Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ ଘଣ୍ଟାରେ ଭଲ ହୋଇଯିବ ଥଣ୍ଡା କାଶ କଫ,ଜାଣନ୍ତୁ ଏହାର ସହଜ ଘରୋଇ ଉପାୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପିଲା ବୁଢା ସମସ୍ତଙ୍କର ଥଣ୍ଡା କାଶ କଫ ଥରକେ ଭଲ ହେବ ଏହି ଘରୋଇ ଉପଚାରର ପ୍ରୟୋଗ କରିବା ଦ୍ୱାରା।

ବନ୍ଧୁଗଣ ଆପଣଙ୍କୁ ବିଭିନ୍ନ ପ୍ରକାରର କାରଣ ଯୋଗୁ ଆପଣଙ୍କୁ ଥଣ୍ଡା କାଶ ବା କଫ ଭଳି ସମସ୍ୟା ଭୋଗିବା ପାଇଁ ପଡ଼ିଥାଏ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଭୋଗିବା ପାଇଁ ପଡିଥାଏ। ସେଥିପାଇଁ ଆପଣ ବିଭିନ୍ନ ପ୍ରକାରର ମେଡ଼ିସିନର ସେବନ କରିଥାନ୍ତି। ତ ଆପଣ କିଛି ଘରୋଇ ଉପଚାର ପ୍ରୟୋଗ କରି ଆପଣଙ୍କର ଥଣ୍ଡା କାଶ କଫ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭଲ କରିପାରିବେ। ବନ୍ଧୁଗଣ ଏହି ଉପଚାର ଟି ସମ୍ପୂର୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏହାକୁ ସେବନ କରି ଥଣ୍ଡା କାଶ କଫ ଭଳି ସମସ୍ୟାକୁ ସମ୍ପୂର୍ଣ ଦୂର କରିପାରିବେ। ଏହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜିର ଏହି ହମ ରେମିଡ଼ିକୁ ପ୍ରୟୋଗ କରି ପାରିବେ।

ତେବେ ଆସନ୍ତୁ ଜାଣିବା ଏହି ହମ ରେମିଡ଼ିକୁ କିପରି ବନେଇବେ ଏବଂ ଏହାର ସେବନ କେମିତି କରିବେ।

ବନ୍ଧୁଗଣ ଛୋଟ ବଡ଼ ସମସ୍ତଙ୍କର ଥଣ୍ଡା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ତୁଳସୀ ଗଛର ଜଟା। ତୁଳସୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଅଧିକ ଲାଭକାରୀ ଏହା ତ ଆପଣ ମାନେ ଜାଣିଥିବେ। ଏହା ଆମର ଇମ୍ୟୁନିଟିକୁ ବଢ଼ାଇବାର ବହୁତ ଅଧିକ ସାହାର୍ଯ୍ୟ କରିଥାଏ ତା ସହିତ ତୁଳସୀ ପତ୍ରର ସେବନ କରିବା ଦ୍ୱାରା ଶରୀର ଅନେକ ପ୍ରକାର ରୋଗକୁ ଦୂର କରିଥାଏ। ବନ୍ଧୁଗଣ ତୁଳସୀ ପତ୍ରରେ ଯେତେକି ଔଷଧୀୟ ଗୁଣ ଅଛି ତା ଜଟାରେ ମଧ୍ୟ ସେତିକି ଔଷଧୀୟ ଗୁଣ ଅଛି। ପାଖାପାଖି ଆପଣ ୧୦ ଟି କଞ୍ଚା ତୁଳସୀ ଜଟା ସଂଗ୍ରହ କରିବେ। ଏହି ରେମିଡ଼ିରେ କେବଳ ତୁଳସୀ ଜଟା ପ୍ରୟୋଗ କରନ୍ତୁ। ପ୍ରଥମେ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ ଏବଂ ଏହି ପାଣିକୁ ଗରମ କରନ୍ତୁ ପାଣି ଗରମ ହେବା ପରେ ୧୦ ଟି ତୁଳସୀ ଜଟାକୁ ପକେଇ ଦିଅନ୍ତୁ ଏବଂ ଏହି ପାଣିକୁ ଅଧ ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଦେଖିବେ ପାଣି ଫୁଟି ଗଲା ପରେ ଏହାର ରଙ୍ଗ ଚେଞ୍ଜ ହେବାକୁ ଲାଗିବ ଏହା ହାଲକା ସବୁଜ ରଙ୍ଗ ହେବାକୁ ଲାଗିବ। ଏହା ପରେ ଏହି ପାଣିକୁ ଏକ ପାତ୍ରକୁ ଛାଣିନିଅନ୍ତୁ ଏବଂ ଏହି ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନୁ। ଦେଖନ୍ତୁ ଆପଣଙ୍କ ଥଣ୍ଡା ଭଳି ସମସ୍ୟାକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ବନି ପ୍ରସ୍ତୁତ। ଯଦି ଆପଣଙ୍କୁ ଅଧିକ ଥଣ୍ଡା ହୋଇଯାଇଛି ତେବେ ଏହି ରେମିଡ଼ିକୁ ନିଶ୍ଚୟ ବନେଇ ପିଅନ୍ତୁ। ଛୋଟ ବଡ଼ ସମସ୍ତେ ଏହାର ସେବନ କରିପାରିବେ। ଥଣ୍ଡା ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହା ବହୁତ ଚମତ୍କାରି ହୋମ ରେମିଡ଼ି ଅଟେ।

ଏହାକୁ କେମିତି ସେବନ କରିବେ ଆସନ୍ତୁ ଜାଣିବେ।

ସକାଳୁ ସନ୍ଧ୍ୟା ଏବଂ ରାତି ସମୟରେ ଏହାର ସେବନ କରିପାରିବେ ଦିନକୁ ୩ ଥର ଏହାର ସେବନ କରନ୍ତୁ। ଯଦି ଆପଣଙ୍କୁ ଥଣ୍ଡା ବହୁତ ଅଧିକ ଅଛି ତେବେ ଦିନକୁ ୩ ଥର ଏହାର ସେବନ କରନ୍ତୁ। ଛୋଟ ପିଲା ମାନଙ୍କୁ ବୟସ ଅନୁସାରେ ଏକ ଚାମଚରୁ ଦୁଇ ଚାମଚ ଦିଅନ୍ତୁ ଏବଂ ବଡ଼ ଲୋକମାନେ ସମ୍ପୂର୍ଣ୍ଣ ପିଇ ଦିଅନ୍ତୁ। କେବଳ ୨ ରୁ ୩ ଦିନ ଏହାର ସେବନ କରି ଦେଖନ୍ତୁ ଦେଖିବେ ପ୍ରାକୃତିକ ଉପାୟରେ ଆପଣଙ୍କର ଥଣ୍ଡା ଭଳି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଛୋଟ ବଡ଼ ସମସ୍ତଙ୍କର ଭୟଙ୍କରୁ ଭୟଙ୍କର କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ କଣ କରିବେ।

ଯଦି ଆପଣଙ୍କର ଛୋଟ ପିଲାକୁ ବହୁତ ଅଧିକ କାଶ ହେଉଛି ଏବଂ ବିଭିନ୍ନ ପ୍ରକାରର ମେଡ଼ିସିନ ପରେ ବି ତାହା ଭଲ ହେଉନାହିଁ ତ ଆପଣ ଏହି ଘରୋଇ ଉପଚାରକୁ ନିଶ୍ଚୟ ଥରେ ପ୍ରୟୋଗ କରନ୍ତୁ। ଏହା ମଧ୍ୟ ଛୋଟ ବଡ଼ ସମସ୍ତେ ସେବନ କରିପାରିବେ।

ଏହି ରେମିଡ଼ି ବନେଇବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ। ଯଦି ଆପଣ ଛୋଟ ପିଲା ପାଇଁ ବନାଉଛନ୍ତି ତେବେ ଛୋଟ ଖଣ୍ଡ ମିଶ୍ରି ପକାନ୍ତୁ ଏବଂ ଯଦି ବଡ଼ ଲୋକମାନଙ୍କ ପାଇଁ ବନାଉଛନ୍ତି ତେବେ ୨ ରୁ ୪ ଟି ମିଶ୍ରି ଖଣ୍ଡ ନିଅନ୍ତୁ ଏବଂ ଏହାକୁ ଭଲଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏହାକୁ ମଧ୍ୟ ଅଧ ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ମିଶ୍ରି ପାଣି ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ ଢାଳି ଦିଅନ୍ତୁ। ଛୋଟ ବଡ଼ ସମସ୍ତଙ୍କୁ ଯଦି ଭୟଙ୍କରରୁ ଭୟଙ୍କର କାଶ ହେଉଛି ତେବେ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ। ଛୋଟ ପିଲାଙ୍କୁ ଏକ ଚାମଚ ସେବନ କରାନ୍ତୁ ଏବଂ ବଡ଼ ଲୋକମାନେ ସମ୍ପୂର୍ଣ ଅଧ ଗ୍ଲାସ ଏହାର ସେବନ କରନ୍ତୁ। ଦେଖିବେ ଆପଣଙ୍କର ଭୟଙ୍କରରୁ ଭୟଙ୍କର କାଶ ଭଳି ସମସ୍ୟା ତୁରନ୍ତ ଭଲ ହୋଇଯିବ ଏବଂ ବହୁତ ଆରାମ ମିଳିବ। ଏହାକୁ ଆପଣ ପ୍ରତିଦିନ ସକାଳେ ଥରେ ସେବନ କରନ୍ତୁ। ଦେଖିବେ ଆପଣଙ୍କର କାଶ ଭଳି ସମସ୍ୟା ତୁରନ୍ତ ଭଲ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଆପଣଙ୍କ କଫ ଭଳି ସମସ୍ୟାକୁ କେମିତି ଭଲ କରିବେ।

ବନ୍ଧୁଗଣ ଥଣ୍ଡା କାଶ ହେବା ସହିତ ଯଦି ଆପଣଙ୍କ ଛାତିରେ କିମ୍ବା ଆପଣଙ୍କ ପିଲାଙ୍କ ଛାତିରେ କଫ ଜମି ଅଛି ତାହେଲେ ତାହାକୁ କିପରି ଦୂର କରିବେ। ଆସନ୍ତୁ ଜାଣିବା।

ଯଦି ଆପଣଙ୍କ ପାଖରେ ପୁରୁଣା ଘିଅ ନାହିଁ ତେବେ ଆପଣ ନୂଆ ଘିଅର ପ୍ରୟୋଗ କରିପାରିବେ। ପ୍ରଥମେ ଆପଣ ନିଜ ଛାତିରେ ଏହିପରି ଘିଅ ଲଗେଇ ଦିଅନ୍ତୁ। ଘିଅ ଲଗେଇ ସାରିବା ପରେ ଅରଖ ପତ୍ରର ଆବଶ୍ୟକତା ପଡିବ। ଅରଖ ପତ୍ର ନିଅନ୍ତୁ ଏବଂ ଛାତି ଉପରେ ରଖିଦିଅନ୍ତୁ। ଅରଖ ପତ୍ରରେ ଏହାକୁ ସେକ ଦେବାକୁ ପଡିବ। ନଚେତ ଆପଣ ଅରଖ ପତ୍ରରେ ଘିଅ ଲଗେଇଦେବେ ଏବଂ ଏହାକୁ ହାଲକା ଉସୁମ କରିଦେବେ ଏହାକୁ ହାଲକା ଉଷୁମ କରି ଛାତିରେ ପକେଇ ଦେବେ ଏବଂ ତା ଉପରେ ଖଣ୍ଡେ କପଡା ବାନ୍ଧିଦେବେ। ତେବେ ଦେଖିବେ ବନ୍ଧୁଗଣ ଆପଣଙ୍କ ଛାତିରେ କିମ୍ବା ଆପଣଙ୍କ ପିଲାଙ୍କ ଛାତିରେ କଫ ତୁରନ୍ତ ଘିଅ ଭଳି ତରଳି ବାହାରିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *