Excuse Me Odisha

ଯାହା କହିବୁ ସତ କହିବୁ

ଏହି ବର୍ଷ ବନୁଛି ମହାସଂଯୋଗ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ,ଗରିବରୁ ହୋଇଯିବେ ଧନୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ବର୍ଷ ବନୁଛି ମହାସଂଯୋଗ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ଗରିବରୁ ହୋଇଯିବେ ଧନୀ।

ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାକୁ ବହୁତ ଖାସ ମାନାଯାଏ। କାରଣ ଏହି ମାସରେ ପଡ଼ିବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ଏବଂ ଗଙ୍ଗା ସ୍ନାନ ନାମରେ ଜାଣିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଥାଏ। କାରଣ ସ୍ନାନ ଦାନ ଧର୍ମ ବ୍ରତ ଜପ ତପ ଏବଂ ମକ୍ଷର ପୂର୍ଣ୍ଣିମା ବୋଲି କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଯଦି ଆପଣ କୌଣସି ପବିତ୍ର ନଦୀ ପୁଷ୍କରିଣୀରେ ପ୍ରଭାତରୁ ସ୍ନାନ ସାରି ଉଦୟ ହେଉଥିବା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପିତ କରନ୍ତି ତାହା ସବୁଠାରୁ ଅଧିକ ଉତ୍ତମ ଫଳଦାୟୀ ବୋଲି ମାନାଯାଇଥାଏ। ଏହି ଦିନ ଦାନ କରିବାର ବିଶେଷ ମହତ୍ୱ ରହିଛି। କାରଣ ଏହି ଦିନ ଦିଆଯାଇଥିବା ଦାନ କେବେବି ବ୍ୟର୍ଥ ଯାଏନାହିଁ ଏବଂ ଏହା ଦ୍ବାରା କେତେ ଗୁଡିଏ ପାପର ନାଶ ହୋଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ପୂର୍ଣ୍ଣିମାର ବହୁତ ଦୁର୍ଲଭ ଓ ଶୁଭ ସଂଯୋଗ ରହିଥାଏ। କାରଣ ଏହି ଦିନ କୃତିକା ନକ୍ଷତ୍ର ବନୁଅଛି। ଭଗବାନ ଭୋଳାନାଥ ତ୍ରିପୁରାସୁର ନାମକ ଅସୁରକୁ ସଂହାର କରିଥିଲେ। ସେଥିପାଇଁ ଏହି ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ।

ସ୍ନାନ କରିବାର ବିଶେଷ ବିଧାନ ରହିଛି। ବ୍ରହ୍ମ ମୁହୂର୍ତ୍ତ ଠାରୁ ଆରମ୍ଭ କରି ଦିପ୍ରହର ୨ ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ସ୍ନାନ କରିବାର ମୁହୂର୍ତ୍ତ ରହିଛି ତ ଆପଣ ଏହି ସମୟରେ ସ୍ନାନ ଦାନ କରନ୍ତୁ।

ଯଦି ଘରେ ସ୍ନାନ କରୁଛନ୍ତି ତେବେ ସ୍ନାନ ଜଳରେ ଗଙ୍ଗା ଜଳ ପକାଇ ସ୍ନାନ କରନ୍ତୁ। ଏମିତି କଲେ ଜୀବନର କଷ୍ଟ ଦୂର ହୋଇଥାଏ।

ଯଦି ଆପଣ ଘରେ ପୂଜା ବିଧି କରୁଛନ୍ତି ତେବେ ଘରର ମନ୍ଦିରରେ ଦୀପ ଲଗାନ୍ତୁ ଯଦି ସମ୍ଭବ ଏହି ଦିନ ବ୍ରତ ରଖନ୍ତୁ। ଏହି ଦିନ ବିନା ପିଆଜ ରସୁଣର ଖାଦ୍ୟ ଖାଆନ୍ତୁ। ଦେବୀ ଦେବତାଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ। ଭଗବାନ ଶ୍ରୀହରିଙ୍କର ପୂଜା କରନ୍ତୁ। କାରଣ ପୂର୍ଣ୍ଣିମା ତିଥି ଶ୍ରୀହରି ବିଷ୍ଣୁଙ୍କର ଅଟେ। ଆପଣ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ। ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଯେଉଁ ଭୋଗ ଲଗାଇବେ ସେହି ଭୋଗରେ ତୁଳସୀ ପତ୍ର ପକାନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶ୍ରୀହରି ବିଷ୍ଣୁ ତୁଳସୀ ପତ୍ର ବିନା ଭୋଗ ସ୍ୟୁକାର କରନ୍ତି ନାହିଁ। ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ କେବଳ ସ୍ୱାତିକ ଭୋଗ ଲଗାନ୍ତୁ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଆଳତୀ କରନ୍ତୁ। ଅଧିକରୁ ଅଧିକ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ର ବି ମଧ୍ୟ ଉଚାରଣ କରିପାରିବେ ଓମ ନମଃ ଭଗବତେ ବାସୁଦେବାୟ। ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଙ୍କର ବିଶେଷ ପୂଜା ବିଧି ରହିଥାଏ। ଯେବେ ଚନ୍ଦ୍ର ଉଦୟ ହୁଏ ଚନ୍ଦ୍ରମାର ପୂଜା କରନ୍ତୁ ଓ ଅର୍ଘ୍ୟ ଦିଅନ୍ତୁ। ଏହା ଦ୍ବାରା ପାପରୁ ମୁକ୍ତି ମିଳେ ଏବଂ ମାନସିକ କଷ୍ଟ ଦୂର ହୁଏ ଏବଂ ମନ ସନ୍ତୁଷ୍ଟ ରହେ। ଆପଣଙ୍କର ଚନ୍ଦ୍ର ଭଲ ରହେ। ଗରିବ ଲୋକଙ୍କୁ ଖାଇବା ବସ୍ତୁ ଦାନ କରନ୍ତୁ। ତେଲର ଦାନ କରନ୍ତୁ। ତେଲ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ପିତୃଦେବ ଶାନ୍ତ ରୁହନ୍ତି। ଏହି ଦିନ ଆପଣ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ। ଏହି ଦିନ ନିଜ ଆଖପାଖରେ ଥିବା ଗାଈକୁ କିଛି ଖାଇବାକୁ ଦିଅନ୍ତୁ। ଏହିପରି କଲେ ଆପଣଙ୍କୁ କେତେ ଗୁଡିଏ ଦୋଷରୁ ମୁକ୍ତି ମିଳିଥାଏ। ଆପଣ ଚେଷ୍ଟା କରିବେ ୮ ଭିତରେ ସ୍ନାନ କରିବା ପାଇଁ। ଏହା ଭଲ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ପୂର୍ଣ୍ଣିମା ଦିନ ରାତିରେ ଝାଡୁ ସହିତ ଏହି ଗୋଟିଏ ଜିନିଷରେ ଉପାୟ କରି ନିଅନ୍ତି ତେବେ ଜୀବନରେ ଦରିଦ୍ରତା ସମସ୍ୟା ସବୁ ଆପଣଙ୍କର ଦୂର ହୋଇଯିବ ଏବଂ ଜୀବନରେ ଖୁସି ଆସିବ।

ବନ୍ଧୁଗଣ ଯଦି ଆପଣ ଧନବାନ ଏବଂ ଭାଗ୍ୟବାନ ହେବାକୁ ଚାହୁଁଛନ୍ତି ଘରେ ସୁଖ ଶାନ୍ତି ଆଣିବାକୁ ଚାହୁଁଛନ୍ତି ତେବେ ଆପଣ ପୂର୍ଣ୍ଣିମା ଦିନ ରାତିରେ ଝାଡୁ ସହିତ ଏହି ଉପାୟ କରନ୍ତୁ।

କେତେଥର ଏମିତି ହୋଇଥାଏ ନାଁ ଆପଣଙ୍କର ହେବାକୁ ଥିବା କାର୍ଯ୍ୟ ବିଗିଡି ଯାଇଥାଏ ତ ଆପଣ ଜ୍ୟୋତିଷ ପଣ୍ଡିତ ପାଖକୁ ଯାଇଥାନ୍ତି ଏହାର ସମାଧାନ ପାଇଁ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ କାରଣ ଏହି ଛୋଟ ପ୍ରୟୋଗ ଆପଣଙ୍କ ଜୀବନରେ ଖୁସିକୁ ପୁଣି ଥରେ ଫେରାଇ ଆଣିଥାଏ। ମାନ୍ୟତା ଅଛି କି ଝାଡୁରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଝାଡୁ ସଫା ସୁତରା କରିଥାଏ। ଏହାର ଅର୍ଥ ଘରର ଦାରିଦ୍ର୍ୟତାକୁ ଘରୁ ବାହାରକୁ ବାହାର କରିଦେଇଥାଏ। ଯଦି ଝାଡୁର ପ୍ରୟୋଗ ପୂର୍ଣ୍ଣିମା ତିଥିରେ କରାଯାଏ ତେବେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଏହି ପ୍ରୟୋଗ କରିବା ଦ୍ୱାରା ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳୁ ଘର ପାଖରେ ଥିବା ମନ୍ଦିରକୁ ଯାଇ ନୂଆ ଝାଡୁରେ ମନ୍ଦିର ସଫା ସୁତରା କରନ୍ତୁ ସେହି ଝାଡୁକୁ ସେଠାରେ ଛାଡି ଆସନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ। ସମସ୍ୟା ସବୁ ଶେଷ ହୋଇଯାଇଥାଏ। ଏହି ପ୍ରୟୋଗ ସକାଳୁ ହିଁ କରନ୍ତୁ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ।

ଯଦି ଘରର କୌଣସି ସଦସ୍ୟଙ୍କୁ ନଜର ଲାଗିଥାଏ ତେବେ ଝାଡୁରେ ତାକୁ ୩ ଥର ଝାଡି ଦିଅନ୍ତୁ ଏପରି କଲେ ନଜର ଦୋଷ ଦୂର ହୋଇଥାଏ।

ଯଦି ଆପଣଙ୍କୁ କୌଣସି କାମରେ ବାରମ୍ବାର ଅସୁବିଧା ଆସୁଥାଏ ତ ଏହି କଥାର ଧ୍ୟାନ ରଖନ୍ତୁ କି ଝାଡୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ବେଳେ ବେଳେ ଝାଡୁ ପୁରୁଣା ହୋଇଗଲେ ଆମେ ଅନ୍ୟକୁ ଦେଇ ଦେଇଥାଉ। ଏପରି ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କର ଲକ୍ଷ୍ମୀ ଚାଲି ଯାଇଥାନ୍ତି। ଝାଡୁକୁ କେବେବି ଠିଆ କରି ରଖନ୍ତୁ ନାହିଁ। ଏପରି କଲେ ମଧ୍ୟ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଝାଡୁରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ। ଯଦି ଆପଣ ନୂଆ ଝାଡୁ କିଣିକି ଆଣନ୍ତି ତେବେ ଝାଡୁର ହେଣ୍ଡେଲରେ ରଙ୍ଗ ସୂତା ବାନ୍ଧିକି ଏହାର ଉପଯୋଗ କରନ୍ତି ତେବେ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସେନାହିଁ। ଏହି ଉପାୟକୁ ଆପଣ ପୂର୍ଣ୍ଣିମା ଦିନ କରନ୍ତୁ।

ପୂର୍ଣ୍ଣିମା ତିଥି ଦିନ ବିଶେଷ ପୂଜାବିଧି ଥାଏ।

ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇଥାଏ। ଆପଣ ଏହିଦିନ ଛୋଟ ଉପାୟକୁ କରନ୍ତୁ। ଏମିତି କଲେ ଆପଣଙ୍କର ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ। ଏହି ଦିନ କ୍ଷୀରିର ଅଧିକ ମହତ୍ୱ ରହିଥାଏ। କ୍ଷୀରି ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ। ତ ଆପଣ ଏହିଦିନ ମା ଲକ୍ଷ୍ମୀଙ୍କୁ କ୍ଷୀରି ଅର୍ପିତ କରନ୍ତୁ। ଘର ପାଖରେ ଥିବା କୌଣସି ମନ୍ଦିରରେ ଗୋଟିଏ କିମ୍ବା ୩ ଟି ଝାଡୁ ଦାନ କରନ୍ତୁ ଏହା ଦ୍ବାରା ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ। ଏହାକୁ ମଧ୍ୟ ଆପଣ ପୂର୍ଣ୍ଣିମା ଦିନ ସକାଳେ କରନ୍ତୁ। ମନ୍ଦିରରେ ଆପଣ ଝାଡୁ ଦାନ କରିବା ପରେ ଆପଣଙ୍କର ଯାହାବି ମନକାମନା ଥିବ ତାହା ସବୁ ଦୂର ହୋଇଯିବ। ପୂର୍ଣ୍ଣିମା ତିଥି ମା ଲକ୍ଷ୍ମୀଙ୍କର ହୋଇଥାଏ ଏହି ଦିନ ଏହି ଉପାୟ କଲେ ଆପଣଙ୍କ ଜୀବନ ସୁନ୍ଦର ହୋଇଥାଏ। ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ଦିନ ସକାଳୁ ଉଠି ଅଶୋକ ଗଛ ମୂଳରେ କିଛି ମିଠା ସହିତ ଜଳ ଅର୍ପଣ କରନ୍ତୁ ଆପଣଙ୍କ ଘରେ ମା ଲକ୍ଷ୍ମୀ ସବୁଦିନ ବାସ କରିବେ। ଦାମ୍ଫତ୍ୟ ଜୀବନ ସୁଖରେ କଟିବା ପାଇଁ ପତି ପତ୍ନୀ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ ଏପରି କଲେ ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ। ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ସାମ୍ନାରେ ଲାଲ କପଡ଼ାରେ ୫ ଟି କଉଡ଼ି ରୂପାର ପଇସା ଏବଂ ଖଣ୍ଡ ହୋଇନଥିବା ଚାଉଳକୁ ବାନ୍ଧିକି ରଖି ଦିଅନ୍ତୁ ତା ପର ଦିନ ସକାଳେ ଏହାକୁ ଧନ ରଖୁଥିବା ସ୍ଥାନରେ ନେଇ ରଖନ୍ତୁ। ଏମିତି କଲେ ଧନର କମି କେବେବି ହେବ ନାହିଁ। ଆପଣ ପୂର୍ଣ୍ଣିମା ଦିନ ଘରର ମୁଖ୍ୟ ଦ୍ୱାରରେ ପାଣି ଛିଞ୍ଚି ଝାଡୁ ଲଗାନ୍ତୁ ଏମିତି କଲେ ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *