Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ପୂଜା କରିବା ସମୟରେ ଦୀପ ଜଳାଇବା ବେଳେ ଏହି ମନ୍ତ୍ର ପଢନ୍ତୁ । ଯେତେ ବଡ଼ ଶତ୍ରୁ ହୋଇଥିଲେ ମଧ୍ୟ ଆପଣଙ୍କ ପାଦତଳେ ଆସିକି ପଡିବ !

ସେୟାର୍ କରନ୍ତୁ

ପ୍ରତିଦିନ ସକାଳେ ପୂଜା କରିବା ସମୟରେ ଆପଣ ନିଶ୍ଚିତ ଭାବରେ ଦୀପ ପ୍ରଜ୍ବଳନ କରୁଥିବେ। ହିନ୍ଦୁଧର୍ମରେ ପୂଜା ଏବଂ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଦୀପ ଜଳାଇବାର ସ୍ଵତନ୍ତ୍ର ମହତ୍ଵ ରହିଛି। ନିଜ ମନୋସ୍କାମନା ଅନୁସାରେ ଦୀପରେ ଘିଅ ଏବଂ ତେଲ ପକାଇ ଜଳାଯାଏ। ଏପରି ଅନେକ ମନ୍ତ୍ର ରହିଛି ଯାହା ଦୀପ ଜାଳିବା ସମୟରେ ଉଚ୍ଚାରଣ କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ବିଶେଷ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହା ଦୀପ ଜାଳିବା ସମୟରେ ଉଚ୍ଚାରଣ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ।

ଦୀପ ଜଳାଇବା ସମୟରେ ପୁରୁଷ ମୁଣ୍ଡରେ ରୁମାଲ ଏବଂ ସ୍ତ୍ରୀ ଓଢଣା ଅବଶ୍ୟ ରଖିବା ଉଚିତ। ଦୀପ ଜଳାଇବା ବେଳେ କେବେ ମଧ୍ୟ ମୁଣ୍ଡ ଖୋଲା ରଖିବା ଉଚିତ ନୁହେଁ। ଏହା ହିଁ ସବୁଠାରୁ ବଡ ଭୁଲ, ଯାହା ଅଧିକାଂଶ ଲୋକେ କରିଥାନ୍ତି। ଏହାସହିତ ଦୀପକୁ କେବେ ମଧ୍ୟ ଖାଲି ସ୍ଥାନରେ ନରଖି କିଛି ଅଖଣ୍ଡିତ ଚାଉଳ, କିଛି ପତ୍ର କିମ୍ବା ଫୁଲର ପାଖୁଡା ରଖି ତାହା ଉପରେ ଦୀପ ରଖନ୍ତୁ। ଏପରି କରିବା ଦ୍ଵାରା ଭଗବାନ ଆପଣଙ୍କ ପୂଜା ଶୀଘ୍ର ସ୍ଵୀକାର କରିଥାନ୍ତି, ନଚେତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇ ନଥାଏ।

ଯଦି ଆପଣ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ତିଳ ବା ରାଶି ତେଲର ଦୀପ ଜଳାନ୍ତୁ। ଏହାସହିତ ତୁଳାର ସଳିତା ବଦଳରେ ସୂତା କପଡାରେ ସଳିତା ପ୍ରସ୍ତୁତ କରି ଲଗାନ୍ତୁ। ଯଦି ଆପଣ ସାଧାରଣ ଭାବରେ ନିଜ ଇଷ୍ଟଦେବଙ୍କୁ ପୂଜା କରୁଛନ୍ତି, ତାହେଲେ ଗାଈ ଘିଅର ତେଲ ବ୍ୟବହାର କରନ୍ତୁ।

ଯଦି ଆପଣ ନିଜ ଶତ୍ରୁଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତାହେଲେ ପୂଜା କରିବା ସମୟରେ ସୋରିଷ ତେଲର ଦୀପ ଜଳାନ୍ତୁ ଓ ଦୀପ ଜଳାଇବା ବେଳେ ସମୟରେ, “ଶୁଭମ କରୋତି କଲ୍ୟାଣ॰, ଆରୋଗ୍ୟମ ଧନ ସମ୍ପଦାମ, ଶତ୍ରୁ ବୃଦ୍ଧି ବିନାଶାୟ, ଦୀପ॰ ଜ୍ଯୋତି ନମସ୍ତୁତେ ॥”ମନ୍ତ୍ରର ଜପ କରନ୍ତୁ। ଏହାର ଅର୍ଥ ହେଉଛି ଶୁଭ ଓ କଲ୍ୟାଣ କରୁଥିବା, ଆରୋଗ୍ୟ ଓ ଧନ ସମ୍ପଦ ଦେଉଥିବା, ଶତ୍ରୁ ବୃଦ୍ଧିକୁ ନାଶ କରୁଥିବା ଦୀପର ଜ୍ଯୋତିକୁ ମୋର ନମସ୍କାର।

ପ୍ରତ୍ୟେକଦିନ ଦୀପ ଜଳାଇବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। ଶତ୍ରୁ ଚାହିଁଲେ ମଧ୍ୟ ଆପଣଙ୍କର ଗୋଟିଏ କେଶ ମଧ୍ୟ ବଙ୍କା କରିପାରିବ ନାହିଁ। ମାଟିର ଦୀପ ସବୁଠାରୁ ଅଧିକ ଶୁଭକାରୀ ମାନା ଯାଇଥାଏ। କିନ୍ତୁ କେବେ କୌଣସି ଖଣ୍ଡିତ ଦୀପ ଜଳାଇବା ଉଚିତ ନୁହେଁ। ତେବେ ଆପଣ ଘରେ ପୂଜା କରୁଥିବା ସମୟରେ ଆପଣଙ୍କ ଘରେ ଯେଉଁ ଦୀପ ରହିଛି, ତାହା ଜଳାନ୍ତୁ ଓ ପୂଜା କରିବା ସମୟରେ ଦୀପକୁ ସର୍ବଦା ନିଜ ବାମ ହାତ ଆଡକୁ ରଖନ୍ତୁ। ଆମ ପୋଷ୍ଟ ଅନ୍ୟମାନଙ୍କୁ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *