Excuse Me Odisha

ଯାହା କହିବୁ ସତ କହିବୁ

ଏକା ଥରକେ ଥଣ୍ଡା, କାଶ ଓ କଫ ସବୁ କିଛି ଭଲ ହୋଇଯିବ,ବାସ ଆପଣାନ୍ତୁ ଏହି ସରଳ ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଜି ଆମେ ବହୁ ପୁରୁଣା କାଶ, ଶୁଖିଲା କାଶ, ଛାତିରେ କଫ ଜମି ଯିବା, ଅଧିକ ଦିନରୁ ଆପଣ କାଶ, କଫ ଏବଂ ଆସ୍ଥମା ଯୋଗୁଁ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କୁ ବଡ଼ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟଟି ବହୁତ ପୁରୁଣା ଅଟେ। ଏହା ପୂର୍ବ କାଳରେ ଆମର ପୂର୍ବ ପୁରୁଷ ମାନେ ଏହାକୁ ପ୍ରୟୋଗ କରୁଥିଲେ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରୟୋଗ କରିବା। ଆପଣ ଏହି ଉପାୟକୁ ସୁବିଧାରେ ପ୍ରସ୍ତୁତ କରି ପାରିବେ।

ଅର୍ଥାତ ଗୋଲମରୀଚ ଏବଂ ପିପଳି। ଏହି ଦୁଇଟି ଔଷଧୀୟ ଜିନିଷ କଫ ନାଶକ ହୋଇଥାଏ। ଏହି ଦୁଇଟି ବସ୍ତୁ କଫକୁ ବାହାର କରିଥାନ୍ତି। କିନ୍ତୁ ଏହାର ପ୍ରୟୋଗ ଆପଣ କିପରି କରିବେ ସେହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ। ଆୟୁର୍ବେଦ ଅନୁସାରେ ଯେକୌଣସି ଔଷଧର ପ୍ରୟୋଗ କରିବା ପାଇଁ ସଠିକ ସମୟ ଏବଂ ନିୟମ ରହିଥାଏ। ଆପଣ ଗୋଲମରୀଚ ଏବଂ ପିପଳିକୁ ପେଶି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ।

ଆପଣ ଅଧା ପରିମାଣରେ ଗୋଲମରିଚ ଏବଂ ପିପଳି ନିଅନ୍ତୁ। ଏହାପରେ ଏହାକୁ ପେଶି ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ। ଏହାପରେ ଅଧା ଚାମୋଚ ମିଶ୍ରଣ ସହିତ ଅଧା ଚାମଚ ମହୁ ନିଅନ୍ତୁ। ଏହାପରେ ଆପଣ ଏହାକୁ ସେବନ କରନ୍ତୁ। ଏହାକୁ ଖାଇବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ମଧ୍ୟ ଖାଆନ୍ତୁ ନାହିଁ। ଏହିଭଳି ଏହାକୁ ଆପଣ ଦିନରେ ୨ ଥର ପ୍ରୟୋଗ କରନ୍ତୁ।

ଏହାକୁ ସକାଳେ ଥରେ ନିଅନ୍ତୁ ଏବଂ ଏହାପରେ ଆଉଥରେ ସନ୍ଧ୍ୟାରେ ନିଅନ୍ତୁ। ବହୁତ ଅଧିକ କଫ ହେଉଥିଲେ, ଅଥବା କାଶ ହେଉଥିଲେ, ଆପଣ ଗୋଲମରିଚ ଓ ପିପଳିର ଗୁଣ୍ଡ ସେବନ କରନ୍ତୁ। ଏହା ବହୁତ ଗରମ ଅଟେ, ଏଣୁ ଏହାର ପରିମାଣ ଅଧିକ ମାତ୍ରାରେ ନିଅନ୍ତୁ ନାହିଁ। ନୀତିଦିନ ଆପଣ ଅଧଚାମଚ ପରିମାଣରେ ସେବନ କରନ୍ତୁ। ଏହାସହିତ ଧ୍ୟାନ ରଖିବେ ଯେ ଆପଣଙ୍କ ଶରୀରରୁ ଜଳର ଅଭାବ ଯେପରି ନହେବ। ଏହି ଔଷଧର ପ୍ରୟୋଗ ଆପଣ ସେତେ ପର୍ଯ୍ୟନ୍ତ କରନ୍ତୁ, ଯେତେ ପର୍ଯ୍ୟନ୍ତ ଆପଣଙ୍କର କାଶ ଭଲ ନ ହୋଇଥିବ।

ଏହାକୁ ନୀତିଦିନ ସେବନ କଲେ,ଆପଣଙ୍କୁ ନିଶ୍ଚିତ ଭାବରେ ଫାଇଦା ମିଳିବ। ତାହା ହେଉଛି ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିବ। ରୋଗ ଗୁଡ଼ିକ ସହିତ ଲଢିବା ପାଇଁ ଆପଣଙ୍କ ଶରୀରକୁ ଶକ୍ତି ମିଳିବ। ଯଦି ଆପଣ ପିଲାମାନଙ୍କୁ ଦେଉଛନ୍ତି, ତେବେ ସେମାନଙ୍କୁ ବହୁତ କମ ପରିମାଣରେ ଦିଅନ୍ତୁ। ଏହାସହିତ ଆପଣ ଧ୍ୟାନ ରଖିବେ ଯେ ଥଣ୍ଡା ଭଳି ଜିନିଷର ସେବନ କରନ୍ତୁ ନାହିଁ ଏବଂ ଭରପୁର ମାତ୍ରାରେ ପାଣି ସେବନ କରନ୍ତୁ। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *