Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟ ପରାଗ (4 Dec) : ହାଣ୍ଡିଛାଡର ସଠିକ ସମୟ,ଓଡ଼ିଶାରେ ଦୃଶ୍ୟମାନ ହେବ କି ! ୬ଟି ରାଶି ହେବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୁର୍ଯ୍ୟ ପରାଗ ୪ ଡିସେମ୍ବର ଶନିବାର ଗର୍ଭବତୀ ମହିଳା ସାବଧାନ। ଓଡ଼ିଶାରେ ପାଳନ ହେବ।

ବନ୍ଧୁଗଣ ୨୦୨୦ରେ ଗ୍ରହଣର ପ୍ରଭାବରେ କିପରି ଭାରି ଥିଲା ସର୍ବସାଧାରଣ ସମସ୍ତେ କିପରି ଅସୁବିଧା ଭୋଗିଲେ ଏହାତ ଆମେ ସମସ୍ତେ ଦେଖିସାରିଛୁ। ଆପଣଙ୍କୁ ଜଣେଇ ଦେଉଛୁ କି ୨୦୨୧ର ପ୍ରଥମ ସୁର୍ଯ୍ୟପରାଗ ୧୦ଜୁନକୁ ଥିଲା ଏବେ ୧୯ନଭେମ୍ବରକୁ ଚନ୍ଦ୍ରଗ୍ରହଣ ଲାଗିଲା। ଏହା ପରେ ୪ ଡିସେମ୍ବରକୁ ଶେଷ ସୁର୍ଯ୍ୟପରାଗ ଲାଗିବାକୁ ଯାଉଛି। ସୁର୍ଯ୍ୟପରାଗର ପର ଦିନ ମାନେ ୫ ଡିସେମ୍ବରକୁ ମଙ୍ଗଳ ଗ୍ରହ ବୃଷ ରାଶିରେ ଗୋଚ ରହିବେ ମାନେ ମଙ୍ଗଳଗ୍ରହ ନିଜର ରାଶି ବଦଳେଇବେ। ଏହି ସମୟରେ ରାହୁ ଏବଂ କେତୁ ବକ୍ରି ସ୍ଥିତିରେ ରହିବେ। ଏହି ସମୟରେ ତୁଳାରେ ମଙ୍ଗଳ ରହିବେ। ଚନ୍ଦ୍ରମା ବୁଧ ଏବଂ ସୁର୍ଯ୍ୟ ଧନୁ ରାଶିର ରହିବେ। ମକର ଏବଂ କୁମ୍ଭ ରାଶିରେ ଶନି ରହିବେ। ତ ଏମିତିରେ କିଛି ରାଶିଙ୍କ ପାଇଁ ଏହି ଗ୍ରହଣ ବହୁତ ହିଁ ଶୁଭ ରହିବ। କିଛି ରାଶି ଏହିଥର ମାଲାମାଲ ରହିବେ। ୪ ଡିସେମ୍ବରକୁ ଲାଗିବାକୁଥିବା ଏହି ସୁର୍ଯ୍ୟପରାଗ ବର୍ଷର ଶେଷ ସୁର୍ଯ୍ୟପରାଗ ଅଟେ। ରାହୁ କେତୁ ବକ୍ରି ଅବସ୍ଥାରେ ରହିବେ। ଏହାର ପ୍ରଭାବ ସବୁ ରାଶିରେ ରହିବ। ଭାରତରେ ଗ୍ରହଣର କେବଳ ଉପଛାୟା ରହିବ। ସୁତକ ସମୟକୁ ମାନିବେ ନାହିଁ କିନ୍ତୁ ପୂଜା ପାଠ କରିବେ ନାହିଁ କୌଣସି ଶୁଭ କାର୍ଯ୍ୟ ମଧ୍ୟ ହେବନାହିଁ। ମନ୍ଦିର ମଧ୍ୟ ବନ୍ଦ ରହିବ। ବିଧିବିଧାନର ନିୟମ ଶେଷ ହେଲା ପରେ ମନ୍ଦିରର କବାଟ ଖୋଲାଯିବ।

ଏହି ସମୟରେ ଘରେ ମଧ୍ୟ ପୂଜାପାଠ କରାଯାଏ ନାହିଁ। ଜ୍ୟୋତିଷଙ୍କ ଦୃଷ୍ଟିରୁ ଏହି ଗ୍ରହଣ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଏହି ଗ୍ରହଣ ଅମବାସ୍ୟାରେ ପଡୁଛି। ଏହି ଗ୍ରହଣରେ ଦୁଇଟି ବଡ଼ ଗ୍ରହ ଅସ୍ତ ହେବେ ବୁଧ ଏବଂ ଚନ୍ଦ୍ରମା ସାମିଲ ହେବେ ତ ବହୁତ ଭୟଙ୍କର ମାନାଯାଏ ଏହି ଗ୍ରହଣକୁ ତ ବନ୍ଧୁଗଣ ୧୯ ନଭେମ୍ବରରେ ଚନ୍ଦ୍ରଗ୍ରହଣ ଗଲା ଏବଂ ୪ଡିସେମ୍ବରରେ ସୁର୍ଯ୍ୟପରାଗ ଲାଗିବ ତେବେ ୧୫ ଦିନ ଭିତରେ ଦୁଇଟି ଗ୍ରହଣ ଲାଗୁଛି। ଏଥିପାଇଁ ଏହି ଗ୍ରହଣ କିଛି ଅଜବ ସଂଯୋଗ ନେଇ ଆସୁଛି। ୪ ଡିସେମ୍ବର ଶନିବାର ଅଟେ ତ ଏହି ଦିନ ସୁର୍ଯ୍ୟପରାଗ ଲାଗୁଛି। ତ ଜ୍ୟୋତିଷ ଦୃଷ୍ଟିରେ ଏହା ବହୁତ ଖରାପ ପ୍ରଭାବ ନେଇଆସୁଛି। ଆଉ ଏମିତି କିଛି ରାଶି ମଧ୍ୟ ଅଛନ୍ତି ଯେଉଁମାନେ ଗ୍ରହଣରେ ମାଲାମାଲ ହେବାକୁ ଯାଉଛନ୍ତି। ବହୁତ ଭୟଙ୍କର ରହିବ ଏହି ସୁର୍ଯ୍ୟପରାଗ। ତେଣୁ ବହୁତ ସାବଧାନ ରହିବାକୁ ହେବ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କେଉଁ ପ୍ରକାରର ପ୍ରଭାବ ରହିବ ଏହି ସୁର୍ଯ୍ୟପରାଗର। କେଉଁ କାର୍ଯ୍ୟ କରିବା ଉଚିତ ଆଉ କେଉଁ କାର୍ଯ୍ୟ କରିବା ଅନୁଚିତ। ଆପଣଙ୍କୁ ଗ୍ରହଣ ସମୟରେ କିଛି ସାବଧାନତା ମାନିବାକୁ ପଡିବ ଏବଂ ଗ୍ରହଣ ପରେ ବି କିଛି କାମ କରିବା ବହୁତ ଜରୁରୀ।

ସୁର୍ଯ୍ୟପରାଗ ଶେଷ ହେବା ପରେ ଶୁଦ୍ଧ ଜଳରେ ସ୍ନାନ କରିକି କୌଣସି କାର୍ଯ୍ୟ କରନ୍ତୁ। ଗ୍ରହଣ ସମୟରେ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ। ସୁର୍ଯ୍ୟପରାଗ ସମୟରେ ଧାତୁ ଏବଂ ପିତ୍ତଳର ଦାନ କରନ୍ତୁ। ଗ୍ରହଣ ସମୟରେ ଖାଦ୍ୟକୁ ହଟାଇ ଦେଇ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ ଗ୍ରହଣ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକେଇଦିଅନ୍ତୁ ଏବଂ ସେହି ଖାଦ୍ୟ ଗ୍ରହଣ ପରେ ଖାଆନ୍ତୁ।ଗ୍ରହଣ ପରେ ଗାଈକୁ ସବୁଜ ଘଆ ଖାଇବାକୁ ଦିଅନ୍ତୁ। ଗରିବକୁ ବସ୍ତ୍ର ଦାନ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଗ୍ରହଣର ସମୟ କଣ ରହିବ। ଗ୍ରହଣର ସମୟ ହେଉଛି ୪ ଡିସେମ୍ବର ସକାଳ ୧୦ ଟା ବାଜି ୫୯ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୩ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ। ପୁରା ୪ ଘଂଟା ୮ ମିନିଟ ପର୍ଯ୍ୟନ୍ତ ଏହି ସୁର୍ଯ୍ୟପରାଗ ରହିବ। ଯାହାକି ବହୁତ ପ୍ରଭାବଶାଳୀ ସୁର୍ଯ୍ୟପରାଗ ଅଟେ। ସୁତକ କାଳ ଗ୍ରହଣର ଗୋଟିଏ ଦିନ ଆଗରୁ ମାନେ ୩ ଡିସେମ୍ବର ରାତି ୧୦ ଟା ବାଜି ୫୯ ମିନିଟରେ ଆରମ୍ଭ ହେବ। ଗ୍ରହଣ ସମାପ୍ତ ହେଲେ ସୁତକ କାଳ ମଧ୍ୟ ସମାପ୍ତ ହେବ। ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଶନିବାର ଦିନ ଏହି ସୁର୍ଯ୍ୟପରାଗ ଲାଗୁଛି ତେଣୁ ଏହା ଭୟଙ୍କର ରହିବ। ତେଣୁ ଆପଣ ସାବଧାନ ରୁହନ୍ତୁ। ଏହି ସମୟରେ ବାଳକ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ ଛାଡି ଅନ୍ୟ କାହାକୁ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ଗ୍ରହଣ ସମୟରେ ଶୋଇବା ବା ଭୋଜନ କରିବା ଉଚିତ ନୁହେଁ। ଚାକୁ ଛୁରୀରେ ପନିପରିବା କାଟନ୍ତୁ ନାହିଁ। ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ଶୁଭ ନୁହେଁ। ମାନ୍ୟତା ଅନୁସାରେ ଭଗବାନ ଙ୍କ ମୂର୍ତ୍ତିକୁ ଛୁଅନ୍ତୁ ନାହିଁ ପୂଜା ପାଠ କରନ୍ତୁ ନାହିଁ ଫୁଲ ଫଳ ତୋଳିବା ବର୍ଜିତ ଅଟେ। ଗର୍ଭବତୀ ମହିଳାଙ୍କୁ ଗ୍ରହଣ ସମୟରେ ବାହାରକୁ ଆସିବା ଉଚିତ ନୁହେଁ। ଗ୍ରହଣ ସମୟରେ ଭୋଜନ ବନେଇବା ଉଚିତ ନୁହେଁ। ଗ୍ରହଣର ପ୍ରଭାବରୁ ବଞ୍ଚିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ କିମ୍ବା ଶୁଣନ୍ତୁ। ଏହା ବ୍ୟତୀତ ଗରିବଙ୍କୁ ଦାନ କରନ୍ତୁ। ଏପରି କଲେ ଗ୍ରହଣର ଖରାପ ପ୍ରଭାବରୁ ବଞ୍ଚିପାରିବେ। ଏବେ ଆସନ୍ତୁ ଜାଣିନେବା ଗ୍ରହଣରେ କେଉଁ ରାଶି ହେବାକୁ ଯାଉଛନ୍ତି ମାଲାମାଲ ଆଉ ଗ୍ରହଣର ପ୍ରଭାବ କଣ ରହୁଛି।

ମିଥୁନ ରାଶି। ଆପଣଙ୍କୁ ଏହି ଗ୍ରହଣ ସମୟରେ ଶତ୍ରୁମାନେ ହଇରାଣ କରିବେ କିନ୍ତୁ ଆପଣ ଶତ୍ରୁଙ୍କ ଠାରୁ ବିଜୟୀ ପ୍ରାପ୍ତ କରିବେ। ଆପଣ ନିଜ ସମସ୍ୟାକୁ ମଧ୍ୟ ବହୁତ ଭଲରେ ସମାଧାନ କରିବେ। ଆର୍ଥିକ ମାମଲାରେ ଆପଣ ବହୁତ ଲାଭ ପାଇବେ। ଆପଣଙ୍କୁ ନୂଆ ଚାକିରୀ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ବହୁତ ଭଲ ରହିବ।

କର୍କଟ ରାଶି। ଆପଣଙ୍କ ଲଭ ଲାଇଫକୁ ଟିକେ ପ୍ରଭାବିତ କରିବ। କିନ୍ତୁ ଆପଣ ଏହି ସମୟରେ ଜଣେ ଭଲ ବ୍ୟକ୍ତି ଭାବରେ ପରିଚୟ ପାଇବେ। ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଦରମା ବଢ଼ିପାରେ। ସନ୍ତାନ ମାନଙ୍କ ପାଇଁ କିଛି ଖୁସି ଖବର ଆପଣ ଆଣିପାରନ୍ତି। ଯାହା ଦ୍ୱାରା ପରିବାରରେ ଖୁସି ଆସିବ।

କନ୍ୟା ରାଶି। ଗ୍ରହଣର ପ୍ରଭାବ ପଡିବା ଦ୍ୱାରା ଆପଣ ପରିବାରକୁ ନେଇ ଚିନ୍ତିତ ରହିବେ। ଆପଣଙ୍କର ଭାଇ ଭଉଣୀଙ୍କ ସହିତ ମତଭେଦ ହୋଇପାରେ। ଭଲ କଥା ଏହାକି ଆପଣଙ୍କୁ ଏହି ସମୟରେ ଚାକିରୀ ବ୍ୟବସାୟରେ ଭଲ ଲାଭ ମିଳିବ। ଆପଣଙ୍କୁ କିଛି ବି ଅଧିକ ସମସ୍ୟା ଏହି ସମୟରେ ଆସିବ ନାହିଁ। ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ ରାଶି। ଆପଣଙ୍କୁ ବିଦେଶରୁ ଭଲ ଖବର ମିଳିବ କିନ୍ତୁ ଆପଣ କିଛି ନିର୍ଣ୍ଣୟ ନେବା ପୂର୍ବରୁ ଟିକେ ଭାବନ୍ତୁ ଏହା ଭଲ ରହିବ। ଆପଣ ଏହି ସମୟରେ ଟଙ୍କା ନିବେଶ କରିପାରିବେ। ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ।

ମୀନ ରାଶି। ଏହି ଗ୍ରହଣ ଏହି ରାଶି ପାଇଁ ବହୁତ ଭଲ ରହିବ। ଏହି ଗ୍ରହଣ ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇବ। ଆପଣଙ୍କୁ ଏହି ସମୟରେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଆପଣଙ୍କୁ ହଠାତ ଧନର ଲାଭ ହେବ। ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ।

ବିଛା ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ସୁର୍ଯ୍ୟପରାଗର ପ୍ରଭାବ ଟିକେ ଖରାପ ରହିବ। ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଆପଣ ଏହି ସମୟରେ କୁହାଯାଇଥିବା ନିୟମକୁ ପାଳନ କରିବା ଉଚିତ। ତ ଆପଣ ଏହି ପ୍ରଭାବରୁ ରକ୍ଷା ପାଇପାରିବେ। ଆପଣଙ୍କୁ ଏହି ସମୟରେ ଟିକେ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *