Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ପ୍ରେମିକର ସ୍ୱଭାବ କେମିତିକା,ଆପଣ ଜାଣିବା ପାଇଁ ଚାଁହୁଛନ୍ତି କି,ତାହେଲେ ଏହି ସବୁ ଜିନିଷ ଉପରେ ନଜର ରଖନ୍ତୁ

ସେୟାର୍ କରନ୍ତୁ

ଦୁଇ ଲୋକଙ୍କ ମଧ୍ୟରେ ପ୍ରେମ ଭରା ସମ୍ପର୍କ ହିଁ ନିଜ ଭିତରେ ଏକ ବଡ କଥା ଅଟେ। ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ। ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ ଏବଂ ଭଲ ଲାଗିଥାଏ। କିନ୍ତୁ ସମୟ ସହିତ ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷରେ ପରିବର୍ତ୍ତନ ଆସିଥାଏ। ଅଧିକ ପ୍ରେମ କରୁଥିବା ପାର୍ଟନର ପର ମୁହୂର୍ତ୍ତରେ ଅଧିକ ପ୍ରୋଟେକ୍ଟିଭ ଓ ଡୋମିନେଟିଙ୍ଗ ହେବାରେ ଲାଗିଥାଆନ୍ତି। ଯଦିଓ କିଛି ଲୋକେ ଏହାକୁ ଅଯଥା ବୋଲି ଭାବିଥାନ୍ତି, କିନ୍ତୁ ପ୍ରୋଟେକ୍ଟିଭ ଏବଂ ଅଧିକ ପ୍ରୋଟେକ୍ଟିଭ ମଧ୍ୟରେ ପାର୍ଥକ୍ୟ ରହିଥାଏ ଯାହାକୁ ବ୍ୟକ୍ତି ପ୍ରେମ କହି ଥାଏ। ଯେତେବେଳେ ଜଣେ ବ୍ୟକ୍ତିର ସ୍ୱଭାବ ଅଧିକ ପ୍ରୋଟେକ୍ଟିଭ ବା ଡୋମିନେଟିଭ ହେବାକୁ ଲାଗେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଖାଲି ସ୍ଥାନ ହଜିଯାଏ। ବହୁବାର ପାର୍ଟନରଙ୍କ ଏପରି ବ୍ୟବହାର ଯୋଗୁଁ ସମ୍ପର୍କରେ ଅଣନିଃଶ୍ୱସୀ ପରି ଅନୁଭବ ହୋଇଥାଏ। ଉଭୟଙ୍କ କ୍ଷେତ୍ରରେ ଏହା ହୋଇଥିବା ବେଳେ ପ୍ରେମିକମାନଙ୍କ କ୍ଷେତ୍ରରେ ଟିକେ ଅଧିକ ହୋଇଥାଏ। ଝିଅ ପ୍ରତି ପ୍ରେମିକର ଅଧିକ ପ୍ରୋଟେକ୍ଟିଭ ହେବା ପ୍ରେମ ନା ପ୍ରେମିକାଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ବୋଲି ବେଳେବେଳେ ଜାଣିବା କଷ୍ଟ ହୋଇଥାଏ। ଏହି ମାମଲାରେ କେତେକ ଝିଅ ନିଜ ପ୍ରେମିକକୁ ଅନ୍ଧ ଭାବେ ଭଲ ପାଇବା ସହ ବିଶ୍ୱାସ ମଧ୍ୟ କରନ୍ତି। ତେବେ ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ, ଯାହା ସାହାଯ୍ୟରେ ଆପଣ ଜାଣିପାରିବେ ଯେ ଆପଣଙ୍କ ପ୍ରେମିକର ସ୍ୱଭାବ ଡୋମିନେଟିଙ୍ଗ କି ନୁହେଁ।

ବ୍ୟକ୍ତିଗତ ଜୀବନରେ ଦଖଲ –

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କିଛି ସ୍ୱତନ୍ତ୍ର ସ୍ଥାନ ରଖିଥାଏ। ଯେବେ ଦୁଇ ଜଣ ଗୋଟିଏ ସମ୍ପର୍କରେ ରହିଥାନ୍ତି, ସେବେ ଉଭୟଙ୍କୁ ନିଜର ବ୍ୟକ୍ତିଗତ ସ୍ଥାନକୁ ସମ୍ମାନ ଦେବା ଉଚିତ। ଯଦି ଆପଣଙ୍କ ପ୍ରେମିକ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି, ତେବେ ସେ ସେହି ସ୍ଥାନକୁ କେବେ ବି ସମ୍ମାନ କରିବେ ନାହିଁ। ଏହା ଆପଣଙ୍କ ଜୀବନକୁ ବିଚଳିତ କିମ୍ବା ନିରାଶ କରିପାରେ। ହୋଇପାରେ ସେ ଆପଣଙ୍କୁ ନ ଜଣାଇ ଆପଣଙ୍କର ଅନଲାଇନ ଓ ଅଫଲାଇନ ଜୀବନ ଉପରେ ନଜର ରଖିଥାଇ ପାରନ୍ତି। ଏହି ଜିନିଷଗୁଡିକ ହେତୁ ଆପଣଙ୍କ ମାନସିକ ରୂପରେ ବିଚଳିତ ହେବାକୁ ଲାଗି ପାରନ୍ତି।ପ୍ରେମିକର ଏଭଳି ଆଚରଣ ଦ୍ୱାରା ଆପଣ ନିଜକୁ ଦୁର୍ବଳ ଓ ଚାପଗ୍ରସ୍ତ ମନେକରି ପାରନ୍ତି।

ବିଶ୍ୱାସ ନ କରିବା –

ବିଶ୍ୱାସ ଏକ ସମ୍ପର୍କକୁ ଜୀବନ୍ତ କରି ରଖିଥାଏ। କାରଣ ଏହା ହେଉଛି ସମ୍ପର୍କର ମୂଳଦୁଆ। କିନ୍ତୁ ଡୋମିନେଟିଙ୍ଗ ପ୍ରକୃତିର ପ୍ରେମିକ ନିଜ ବ୍ୟତୀତ ଅନ୍ୟ କାହାକୁ ବିଶ୍ୱାସ କରି ନଥାନ୍ତି। ଯେତେବେଳେ ଆପଣ ଜଣେ ପୁଅ ସହ କଥା ହେଉଛନ୍ତି, ବୋଧହୁଏ ସେ ଆପଣଙ୍କୁ ସନ୍ଦେହ କରିବା ଆରମ୍ଭ କରି ଦେଇଥାନ୍ତି। ଯଦି କେହି ଆପଣଙ୍କୁ ପସନ୍ଦ କରନ୍ତି ,ତେବେ ଆପଣଙ୍କ ସାଥୀ କେବଳ ଆପଣଙ୍କୁ ହିଁ ଦୋଷ ଦେବେ। ଏପରି ପରିସ୍ଥିତିରେ ଆପଣ ବିରକ୍ତ ହୋଇପାରନ୍ତି।

ନିଜ ପ୍ରତି ଧ୍ୟାନ ଦେବା –

ଯଦି ଜଣେ ବ୍ୟକ୍ତି ଡୋମିନେଟିଙ୍ଗ ପ୍ରକୃତିର ହୋଇଥାଆନ୍ତି, ତେବେ ସେ ନିଜର ଆଖପାଖ ଲୋକଙ୍କ ଉପରେ ବିଲବୁଲ ଧ୍ୟାନ ଦେଇ ନଥାନ୍ତି। ସେ କେବଳ ନିଜର ଯତ୍ନ ନିଅନ୍ତି। ଯଦି ଆପଣଙ୍କ ପ୍ରେମିକ ସେଭଳି ପ୍ରକୃତିର, ତେବେ ସେ ମଧ୍ୟ ନିଜ ପ୍ରତି ବିଶେଷ ଧ୍ୟାନ ଦେଉଥିବେ। ଆପଣ ସକାଳରୁ ରାତି ପର୍ଯ୍ୟନ୍ତ ତାଙ୍କ କଥା ମାନିବା ପାଇଁ ସେ ଚାହାନ୍ତି। ଆପଣଙ୍କୁ ପଚାରିବାକୁ ତାଙ୍କ ପାଖରେ ପୂର୍ବରୁ ଏକ ତାଲିକା ରହିଥିବ। ବାସ୍ତବରେ ସେ ଅନୁଭବ କରନ୍ତି ଯେ, ସେ ଆପଣଙ୍କୁ ସୁରକ୍ଷିତ ରଖିପାରିବେ ଓ ଆପଣ ନିଜର ଯତ୍ନ ନେଇପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *