯେଉଁବି କାମ ପୂର୍ବ ଦିଗ ଆଡ଼କୁ କରାଯାଏ ତାହା ଶୁଭ ହୋଇଥାଏ ଏବଂ ଧନର ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *