Excuse Me Odisha

ଯାହା କହିବୁ ସତ କହିବୁ

ଗର୍ଭ ରହୁ ନଥିଲେ କରନ୍ତୁ ଟେଷ୍ଟ ଟ୍ୟୁବ ବେବି ! ଏହା କଣ ! କେମିତି ଛୁଆଟିଏ ଜନ୍ମ ହୁଅ ! ଜାଣନ୍ତୁ ସବୁକିଛି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ Test Tube Baby Process। ଗର୍ଭ ରହୁ ନଥିଲେ କରନ୍ତୁ ଟେଷ୍ଟ ଟ୍ୟୁବ ବେବି।

ବନ୍ଧୁଗଣ ଆସନ୍ତୁ ଜାଣିବା ଟେଷ୍ଟ ଟ୍ୟୁବ ବେବି କାହାକୁ କୁହାଯାଏ। ଟେଷ୍ଟ ଟ୍ୟୁବ ବେବି କେମିତି ଜନ୍ମ ହୋଇଥାଏ। ଏହି ଉପାୟ ଦ୍ୱାରା କେମିତି ଜଣେ ମହିଳା ଗର୍ଭଧାରଣ କରିପାରିବେ। ଟେଷ୍ଟ ଟ୍ୟୁବ ବେବି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ। ଏବଂ ନିସନ୍ତାନ ଦମ୍ଫତ୍ତି କିପରି ସନ୍ତାନ ପ୍ରାପ୍ତି କରିପାରିବେ

ଆପଣମାନେ ଟେଷ୍ଟ ଟ୍ୟୁବ ବେବି ବିଷୟରେ ତ ଶୁଣିଥିବେ। ଆମେ ଟେଷ୍ଟ ଟ୍ୟୁବ ବେବି ଶୁଣିବା ମାତ୍ରେ ଆମ ମନରେ ଭାବନା ଆସିଥାଏ ଯେ ବଧେ ଏହି ଉପାୟରେ ଗୋଟିଏ ପରୀକ୍ଷା ନଳୀ ଭିତରେ ଛୁଆକୁ ଜନ୍ମ କରାଯାଇଥାଏ କିନ୍ତୁ ଏହା ସମ୍ପୂର୍ଣ ଭୁଲ ଧାରଣା। ଟେଷ୍ଟ ଟ୍ୟୁବ ବେବି ଯାହାକୁ ବୈଜ୍ଞାନିକ ଭାଷାରେ In Vitro Fertilization ବା IVF ବୋଲି କୁହାଯାଏ। ଏହା ଗୋଟିଏ ଉପାୟ ଯାହା ସାହାର୍ଯ୍ୟରେ ଆଣ୍ଟିଫିସିୟଲ ବା କୃତ୍ରିମ ଉପାୟରେ ଗର୍ଭଧାରଣ କରାଯାଇଥାଏ। ଆପଣମାନେ ଦେଖିଥିବେ ଅନେକ ମହିଳା ଥାନ୍ତି ଯେଉଁମାନେ ବାରମ୍ବାର ଚେଷ୍ଟା କଲା ପରେ ମଧ୍ୟ ଗର୍ଭଧାରଣ କରିପାରନ୍ତି ନାହିଁ। ବେଳେବେଳେ ଯଦିଓ ଗର୍ଭଧାରଣ କରିଥାନ୍ତି କିନ୍ତୁ କିଛି ଦିନ ପରେ ଗର୍ଭପାତ ହୋଇଯାଇଥାଏ। ଆଉ ଏହା ମଧ୍ୟ ଦେଖାଯାଇଛି ଯେ କିଛି ପୁରୁଷଙ୍କ ଶୁକ୍ରାଣୁରେ ସମସ୍ୟା ଥାଏ ଯେପରି ଧାତୁରେ ସ୍ପନ ସଂଖ୍ୟା କମ ହେବା କିମ୍ବା ସ୍ପନ ଦୁର୍ବଳ ହେବା। ଏମିତି କ୍ଷେତ୍ରରେ ମଧ୍ୟ ବାରମ୍ବାର ଚେଷ୍ଟା କଲା ପରେ ମଧ୍ୟ ମହିଳାମାନେ ପ୍ରେଗନେଟ ହୋଇପାରନ୍ତି ନାହିଁ। ତେଣୁ ଏହି ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଟେଷ୍ଟ ଟ୍ୟୁବ ବେବି ବା IVF ଉପାୟ ଅବଲମ୍ବନ କରାଯାଏ ତେବେ ଆମେ ଜାଣିବା ଏହି ଟେଷ୍ଟ ଟ୍ୟୁବ ବେବି ବା IVF ପଦ୍ଧତିରେ କଣ କରାଯାଏ। ସଂକ୍ଷିପ୍ତରେ କହିବାକୁ ଗଲେ ଏହି ଉପାୟରେ ମହିଳାଙ୍କ ଗର୍ଭାଶୟରୁ ଅଣ୍ଡାକୁ ବାହାର କରାଯାଇଥାଏ ଏବଂ ପୁରୁଷଙ୍କ ଧାତୁରୁ ସ୍ପନକୁ ଅଣାଯାଇ ଏହାକୁ ଗୋଟିଏ ପରୀକ୍ଷା ଗାରରେ ବୈଜ୍ଞାନିକ ପଦ୍ଧତିରେ Fertilization କରାଯାଇଥାଏ। ତାପରେ ଏହି Fertilization ହୋଇଯାଇଥିବା ଅଣ୍ଡାକୁ ପୁଣି ମହିଳାଙ୍କ ଗର୍ଭାଶୟରେ ସ୍ଥାପନା କରାଯାଇଥାଏ। ଯେଉଁଠି ଏହା ପ୍ରାକୃତିକ ଉପାୟରେ ବୃଦ୍ଧି ପାଇ ଶିଶୁଟି ଜନ୍ମ ନେଇଥାଏ। ଯେହେତୁ ପୁରୁଷ ଏବଂ ମହିଳାଙ୍କ ମିଳନ ଗୋଟିଏ ଟେଷ୍ଟ ଟ୍ୟୁବ ମଧ୍ୟରେ କରାଯାଇଥାଏ। ତେଣୁ ଏହି ଉପାୟରେ ଜନ୍ମ ନେଉଥିବା ଶିଶୁକୁ ଟେଷ୍ଟ ଟ୍ୟୁବ ବେବି ବୋଲି କୁହାଯାଏ।

ବର୍ତ୍ତମାନ ଆମେ ଡିଟେଲରେ ଜାଣିବା ଯେ IVF ପଦ୍ଧତି କେମିତି କରାଯାଏ।

ଏହି IVF ପଦ୍ଧତି ଆରମ୍ଭ କରିବା ପୂର୍ବରୁ ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କର କିଛି ମେଡ଼ିକାଲ ଯାଞ୍ଚ କରାଯାଇଥାଏ। ପୁରୁଷଙ୍କ କ୍ଷେତ୍ରରେ କେବଳ ସିମେନର ଟେଷ୍ଟ କରି ଦେଖାଯାଇଥାଏ ସ୍ପନ ବାଉନ ଠିକ ଅଛିକି ନାହିଁ। ତାଙ୍କର ସ୍ପନ ମହିଳାଙ୍କ ଡିମ୍ବକୁ Fertilization କରିବା ପାଇଁ ସକ୍ଷମ କି ନୁହେଁ। ଯଦି ସକ୍ଷମ ସବୁ ଠିକ ଥାଏ ତେବେ ମହିଳାଙ୍କ ଟେଷ୍ଟ କରାଯାଇଥାଏ। ମହିଳାଙ୍କ କ୍ଷେତ୍ରରେ ଟିକେ ଅଧିକ ଟେଷ୍ଟ କରିବାକୁ ହୋଇଥାଏ। ଯେପରି ଓଭାରୀୟଲ ରିଜର୍ଭ ଟେଷ୍ଟ। ଅଲ୍ଟ୍ରାସାଉଣ୍ଟ ଅଫ ଅଭାରୀ ଇନଫେକ୍ସନ ଡିଜିନିନ୍ସ ସ୍କ୍ରିନିଂ ଟେଷ୍ଟ ଇତ୍ୟାଦି। ଯଦି ଉଭୟଙ୍କ ଅଣ୍ଡା ଏବଂ ଶୁକ୍ରାଣୁ ଠିକ ଥାଏ ତେବେ ସେମାନେ ଟେଷ୍ଟ ଟ୍ୟୁବ କରିବା ପାଇଁ ଯୋଗ୍ୟ ହୋଇଥାନ୍ତି ନହେଲେ ସେମାନେ ଯଦି ଚାହିଁବେ ସ୍ପଂନ ଅଭୁୟ ଡୁନେରଙ୍କ ପାଖରୁ ନେଇକି ମଧ୍ୟ IVF ପଦ୍ଧତିରେ ଛୁଆ ଜନ୍ମ କରିପାରିବେ। ଏହି ସମସ୍ତ ଟେଷ୍ଟ କଲା ପରେ IVF ପଦ୍ଧତି ଆରମ୍ଭ ହୋଇଥାଏ।

ପ୍ରଥମ ଟିପ୍ସଟି ହେଲା। ପ୍ରଥମେ ମାସିକ ଧର୍ମକୁ ରୋକିବା। ଅତି କମରେ ଦୁଇ ସପ୍ତାହ ଯାଏଁ ଇଞ୍ଜେକ୍ସନ ଔଷଧ ଦେଇକି ମହିଳାଙ୍କ ମାସିକ ଧର୍ମକୁ ରୋକା ଯାଇଥାଏ। କାରଣ ମାସିକ ଧର୍ମ ଚାଲୁଥିଲେ ଗର୍ଭଧାରଣ ହୋଇପାରିନଥାଏ।

ଦ୍ୱିତୀୟ ଟିପ୍ସଟି ହେଉଛି। ସୁପାର ଅଭୁଲେଶନ ଏହି ଟ୍ରିପରେ ଅଭାରୀ ବା ଯେଉଁଠି ମହିଳାଙ୍କ ଅଣ୍ଡା ସୃଷ୍ଟି ହୋଇଥାଏ ସେଠି ଅଧିକ ଅଣ୍ଡା ସୃଷ୍ଟି କରିବା ପାଇଁ fotilitiyର ଔଷଧ ଦିଆଯାଏ ଯାହା ଦ୍ୱାରା ଅଧିକ ଅଣ୍ଡା ସୃଷ୍ଟି ହୋଇଥାଏ।

ତୃତୀୟ ଟିପ୍ସଟି ହେଉଛି। ଅଣ୍ଡାକୁ ଅଭାରିରୁ ବାହାର କରିବା। ଏହି ଷ୍ଟେପରେ ଅଭାରୀରେ ସୃଷ୍ଟି ହୋଇଥିବା ଅଣ୍ଡାକୁ ଗୋଟେ ଛୋଟ ଅପରେଶନ ଦ୍ୱାରା ବାହାରକୁ ଅଣା ଯାଇଥାଏ। ଏଥିରେ ଆନାସ୍ଥାସିଆନ ଦିଆଯାଇଥାଏ। ତାପରେ ଗୋଟିଏ ପତଳା ଟ୍ୟୁ ଭାଜିନା ଦେଇ ଅଭାରୀ ପାଖକୁ ନିଆଯାଇଥାଏ। ତାପରେ ଏଥିରେ ଲାଗିଥିବା ପାଇପ ସାହାର୍ଯ୍ୟରେ ଅଣ୍ଡାକୁ ବାହାରକୁ ଅଣା ଯାଇଥାଏ।

ଚତୁର୍ଥ ଟିପ୍ସଟି ହେଉଛି। ଅଣ୍ଡାକୁ ସ୍ପନ ଦ୍ୱାରା ମିଳନ। ଏହି ଷ୍ଟେପରେ ପୁରୁଷଙ୍କ ସିମେନ ନିଆଯାଇ ସେଥିରେ ସ୍ପଂନକୁ କଢ଼ାଯାଇଥାଏ। ତାପରେ ଏହାକୁ ମହିଳାଙ୍କ ଅଣ୍ଡା ସହିତ ଗୋଟିଏ ଟ୍ୟୁବରେ ମେସିନରେ ରଖାଯାଇଥାଏ। କିଛି ଘଣ୍ଟା ପରେ ଗୋଟିଏ ସ୍ପଂନ ଅଣ୍ଡା ଭିତରକୁ ପ୍ରବେଶ କରି ଏହାକୁ Fertilization କରିଥାଏ। ଏହା ସମ୍ପୂର୍ଣ Fertilization ହେବା ପରେ ଏହା ଭ୍ରୁଣରେ ପରିଣତ ହୋଇଥାଏ। ଏହି ପ୍ରକ୍ରିୟାକୁ ମହିଳାଙ୍କ ଅଭାରୀରୁ ବାହାର କରାଯାଇଥିବା ସମସ୍ତ ଅଣ୍ଡା ସହିତ କରାଯାଇଥାଏ।

ପଞ୍ଚମ ଟିପ୍ସଟି ହେଲା। ଭ୍ରୁଣମୁ ଗର୍ଭାଶୟରେ ସ୍ଥାପନ କରିବା। ଏହା ଲାସ୍ଟ ଟିପ୍ସ ହୋଇଥାଏ। ଏଥିରେ ଟେଷ୍ଟ ଟ୍ୟୁବରେ ତିଆରି ହୋଇଥିବା ସମସ୍ତ ଭ୍ରୁଣକୁ ଯାଞ୍ଚ କରାଯାଇଥାଏ। ଏବଂ ସବୁଠାରୁ ସୁସ୍ଥ ଭ୍ରୁଣକୁ ମହିଳାଙ୍କ ଗର୍ଭାଶୟ ଭିତରେ ପ୍ରବେଶ କରାଯାଇଥାଏ। ବେଳେବେଳେ ଏକରୁ ଅଧିକ ଭ୍ରୁଣକୁ ମଧ୍ୟ ଗର୍ଭାଶୟକୁ ଛଡା ଯାଇଥାଏ। ଏହି ଭ୍ରୁଣକୁ ଗୋଏ ଟ୍ୟୁ ସାହାର୍ଯ୍ୟରେ ଭାଜିନା ଭିତରେ ପ୍ରବେଶ କରାଇ ୟୁଟିରାସରେ ଛାଡି ଦିଆଯାଇଥାଏ। ଏହା ଧୀରେ ଧୀରେ ୟୁଟିରାସର କାନ୍ଥରେ ଲାଗି ଯାଇଥାଏ ଏବଂ ଏହା ଛୁଆର ଆକାର ନେବାକୁ ଲାଗେ। ତାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ହୋଇଥାଏ। ତାପରେ ନର୍ମାଲ ଲୋକଙ୍କ ଭଳି ପ୍ରେଗନେନ୍ସି ଚାଲିଥାଏ। ଶେଷରେ ଗୋଟିଏ ଛୁଆ ଜନ୍ମ ହୋଇଥାଏ। ଏବେ ସାରା ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଲକ୍ଷ ଟେଷ୍ଟ ଟ୍ୟୁବ ବେବି ଜନ୍ମ ନେଇସାରିଛନ୍ତି।

ବର୍ତ୍ତମାନ ଆସନ୍ତୁ ଜାଣିବା ଟେଷ୍ଟ ଟ୍ୟୁବ ବେବି ହେବାର ସମ୍ଭାବନା କେତେ ଥାଏ।

ପ୍ରଥମଟି ହେଉଛି। IVF ସକସେସ ହେବା। ଅନେକ ଗୁଡିଏ ଫେକ୍ଟର ଉପରେ ନିର୍ଭର କରିଥାଏ। ଯେପରିକି ମହିଳାଙ୍କ ବୟସ। ତାଙ୍କର Fertility ପୁରୁଷଙ୍କ ସ୍ପଂନର କ୍ବାଲିଟି ଏବଂ କ୍ବାଣ୍ଟିଟି ଏବଂ ସାଇଜ। ମହିଳାଙ୍କ ପୂର୍ବ ପ୍ରେଗନେନ୍ସି ଏବଂ IVF କରାଯାଉଥିବା କ୍ଲିନିକର ସକ୍ସେସ ହାର।

ଦ୍ୱିତୀୟଟି ହେଉଛି। ଯେଉଁ ମହିଳାଙ୍କ ବୟସ ୩୫ ବର୍ଷରୁ କମ ହୋଇଥାଏ। ତେବେ ସେମାନଙ୍କ କ୍ଷେତ୍ରରେ IVF ସକ୍ସେସ ହେବାର ସମ୍ଭାବନା ୪୦% ପର୍ଯ୍ୟନ୍ତ ଥାଏ କିନ୍ତୁ ଯଦି ମହିଳାଙ୍କ ବୟସ ୪୦ ବର୍ଷରୁ ଅଧିକ ଥାଏ ତେବେ ତାଙ୍କ କ୍ଷେତ୍ରରେ IVF ସଫଳତା ହାର ୨% ହୋଇଥାଏ। ସେହିଭଳି ଆପଣ ଯଦି ଟେଷ୍ଟ ଟ୍ୟୁବ ବେବି କୌଣସି ଭଲ କ୍ଲିନିକରେ କରୁଛନ୍ତି ତେବେ ସକ୍ସେସର ହାର ଅଧିକ ରହିଥାଏ।

ଆସନ୍ତୁ ଜାଣିବା ଟେଷ୍ଟ ଟ୍ୟୁବ ବେବି କରିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ।

ସାଧାରଣତଃ IVF ପ୍ରକ୍ରିୟାରେ ଛୁଆ ଜନ୍ମ କରିବା ଖର୍ଚ୍ଚ ଅଲଗା ଅଲଗା କ୍ଲିନିକରେ ଅଲଗା ଅଲଗା ହୋଇଥାଏ। ତଥାପି ଓଡିଶା ଭିତରେ ଏହା ୧ ଲକ୍ଷ୍ୟ ଟଙ୍କାରୁ ଆରମ୍ଭ କରି ୩ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହି ଉପାୟରେ ଗର୍ଭଧାରଣ କରିବା ଲିଗାଲ ମଧ୍ୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *