Excuse Me Odisha

ଯାହା କହିବୁ ସତ କହିବୁ

ଅତି ସହଜରେ ମଣିଷକୁ ଏମାନେ କରିଥାନ୍ତି ଧନୀ,ଜାଣନ୍ତୁ କଣ କେମିତି କରିବାକୁ ପଡିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅତି ସହଜରେ ମଣିଷକୁ ଏମାନେ କରିଥାନ୍ତି ଧନୀ। ଏହି ଉପାୟ ନିଶ୍ଚୟ କରନ୍ତୁ।

ବନ୍ଧୁଗଣ ଏମାନେ କରିଥାନ୍ତି ଆପଣ ମାନଙ୍କୁ ଧନୀ। ଗାଈ କୁକୁର କାଉ ପାରା ଓ ଜନ୍ଦା ପିମ୍ପୁଡ଼ି କିପରି ଓ କଣ କଲେ ଧନ ସୁଖ ସମୃଦ୍ଧି ପ୍ରାପ୍ତି ହେବା ସହିତ ସମସ୍ତ ଦୁଃଖ ଦୁର୍ଦଶା ଓ ଗ୍ରହ ଦୋଷା ଦୂର ହୋଇଥାଏ। ଏହି ବିଷୟରେ ଆସନ୍ତୁ ସମ୍ପୂର୍ଣ୍ଣ କଥା ଜାଣିବା।

ବନ୍ଧୁଗଣ ପୂର୍ବପୁରୁଷମାନେ ଏମାନଙ୍କୁ ଖାଦ୍ୟ ଦେଇଥାନ୍ତି ଓ ପାଳିଥାନ୍ତି ଓ ସେବା ମଧ୍ୟ କରିଥାନ୍ତି। ବିଶେଷ କରି ଶ୍ରାଦ୍ଧ ଏବଂ ପର୍ବପର୍ବାଣିରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଦେଇଥାନ୍ତି ତେବେ ତାହା ପିତୃପୁରୁଷ ପାଇଥାନ୍ତି ବୋଲି ଅନୁଭବ କରି ଖୁସି ହୋଇଥାନ୍ତି। ମଣିଷର ଜୀବନରେ ଏହାର ନିଶ୍ଚିୟ ପ୍ରଭାବ ପଡିଥାଏ। ଯଦି ଏହି କାର୍ଯ୍ୟ ବିଶ୍ୱାସର ସହିତ କରାଯାଏ ତ ସୁଫଳ ନିଶ୍ଚୟ ମିଳିଥାଏ।

କାଉ। ମନୁଷ୍ୟର ଏକ ବନ୍ଧୁ କାରଣ ପରିବେଶ ସଫା ସୁତରା ରଖିବାରେ କାଉର ବହୁତ ଅବଦାନ ଥାଏ। ଶନିଦେବଙ୍କର ମଧ୍ୟ ବାହନ ଅଟେ। କାଉକୁ ଭୋଜନ ଦେବା ଏବଂ ସନ୍ତୁଷ୍ଟ କରିବା ସାକ୍ଷତ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସହିତ ସମାନ ହୋଇଥାଏ। ବନ୍ଧୁଗଣ ଯଦି କାଉକୁ କିଛି କିଛି ଖାଦ୍ୟ ଦିଅନ୍ତି ଯେପରି କି କ୍ଷୀରି ପୁରୀ ମିଠା ରୁଟି ଚାଉଳ ଡାଲି ସେଓ ବିସ୍କୁଟ ପଣା ପାଣି ଏହିପରି ବହୁତ ପ୍ରକାରର ଖାଦ୍ୟ ଦେଇ କାଉକୁ ସନ୍ତୁଷ୍ଟ କରିବାର ବିଧି ଶାସ୍ତ୍ରରେ କୁହାଯାଇଛି। ଯଦି ଏମିତି ପ୍ରତିଦିନ କାଉର ସେବା କରାଯାଏ ତେବେ ଜୀବନରେ ପୁଣ୍ୟ ଅର୍ଜନ ହୋଇଥାଏ। ଜୀବନରେ ଧନ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଯେଉଁମାନେ ଜୀବନରେ ଟଙ୍କା ସଞ୍ଚୟ କରି ରଖିପାରନ୍ତି ନାହିଁ ଏମିତି କଲେ ସେମାନେ ଭଲ ସଞ୍ଚୟ ମଧ୍ୟ କରିଥାନ୍ତି। ପ୍ରତିଦିନ ଜୀବନ ଜୀବିକାରେ ଏବଂ ରୋଜଗାରରେ ଉନ୍ନତି ହୋଇଥାଏ। ଆମେ କ୍ଷୀରି କଥା ଏଇଥିପାଇଁ କହିଲୁ ଯେ କ୍ଷୀରି ଏବଂ ଚାଉଳର ମିଶ୍ରଣ ହେଉଛି ଶୁକ୍ର ଗ୍ରହଙ୍କର ପ୍ରତୀକ। ତେଣୁ ପ୍ରତ୍ୟକ ଅମାବାସ୍ୟା କିମ୍ବା ଶନିବାର ଦିନ ଯଦି କାଉକୁ କ୍ଷୀରି ଖାଇବାକୁ ଦିଆଯାଏ ତେବେ ଶନିଦେବଙ୍କ ସହିତ ଶୁକ୍ର ଗ୍ରହ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ବୁଧ ଗ୍ରହ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ଯାହା ଫଳରେ ଗୃହସ୍ଥୀ ଜୀବନ ଧନ ଓ ସୁଖ ସମୃଦ୍ଧିରେ ଭରିଯାଇଥାଏ ଏବଂ ବଂଶ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

ସେହିପରି ସେଓ ବିସ୍କୁଟ ଇତ୍ୟାଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ରାହୁ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ଏହା ଦ୍ବାରା ରାହୁଦୋଷା ମହାଦୋଷା ଦୂର ହୋଇଥାଏ ଏବଂ ରୋଗ ଋଣ ଶତ୍ରୁ ମଧ୍ୟ ନାଶ ହୋଇଯାଇଥାଏ। ଏଣୁ ରାହୁ କେତୁ ଶନିଙ୍କର ଯଦି ଦୋଷା ମହାଦୋଷା ଅନ୍ତରଦୋଷା ଦ୍ୱାରା ଜୀବନରେ କିଛି ନକାରାତ୍ମକତା ଦେଖିବାକୁ ମିଳୁଥାଏ ଦୁଃଖ ଦୁର୍ଦଶା ଋଣ ଗ୍ରସ୍ତ ଶତ୍ରୁ ବୃଦ୍ଧି ହେବା ହେବା ଏହି କ୍ଷେତ୍ରରେ କାଉକୁ ଲୁଣିଆ ସେଓ ବିସ୍କୁଟ ଖାଇବାକୁ ଦେଲେ ଏହି ସମସ୍ତ ସମସ୍ୟାରୁ ଦୂର ହୋଇଥାଏ। ବନ୍ଧୁଗଣ ଗୃହରେ ପ୍ରଥମ ତିଆରି ରୁଟି ଯଦି କାଉକୁ ଖାଇବାକୁ ଦେବେ ତେବେ ସୁର୍ଯ୍ୟ ଏବଂ ଶୁକ୍ର ସନ୍ତୁଷ୍ଟ ହୋଇଥାନ୍ତି। ବୃହସ୍ପତିଙ୍କର ଆଗମନ ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହିତ ଯଦି ତେଲ ଦେଇ ରୁଟିକୁ ସେକି କାଉକୁ ଖାଇବାକୁ ଦିଅନ୍ତି ତେବେ ଶନି ରାହୁ କେତୁଙ୍କର କୁପ୍ରଭାଵ ଦୂର ହୋଇଥାଏ ଏବଂ ତାଙ୍କ ଦ୍ୱାରା ଜୀବନରେ ସମସ୍ୟାର ସମାଧାନ ହୋଇଥାଏ।

ଯଦି ମିଠା ବୁନ୍ଦୀ କାଉକୁ ଖାଇବାକୁ ଦିଆଯାଏ ତେବେ ବୁଧ ଏବଂ ମଙ୍ଗଳ ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି ଯାହା ଫଳରେ ଦୁର୍ଘଟଣା ଦୁଃଖ ଋଣ ଓ ସମ୍ମାନ ହାନିରୁ ମଧ୍ୟ ମୁକ୍ତିମିଳିଥାଏ। ଜୀବନରେ ସୁଖ ସମୃଦ୍ଧିରେ ଭରି ଯାଇଥାଏ। ମାନ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ ହୋଇଥାଏ। ଏହା ସହିତ ସବୁ ଦେବା ପରେ ଯଦି ପାଣି ନଦେବେ ତେବେ ଖରାପ ପ୍ରଭାବ ଜୀବନରେ ପଡିଥାଏ। କାଉକୁ ଖାଇବାକୁ ଦେବା ପରେ ପାଣି ପିଇବାକୁ ଦେଲେ ଜୀବନରେ ଅନେକ ଗୁପ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

କଳା କୁକୁର। କଳା କୁକୁର ହେଉଛି କାଳ ଭୈରବଙ୍କର ବାହନ ତେବେ ଯଦି କଳା କୁକୁରକୁ ଯଦି କିଛି ଖାଦ୍ୟ ଦିଆଯାଏ ତେବେ ବହୁତ ପ୍ରକାରର ଶୁଭ ଫଳ ମିଳିଥାଏ। ପ୍ରତିଦିନ ଅବା ପ୍ରତ୍ୟକ ଶନିବାର ଦିନ ଓ ଅମାବାସ୍ୟାରେ ଯଦି ରୁଟି ଗୁଡ଼ ବିସ୍କୁଟ ଇତ୍ୟାଦି ଖାଇବାକୁ ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ତେଲରେ ସେକା ହୋଇଥିବା ରୁଟି ଯଦି କଳା କୁକୁରକୁ ଖାଇବାକୁ ଦେବେ ତେବେ ଶନି ରାହୁ କେତୁ ସମସ୍ତ ପ୍ରକାରର ଦୋଷା ମହାଦୋଷା ଦୁଃଖ ଦୁର୍ଦଶା ଦୂର ହୋଇ ଧନ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଜନ୍ଦା ପିମ୍ପୁଡ଼ି। ବନ୍ଧୁଗଣ ଜନ୍ଦା ପିମ୍ପୁଡ଼ି ହେଉଛନ୍ତି ଅତି ପରିଶ୍ରମୀ ଜୀବ। ସେମାନେ ସର୍ବଦା ଖାଦ୍ୟ ସଂଗ୍ରହରେ ଲାଗିଥାନ୍ତି। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯଦି ଜନ୍ଦା ପିମ୍ପୁଡ଼ିକୁ ଦେଖି ଚିନି ଗୁଡ଼ ଆଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ ଏହା ଦ୍ବାରା ମଧ୍ୟ ଶନି ରାହୁ କେତୁ ଗ୍ରହ ଶାନ୍ତି ହେବା ସହ ଜୀବନରେ ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଏବଂ ଋଣ ମୁକ୍ତ କରିଥାଏ। ଏହା ସହିତ ରୋଜଗାରରେ ଉନ୍ନତି ମଧ୍ୟ ହୋଇଥାଏ।

ପାରା। ସାଧାରଣତଃ ପାରା ଦୁଇ ପ୍ରକାରର ହୋଇଥାନ୍ତି। କଳା ପାରା ଆଉ ଧଳା ପାରା। ତେବେ ପାରା ଯେଉଁ ରଙ୍ଗର ବା ଯେଉଁ ପ୍ରକାରର ବୁଅନ୍ତୁ ନାଁ କାହିଁକି ମଣିଷର ବନ୍ଧୁ ହୋଇଥାଏ। ମା ଲକ୍ଷ୍ମୀଙ୍କର ମଧ୍ୟ ପାରା ପ୍ରିୟ ହୋଇଥାଏ। ତେଣୁ ଘରେ ପାରା ଆସି ରହିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଧନ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏଣୁ ପାରାକୁ ପ୍ରତିଦିନ ଦାନା ଦେବା ଖାଦ୍ୟ ଦେବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ମନୁଷ୍ୟ ମଧ୍ୟ କୁକର୍ମରୁ ନିବୃତ ହୋଇଥାଏ।

ଗାଈ। ଗାଈ ଅତ୍ୟନ୍ତ ପବିତ୍ର ତାର ମଳ ମୂତ୍ର ପବିତ୍ର ଅଟେ। ଅଶୁଦ୍ଧି ସ୍ଥାନକୁ ଗାଈ ମଳରେ ଶୁଦ୍ଧ କରାଯାଇଥାଏ। ମୂତ୍ରରେ ମଧ୍ୟ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। କ୍ଷୀର ଦହି ଘିଅ ଅମୃତରେ ମଧ୍ୟ ଗଣତି ହୋଇଥାଏ। ଗାଈର ଶରୀରରେ ସମସ୍ତ ପ୍ରକାରର ଦେବା ଦେବୀ ବାସ କରିଥାନ୍ତି। ଏଣୁ ଗାଈ କେବେବି ଅଶୁଭ ହୋଇନଥାଏ ବରଂ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି କୌଣସି ଜାଗାରେ ନୂତନ ଘର କରିବାକୁ ଥିଲେ ଯଦି ୧୫ ଦିନ ପାଇଁ ଗାଈ ବାଛୁରୀକି ବାନ୍ଧି ଦିଆଯାଏ ତେବେ ସେହି ଜାଗା ପବିତ୍ର ହୋଇଯାଇଥାଏ। ଯଦି ସେହି ଜାଗାରେ କୌଣସି ଦୋଷ ଥାଏ ତେବେ ସେହି ଦୋଷ ମଧ୍ୟ କଟି ଯାଇଥାଏ। ଏଣୁ ଗାଈକୁ ଯଦି ପ୍ରତିଦିନ ଘରର ପ୍ରଥମ ରୁଟି ଖାଇବାକୁ ଦିଆଯାଏ କିମ୍ବା ଭାତ ଖାଇବାକୁ ଦିଆଯାଏ ତେବେ ଅନେକ ସୁଫଳ ମିଳିଥାଏ। ଏହା ଦ୍ବାରା ଘରେ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ। ଯଦି ଏମିତି ଖାଇବାକୁ ଦେଇ ପାରୁନାହାନ୍ତି ତେବେ ପ୍ରତି ଶନିବାର ଦିନ ୨୧କେରା ଦୁବ ଘାସ ସହିତ ୨୧ ଟି ଅରୁଆ ଚାଉଳ ମିଶାଇ ଖାଇବାକୁ ଦେଲେ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ଋଣ ଶତ୍ରୁ ନାଶ ହୋଇଥାଏ। ରୋଜଗାରରେ ବୃଦ୍ଧି ହୋଇଥାଏ।

ମାଛ ଏବଂ କଇଁଛ। ମାଛ ଏବଂ କଇଁଛ ଏମାନେ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅବତାର। ଏଣୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଶନିବାର ଏବଂ ରବିବାର ଦିନ ଛୋଟ ଛୋଟ ଅଟାର ଗୋଳାକୁ ଯଦି ଖାଇବାକୁ ଦିଆଯାଏ ତେବେ ମଣିଷର ସବୁ ଦୁଃଖ ଦୁର୍ଦଶା ଏବଂ ରୋଗ ଦୂର ହୋଇଥାଏ। ବୈବାହିକ ଜୀବନ ସୁଖଦ ହୋଇଥାଏ।ଏବଂ ଶନିଦୋଷା ମହା ଦୋଷା ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *